ପିଏମଇଣ୍ଡିଆ

ମହାମହିମ,
ସର୍ବ ପ୍ରଥମେ, ମୁଁ ରାଷ୍ଟ୍ରପତି ବୋଲ୍ସନାରୋଙ୍କୁ ବ୍ରାଜିଲର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଉଛି । ଆଉ ବ୍ରିକ୍ସ ପରିବାରକୁ ମଧ୍ୟ ତାଙ୍କୁ ସ୍ୱାଗତ କରୁଛି । ମୁଁ ରାଷ୍ଟ୍ରପତି ବୋଲ୍ସନାରୋଙ୍କୁ ଏହି ବୈଠକ ଆୟୋଜନ ପାଇଁ ମଧ୍ୟ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ଏହି ଅବସରରେ ଆମର ବନ୍ଧୁ ରାମାଫୋସାଙ୍କୁ ପୁଣି ଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି ।
ମହାମହିମ,
ଏହିଭଳି ଅନୌପଚାରିକ ବିଚାର-ବିମର୍ଶ ଦ୍ୱାରା ଆମେ ଜି-20ର ପ୍ରମୁଖ ବିଷୟଗୁଡିକ ଉପରେ ସମନ୍ୱୟ ରଖିବାର ସୁଯୋଗ ମିଳିଥାଏ । ଆଜି ମୁଁ ତିନୋଟି ପ୍ରମୁଖ ଆହ୍ୱାନ ଉପରେ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । ପ୍ରଥମରେ, ବିଶ୍ୱର ଅର୍ଥ ବ୍ୟବସ୍ଥାରେ ମାନ୍ଦା ଅବସ୍ଥା ଏବଂ ଅନିଶ୍ଚିତତା । ନିୟମରେ ବନ୍ଧା ବହୁପକ୍ଷୀୟ ଆନ୍ତରାଷ୍ଟ୍ରୀୟ ବ୍ୟବସାୟ ବ୍ୟବସ୍ଥାରେ ଏକତରଫା ନିଷ୍ପତ୍ତି ଏବଂ ପ୍ରତିଦ୍ୱନ୍ଦିତା ବୋଝ ପାଲଟିଛି । ଅନ୍ୟପକ୍ଷରେ ସଂସାଧନର ଅଭାବ ପ୍ରଦର୍ଶୀତ ହେଉଛି, ନୂତନ ଭାବେ ସୃଷ୍ଟି ହେଉଥିବା ବଜାର ଅର୍ଥନୀତିର ଭିତ୍ତିଭୂମିରେ ନିବେଶ ପାଇଁ ପ୍ରାୟ 1.3 ଟ୍ରିଲିୟନ ଡଲାରର ଅଭାବ ରହିଛି ।
ଦ୍ୱିତୀୟ ବଡ଼ ଆହ୍ୱାନ ହେଉଛି ବିକାଶ ଏବଂ ପ୍ରଗତିକୁ ସମାବେଶୀ ଏବଂ ନିରନ୍ତର କରିବା । ଦ୍ରୁତଗତିରେ ବଦଳୁଥିବା ଟେକ୍ନୋଲଜି, ଯେପରିକି ଡିଜିଟାଲାଇଜେସନ, ଏବଂ ଜଳବାୟୁ ପରିବର୍ତ୍ତନ କେବଳ ଆମ ପାଇଁ ନୁହେଁ, ଆଗାମୀ ପିଢି ପାଇଁ ମଧ୍ୟ ଉଦବେଗର କାରଣ ପାଲଟିବ । ବିକାଶ ସେତେବେଳେ ସଠିକ ଢ଼ଙ୍ଗରେ ହୋଇଥାଏ, ଯେତେବେଳେ ତାହା ଅସମାନତା ଦୂର କରେ ଏବଂ ସଶକ୍ତିକରଣରେ ଯୋଗଦାନ ଦିଏ । ଆତଙ୍କବାଦ ହେଉଛି ସମଗ୍ର ମାନବଜାତି ପାଇଁ ସବୁଠାରୁ ବଡ଼ ବିପଦ । ଏହା ନିର୍ଦ୍ଦୋଷମାନଙ୍କର ଜୀବନ ତ ନେଇଥାଏ, ଆର୍ଥିକ ପ୍ରଗତି ଏବଂ ସାମାଜିକ ସ୍ଥିରତା ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ମଧ୍ୟ ପକାଇଥାଏ । ଆମକୁ ଆତଙ୍କବାଦ ଏବଂ ଜାତିବାଦକୁ ସମର୍ଥନ ଏବଂ ସହାୟତାର ସମସ୍ତ ରାସ୍ତା ବନ୍ଦ କରିବାକୁ ପଡିବ ।
ମହାମହିମ,
ଏହି ସମସ୍ୟାଗୁଡିକର ନିରାକରଣ ଯଦିଓ ସହଜ ନୁହେଁ, ସମୟ ସୀମା ମଧ୍ୟରେ 5ଟି ପ୍ରମୁଖ ପ୍ରସ୍ତାବ ଦେବାକୁ ଚାହିଁବି:
i) ବ୍ରିକ୍ସ ଦେଶଗୁଡିକ ମଧ୍ୟରେ ସମନ୍ୱୟ ଦ୍ୱାରା ଏକତରଫା ନିଷ୍ପତ୍ତି ହେତୁ ଦୁଷ୍ପରିଣାମର ସମାଧାନ କିଛି ପରିମାଣରେ ହୋଇପାରିବ । ଆମକୁ ବହୁମୁଖୀ ହେବା ପାଇଁ ଆନ୍ତରାଷ୍ଟ୍ରୀୟ ଆର୍ଥିକ ଏବଂ ବ୍ୟବସାୟିକ ସଂସ୍ଥା ତଥା ସଂଗଠନର ଆବଶ୍ୟକ ସଂସ୍କାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।
ii) ନିରନ୍ତର ଆର୍ଥିକ ବିକାଶ ପାଇଁ ଆବଶ୍ୟକ ଉର୍ଜ୍ଜା, ଯେପରିକି ତୈଳ ଏବଂ ଗ୍ୟାସ କମ୍ ମୂଲ୍ୟରେ କ୍ରମାଗତ ଭାବେ ଉପଲବ୍ଧ ହେବା ଦରକାର ।
iii) ନିଉ ଡେଭଲପମେଂଟ ବ୍ୟାଙ୍କ ଦ୍ୱାରା ସଦସ୍ୟ ଦେଶଗୁଡିକର ଭୌତିକ ଏବଂ ସାମାଜିକ ଭିତ୍ତିଭୂମି ତଥା ନବୀକରଣୀୟ ଶକ୍ତି କାର୍ଯ୍ୟକ୍ରମରେ ନିବେଶକୁ ଆହୁରି ପ୍ରାଥମିକତା ମିଳିବା ଦରକାର । ବିପର୍ଯ୍ୟୟ ପ୍ରତିରୋଧୀ ପୁନନିର୍ମାଣ ଭିତ୍ତିଭୂମି ମେଂଟ ପାଇଁ ଭାରତର ପ୍ରସ୍ତାବ ଅଳ୍ପ ବିକଶିତ ଏବଂ ବିକାଶଶୀଳ ଦେଶଗୁଡିକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଉଚିତ ଭିତ୍ତିଭୂମି ନିମନ୍ତେ ସହାୟକ ହେବ । ମୁଁ ଆପଣମାନଙ୍କୁ ଏହି ମେଂଟରେ ସାମିଲ ହେବା ପାଇଁ ଆହ୍ୱାନ ଦେଉଛି ।
iv) ସାରା ବିଶ୍ୱରେ କୁଶଳୀ କାରିଗରମାନଙ୍କର ଆଦାନ ପ୍ରଦାନ ହେବା ଆବଶ୍ୟକ । ଏହାଦ୍ୱାରା ସେହି ଦେଶଗୁଡିକୁ ମଧ୍ୟ ଲାଭ ହେବ, ଯେଉଁଠାରେ ଜନସଂଖ୍ୟାର ଏକ ବହୁତ ଭାଗ କାର୍ଯ୍ୟ କରିବାର ବୟସ ଅତିକ୍ରମ କରିସାରିଛନ୍ତି ।
v) ମୁଁ ନିକଟରେ ଆତଙ୍କବାଦ ଉପରେ ଏକ ବିଶ୍ୱ ସମ୍ମିଳନୀର ଆହ୍ୱାନ କରୁଛି । ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ପାଇଁ ଜରୁରୀ ସହମତିର ଅଭାବ ଆମକୁ ନିଷ୍କ୍ରିୟ କରିପାରିବ ନାହିଁ । ଆତଙ୍କବାଦ ବିରୁଦ୍ଧରେ ସଂଘର୍ଷକୁ ପ୍ରମୁଖ ପ୍ରାଥମିକତା ଗୁଡିକରେ ସ୍ଥାନ ଦେବା ପାଇଁ ମୁଁ ବ୍ରାଜିଲର ପ୍ରସଂଶା କରୁଛି ।
ମହାମହିମ,
ବ୍ରାଜିଲିଆରେ ବ୍ରିକ୍ସ ଶିଖର ସମ୍ମିଳନୀକୁ ମୁଁ ଉତ୍ସୁକତାର ସହିତ ପ୍ରତୀକ୍ଷା କରି ରହିଛି । ଏହି ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
**********
The BRICS family comes together yet again!
— Narendra Modi (@narendramodi) June 28, 2019
Delighted to meet BRICS leaders. Shared my thoughts on the importance of access to energy and energy security, making WTO mechanisms stronger and fighting protectionism and close cooperation to eliminate forces of terror. pic.twitter.com/erDRW6w3SG
BRICS leaders met in Osaka, on the sidelines of the #G20 Summit.
— PMO India (@PMOIndia) June 28, 2019
In his remarks, PM @narendramodi spoke about strengthening WTO, fighting protectionism, ensuring energy security and the need to work together to fight terrorism. pic.twitter.com/c5QRoekSRg