Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜିଓସିଂକ୍ରୋନସ ଉପଗ୍ରହ ଉତକ୍ଷେପଣ ଯାନ ମାର୍କ-3 ପର୍ଯ୍ୟାୟ କାର୍ଯ୍ୟକ୍ରମକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜିଓସିଂକ୍ରୋନସ ଉପଗ୍ରହ ଉତକ୍ଷେପଣ ଯାନ ମାର୍କ-3 (ଜିଏସଏଲଭି ଏମକେ-3) ପର୍ଯ୍ୟାୟ କାର୍ଯ୍ୟକ୍ରମ (ପର୍ଯ୍ୟାୟ-1)ଲାଗି ଆର୍ଥିକ ସହାୟତାକୁ ମଞ୍ଜୁରି ଦେଇଛନ୍ତି । ଏଥିରେ 10ଟି ଜିଏସଲଭି (ଏମକେ-3) ଉଡ଼ାଣ ସାମିଲ ରହିଛି ଏବଂ ଯାହାର ଆନୁମାନିକ ବ୍ୟୟ 4338.20 କୋଟି ଟଙ୍କା ଅଟେ । ଏହି 4338.20 କୋଟି ଟଙ୍କାରେ 10ଟି ଜିଏସଏଲଭି ଏମକେ-3 ଯାନ, ଆବଶ୍ୟକ ସୁବିଧା ବୃଦ୍ଧି, କାର୍ଯ୍ୟକ୍ରମ ପରିଚାଳନା ଏବଂ ଉତକ୍ଷେପଣ ଅଭିଯାନ ବ୍ୟୟ ମଧ୍ୟ ସାମିଲ ରହିଛି ।

ଜିଏସଏଲଭି ଏମକେ-3 ନିରନ୍ତରତା କାର୍ଯ୍ୟକ୍ରମ ପର୍ଯ୍ୟାୟ 1 ପରିଚାଳନା ଉଡ଼ାଣର ପ୍ରଥମ ପର୍ଯ୍ୟାୟ ଅଟେ ଯାହା ଦେଶର ଉପଗ୍ରହ ସଂଚାର ପ୍ରଯୁକ୍ତି ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ 4 ଟନ ବର୍ଗର ସଂଚାର ଉପଗ୍ରହ ଉତକ୍ଷେପଣ କରିବାରେ ସହାୟତା ପ୍ରଦାନ କରିବ ।
ଜିଏସଲଭି ଏମକେ-3ର ପରିଚାଳନା ଦ୍ୱାରା 4 ଟନ ବର୍ଗର ସଂଚାର ଉପଗ୍ରହଗୁଡ଼ିକୁ ଉତକ୍ଷେପଣ କରିବାରେ ସମର୍ଥ ହେବା କାରଣରୁ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ । ଯାହାଦ୍ୱାରା ଆମ ଦେଶର ମହାକାଶ ମୌଳିକ ଭିତ୍ତିଭୂମିକୁ ବଜାୟ ରଖିବା ଏବଂ ସୁଦୃଢ କରିବାରେ ଏବଂ ବିଦେଶୀ ଉତକ୍ଷେପଣ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟତା ମିଳିପାରିବ ।

ଜିଏସଏଲଭି ଏମକେ-3 ପର୍ଯ୍ୟାୟ-1 କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମୀଣ ବ୍ରଡବେଣ୍ଡ ସଂଯୋଗୀକରଣ ଲାଗି ଉଚ୍ଚ ପ୍ରବାହ ଉପଗ୍ରହର ଜାତୀୟ ଚାହିଦାକୁ ପୂରଣ କରିବା, ଡିଟିଏଚ, ଭିସାଟ ଏବଂ ଟେଲିଭିଜନ ପ୍ରସାରଣକାରୀଙ୍କ ଲାଗି ଟ୍ରାନ୍ସପଣ୍ଡର ଉପଲବ୍ଧତାକୁ ବଢ଼ାଇବା ଏବଂ ଜାରି ରଖିବା ନିମନ୍ତେ ସଂଚାର ଉପଗ୍ରହର ଉତକ୍ଷେପଣ ଆବଶ୍ୟକତାକୁ ପୂରଣ କରିବ ।

ଜିଏସଏଲଭି ଏମକେ-3 ପର୍ଯ୍ୟାୟ-1 କାର୍ଯ୍ୟକ୍ରମ ଜିଏସଏଲଭି ଏମକେ-3 ଉତକ୍ଷେପଣ ବାହନର ପରିଚାଳନା ଉଡ଼ାଣର ପ୍ରଥମ ପର୍ଯ୍ୟାୟ ହେବ ଏବଂ ଏହାର ଅନୁମୋଦନ ଦ୍ୱାରା 2019-2024 ଅବଧି କାଳରେ ଉପଗ୍ରହର ଉତକ୍ଷେପଣକୁ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ ।

**********