Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୁନିୟର ହକି ବିଶ୍ଵ କପ ବିଜେତା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନିୟର ହକି ବିଶ୍ଵ କପ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଆମେ ଯୁବ ଖେଳାଳୀମାନଙ୍କ ପାଇଁ ଅତ୍ୟନ୍ତ ଗୌରବାନ୍ଵିତ! ଆମର ହକି ଟିମ ଜୁନିୟର ହକି ବିଶ୍ଵ କପ ଜିଣିଥିବାରୁ ସେମାନଙ୍କୁ ଅଭିନନ୍ଦନ ।

ଜୁନିୟର ହକି ବିଶ୍ଵ କପ ବିଜୟ ଭାରତୀୟ ହକିର ଭବିଷ୍ୟତ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଏବଂ ଯୁବଗୋଷ୍ଠୀ ମଧ୍ୟରେ ଏହି କ୍ରୀଡାକୁ ଆହୁରି ଲୋକପ୍ରିୟ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।