Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମଂଚ ଉପରେ ବିରାଜମାନ ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା, ରାଜ୍ୟର ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ରଘୁବର ଦାସ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁଦର୍ଶନ ଭଗତ ମହାଶୟ, ବିହାର ଏବଂ ଝାଡ଼ଖଣ୍ଡରୁ ଆସିଥିବା ସଂସଦରେ ମୋର ସାଥୀଗଣ, ଝାଡ଼ଖଣ୍ଡ ମନ୍ତ୍ରୀମଣ୍ଡଳର ମାନନୀୟ ସଦସ୍ୟ, ବିଧାୟକଗଣ, ଆଉ ଏତେ ବିପୁଳ ସଂଖ୍ୟାରେ ଆସିଥିବା ମୋର ମୋର ପ୍ରିୟ ଭାଇ ଓ ଭଉଣୀମାନେ ଆଉ ମୁଁ ଦେଖୁଛି, ମୋ ସମ୍ମୁଖରେ ଯାହା ଦେଖାଯାଉଛି ଏବେ ଜଣା ପଡ଼ୁ ନାହିଁ କି ସତରେ ସଭା ସେଠାରେ ଚାଲୁଅଛି କିମ୍ବା ଏଠାରେ । ବୋଧହୁଏ ଏଠାରୁ ତିନି ଗୁଣ ଅଧିକ ଲୋକ ସେଠାରେ ଅଛନ୍ତି ଆଉ ଯେଉଁମାନେ ବାହାରେ ଖରାରେ ଠିଆ ହୋଇଛନ୍ତି, ମୋତେ ଜଣା ନାହିଁ ସେମାନଙ୍କୁ ଶୁଣା ଯାଉଥିବ କି ଶୁଣାଯାଉ ନଥିବ, ଏତେ ବିପୁଳ ସଂଖ୍ୟାରେ ଏତେ ଉନ୍ମାଦନା ଏବଂ ଉତ୍ସାହର ସହିତ ଆପଣମାନେ ସମସ୍ତେ ଆମମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଛନ୍ତି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୁଣ୍ଡ ନୁଆଁଇ ଅଭିନନ୍ଦନ ଜଣାଉଛି, ଆପଣଙ୍କୁ ପ୍ରଣାମ କରୁଛି ।

ଝାଡ଼ଖଣ୍ଡର ବିକାଶଯାତ୍ରାର ସାକ୍ଷୀ ଆପଣମାନେ ସମସ୍ତେ ହେଉଛନ୍ତି ଏହି ବିକାଶଯାତ୍ରାର ଭାଗୀଦାର । ଆପଣମାନେ ଏକାଠି ରହିଥିବା ହେତୁ ଏବଂ ସହଯୋଗ କରିଥିବା କାରଣରୁ ଆଜି ଏହି ବିକାଶଯାତ୍ରା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ଷ 2019ର ଆରମ୍ଭ ହୋଇଛି ଆଉ ପ୍ରଥମ ସପ୍ତାହରେ ହିଁ ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଛି ତ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନବବର୍ଷର ମଧ୍ୟ ବହୁତ-ବହୁତ ଶୁଭେଚ୍ଛା ତଥା ଶୁଭକାମନା ଜଣାଉଛି ।

ବୀର ପ୍ରସବିନୀ ଧରଣୀ ହେଉଛି ପଲାମୋ ଯେଉଁଠି ଇଂରେଜମାନଙ୍କୁ ନାକରେ ଚଣା ଚୋବାଇ ଦେଇଥିବା, ସ୍ୱାଧୀନତା ସଂଗ୍ରାମୀ ନୀଳାମ୍ବର- ପୀତାମ୍ବରଙ୍କର ଗୌରବଗାଥା ହେଉଛି ଜୀବନର ଅଂଶ । ଏହି ଧରଣୀର ପ୍ରତ୍ୟେକ ସୁପୁତ୍ର, ପ୍ରତ୍ୟେକ ବୀର, ପ୍ରତ୍ୟେକ ଝିଅକୁ ଆମେ ସମସ୍ତେ ପ୍ରଣାମ କରୁଛୁ । ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସେହି 25 ହଜାର ହିତାଧିକାରୀଙ୍କ ପରିବାରଙ୍କୁ ମଧ୍ୟ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି ଯିଏ ଆଜି ନିଜର ନୂଆ, ପକ୍କା ଘରେ ପ୍ରବେଶ କରିବାକୁ ଯାଉଛନ୍ତି । ନୂଆ ବର୍ଷରେ ନୂଆ ଘର ପାଇଁ ସେମାନଙ୍କୁ ଆଉଥରେ ଶୁଭେଚ୍ଛା ଆଉ ଘର ପକ୍କା ହୋଇଥାଏ, ତ ସଂକଳ୍ପ ମଧ୍ୟ ପକ୍କା ହୋଇଯାଇଥାଏ ଆଉ ଆମର ସ୍ୱପ୍ନ ମଧ୍ୟ ସୁନ୍ଦର ଲାଗିଥାଏ । ଆଉ ଏଥିପାଇଁ ପକ୍କା ନୂତନ ଘରର ହିତାଧିକାରୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ସାଥୀଗଣ, ଆଜି ମୋତେ କୃଷକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ଭଳି କୃଷି ସହିତ ଜଡ଼ିତ ସାଢ଼େ ତିନି ହଜାର କୋଟି ଟଙ୍କାରୁ ଅଧିକର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର ସୁଯୋଗ ମିଳିଛି । ଆଜି ଯେଉଁ ଜଳସେଚନ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି ତାହା କୃଷକଙ୍କର ଆୟକୁ ଦୁଇଗୁଣ କରିବାରେ ଆମର ଯେଉଁ ପ୍ରୟାସ ରହିଛି ତାହାର ହେଉଛି ଏକ ପ୍ରମୁଖ ଅଂଶ । ଜଳସେଚନରେ କମ୍ ଖର୍ଚ୍ଚ ହେଲେ ତ ବ୍ୟୟ ମଧ୍ୟ ନିଜକୁ ନିଜେ ହ୍ରାସ ହୋଇଯାଏ । ସେ ଯାହାହେଉ ବର୍ତ୍ତମାନ ଦେଶରେ ଜଳସେଚନର ପାରମ୍ପରିକ ବ୍ୟବସ୍ଥାରୁ ନେଇ ନୂତନ କୌଶଳକୁ କୃଷକମାନଙ୍କ ପାଖରେ ପହଂଚାଯାଉଛି । ପ୍ରାୟ 12 ଶହ କୋଟି ଟଙ୍କାର ସୋନ କହଁର ପାଇପ ଲାଇନ ଯୋଜନା ଦ୍ୱାରା ଏଠାକାର 14 ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ହୋଇ ପାରିବ । ଏଥି ସହିତ ଏହି ଅଂଚଳର 3 ଲକ୍ଷରୁ ଅଧିକ ଲୋକମାନଙ୍କୁ ପିଇବା ପାଣି ମଧ୍ୟ ଉପଲବ୍ଧ ହେଉଛି । ଏହି ପ୍ରକଳ୍ପ ମାଧ୍ୟମରେ 25 କିଲୋମିଟରରୁ ଅଧିକ ଲମ୍ବର ପାଇପ୍ ମାଟି ଭିତରେ ବିଛାଯିବ, ଅର୍ଥାତ ମାଟି ଉପରେ ଚାଷ ମଧ୍ୟ ହେଉଥିବ ଏବଂ ଜଳସେଚନର ସୁବିଧା ମଧ୍ୟ ରହିବ ।

ସାଥୀଗଣ, କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଯେଉଁ ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ ହେବାର ଆବଶ୍ୟକଥିଲା ତାହାକୁ ନେଇ ପୂର୍ବ ସରକାରଙ୍କର ଆଚରଣ କିପରି ରହିଥିଲା ତାହାର ସାକ୍ଷୀ ଏଠାକାର ଉତ୍ତର କୋଲ ପ୍ରକଳ୍ପ ଉପସ୍ଥାପିତ କରୁଛି । ଏହି ମଣ୍ଡଳ ଡ୍ୟାମ ପ୍ରକଳ୍ପ ହେଉଛି ତାହାର ସାକ୍ଷୀ । ଚିନ୍ତାକରନ୍ତୁ, 47 ବର୍ଷ ଅର୍ଥାତ ଅଧା ଶତାବ୍ଦୀ ଏହି ପ୍ରକଳ୍ପ ଭଗ୍ନସ୍ତୁପ ଭାବେ ଅଧା ହୋଇ ଲଟକି ପଡ଼ିଛି । 1972ରେ ଏହାର ଫାଇଲ ଚାଲିଥିଲା ଆଉ ପୁଣି ଅଟକି ରହିଲା, ପଥଚ୍ୟୁତ ହୋଇଗଲା । ବିଗତ 25 ବର୍ଷ ଧରି ଏହି ପ୍ରକଳ୍ପର କାର୍ଯ୍ୟ ଗୋଟିଏ ପ୍ରକାରରେ ବନ୍ଦ ହୋଇ ପଡ଼ି ରହିଥିଲା ।

ଆପଣମାନେ ମୋତେ କୁହନ୍ତୁ, କି କଣ କୌଣସି ଡ୍ୟାମ ପ୍ରକଳ୍ପକୁ ସଂପୂର୍ଣ୍ଣ ହେବା ପାଇଁ ଅଧା ଶତାବ୍ଦୀ ଲାଗିବା ଦରକାର, ଣ ଏହି ମରୁଡ଼ି ପ୍ରଭାବିତ ଅଂଚଳରେ କୃଷକମାନଙ୍କ ସହିତ କରାଯାଇଥିବା ଏକ ଅପରାଧିକ ଉଦାସୀନତା କି ନୁହେଁ, ସାଥୀଗଣ, ଏହି ଯୋଜନା କୃଷକମାନଙ୍କ ସହିତ, ଠକାମୀ  ଭଳି ପରିସ୍ଥିତି ତ, ତାଛଡ଼ା ସଚ୍ଚୋଟ କରଦାତାମାନଙ୍କ ସହିତ ହେଉଛି ଏକ ପ୍ରକାରର ବେଇମାନୀର ମଧ୍ୟ ପ୍ରମାଣ ।

ଯେଉଁ ପ୍ରକଳ୍ପକୁ 30 କୋଟି ଟଙ୍କା କେବଳ…30 କୋଟି ଟଙ୍କାରେ ସଂପୂର୍ଣ୍ଣ ହେବାକୁ ଥିଲା ଏବେ ପ୍ରାୟ 2 ହଜାର 400 କୋଟି ଟଙ୍କାରେ ସଂପୂର୍ଣ୍ଣ ହେବ । ଅର୍ଥାତ ପ୍ରାୟ ପାଖାପାଖି 80 ଗୁଣ ଅଧିକ ମୂଲ୍ୟ ଏବେ ଦେଶର କରଦାତାଙ୍କୁ ଏହି ସଂପୂର୍ଣ୍ଣ ଯୋଜନା ପାଇଁ ଏକ ଆହ୍ୱାନ ପାଲଟିବ । ଆପଣ ମୋତେ କୁହନ୍ତୁ ଯେଉଁମାନେ ଏଭଳି କରିଛନ୍ତି ସେମାନେ ହେଉଛନ୍ତି ସମାଜର ଅପରାଧୀ କି ନୁହେଁ, ସେମାନେ ହେଉଛନ୍ତି କୃଷକମାନଙ୍କର ଅପରାଧୀ କି ନୁହେଁ, ସେ ଆପଣଙ୍କର ଅପରାଧୀ କି ନୁହେଁ, ସେମାନେ ବିହାରର ଅପରାଧୀ କି ନୁହେଁ, ସେମାନେ ଝାଡ଼ଖଣ୍ଡର ଅପରାଧୀ କି ନୁହେଁ । ଏଭଳି ଅପରାଧୀମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ କି ନୁହେଁ… ଏଭଳି ଅପରାଧୀମାନଙ୍କ ବିରୁଦ୍ଧରେ ମୋଦୀ ଲଢ଼ିବା ଉଚିତ କି ଉଚିତ ନୁହେଁ.. ଜଣେ ଚୌକିଦାରଙ୍କୁ ଏହି କାର୍ଯ୍ୟ କରିବା ଆବଶ୍ୟକ କି ଆବଶ୍ୟକ ନୁହେଁ…

ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଦେଶ କିପରି ଚାଲିଛି, ଏହି ପ୍ରକଳ୍ପ ଓ ତାହାର ସ୍ଥିତି, କୃଷକମାନଙ୍କର ସମସ୍ୟା ଏହା ହେଉଛି ଏକ ଜୀବନ୍ତ ତଥ୍ୟ ଅଧ୍ୟୟନ  କରିବା ଭଳି କାର୍ଯ୍ୟ । ଏହି ପ୍ରକଳ୍ପ ଏହି କଥାର ମଧ୍ୟ ହେଉଛି ପ୍ରମାଣ ଯେ କିଭଳି ଭାବେ ଆଗରୁ ଝାଡ଼ଖଣ୍ଡ ଏବଂ ବିହାରର ଲୋକମାନଙ୍କ ସହିତ ଅନ୍ୟାୟ କରାଯାଇଥିଲା ।

ଭାଇ ଓ ଭଉଣୀମାନେ, ଏମାନେ କୃଷକମାନଙ୍କୁ କେବଳ ଭୋଟବ୍ୟାଙ୍କ ଭାବେ ଭାବୁଥିବା ଲୋକ ଏବଂ କୃଷକମାନଙ୍କୁ ଅନ୍ନଦାତା ଭାବୁଥିବା ଲୋକ…ଗୋଟିଏ ପଟେ ସେହି ଲୋକମାନେ ଅଛନ୍ତି ଯାହାଙ୍କ ପାଇଁ କୃଷକମାନେ ହେଉଛନ୍ତି କେବଳ ଭୋଟବ୍ୟାଙ୍କ, ଆଉ ଗୋଟେ ପଟେ ଅଛୁ ଆମେମାନେ ଯାହାଙ୍କ ପାଇଁ ଆମର କୃଷକମାନେ ହେଉଛନ୍ତି ଅନ୍ନଦାତା । ଏହା ହେଉଛି ତଫାତ୍ ଯେଉଁମାନେ ଆଗରୁ ଥିଲେ ସେମାନେ କୃଷକମାନଙ୍କୁ  ଭୋଟବ୍ୟାଙ୍କ ବୋଲି ଭାବିଲେ ଆଉ ଆଜି ଆମେ ଅଛୁ ଯିଏ ଆପଣମାନଙ୍କୁ ଅନ୍ନଦାତା ବୋଲି ଭାବି ଆପଣଙ୍କ ଚାଷବାସ କ୍ଷେତ୍ରରେ ଆସୁଥିବା ପ୍ରତ୍ୟେକ ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛୁ ।

ସାଥୀଗଣ, ଆଜି କିଛି ଲୋକ ଏହି ସୁଯୋଗକୁ ଏହି ରୂପରେ ଦେଖିବେ ଯେ ଆଜି ଏତେ ବର୍ଷ ଧରି ଅଟକି ରହିଥିବା ଏକ କାର୍ଯ୍ୟ ଆଗକୁ ବଢ଼ୁଛି । ଏହି କଥା ଏତେ ଛୋଟ ମଧ୍ୟ ନୁହେଁ । ଆପଣମାନେ ବିଚାର କରନ୍ତୁ, ଯେତେବେଳେ ସଂଯୁକ୍ତ ବିହାର ଥିଲା, ଝାଡ଼ଖଣ୍ଡ ଗଠନ ହୋଇ ନଥିଲା । ଗୋଟିଏ ହିଁ ସରକାର ପାଟଣାରେ ବସୁଥିଲେ, ଯଦି କିଛି ମାତ୍ରାରେ ମଧ୍ୟ ସମ୍ବେଦନଶୀଳତା କୃଷକମାନଙ୍କ ପ୍ରତି ରହିଥାଆନ୍ତା, ଏଠାକାର ଲୋକମାନଙ୍କର ଅସୁବିଧା ପ୍ରତି କିଛି ହେଲେ ମଧ୍ୟ ଜ୍ଞାନ ରହିଥାଆନ୍ତା ତ, ଏକ ସଂଯୁକ୍ତ ସରକାର ରହି ମଧ୍ୟ ଏହି କାର୍ଯ୍ୟ ଏତେ ଦିନ ପର୍ଯ୍ୟନ୍ତ ଲଟକି ରହି ନଥାଆନ୍ତା ଏବଂ ତିରିଶ କୋଟିରୁ 24ଶହ କୋଟି ପର୍ଯ୍ୟନ୍ତ କଥା ଯାଇ ନଥାଆନ୍ତା ।

ଦ୍ୱିତୀୟ କଥାଟି ହେଉଛି ଆଜି ହିନ୍ଦୁସ୍ଥାନରେ ପାଣିକୁ ନେଇ ପାଖ-ପଡ଼ୋଶୀ ରାଜ୍ୟମାନଙ୍କ ମଧ୍ୟରେ ଏଭଳି ଯୁଦ୍ଧ ଚାଲୁ ରହିଛି, ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ପଡ଼ି ରହିଛି । ପାଣି ବହି ଚାଲିଛି, ସମୁଦ୍ରକୁ ଚାଲି ଯାଉଛି । କିନ୍ତୁ ନିଜ ନିଜର ରାଜନୈତିକ କାରଣରୁ ଲଢ଼େଇ ଚାଲୁ ରହିଛି ।

ଆଜିର ଏହି ଘଟଣା ବିଶେଷ ଭାବେ ଦେଶକୁ ଧ୍ୟାନ ଦେବାକୁ ହେବ । ମୁଁ ବିହାରର ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ନିତିଶ କୁମାର ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ଝାଡ଼ଖଣ୍ଡର ମୋର ସାଥୀ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମହାଶୟଙ୍କୁ ଶୁଭେଚ୍ଛା ଜଣାଉଛି । ଯେ ଉଭୟ ସରକାର ମିଳିମିଶି, ଦୁଇ ରାଜ୍ୟ ସହିତ ଜଡ଼ିତ ଏହି ପ୍ରକଳ୍ପକୁ ସେ ସମ୍ପନ୍ନ କରିବା ଦିଗରେ ବୁଝିସୁଝି ପଦକ୍ଷେପ ଉଠାଇଛନ୍ତି ।

ମୁଁ ବିହାରରୁ ଆସିଥିବା ଆମର ସାଂସଦଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଝାଡ଼ଖଣ୍ଡର ମୋର ସାଂସଦଙ୍କୁ ଅଭିନନ୍ଦନ ଜଣାଉଛି । ଦୁଇଟି ଯାକ ରାଜ୍ୟର, ସାଂସଦମାନେ ମିଳିମିଶି ଯେତେବେଳେ ମଧ୍ୟ ମୋ ପାଖକୁ ଆସିଛନ୍ତି ଝାଡ଼ଖଣ୍ଡ ଏବଂ ବିହାରର ଦୁଇଟି ଯାକ ଦିଗ ସହିତ, ଏକା ସହିତ ଆସିଛନ୍ତି ଆଉ ଏହି ସମସ୍ୟା ଏହି ରାଜ୍ୟର…ସେହି ରାଜ୍ୟର ନୁହେଁ, ଏହା ହେଉଛି ଆମ ଦେଶର କୃଷକମାନଙ୍କର ସେମାନଙ୍କୁ ଏହାର ଲାଭ ମିଳିବା ଆବଶ୍ୟକ…ମିଳିମିଶି କରି ଏବଂ ଏ ସମସ୍ତ ଏମପିମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଯେ ଏହି ଏକ ଘଟଣାକୁ ନେଇ ସେମାନେ କେବେ ହେଲେ ଆରାମରେ ବସି ନାହାଁନ୍ତି, ନିଶ୍ଚିନ୍ତ ହୋଇ ଶୋଇ ପଡ଼ି ନାହାଁନ୍ତି । ଆପଣମାନଙ୍କ ଲାଗି ଏମାନେ ଦିନ-ରାତି ଦୌଡ଼ିଛନ୍ତି ଏବଂ ମୋତେ ମଧ୍ୟ ଦୌଡାଇଛନ୍ତି ଆଉ ଏଥିପାଇଁ ମୁଁ ଆଜି ଏହି ସାଂସଦମାନଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି ଆଉ ଏଥିପାଇଁ ଆଜି ଏହି ଡ୍ୟାମ ବା ବନ୍ଧ ନିର୍ମାଣ କରୁଛୁ । ତାସହିତ ଭାରତର ସଙ୍ଘୀୟ ବ୍ୟବସ୍ଥାକୁ ଏକ ନୂତନ ଶକ୍ତି ଦେବାର କାର୍ଯ୍ୟ ବିହାର ଏବଂ ଝାଡ଼ଖଣ୍ଡ ସରକାର ଦୁହେଁ ମିଳିମିଶି କରିଛନ୍ତି । ଏହା ହେଉଛି ମୋ ପାଇଁ ଏକ ବିଶେଷ ଗର୍ବର ବିଷୟ । ହେଉଛି ଆନନ୍ଦର ବିଷୟ । ଆଉ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଏଥିରୁ ବହୁତ କିଛି ଶିକ୍ଷା କରିବାକୁ ଅଛି । ଆଉ ଏଥିପାଇଁ ମୁଁ ବିଶେଷ ଭାବେ ସାଂସଦମାନଙ୍କୁ, ଦୁଇ ସରକାରଙ୍କୁ, ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟ ପୂର୍ବକ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଆଜି କିଛି ଲୋକ ଦେଶର କୃଷକମାନଙ୍କୁ ଋଣଛାଡ ନାମରେ ଭ୍ରମିତ କରୁଛନ୍ତି, କୃଷକମାନଙ୍କୁ ମିଛ କହୁଛନ୍ତି । ମୋତେ ଜଣାଅଛି ସେମାନେ କେବେ ମଧ୍ୟ ଉତ୍ତର କୋଏଲ ପ୍ରକଳ୍ପର ନାମ ଶୁଣି ନ ଥିବେ । ସେମାନଙ୍କୁ ତ ଏହା ମଧ୍ୟ ଜଣା ପଡିଲା ନାହିଁ କି କେୟଲ ହେଉଛି ପକ୍ଷୀର ନାମ କି ଡ୍ୟାମର ନାମ, କି ନଦୀର ନାମ, ଜଣା ହିଁ ପଡିଲା ନାହିଁ । ଯେତେବେଳେ ତାଙ୍କ ସରକାର କେନ୍ଦ୍ରରେ ଥିଲା ତ, ଏଭଳି ଲୋକମାନେ କେବେ ହେଲେ ମଧ୍ୟ ଖାତିର କଲେ ନାହିଁ କି ଦେଶରେ ଯେଉଁ ଜଳସେଚନ ପ୍ରକଳ୍ପ ସବୁ ବର୍ଷ ବର୍ଷ ଧରି ଅଟକି ରହିଛି, ଅଧାପନ୍ତରିଆ ହୋଇ ପଡି ରହିଛି ସେଗୁଡିକୁ ସଂମ୍ପୂର୍ଣ୍ଣ କରାଯାଉ ।

ଆପଣମାନେ ମୋତେ କୁହନ୍ତୁ…ଯେ ପ୍ରାୟତଃ ଅର୍ଦ୍ଧ ଶତାବ୍ଦୀ ଧରି ପଡି ରହିଥିବା ଏହି ସବୁ ପ୍ରକଳ୍ପ ଠିକ୍ ସମୟରେ ଯଦି ସଂମ୍ପୂର୍ଣ୍ଣ ହୋଇଥାଆନ୍ତା ତ, ଏ ଅଂଚଳର କୃଷକ କେବେ ଋଣଗ୍ରସ୍ତ ହୋଇଥାନ୍ତା କି… ହୋଇଥାନ୍ତେ କି… ତାକୁ ଋଣ ନେବାକୁ ପଡିଥାନ୍ତା କି… ସେ ଋଣଗ୍ରସ୍ତ ହୋଇଥାନ୍ତା କି… ତାକୁ ଆଗ ଆପଣ ଋଣ କରିବା ପାଇଁ ବାଧ୍ୟ କଲେ । ଋଣ ବିନା ତାହାର ବଂଚିବା ଅସମ୍ଭବ କରିଦେଲେ ଆଉ ଏବେ ରାଜନୀତି କରିବା ପାଇଁ ବାହାରି ପଡିଛନ୍ତି । ଭଲ ହୋଇଥାନ୍ତା ଯଦି କୃଷକଙ୍କ ପ୍ରତି ଟିକେ ହେଲେ ମଧ୍ୟ ସମ୍ବେଦନା ରହିଥାଆନ୍ତା… ଏଭଳି ସବୁ କାମକୁ ସମ୍ପୂର୍ଣ୍ଣ କରି ଦେଇ ଥାଆନ୍ତେ ତ ମୋର କୃଷକ କେବେ ମଧ୍ୟ ଋଣ ବୋଝରେ ବୁଡ଼ି ଯାଇ ନ ଥାଆନ୍ତା… ଆରେ ସେ ତ ଦୁନିଆକୁ ଋଣ ଦେବା ଭଳି ଶକ୍ତିଶାଳୀ ହୋଇଯାଇଥାନ୍ତା ।

ଭାଇ ଓ ଭଉଣୀମାନେ, ଯେତେବେଳେ ଆମ ସରକାର ଆସିଲେ ତ, କୃଷକଙ୍କ କ୍ଷେତରେ ପାଣି ପହଂଚାଇବାର କଷ୍ଟ ଆମେ ସହିଲୁ । ଯେତେବେଳେ ପୁରୁଣା ଅଧା ପନ୍ତରିଆ ଜଳସେଚନ ପ୍ରକଳ୍ପର ଦସ୍ତାବେଜ ବାହାର କରି ଆମେ ଦେଖିଲୁ ତ ଏଭଳି କାରନାମା ବିଷୟରେ ଜଣା ପଡିଲା କି ମୋ ଆଖି ଜଳକା ହୋଇଗଲା…ଖୋଲା ହିଁ ଖୋଲା ହୋଇ ରହିଗଲା । ଗୋଟିଏ ପ୍ରକାରରେ ଆଖି ଫୁଟିଗଲା.. ଏଭଳି କାର୍ଯ୍ୟ ଏମାନେ କରି ଯାଇଛନ୍ତି ।

ଆପଣ କଳ୍ପନା କରି ପାରିବେ କି, କେବଳ ଉତ୍ତର କୋଏଲ ପ୍ରକଳ୍ପ ନୁହେଁ, ଏଭଳି ଅନେକ ଜଳସେଚନ ପ୍ରକଳ୍ପ ଥିଲା, ଯେଉଁଠାରେ ବନ୍ଧ ତିଆରି ହୋଇ ସାରିଥିଲା… କେନାଲ ନିର୍ମାଣ ହୋଇ ନଥିଲା । କେନାଲ ତିଆରି ହୋଇ ସାରିଥିଲା ତ ବନ୍ଧକାମ ଅଧା ପଡ଼ିଥିଲା । ବନ୍ଧ ଏବଂ କେନାଲ ଦୁଇଟି ଯାକ ତିଆରି ହୋଇ ସାରିଥିଲା ତ ଏହାକୁ ଯୋଡ଼ିବାର କାର୍ଯ୍ୟ ହୋଇ ନଥିଲା । ଏଭଳି… କୌଣସି ଖାତିର ନଥିଲା, ଅର୍ଥ ଗଲା ତ ଗଲା, ଜମି ମଧ୍ୟ ଦିଆଗଲା ତ ଗଲା, କୃଷକ ମରୁଛନ୍ତି ତ ମରନ୍ତୁ । ଏହି କାମ କରୁଥିଲେ । କୃଷକମାନଙ୍କ ସହିତ, ଦେଶର ଜଳସେଚନ ପ୍ରକଳ୍ପ ସହିତ ଏହିଭଳି ଅନ୍ୟାୟ କରାଯାଉଥିଲା ।

ମୁଁ ସମଗ୍ର ଦେଶରେ ଏହିଭଳି ବଡ଼ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କଲି, ବଜେଟରେ ଅର୍ଥର ବ୍ୟବସ୍ଥା କଲି ଆଉ ପୁଣି ଆରମ୍ଭ କରାଗଲା, ପ୍ରଧାନମନ୍ତ୍ରୀ ସିଚାଁଇ ପରିଯୋଜନା । ଆଜି ଏହି ପରିଯୋଜନା ଯୋଗୁଁ ଦେଶର ସେହି 99ଟି ବଡ଼ ବଡ଼ ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଉଛି । ଯାହା 30-30, 40-40 ବର୍ଷ ଧରି ଅଟକି ରହିଥିଲା, ଫାଇଲ ମଧ୍ୟ ହଜି ଯାଇଥିଲା ।

ସାଥୀଗଣ, ଆପଣମାନେ ଜାଣନ୍ତି ଯେ ଆମେ ଏଥିପାଇଁ କେତେ ଧନରାଶି ଖର୍ଚ୍ଚ କରୁଛେ । ମୁଁ ଆପଣମାନଙ୍କୁ ଜଣାଉଛି.. ପାଖାପାଖି ପ୍ରାୟ 90 ହଜାର କୋଟି ଟଙ୍କା ଅର୍ଥାତ ଗୋଟିଏ ପ୍ରକାରରେ ଏକ ଲକ୍ଷ କୋଟି ଟଙ୍କା… ଏହା ହେଉଛି ଆମର କାର୍ଯ୍ୟ କରିବାର ଶୈଳୀ ।

ଭାଇ ଓ ଭଉଣୀମାନେ, ଯଦି ମୋତେ ରାଜନୀତି କରିବାର ଥାଆନ୍ତା, ଯଦି ମୋତେ କୃଷକମାନଙ୍କୁ ଭୋଟବ୍ୟାଙ୍କର ଅଂଶ ଭାବେ ରଖିବାକୁ ଥାଆନ୍ତୋ ତ ମୋ ପାଇଁ ଏହା ବହୁତ ସରଳ ହୋଇଥାଆନ୍ତା । ଏହି ଏକ(1) ଲକ୍ଷ କୋଟି ଟଙ୍କାର ଏତେ ସବୁ ପ୍ରକଳ୍ପ ପଛରେ ପରିଶ୍ରମ କରିବାର କଣ ଆବଶ୍ୟକତା ଥିଲା । ଦିନ-ରାତି ଏକ କରି ପଚରାଉଚୁରା କରିବାର କଣ ଆବଶ୍ୟକତା ଥିଲା, ବାବୁମାନଙ୍କୁ ଦୌଡ଼ାଇବାର କଣ ଆବଶ୍ୟକତା ଥିଲା ।  ସିଧାସଳଖ ଭାବେ 1 ଲକ୍ଷ କୋଟି ଟଙ୍କା କୃଷକମାନଙ୍କୁ ଋଣ ଛାଡ଼ କରି ବାସ୍ ବାଂଟି ଦେଇଥାଆନ୍ତୁ । କିନ୍ତୁ ମୁଁ କୃଷକମାନଙ୍କୁ ଭ୍ରମିତ କରିବାର ରାସ୍ତା ବାଛିଲି ନାହିଁ । ପାପ କରିଲି ନାହିଁ । ଋଣଛାଡ଼ ତ ଗୋଟିଏ ପିଢି ପାଇଁ ହୋଇ ଯାଇଥାଏ, ଏକ ବର୍ଷ ପାଇଁ ହୋଇଯାଇଥାଏ, କିନ୍ତୁ 1 ଲକ୍ଷ କୋଟି ଟଙ୍କାରେ ଯେଉଁ ପାଣି ଆସିବ ତାହା ଆଗାମୀ ଶତାବ୍ଦୀ ଧରି ଲୋକଙ୍କର ମଙ୍ଗଳ କରିବ । କୃଷକମାନଙ୍କର 5-5, 25-25 ପିଢିର ଲାଭ କରିବ । ସେମାନେ କେବେ ଋଣଗ୍ରସ୍ତ ନ ହୁଅନ୍ତୁ । ସେମାନଙ୍କୁ ଏହି ଶକ୍ତି ମିଳୁ, ଏହି କାର୍ଯ୍ୟ ଆମେ କରିଛୁ । ଆମେ ସେହି ଭୋଟବ୍ୟାଙ୍କର ରାଜନୀତି କଲୁ ନାହିଁ ଆମେ ଆମର କୃଷକମାନଙ୍କୁ ସମୃଦ୍ଧ କରିବାର କାର୍ଯ୍ୟ କରିଛୁ । ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ, ଏହି ନିର୍ବାଚନ ଜିତିବାର ଯେଉଁ ଖେଳ ଚାଲିଛି, ସେହି ଖେଳର ପରିଣାମ ହେଉଛି କି ସେମାନେ କୃଷକମାନଙ୍କୁ ଋଣଗ୍ରସ୍ତ କରି ରଖିଲେ । ସେମାନେ ଯୁବକମାନଙ୍କୁ ଆବେଦକ କରି ରଖଛନ୍ତି । ସେମାନେ ମାଆ-ଭଉଣୀମାନଙ୍କୁ ଅସୁରକ୍ଷିତ କରିରଖିଛନ୍ତି । ସେମାନେ ସମସ୍ତ କାର୍ଯ୍ୟକୁ ଏଭଳି ବ୍ୟବସ୍ଥା କରି ରଖିଲେ କି ଲୋକମାନେ ସରକାରଙ୍କ ଭରସାରେ ରହିଲେ, ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ମୁଁ ପ୍ରୟାସ କରୁଛି ।

ଦେଶ ସରକାରଙ୍କ ଦ୍ୱାରା ନୁହେଁ, ଦେଶବାସୀଙ୍କ ଦ୍ୱାରା ହିଁ ଚଳିବା ଦରକାର । ଦେଶ ଆମମାନଙ୍କ ଦ୍ୱାରା ନୁହେଁ ଆପଣମାନଙ୍କ ପାଇଁ ହେବା ଦରକାର, ଆପଣମାନଙ୍କ ଶକ୍ତିର ଭରସାରେ ଚାଲିବା ଦରକାର । ଏହି ଲକ୍ଷ୍ୟ ରଖି ଆମେ କାର୍ଯ୍ୟ କରୁଛୁ ।

ଭାଇ ଓ ଭଉଣୀମାନେ, ସରକାରଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଆଜି ଅନେକଗୁଡ଼ିଏ ଯୋଜନା ସଂପୂର୍ଣ୍ଣ ହୋଇଛି ଆଉ ମୁଁ ଅଧିକାଂଶ ଭାବେ ଦେଖୁଛି କି ବହୁତଗୁଡ଼ିଏ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଯାଇଛି । ଆଉ ଶେଷ ପର୍ଯ୍ୟାୟରେ ହିଁ ଏହିଭଳି କଥାକୁ ନେଇ ପୂର୍ବର ସରକାର ଯେଉଁ କୃଷକମାନଙ୍କୁ ଭୋଟବ୍ୟାଙ୍କ ଭାବୁଥିଲେ, ଆଉ ଆମ ସରକାର କୃଷକମାନଙ୍କୁ ଅନ୍ନଦାତା ବୋଲି ଭାବୁଛନ୍ତି । ଏହାର ସିଧାସଳଖ ପ୍ରଭେଦ ରହିଛି । ଆପଣମାନଙ୍କୁ ଏହି ପ୍ରଭେଦ…ଏହି ଟିଭିର ଶୀତତାପ ନିୟନ୍ତ୍ରିତ ଗୃହରେ ବସିଥିବା ଲୋକମାନଙ୍କଠାରୁ କେବେ ଜଣା ପଡ଼ିବ ନାହିଁ । ସମ୍ବାଦପତ୍ରର ମୁଖ୍ୟ ଖବରରୁ ଜଣା ପଡ଼ିବ ନାହିଁ ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, କୃଷକମାନଙ୍କୁ ଶକ୍ତିଶାଳୀ କରିବା ଏହି ପଥରେ ଚାଲିବାର ଅଛି ଆଉ ଆମେ କେବଳ ଆଉ କେବଳ ନିଜର କର୍ମ ଆଉ ଆପଣମାନଙ୍କର କର୍ତ୍ତବ୍ୟ ହେଉଛି କୃଷକଙ୍କର ସେବା କରିବା, ଦେଶର ସେବା କରିବା ଏହାକୁ ଆମର ଧର୍ମ ମାନି ଆମେ କାର୍ଯ୍ୟ କରୁଛୁ ।

ସାଥୀଗଣ, ଆମ ସରକାର ଚାଷବାସ ଆଉ କୃଷକଙ୍କୁ ସଶକ୍ତ କରିବା ପାଇଁ ଏକ ନୂତନ ଚିନ୍ତାଧାରାର ସହିତ ଆଗକୁ ବଢ଼ୁଛନ୍ତି । ଆମର ପ୍ରୟାସ ହେଉଛି ବିହନଠାରୁ ବଜାର ପର୍ଯ୍ୟନ୍ତ ନୂତନ ବ୍ୟବସ୍ଥା କରି କୃଷକମାନଙ୍କୁ ସୁଦୃଢ଼ କରିବା ।

ଭାଇ ଓ ଭଉଣୀମାନେ, ଦେଶର ସମସ୍ତ ସରକାର ସ୍ୱାଧୀନତା ପରେ ହିଁ ନିଜର ବୁଦ୍ଧି ଏବଂ କ୍ଷମତା ହିସାବରେ କାର୍ଯ୍ୟ କରିଛନ୍ତି । କେହି ନାମ ଉପରେ ଧ୍ୟାନ ଦେଇଛନ୍ତି ତ କେହି କାମ ଉପରେ ଧ୍ୟାନ ଦେଇଛନ୍ତି । ଆଜି ଏଠାରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅଧୀନରେ 25 ହଜାର ଲୋକଙ୍କୁ ନୂତନ ଘର ମିଳିଛି । ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ ଏହି ଯୋଜନା ବିଷୟରେ ଏକ ଉଦାହରଣ ଦେବାକୁ ଚାହୁଁଛି । ସାଥୀଗଣ, ସାଢ଼େ ଚାରି ବର୍ଷ ପୂର୍ବେ ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାରଙ୍କୁ ଆପଣ ସମସ୍ତେ ସୁଯୋଗ ଦେଇଥିଲେ ତ ଆମେ ଦେଶର ଗରିବମାନଙ୍କୁ ଘର ନଥିବା ଲୋକମାନଙ୍କୁ ଏକ ପ୍ରତିଶ୍ରୁତି ଦେଇଥିଲୁ । ପ୍ରତିଶ୍ରୁତି ଥିଲା କି 2022 ସୁଦ୍ଧା ଦେଶର ଗାଁ ହେଉ ଅବା ସହର ଦେଶବାସୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେବାର ପ୍ରୟାସ କରାଯିବ । ଏହି ପ୍ରୟାସରେ ଆମ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଛନ୍ତି । ସହର ଗୁଡିକ ପାଇଁ ଭିନ୍ନ, ଗାଁ ଗୁଡିକ ପାଇଁ  ଭିନ୍ନ, ଯେତେବେଳେ ଆମେ ଏହି ଯୋଜନା ଆରମ୍ଭ କଲୁ ସେତେବେଳେ ଏହି ପ୍ରଶ୍ନ ଏଠିଲା କି ଏଭଳି ଯୋଜନା ତ ପୂର୍ବରୁ ମଧ୍ୟ ଥିଲା ଆପଣ ଏହା ବ୍ୟତୀତ ଭିନ୍ନ କଣ କରିବେ, କିପରି କରିବେ ଆପଣ ତ, କେବଳ ନାମ ବଦଳାଉଛନ୍ତି, ବୋଧହୁଏ ନାମ ବଦଳାଇବାରୁ ସେମାନେ ବିଚଳିତ ହୋଇ ଯାଇଥିବେ । କିନ୍ତୁ ଏହି ଯୋଜନାରେ ପ୍ରକୃତ ପରିବର୍ତ୍ତନ କଣ ହେଲା, କିପରି ହେଲା, ଏହାର ପ୍ରଭାବ କଣ ରହିଲା ଏହା ମୁଁ ଆଜି ଆପଣମାନଙ୍କ ମାଧ୍ୟମରେ ଝାଡଖଣ୍ଡର ପବିତ୍ର ମାଟିରୁ ଦେଶର ପ୍ରତ୍ୟେକ ଗରିବଙ୍କ ପାଖରେ ପହଂଚାଇବାକୁ ଚାହୁଁଛି ।

ଭାଇ ଓ ଭଉଣୀମାନେ, ଆମ ଦେଶରେ ଗରିବଙ୍କୁ ଘର ଯୋଗାଇ ଦେବାର ଯୋଜନା ପୂର୍ବରୁ ମଧ୍ୟ ଚାଲୁଥିଲା । କିନ୍ତୁ ତାହା କୌଣସି ପରିବାର ନାମରେ ଯୋଜନା ଚାଲୁଥିଲା ସେଥିରେ ଘର ଚିନ୍ତା କମ୍ ରହୁଥିଲା ପରିବାରର ନାମ ବଂଚାଇ ରଖିବା ପାଇଁ ଚିନ୍ତା ହେଉଥିଲା । ଆମେ ଆସି ପରିବର୍ତ୍ତନ ଆଣିଲୁ…ଆମେ ନରେନ୍ଦ୍ର ମୋଦୀ ଆବାସ ଯୋଜନା କଲୁ ନାହିଁ, ଆମେ ନମୋ ଆବାସ ଯୋଜନା କଲୁ ନାହିଁ, ଆମେ ରଘୁବର ଦାସ ଆବାସ ଯୋଜନା କଲୁ ନାହିଁ, ଆମେ ସରଳ ଭାବରେ କହିଦେଲୁ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଯେତେବେଳେ ଯିଏ ମଧ୍ୟ ପ୍ରଧାନମନ୍ତ୍ରୀ ଆସିବେ ସେ ତାହାକୁ ଆଗକୁ ବଢାଇବେ । ନାମ ପାଇଁ କଳି, ନାମ ପାଇଁ ନୁହେଁ କାମ ହେବା ଦରକାର ।

ମୁଁ ଜାଣିବାକୁ ଚାହୁଁଛି ଏଠାରେ କାହାର ମନେ ନ ଥିବ କି ପୂର୍ବରୁ ଯେଉଁ ବଡ଼ ବଡ଼ ନେତାଙ୍କ ନାମରେ ଯୋଜନାଗୁଡିକ ଚାଲୁଥିଲା ସେହି ସବୁ ଘର କେଉଁଠାରେ ଅଛି… କାଗଜରେ ବା ଦସ୍ତାବେଜରେ ଦେଖିବାକୁ ମିଳିବ…ମାଟି ଉପରେ ଦେଖିବାକୁ ମିଳିବ ନାହିଁ । ଏହି ସବୁ ଟଙ୍କା କୁଆଡେ ଗଲା…ସେ ଲୋକମାନେ କୁଆଡେ ଗଲେ, ସେ ଘର ସବୁ କୁଆଡେ ଗଲା, କୁଆଡେ ଗଲା ସେ ଟଙ୍କା, ଏହି ଖେଳ ଚାଲୁଥିଲା ଭାଇ ଓ ଭଉଣୀମାନେ । ପୂର୍ବ ଯୋଜନା ଗୁଡିକରେ କଣ- କଣ ହେଉଥିଲା । ଯେତେବେଳେ ପର୍ଯ୍ୟନ୍ତ ସେମାନଙ୍କ ଖାସ୍ ଲୋକମାନଙ୍କୁ ତାଙ୍କ ଆଖ ପାଖରେ ଥିବା ଚେଲା- ଚାମୁଣ୍ଡାଙ୍କୁ ଦକ୍ଷିଣା ଦେବେ ନାହିଁ ସେ ପର୍ଯ୍ୟନ୍ତ ଆପଣଙ୍କ ନାମ ମଧ୍ୟ ସ୍ଥିର ହେଉ ନ ଥିଲା ।

ସାଥୀଗଣ, ଦେଶରେ ପୂର୍ବରୁ ଯେଉଁ ଆବାସ ଯୋଜନା ଥିଲା ସେଥିରେ ଘର କିପରି ମିଳିବ, କିପରି ମିଳିବ ଏହାର ଚୟନ ପ୍ରକ୍ରିୟାରେ ବଡ଼ ବଡ଼ ଖେଳ ହେଉଥିଲା । ଦଲାଲୀ ହେଉଥିଲା । ମୁଁ ସାର୍ବଜନିକ ଭାବେ ପଚାରୁଛି । ଏ ଯେଉଁ ପ୍ରମାଣପତ୍ର ମୋତେ ମେତେ ଦେଖାଉଥିଲେ,25ହଜାର ଲୋକଙ୍କୁ ଘର ମିଳିଛି ସେହି ଲୋକମାନେ ବସିଛନ୍ତି । ମୁଁ ଆପଣମାନଙ୍କୁ ପଚାରିବା ପାଇଁ ଚାହୁଁଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଆପଣମାନଙ୍କୁ କାହାକୁ  ଲାଂଚ ଦେବାକୁ ପଡିଛି, ଜୋରରେ କୁହନ୍ତୁ, ସେହି ପ୍ରମାଣପତ୍ର ଉପରକୁ କରି କୁହନ୍ତୁ ଦେବାକୁ ପଡିଛି କି… କାହାକୁ ଅର୍ଥ ଦେବାକୁ ପଡିଛି କି, କେହି ଆପଣମାନଙ୍କୁ ଅର୍ଥ ମାଗିଛନ୍ତି ।

ମୁଁ ସାରା ଦେଶର ଲୋକଙ୍କୁ କହିବାକୁ ଚାହୁଁଛି । ଦଲାଲମାନଙ୍କର ଆମର ଏଠି କୌଣସି ସ୍ଥାନ ନାହିଁ, ମଧ୍ୟସ୍ଥିମାନଙ୍କର କୌଣସି ସ୍ଥାନ ନାହିଁ । ଆଉ ଏଥିପାଇଁ ବ୍ୟାଙ୍କରେ ଗରିବଙ୍କ ଖାତାରେ ସିଧାସଳଖ ଅର୍ଥ ଜମା କରାଯାଉଛି । ନାମ ସ୍ଥିର କରିବା ପାଇଁ ମଧ୍ୟ ଆମେ ବୈଜ୍ଞାନିକ ପଦ୍ଧତି ଆପଣାଇଛୁ । 2011 ଜନଗଣନା ଆଧାରରେ ଆମେ ପ୍ରଥମେ ତ ବିପିଏଲ ତାଲିକା ଆଉ ତାହା ବଧ୍ୟ ବଦଳୁଥିଲା । ଲୋକ ଅଭିଯୋଗ କରୁଥିଲେ କି ମୋ ନାମ ନାହିଁ । ପୂର୍ବରୁ ଥିଲା କିନ୍ତୁ ଏବେ କଟି ଯାଇଛି । ତାହା ଏଇଥି ପାଇଁ କଟିଯାଉଥିଲା କାରଣ ସେ ମଧ୍ୟସ୍ଥି ଅବା ଦଲାଲ ପକେଟରେ କିଛି ପକାଉ ନ ଥିଲା । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସର୍ବ ପ୍ରଥମେ ଆମେ ଏହି ଅବ୍ୟବସ୍ଥାରେ ସଂସ୍କାର ଆଣିଲୁ ।

ଏବେ ଗାଁରେ କାହାକୁ ଘର ମିଳିବ ତାହା 2011ରେ ଯେଉଁ ଜନଗଣନା ହୋଇଥିଲା ତାହା ଆଧାରରେ ଗ୍ରାମ ସଭା ଦ୍ୱାରା ସ୍ଥିର କରାଯାଉଛି । ଏତିକି ହିଁ ନୁହେଁ ଯଦି କୌଣସି କାରଣରୁ କାହାର ନାମ ସେହି ତାଲିକାରେ ନ ଥାଏ, କାହାର କୌଣସି ଅଭିଯୋଗ ଅଛି ତ, ତାକୁ ମଧ୍ୟ ଆବେଦନ କରିବାର ସମ୍ପୂର୍ଣ୍ଣ ସୁଯୋଗ ଦିଆଯାଉଛି ।

ଏବେ ଘର ଆବଂଟନରେ ଆହୁରି ଅଧିକ ପାରଦର୍ଶୀତା ଆଣିବା ପାଇଁ ଆମ ସରକାର ଏହା ସ୍ଥିର କରିଛନ୍ତି କି ଯେଉଁମାନଙ୍କୁ ଘର ଦିଆଯାଉଛି ସେମାନଙ୍କ ତାଲିକାକୁ ଗ୍ରାମ ପଂଚାୟତର କାନ୍ଥରେ ଲଗାଯାଉ । ସମ୍ପୂର୍ଣ୍ଣ ଗାଁ କୁ ଜଣାପଡିବା ଦରକାର କି ଏହି ଲୋକ ଘର ପାଇବାକୁ ଯୋଗ୍ୟ ଅଟନ୍ତି ଆଉ ସେମାନଙ୍କୁ  ଘର ମିଳିବାକୁ ଯାଉଛି । ଅର୍ଥାତ ପ୍ରତ୍ୟେକ ସ୍ତରରେ ଆମର ଏହି ପ୍ରୟାସ ରହିଛି କି ଗରିବଙ୍କୁ ଘର ମିଳୁ ଯେତେବେଳେ କି ପୂର୍ବରୁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଥିଲା କି ଗରିବଙ୍କ ନାମ କଟୁ, ତାଲିକାରୁ ନାମ ବାଦ ପଡୁ ଏବଂ ଦଲାଲଙ୍କ ପକେଟ ଭର୍ତ୍ତି ହେଉଥାଉ । ଏହି କାରବାର ହେଉଥିଲା ।

ଭାଇ ଓ ଭଉଣୀମାନେ, ପୁରୁଣା ଯୋଜନାରୁ ଭିନ୍ନ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମେ କରିଛୁ, ଆଜି ଯେଉଁମାନଙ୍କୁ ଘର ମିଳିଛି ସେମାନେ ମଧ୍ୟ ଏହାର ସାକ୍ଷୀ ଅଛନ୍ତି କି ପ୍ରଥମେ ଏଠାରେ ହିତାଧିକାରୀମାନଙ୍କର ଅନ୍-ଲାଇନ୍ ପଞ୍ଜିକରଣ ହୁଏ ଆଉ ପୁଣି ତାଙ୍କର ବ୍ୟାଙ୍କ ଖାତାରେ ଉଲ୍ଲେଖ କରାଯାଏ । ଏହା ମଧ୍ୟ ଏଥିପାଇଁ କରାଯାଏ ଫଳରେ ହିତାଧିକାରୀଙ୍କ ଖାତାରେ ସିଧା ଟଙ୍କା ହସ୍ତାନ୍ତର କରିବାରେ କୌଣସି ଅସୁବିଧା ନ ଆସୁ ।

ଭାଇ ଓ ଭଉଣୀମାନେ, ପୂର୍ବରୁ ଯୋଜନାରେ ସ୍ଥିତି ଏହା ରହୁଥିଲା କି ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ବ୍ୟାଙ୍କ ଖାତା ରହୁଥିଲା । ଯେଉଁଠାରୁ ହିତାଧିକାରୀଙ୍କୁ ଟଙ୍କା ଦିଆ ଯାଉଥିଲା ଏହି କାରଣରୁ ଅଧିକାଂଶ ସମୟରେ ସେମାନଙ୍କର ଟଙ୍କା ଅଟକି ଯାଉଥିଲା । ଏବେ ଆମେ ରାଜ୍ୟ ସ୍ତରରେ ଆମେ କେବଳ ଗୋଟିଏ ଖାତା କରିଦେଇଛୁ ଯେଉଁଠାରୁ ହିତାଧିକାରୀଙ୍କର ସମସ୍ତ ଅର୍ଥ ହସ୍ତାନ୍ତର କରାଯାଉଛି । ଅର୍ଥାତ ଘର ପାଉଥିବା ଲେକଙ୍କର ଆଉ ଏକ ଅସୁବିଧା ଦୂର କରିବା ପାଇଁ ଆମେ ପ୍ରୟାସ କରିଛୁ ।

ଏବେ ଆସିବା ଘର ନିର୍ମାଣର ଅନୁଧ୍ୟାନ ବିଷୟକୁ… ପୂର୍ବ ଯୋଜନାରେ କିଭଳି ଘର ନିର୍ମାଣ ହେଉଥିଲା, ଆପଣମାନେ ମଧ୍ୟ ଦେଖିଥିବେ ସେମାନଙ୍କର ଏପରି ଖରାପ ଅବସ୍ଥା ହେଉଥିଲା କି ଘର ମିଳିବା ପରେ ମଧ୍ୟ ଲୋକମାନେ ସେଠାକୁ ଯିବାକୁ ପ୍ରସ୍ତୁତ ନଥିଲେ । ଏହି ସ୍ଥିତି ଏଥିପାଇଁ ଥିଲା କାରଣ ପୂର୍ବ ଯୋଜନାରେ ସଠିକ ଭାବେ ଅନୁଧ୍ୟାନର ପଦ୍ଧତି ନଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ ହେଉଥିବା ଘରର ଉନ୍ନତ ମାନ ଉପରେ ଦୃଷ୍ଟି ରଖିବା ପାଇଁ ଆମେ ନୂତନ ବ୍ୟବସ୍ଥା ପ୍ରତିଷ୍ଠା କଲୁ ।

ଏବେ ଯେଉଁ ଘର ତିଆରି ହେଉଛି ସେଥିରେ ନିର୍ମାଣ ସମୟରେ ତିନୋଟି ଭିନ୍ନ ଭିନ୍ନ ସ୍ତରରେ ଫଟୋ ଉଠାଯାଉଛି । ତାହାର ଜିଓଟ୍ରାକିଂ କରାଯାଉଛି । ଅର୍ଥାତ କେଉଁ ତାରିଖରେ ଫଟୋ ନିଆଗଲା, କେଉଁଠାରେ ନିଆଗଲା ଏହି ସମସ୍ତ ତଥ୍ୟ ସଠିକ ଭାବେ ଜମା କରାଯାଉଛି । କେବଳ ଏତିକି ହିଁ ନୁହେଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ଏହା ମଧ୍ୟ ବନ୍ଦୋବସ୍ତ କରାଯାଇଛି କି ଏହି ଫଟୋକୁ କେହି ମଧ୍ୟ ଦେଖିପାରିବେ ।

ଭାଇ ଓ ଭଉଣୀମାନେ, ପ୍ରଥମେ ଯେଉଁ ଘର ମିଳୁଥିଲା ସେଥିରେ କେବଳ ମାତ୍ର ଚାରିକାନ୍ଥ ରହୁଥିଲା । ଏବେ ଯେଉଁ ଘର ମିଳୁଛି ସେଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାଗୁଡିକ ରହିଛି ଯାହା ଗୋଟିଏ ପରିବାର ପାଇଁ ଆବଶ୍ୟକ ହୋଇଥାଏ । ବିଜୁଳି ସଂଯୋଗ, ରୋଷେଇ ଗ୍ୟାସ ସଂଯୋଗ, ଶୌଚାଳୟ ଏହି ସମସ୍ତ ସୁବିଧାଗୁଡିକ ଘର ସହିତ ହିଁ ମିଳୁଛି । ଏହା ବ୍ୟତୀତ ଆଉ ଏକ ବଡ଼ କାର୍ଯ୍ୟ କରାଯାଇଛି । ଆମେ ଘରର ଡିଜାଇନକୁ ନେଇ… ପ୍ରଥମେ ଛୋଟ-ଛୋଟ ଘର ତିଆରି ହେଉଥିଲା ଆମେ ଟିକେ ତାହାର କ୍ଷେତ୍ରଫଳ… ପରିସର ବଢାଇ ଦେଲୁ ଯେଉଁମାନଙ୍କୁ ଘର ମିଳୁଛି, ସେମାନଙ୍କ ପାଇଁ ଡିଜାଇନର ଅନେକ ବିକଳ୍ପ ଉପଲବ୍ଧ କରାଯାଉଛି । ଏହା ପ୍ରୟାସ କରାଯାଉଛି କି ସ୍ଥାନୀୟ ସାମଗ୍ରୀର ବ୍ୟବହାର କରି କମ୍ ଖର୍ଚ୍ଚରେ ଆଧୁନିକ କୌଶଳ ଉପଯୋଗ କରି ନୂତନ ଡିଜାଇନର ଘର ଲୋକଙ୍କୁ ଦିଆଯାଉ ।

ସାଥୀଗଣ, ଆଜି ଯାହା ମୁଁ ଆପଣମାନଙ୍କୁ କହୁଛି ତାହା ହେଉଛି ଏଠାରେ ଉପସ୍ଥିତ ହଜାର ହଜାର ଲୋକଙ୍କର ନିଜସ୍ୱ ଅନୁଭବ କିନ୍ତୁ ଦେଶରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ବିଷୟରେ ଜାଣିବାକୁ ମଧ୍ୟ ଚାହୁଁ ନାହାନ୍ତି, ଏବେ ସେମାନଙ୍କୁ ଜଣାଇବା ଏବଂ ଜାଗ୍ରତ କରିବାର ସମୟ ଆସିଯାଇଛି । ଆଜି ଯେଉଁ ଲୋକମାନେ ମୋ ଉପରକୁ କାଦୁଅ ଫିଙ୍ଗୁଛନ୍ତି ଯେତେବେଳେ ସେମାନେ ସରକାରରେ ଥିଲେ ତ, ସେମାନେ ନିଜର ପାଂଚ ବର୍ଷ ସମୟରେ ଗରିବଙ୍କ ପାଇଁ ପାଂଚ ବର୍ଷରେ ଟିକେ ମନେ ରଖିବେ ପରିସଂଖ୍ୟାନ ମୁଁ କହୁଛି, ମନେ ରଖିବେ ଯାହା ମୁଁ କହୁଛି, ଭଲଭାବେ ମନେ ରଖିବେ । ଯେତେବେଳେ ସେମାନଙ୍କର ସରକାର ଥିଲା । ମାଡମ୍ ଯେତେବେଳେ ରିମୋର୍ଟ କଂଟ୍ରୋଲରେ ସରକାର ଚଳାଉଥିଲେ ସେତେବେଳେ ଗରିବମାନଙ୍କ ପାଇଁ ଗାଁରେ ପାଂଚ ବର୍ଷରେ କେବଳ 25 ଲକ୍ଷ ଘର ତିଆରି ହେଉଥିଲା ଆଉ ଏବେ ଯେତେବେଳେ ଏହି ସେବକ ଆସିଛି ନା, ଆପଣମାନଙ୍କ ସେବା ପାଇଁ ମୋଦୀ ଆସିଛି ନା… ଏହି ସେବକ ପାଂଚ ବର୍ଷରେ ଅବା ତାଠାରୁ କମ୍ ସମୟରେ 1 କୋଟି 25 ଲକ୍ଷ ଘର ନିର୍ମାଣ କରିଦେଇଛି…1 କୋଟି 25 ଲକ୍ଷ ଅର୍ଥାତ  ସେମାନଙ୍କ ପାଂଚ ବର୍ଷରେ ଯେତିକି ଘର ନିର୍ମାଣ ହୋଇଥିଲା ତାଠାରୁ ପାଂଚ ଗୁଣ ଅର୍ଥାତ ଆମେ ଯେତେ କାର୍ଯ୍ୟ କରିଛୁ ସେତିକି କରିବା ପାଇଁ ତ, ସେମାନଙ୍କୁ ଆହୁରି 25 ବର୍ଷ ଲାଗିଯାଇଥାନ୍ତା, ଅର୍ଥାତ ଆପଣଙ୍କ ପିଲା, ପିଲାମାନଙ୍କର ପିଲା ମଧ୍ୟ ବଡ଼ ହୋଇଯାଇଥିବେ କିନ୍ତୁ ଆପଣମାନେ ନୂଆଣିଆଁ ଚାଳଘରେ ଝୋପଡିରେ ହିଁ ଜୀବନ ବିତାଉଥାନ୍ତେ ।

କେବଳ ଏତିକି ହିଁ ନୁହେଁ ଏହା ହେଉଛି ଆମର କାର୍ଯ୍ୟ କରିବାର ଶୈଳୀ, ପୂର୍ବ ସରକାର ସମୟରେ ଯେଉଁଠାରେ ଗୋଟିଏ ଘର ନିର୍ମାଣ କରିବା ପାଇଁ ପଖାପାଖି 18 ମାସ ଲାଗୁଥିଲା ଏବେ ଯେଉଁ ପ୍ରକାରର ଟେକ୍ନୋଲଜି, ଯେଉଁ ପ୍ରକାରର ସାଧନ, ଯେଉଁ ପ୍ରକାରର ବ୍ୟବସ୍ଥାକୁ ଆମେ କାର୍ଯ୍ୟକାରୀ କରୁଛୁ 18 ମାସରୁ ଅଧିକ ସମୟ ପୂର୍ବରୁ ଲାଗୁଥିଲା, ଆଜି 12 ମାସରୁ ମଧ୍ୟ କମ୍ ସମୟରେ ସେ ନିଜ ଘରକୁ ରହିବାକୁ ଚାଲି ଯାଉଛି । ଆଉ ଭାଇ ଓ ଭଉଣୀମାନେ, ଆମ ଦେଶରେ ଘର ଅଛି ତ ପୁରୁଷଙ୍କ ନାମରେ ଅଛି, ଗାଡି ଅଛି ତ ପୁରୁଷଙ୍କ ନାମରେ ଅଛି, ଜମିବାଡି ଅଛି ତ ପୁରୁଷଙ୍କ ନାମରେ ଅଛି, ଦୋକାନ ଅଛି ତ ପୁରୁଷଙ୍କ ନାମରେ ଅଛି, ଯାହା କିଛି ମଧ୍ୟ ଅଛି ପୁରୁଷଙ୍କ ନାମରେ ଆଉ ପୁରୁଷ ଲୋକଙ୍କର ମୃତ୍ୟୁ ହୋଇଯାଏ ତ, ତାଙ୍କ ପୁଅଙ୍କ ନାମରେ, ବିଚାରି ମାଆ ନାମରେ କିଛି ହିଁ ନ ଥାଏ । ଆମେ ସ୍ଥିର କଲୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେହି ପରିବାରର ଯେଉଁ ମୁଖ୍ୟ ମହିଳା ଅଛନ୍ତି ତାଙ୍କ ନାମରେ ଦିଆଯିବ । ମୋ ମାଆ- ଭଉଣୀମାନେ ଶକ୍ତିଶାଳୀ ହୁଅନ୍ତୁ…ସେମାନଙ୍କ ଖାତାରେ ଅର୍ଥ ଜମା ହେବ । ଏ ଯେଉଁ ଗୃହ ତିଆରି ହେଉଛି ତା ପଛରେ ଏହା ମଧ୍ୟ କାରଣ ଅଛି କି ଟଙ୍କା ଏପଟ ସେପଟ ହେଉ ନାହିଁ, ଭଉଣୀମାନେ ଧ୍ୟାନ ଦେଇ ଘର ତିଆରି କରୁଛନ୍ତି ।

ଦେଶରେ ଯେଉଁମାନଙ୍କର ବାସଗୃହ ନାହିଁ, ସେମାନଙ୍କୁ ଘର ଯୋଗାଇଦେବା ପାଇଁ ଆମେ ହେଉଛୁ ପ୍ରତିଶ୍ରୁତିବଦ୍ଧ, କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି, ଏବେ ମଧ୍ୟ ଯେଉଁମାନଙ୍କୁ ଘର ଦେବାର ଅଛି । ଯେଉଁମାନଙ୍କୁ ଘର ମିଳି ନାହିଁ ସେମାନଙ୍କୁ ମୁଁ ବିଶ୍ୱାସ ଦେଉଛି । ଆମେ କରି ଦେଖାଇଛୁ ପାଂଚ ଗୁଣ ଦ୍ରୁତ ଗତିରେ କାର୍ଯ୍ୟ ସାଢେ ଚାରି ବର୍ଷରେ କରି ଦେଖାଇଛୁ । 2022ରେ ବାସଗୃହର କାର୍ଯ୍ୟ ସମ୍ପୁର୍ଣ୍ଣ କରିବାର ଲକ୍ଷ୍ୟରେ ଗତି କରୁଛୁ । ଯେଉଁମାନଙ୍କୁ ମିଳି ନାହିଁ ସେମାନଙ୍କୁ ମଧ୍ୟ ବାସଗୃହ ଏହି ବିଶ୍ୱାସ ମୁଁ ଆଜି ଦେବାକୁ ଚାହୁଁଛି । ମୋ ସମ୍ମୁଖରେ ଏଭଳି ଅନେକ ଭାଇ- ଭଉଣୀ ବସିଛନ୍ତି ଯେଉଁମାନେ ସାକ୍ଷୀ ଅଛନ୍ତି କି ସେମାନଙ୍କୁ କେତେ ସହଜରେ କାହାକୁ କିଛି ଖାଇବାକୁ- ପିଇବାକୁ ନ ଦେଇ ସେମାନଙ୍କୁ ଘର ମିଳଯାଇଛି ଆଉ ମୁଁ ଏବେ ପଚାରି ନେଇଛି… ।

ସାଥୀଗଣ, ମୁଁ ନିଜେ ସ୍ୱୟଂ ସରକାରୀ ଯୋଜନାଗୁଡିକର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥାଏ । ଯେପରି ଏଠାରେ ଝାଡଖଣ୍ଡର ହିତାଧିକାରୀମାନଙ୍କ ସହିତ ମୁଁ ଆଲୋଚନା କଲି ଆଉ ଯାହାଦ୍ୱାରା ମୋତେ ଜଣା ପଡିଛି ଯେ, କି ପ୍ରକାରର ପରିବର୍ତ୍ତନ ଆସିଛି ।

ମୋତେ ଥରେ ଭିଡିଓ କନଫରେନ୍ସରେ ଝାଡଖଣ୍ଡର ଭଉଣୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଥିଲା । ଖୁଣ୍ଡିର ଭଉଣୀ ନିରୁ, ଅଂଜଳି, ଗାୟତ୍ରୀଙ୍କ ସମେତ ଏଭଳି ଅନେକ ଭଉଣୀମାନଙ୍କ ସହିତ ସେହି ସମୟରେ ମୋତେ ଅନେକ ସମୟ ପର୍ଯ୍ୟନ୍ତ କଥା ହେବାର ସୌଭାଗ୍ୟ ମିଳିଥିଲା ଓ ବହୁତ କିଛି ବିଷୟରେ କଥା ହୋଇଥିଲି । ସେହି ସମୟରେ ଭଉଣୀମାନେ କହିଥିଲେ କିପରି ସେମାନେ ନିଜର ଘର ତିଆରି କରିଛନ୍ତି । ଝାଡଖଣ୍ଡର ସରକାର ରାଣୀ ମିସ୍ତ୍ରୀ ସୃଷ୍ଟି କରିବା ପାଇଁ ଯେଉଁ ତାଲିମ ବ୍ୟବସ୍ଥା କରିଛନ୍ତି ତାପରେ ପ୍ରଥମେ ସେମାନେ ଅନ୍ୟମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କଲେ ଏବଂ ପରେ ନିଜପାଇଁ ଘର ତିଆରି କଲେ ।

ଭାଇ ଓ ଭଉଣୀମାନେ, ଏଭଳି ସମସ୍ତ ହିତାଧିକାରୀ କହୁଛନ୍ତି କିପରି ଚାରୋଟି କିସ୍ତିରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ଶହେ ପଚିଶ ଲକ୍ଷ ପହଂଚିଯାଉଛି । ଶୌଚାଳୟ ପାଇଁ ମଧ୍ୟ ଅଲଗା ଅର୍ଥ ମିଳୁଛି । ଆଗରୁ କେବଳ 70 ହଜାର ଟଙ୍କା ମିଳୁଥିଲା ତାଉପରେ ମଧ୍ୟ ଘରେ କେତେ ଲୋକ ରହୁଥିଲେ, ଏହା ଆପଣ ସେମାନଙ୍କୁ ପଚାରନ୍ତୁ, ଯେଉଁ ସୌଭାଗ୍ୟଶାଳୀ ଲୋକଙ୍କୁ ପୂର୍ବ ସରକାରଙ୍କ ସମୟରେ ଘର ମଞ୍ଜୁର ହୋଇଥିଲା ।

ସାଥୀଗଣ, ଗରିବଙ୍କୁ ଯେତେବେଳେ ଘର ମିଳିଯାଇଥାଏ, ତ ତାହାର ସମସ୍ତ ବିଶ୍ୱାସ ଚରମ ସୀମାରେ ପହଂଚିଯାଇଥାଏ । ଯେତେବେଳେ ସେମାନଙ୍କୁ ଖରା, ବର୍ଷା  ଓ ଶୀତର ଚିନ୍ତା ନଥାଏ ତ ସେମାନେ ରୋଜଗାର ଉପରେ ଧ୍ୟାନ ଦେଇଥାଆନ୍ତି ଆଉ ତାଙ୍କର ଜୀବନ ଶୈଳୀର ସ୍ତର ଉପରକୁ ଉଠିବାରେ ଲାଗିଥାଏ ।

ଏତିକି ହିଁ ନୁହେଁ, ଏ ଯେଉଁ ଘର ତିଆରି ହେଉଛି ତାହା ପରିବାରର ମହିଳା ସଦସ୍ୟଙ୍କ ନାମରେ ଆମେ ଦେଉଛୁ ଏମିତିରେ କେବଳ ଗୋଟିଏ ଘର ଦ୍ୱାରା ହିଁ ଗରିବଙ୍କ ସଶକ୍ତୀକରଣର ସଂପୂର୍ଣ୍ଣ ଆନେ୍ଦାଳନ ଠିଆ କରିବା ପାଇଁ ପ୍ରୟାସ କରାଯାଉଛି । ଘର ମଧ୍ୟ ମିଳୁଛି, ରୋଜଗାର ମଧ୍ୟ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସ ମଧ୍ୟ ଯାହା ଭାରତରୁ ଦାରିଦ୍ର୍ୟ ଦୂର କରିବାରେ ବହୁତ ସାହାଯ୍ୟକାରୀ ପ୍ରମାଣିତ ହେଉଛି ।

ଯେତେବେଳେ ଘରର କଥା ଆସିଥାଏ ତ ଆଉ ଏକ ବଡ଼ ପାର୍ଥକ୍ୟ ପୂର୍ବ ସରକାରଙ୍କ ତୁଳନାରେ ଆସିଥାଏ କି ସ୍ୱାଧୀନତା ପରେ ପ୍ରଥମଥର ପାଇଁ କୌଣସି ସରକାର ମଧ୍ୟମବର୍ଗର ଘର ପାଇଁ ମଧ୍ୟ ଚିନ୍ତା କରିଛନ୍ତି । ମଧ୍ୟମବର୍ଗଙ୍କୁ ଆର୍ଥିକ ସହାୟତା ସହିତ ସୁଧରେ ମଧ୍ୟ ରିହାତି ଦିଆଯାଉଛି । ଏହି ଦେଶର ପ୍ରତ୍ୟେକ ନାଗରିକଙ୍କର ନିଜ ଘରର ସ୍ୱପ୍ନ ପୂରଣ ହେଉ, ଏହିଭଳି ଭାବେ ଆମେ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ପ୍ରୟାସ କରୁଛୁ ଆଉ ଯଦି ମଧ୍ୟମବର୍ଗ ପରିବାର 20 ଲକ୍ଷ ଟଙ୍କାର ଫ୍ଲାଟ ନେବାକୁ ଯାଉଛନ୍ତି ଏବଂ ବ୍ୟାଙ୍କରୁ ଋଣ ନେଉଛନ୍ତି ତ ଆମେ ସେଥିରେ ଏଭଳି ସାହାଯ୍ୟ କରୁଛୁ କି 20 ବର୍ଷ ପର୍ଯ୍ୟନ୍ତ ଯଦି ଅର୍ଥ ଜମା କରିବେ ତ ପୂର୍ବ ତୁଳନାରେ ତାଙ୍କୁ 6 ଲକ୍ଷ ଟଙ୍କା କମ୍ ଦେବାକୁ ପଡ଼ିବ, ସଂଚୟ ହୋଇଯିବ । ଏହି କାର୍ଯ୍ୟ ମଧ୍ୟମବର୍ଗ ପରିବାରଙ୍କ ପାଇଁ ଆମେ କରିଛୁ । 20 ଲକ୍ଷ ଟଙ୍କା ଭରଣା କରିବା ସମୟରେ ତାଙ୍କର 6 ଲକ୍ଷ ଟଙ୍କା ସଂଚୟ କରିବାର କାର୍ଯ୍ୟ, ସୁଧ କମ୍ କରିବାର କାର୍ଯ୍ୟ ଆମେ କରିଛୁ ।

ଭାଇ ଓ ଭଉଣୀମାନେ, ଝାଡ଼ଖଣ୍ଡ ଏଠାକାର ଆଦିବାସୀମାନଙ୍କୁ, ଏଠାକାର ସାଧାରଣ ଜନତାଙ୍କର ସଂଘର୍ଷର ପରିଣାମ ହେଉଛି । ଏହି ରାଜ୍ୟ ହେଉଛି ଆପଣ ସମସ୍ତଙ୍କର ଆକାଂକ୍ଷାର ପ୍ରତୀକ । ଯାହାକୁ ଅଟଳ ମହୋଦୟଙ୍କ ସରକାର ସମ୍ମାନ ଦେଇଥିଲେ । ଏହାର ସନ୍ତୁଳିତ ଆଉ ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଏବଂ ଝାଡ଼ଖଣ୍ଡର ସରକାର ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଲାଗି ପଡ଼ିଛନ୍ତି । ସମସ୍ତଙ୍କର ସହିତ ସମସ୍ତଙ୍କର ବିକାଶ ମଧ୍ୟ ହେଉଛି ଆମର ମାର୍ଗ ଆଉ ଲକ୍ଷ୍ୟ ମଧ୍ୟ ।

ଏହି ଚିନ୍ତାଧାରାର ପରିଣାମ ହେଉଛି କି ଏଠାରେ ଯେଉଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପିଏମଜେ ଯୋଜନାର ଶୁଭାରମ୍ଭ ମୋଦୀ କେୟାର ନାମରେ ଲୋକ ଜାଣିଛନ୍ତି । ତିନି ମାସ ପୂର୍ବେ କରାଯାଇଥିଲା ଆଉ ଆଜି ଲକ୍ଷ ଲକ୍ଷ ଗରିବଙ୍କୁ ଜୀବନଦାନ ଦେଉଛି । କେବଳ ଶହେ ଦିନ ମଧ୍ୟରେ ହିଁ ପ୍ରାୟ ସାଢ଼େ ଛଅ ଲକ୍ଷରୁ ଅଧିକ ଭାଇ ଭଉଣୀମାନଙ୍କୁ ସାରା ଦେଶରେ ହଜାର ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁଛି ଅବା ପୁଣି ସେମାନେ ହାସ୍ପାତାଳରେ ଚିକିତ୍ସିତ ହେଉଛନ୍ତି । ଏଥିରେ ଝାଡ଼ଖଣ୍ଡର ମଧ୍ୟ ପ୍ରାୟ 28 ହଜାର ହିତାଧିକାରୀଙ୍କୁ ସହାୟତା ମିଳିଛି ।

ସାଥୀଗଣ, ଆଜି ଆୟୁଷ୍ମାନ ଯୋଜନାର ଏତେ ସମ୍ପ୍ରସାରଣ ହୋଇ ସାରିଛି କି ପ୍ରତ୍ୟେକ ଦିନ ପାଖାପାଖି 10 ହଜାର ଲୋକଙ୍କୁ ଏହାର ଲାଭ ମିଳୁଛି । ଅର୍ଥାତ ଏହି ଯୋଜନା ପ୍ରତ୍ୟେକ ଦିନ 10 ହଜାର ଲୋକଙ୍କ ଜୀବନ ବଂଚାଇବା ଏବଂ ସେମାନଙ୍କ କଷ୍ଟ ଦୂର କରିବା ଦିଗରେ ପ୍ରୟାସ କରୁଛି ।

ଭାଇ ଓ ଭଉଣୀମାନେ, ବିକାଶର ପଂଚଧାରା ଅର୍ଥାତ ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, କୃଷକମାନଙ୍କୁ ଜଳସେଚନ, ବୟସ୍କମାନଙ୍କୁ ଔଷଧ ଏବଂ ଦେଶର ସାଧାରଣ ଜନତାଙ୍କର କଥା ଶୁଣାଯାଉ, ଏହାକୁ ନ୍ୟୁ ଇଣ୍ଡିଆର ସଂସ୍କାର କରିବା ପାଇଁ ଆମେ ଲାଗି ପଡ଼ିଛୁ ।

ଆପଣ ସମସ୍ତ ଝାଡ଼ଖଣ୍ଡବାସୀଙ୍କର ସଂପୂର୍ଣ୍ଣ ଆଶୀର୍ବାଦ ଆମ ସାଙ୍ଗରେ ରହିଛି । ନିଉ ଇଣ୍ଡିଆ ପାଇଁ ରହିଛି, ନିଉ ଝାଡ଼ଖଣ୍ଡ ପାଇଁ ରହିଛି । ବିକାଶ ପ୍ରତି ଆପଣମାନଙ୍କର ବିଶ୍ୱାସକୁ ଆପଣମାନେ ଏହିପରି ଭାବେ ବଜାୟ ରଖିବେ ଏହି ଭାବନା ସହିତ ମୁଁ ପୁଣିଥରେ ନିତିଶ କୁମାର ଏବଂ ରଘୁବର ଦାସ ମହାଶୟ ଉଭୟଙ୍କୁ ଶୁଭେଚ୍ଛା ଜଣାଉଛି । ଆମର ସମସ୍ତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଉଛି ଆଉ ଜନତା ଜନାର୍ଦ୍ଦନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ।

ଏହି ପ୍ରକଳ୍ପ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି । ଆଉ ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଆସି ଏତେ ଧୈର୍ଯ୍ୟର ସହିତ ଆଶୀର୍ବାଦ ଦେଲେ, ଏଥିପାଇଁ ମୁଁ ପୁଣି ଥରେ ମୁଣ୍ଡନୁଆଁଇ ପ୍ରଣାମ ଜଣାଉଛି । ମୋ ସହିତ ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ… ଦୁଇ ମୁଠା ବନ୍ଦ କରି କୁହନ୍ତୁ…

ଭାରତ ମାତା କୀ ଜୟ…ଏପରି ନୁହେଁ,

ଭାରତ ମାତା କୀ ଜୟ… ସାବାସ୍

ଭାରତ ମାତା କୀ ଜୟ…

ଭାରତ ମାତା କୀ ଜୟ…

ଭାରତ ମାତା କୀ ଜୟ…

ବହୁତ ବହୁତ ଧନ୍ୟବାଦ ।

 

**********