Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ଅବସରରେ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
“ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ । ସେ ସ୍ୱାଧୀନତା ଆନ୍ଦୋଳନରେ ଅତ୍ୟନ୍ତ ସକ୍ରିୟ ଭୂମିକା ନିର୍ବାହ କରିଥିଲେ, ଏଥିସହିତ ସମ୍ବିଧାନ ନିର୍ମାଣ କ୍ଷେତ୍ରରେ ମଧ୍ୟ ବିଶେଷ ଯୋଗଦାନ କରିଥିଲେ । ତାଙ୍କର ବିନମ୍ର ବ୍ୟକ୍ତିତ୍ୱ ଦେଶବାସୀଙ୍କୁ ସଦା ସର୍ବଦା ପ୍ରେରିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।