Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାଲିଆନାୱାଲା ବାଗ ଜାତୀୟ ସ୍ମାରକୀ ଆଇନ, 1951ରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ସ୍ୱୀକୃତି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାଲିଆନାୱାଲା ବାଗ ଜାତୀୟ ସ୍ମାରକୀ ଆଇନ, 1951ରେ ସଂଶୋଧନ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ନିଷ୍ପତ୍ତିର ସାରାଂଶ:

  • ଜାଲିଆନାୱାଲା ବାଗ ଜାତୀୟ ସ୍ମାରକୀ ଆଇନ, 1951ରେ ଆବଶ୍ୟକ ସଂଶୋଧନ ଜରିଆରେ ଏଥିରେ ଟ୍ରଷ୍ଟିମାନଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା;
  • ପୁନଶ୍ଚ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ଚିହ୍ନଟ ଓ ସ୍ୱୀକୃତି ପ୍ରଦାନ କରିବା କିମ୍ବା
  • ଯେଉଁଠାରେ ସେଭଳି କୌଣସି ବିରୋଧୀ ଦଳ ନେତା ନଥିବେ, ସେ କ୍ଷେତ୍ରରେ ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ବିରୋଧୀ ଦଳର ନେତାଙ୍କୁ ଚିହ୍ନଟ କରିବାସକାଶେ ଉଦ୍ଦିଷ୍ଟ ।

ଉପକାରିତା:

ର୍ତ୍ତମାନର ଆଇନରେ ଏଥିରେ ଏକକ ଜାତୀୟ ରାଜନୈତିକ ଦଳର ପ୍ରତିନିଧିତ୍ୱ ସକାଶେ ବ୍ୟବସ୍ଥା ରହିଛି । ଟ୍ରଷ୍ଟରୁ ଦଳ ବିନିର୍ଦ୍ଦିଷ୍ଟ ସଂଖ୍ୟା ବ୍ୟବସ୍ଥାର ଉଚ୍ଛେଦ ଏହାକୁ ରାଜନୀତିମୁକ୍ତ କରିବ । ପ୍ରସ୍ତାବିତ ସଂଶୋଧନ ମତେ ଟ୍ରଷ୍ଟରେ ବିରୋଧୀ ଦଳଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବ  । ପୁଣି ଏହି ସଂଶୋଧନ ସରକାରଙ୍କୁ କ୍ଷମତାପ୍ରାପ୍ତ କରିବ ଯଦ୍ୱାରା ସରକାର ଜଣେ ଟ୍ରଷ୍ଟିଙ୍କୁ ଟ୍ରଷ୍ଟରୁ ବାଦ ଦେଇପାରିବେ କିମ୍ବା ନୂଆ ଟ୍ରଷ୍ଟିଙ୍କୁ ସେଥିରେ ସାମିଲ କରିପାରିବେ ।

 

***************