Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜି୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ

ଜି୭ ଶିଖର ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି–୭ ସମ୍ମିଳନୀ ଅବସରରେ କାନାଡାର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜଷ୍ଟିନ ଟ୍ରୁଡେୟୁଙ୍କ ସହ ବୈଠକ କରିଛନ୍ତି ।

ସହଭାଗୀ ମୂଲ୍ୟବୋଧ ସହିତ ଦୃଢ ଗଣତାନ୍ତ୍ରିକ ରାଷ୍ଟ୍ରର ନେତା ଭାବରେ ସେମାନଙ୍କର ଏକ ଫଳପ୍ରଦ ବୈଠକ ହୋଇଥିଲା ଯେଉଁଥିରେ ସେମାନେ ଭାରତ–କାନାଡା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ, ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ସହଯୋଗ ତଥା ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ ।

ସେମାନେ ମଧ୍ୟ ପାରସ୍ପରିକ ଆଗ୍ରହର ସହ ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

HS