Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜିଏସଏଲଭି ଏମକେ III-ଡି2 ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଜିଏସଏଲଭି ଏମକେ III-ଡି2 ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଜିଏସଏଲଭି ଏମକେ III-ଡି2 ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ମୋର ଅଭିନନ୍ଦନ । ଏକ ଭାରତୀୟ ପ୍ରକ୍ଷେପଣ ଯାନ ଦ୍ଵାରା ପ୍ରଥମ ଥର ଲାଗି ଏକ ଓଜନଦାର ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିବାର ଦୁଇ ଦୁଇଟି ସଫଳତା ନୂଆ ରେକର୍ଡ ସୃଷ୍ଟି କରିଛି ।
ଏହି ଉପଗ୍ରହ ଦେଶର କୋଣ ଅନୁକୋଣକୁ ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ଯୋଗାଇ ଦେବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

**********