Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ଦିବସରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଜୟନ୍ତୀ ଦିବସରେ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଣିପାତ କରୁଛି । ଏଭଳି ଜଣେ ବୀର ପୁରୁଷ ଓ ମହାନ ଆତ୍ମା ଆମ ଭୂମିରେ ଜନ୍ମ ନେଇଥିବାରୁ ଭାରତ ଅତ୍ୟନ୍ତ ଗୌରବାନ୍ଵିତ ।

ଶିବାଜୀ ମହାରାଜଙ୍କ ଦୃଷ୍ଟିରେ ପ୍ରଜା କଲ୍ୟାଣ ସବୁରି ଉପରେ ଥିଲା । ସେ ଜଣେ ଆଦର୍ଶ ପ୍ରଜାବତ୍ସଳ ଶାସକ ଥିଲେ ଯାହାଙ୍କ ପାଖରେ ଅସାଧାରଣ ପ୍ରଶାସନିକ ଦକ୍ଷତା ଥିଲା ।

ଶିବାଜୀ ମହାରାଜଙ୍କ ଆଦର୍ଶ ପାଳନ ପୂର୍ବକ ଏଭଳି ଏକ ଭାରତ ଗଢିବାକୁ ଆମେ ଅକ୍ଳାନ୍ତ ଉଦ୍ୟମ କରୁଛୁ ଯାହାଲାଗି ସେ ଗର୍ବ ଅନୁଭବ କରିବେ ।

ଏଇ କିଛିଦିନ ତଳେ ଆରବ ସାଗର ଉପକୂଳରେ ଶିବାଜୀ ମହାରାଜଙ୍କ ପ୍ରତିକୃତି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ସୌଭାଗ୍ୟ ମୋତେ ମିଳିଥିଲା । ସେଇ ମୁହୂର୍ତ୍ତକୁ ମୁଁ ସର୍ବଦା ସ୍ମରଣ କରୁଥିବି,” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।