Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଝାଡଖଣ୍ଡ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହାନି ଲାଗି ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ଝାଡଖଣ୍ଡ କୋଇଲା ଖଣି ଦୁର୍ଘଟଣା ଜନିତ ଜୀବନ ହାନି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

“ଝାଡଖଣ୍ଡ ଖଣି ଦୁର୍ଘଟଣା ଜନିତ ପ୍ରାଣ ହାନି ଏକ ଦୁଃଖଦ ଘଟଣା । ଖଣି ଭିତରେ ଫସି ରହିଥିବା ଲୋକଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସହିତ କଥାବାର୍ତ୍ତା କରିଛି ।

ପରିସ୍ଥିତି ସୁଧାରିବା ପାଇଁ ଝାଡଖଣ୍ଡ ସରକାର ଏବଂ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ମିଳିତ ଭାବେ କାମ କରୁଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଏନଡିଆରଏଫକୁ ମଧ୍ୟ ନିୟୋଜିତ କରାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।