Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଝାଡଖଣ୍ଡରେ ଗ୍ଲୋବାଲ ଇନଭେଷ୍ଟର ସମିଟ 2017 ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡରେ ଅନୁଷ୍ଠିତ ହେଉଥିବା ଗ୍ଲୋବାଲ ଇନଭେଷ୍ଟର ସମିଟ 2017 ର ସଫଳତା କାମନା କରିଛନ୍ତି ।

“@ଇନଭେଷ୍ଟ ଝାଡଖଣ୍ଡ ପାଇଁ ଶୁଭକାମନା । ଏହି ନିବେଶକ ସମ୍ମିଳନୀରୁ ଫଳପ୍ରଦ ନିଷ୍କର୍ଷ ବାହାରୁ ଯାହାକି ଝାଡଖଣ୍ଡର ଅଭିବୃଦ୍ଧିକୁ ଯଥେଷ୍ଟ ବଳ ଦେବ ।

@ଇନଭେଷ୍ଟ ଝାଡଖଣ୍ଡ ଯୋଗୁଁ ଯେଉଁ ପୁଞ୍ଜି ନିବେଶ ଘଟିବ ସେଥିରେ ରାଜ୍ୟବାସୀଙ୍କ ଲାଗି ଅନେକ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ହେବ ।

ଝାଡଖଣ୍ଡ ଲୋକଙ୍କ ସାମର୍ଥ୍ୟ, ଦକ୍ଷତା ତଥା ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରୟାସ ଝାଡଖଣ୍ଡର ବିକାଶକୁ ରେକର୍ଡ ସ୍ତରକୁ ପହଞ୍ଚାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***