ପିଏମଇଣ୍ଡିଆ
ବିଶାଳ ସଂଖ୍ୟାରେ ଆସିଥିବା ମାଆ, ଭଉଣୀ, ଭାଇ ଏବଂ ଯୁବ ବନ୍ଧୁମାନେ ।
ଆଜି 8 ମାର୍ଚ୍ଚ, ସମଗ୍ର ବିଶ୍ୱ 100 ବର୍ଷରୁ ଅଧିକ ସମୟ ହେବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଭାବେ ଏହା ସହିତ ଯୋଡି ହୋଇଛି । କିନ୍ତୁ ଆଜି ସାରା ହିନ୍ଦୁସ୍ଥାନ ଝୁନଝୁନୁ ସହିତ ଯୋଡି ହୋଇଯାଇଛି । ଦେଶର ପ୍ରତ୍ୟେକ କୋଣରେ ଟେକ୍ନୋଲଜି ସହାୟତାରେ ଝୁନଝୁନୁର ଭବ୍ୟ ଦୃଶ୍ୟ ସାରା ଦେଶର କୋଣ ଅନୁକୋଣରେ ପହଂଚୁଛି ।
ମୁଁ ଏଭଳି ଭାବେ ଝୁନଝୁନୁ ଆସି ନାହିଁ, ଚିନ୍ତା କରି ବିଚାର କରି ଆସିଛି, ଆଉ ଆସିଲି କ’ଣ ଆପଣମାନେ ମୋତେ ଟାଣି ଆଣିଛନ୍ତି । ଆପଣମାନେ ମୋତେ ଆସିବା ପାଇଁ ବାଧ୍ୟ କରିଛନ୍ତି । ଆଉ ଦୁର୍ବଳତା ଏହି କଥାର ଥିଲା କି ଆପଣମାନେ ‘ବେଟି ବଚାଓ ବେଟି ପଢ଼ାଓ’ ଏହି ଅଭିଯାନକୁ ଏହି ଜିଲ୍ଲା ଯେଭଳି ଚିତ୍ତାକର୍ଷକ ଭାବେ ଆଗକୁ ବଢ଼ାଇଛି, ଏଠାକାର ପ୍ରତ୍ୟେକ ପରିବାର ଏକ ବହୁତ ବଡ଼, ଉନ୍ନତ ଧରଣର କାର୍ଯ୍ୟ କରିଛନ୍ତି, ତ ସ୍ୱାଭାବିକ ଭାବେ ମୋର ଇଚ୍ଛା ହେଲା କି ଚାଲ ଝୁନଝୁନୁର ମାଟିକୁ ମୁଣ୍ଡରେ ଲଗାଇ ଚାଲି ଆସିବା ।
ଏବେ ବସୁନ୍ଧରା ମହାଶୟା ବର୍ଣ୍ଣନା କରୁଥିଲେ କି, କିଭଳି ଏହା ହେଉଛି ବୀରମାନଙ୍କର ଭୂମି, ଆଉ ଏଥିପାଇଁ ସମାଜ ସେବାର କାମ ହେଉ, ଶିକ୍ଷାର କାମ ହେଉ, ଦାନ-ପୂଣ୍ୟର କାମ ହେଉ, ଦେଶ ପାଇଁ ପ୍ରାଣବଳୀ ଦେବାର କାମ ହେଉ, ଏହି ଜିଲ୍ଲା ସିଦ୍ଧ କରି ଦେଇଛି – ଯୁଦ୍ଧ ହେଉ କିମ୍ବା ମରୁଡ଼ି ହେଉ, ଝୁନଝୁନୁ କେବେ ମୁଣ୍ଡ ନୁଆଁଇବା ଜାଣେ ନାହିଁ, ଝୁନଝୁନୁ ଲଢ଼େଇ କରିବା ଜାଣେ । ଆଉ ଏଥିପାଇଁ ଝୁନଝୁନୁ ମାଟିରେ ଆଜି ଯେଉଁ କାର୍ଯ୍ୟଟିକୁ ଆଗକୁ ନିଆ ଯାଉଛି, ଦେଶକୁ ଝୁନଝୁନୁଠାରୁ ମଧ୍ୟ ପ୍ରେରଣା ମିଳିବ, ଦେଶକୁ ଏଠାରୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ।
‘ବେଟି ବଚାଓ ବେଟି ପଢ଼ାଓ’କୁ-ଯଦି ସଫଳତା ମିଳିଛି ତ ମନରେ ଏକ ସନ୍ତୋଷ ଭାବ ଆସିଥାଏ, ଲାଗିଥାଏ କି ଚାଲ ଭାଇ ସ୍ଥିତିରେ କିଛି ଉନ୍ନତି ଆସିଲା । କିନ୍ତୁ କେବେ-କେବେ ମନକୁ ବହୁତ କଷ୍ଟ ହୋଇଥାଏ । ମନକୁ ଏହି କଥା ପାଇଁ କଷ୍ଟ ହୋଇଥାଏ ଯେଉଁ ଦେଶର ମହାନ ସଂସ୍କୃତି, ଯେଉଁ ଦେଶର ମହାନ ପରମ୍ପରା, ଶାସ୍ତ୍ରରେ ଉତ୍ତମରୁ ଅତି ଉତ୍ତମ କଥା, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ସଠିକ ଭାବରେ ମାର୍ଗଦର୍ଶନ, କିନ୍ତୁ କାରଣ କ’ଣ ଅଛି କେଉଁ ଖରାପ କଥା ଘର କରି ନେଇଛି କି ଆଜି ଆମେ ନିଜ ଘରେ ଝିଅକୁ ବଂଚାଇବା ପାଇଁ ହାତ-ଗୋଡ଼ ଯୋଡ଼ିବାକୁ ପଡ଼ୁଛି, ବୁଝାଇବାକୁ ପଡ଼ୁଛି । ସେଥିପାଇଁ ବଜେଟରେ ଧନ ଖର୍ଚ୍ଚ କରିବାକୁ ପଡ଼ୁଛି ।
ମୁଁ ବୁଝିଛି କୌଣସି ସମାଜରେ ମଧ୍ୟ ଏହାଠାରୁ ବଡ଼ କୌଣସି କଷ୍ଟ ହୋଇ ନ ପାରେ । ଆଉ କେତେ ଦଶକରୁ ଏକ ବିକୃତ ମାନସିକତା କାରଣରୁ, ଏକ ଭୁଲ ଚିନ୍ତାଧାରା କାରଣରୁ, ସାମାଜିକ କୁପ୍ରଥା କାରଣରୁ ଆମେ ଝିଅମାନଙ୍କୁ ହିଁ ବଳି ଚଢ଼ାଇବାର ବାଟ ବାଛି ନେଇଥିଲେ । ଯେତେବେଳେ ଏହା ଶୁଣୁଛେ କି ହଜାରେ ପୁଅଙ୍କ ତୁଳନାରେ କେଉଁଠାରେ 800 ଝିଅ ଅଛନ୍ତି, 850 ଝିଅ ଅଛନ୍ତି, କେଉଁଠାରେ 900 ଝିଅ ଅଛନ୍ତି – ଏହି ସମାଜର କ’ଣ ଦୁର୍ଦ୍ଦଶା ହେବ, କଳ୍ପନା କରି ପାରୁଥିବେ । ସ୍ତ୍ରୀ ଏବଂ ପୁରୁଷଙ୍କର ସମାନତାରେ ହିଁ ଏହି ସମାଜର ଚକ୍ର ଚାଲିଥାଏ, ସମାଜର କାର୍ଯ୍ୟକଳାପ ବଢ଼ିଥାଏ ।
କେତେ ଦଶକ ହେବ ଝିଅମାନଙ୍କୁ ଗ୍ରହଣ କରୁନାହୁଁ, ସ୍ୱୀକାର କରୁନାହୁଁ, ମାରି ଚାଲିଛୁ । ତାହାର ପରିଣାମ ହେଉଛି କି ସମାଜରେ ଏକ ଅସନ୍ତୁଳନ ସୃଷ୍ଟି ହୋଇଛି । ମୁଁ ଜାଣିଛି କି ଗୋଟିଏ ଅଧେ ପିଢିରେ ଏହି ଉନ୍ନତି ହେବ ନାହିଁ । ଚାରି-ଚାରି, ପାଞ୍ଚ-ପାଞ୍ଚ ପିଢିର ଖରାପ ଅଭ୍ୟାସ ଆଜି ଏକାଠି ହୋଇଛି । ଯେଉଁ ପୁରୁଣା କ୍ଷତି ହୋଇଛି, ସେହି କ୍ଷତି ଦୂର କରିବା ପାଇଁ ସମୟ ଲାଗିବ, ତାହା ଯେ କେହି ବୁଝି ପାରିଛନ୍ତି । କିନ୍ତୁ ଏବେ ତ ଆମେ ସ୍ଥିର କରିବା କି ଯେତିକି ପୁଅ ଜନ୍ମ ହେବେ ସେତିକି ହିଁ ଝିଅ ମଧ୍ୟ ଜନ୍ମ ହେବେ । ଯେତିକି ପୁଅ ଲାଳନ ପାଳନ ହେବେ ସେତିକି ଝିଅ ମଧ୍ୟ ଲାଳନ ପାଳନ ହେବେ । ପୁଅ-ଝିଅ, ଦୁଇ ଜଣ ହେଉଛନ୍ତି ଏକ ଓ ସମାନ । ଏହି ଭାବକୁ ନେଇ ଯଦି ଚାଲିବା ତ ଚାରି, ପାଞ୍ଚ, ଛଅ ପିଢି ଧରି ଯେଉଁ ଖରାପ କଥା ହୋଇଛି ତାହା ବୋଧହୁଏ ଆମେ ଦୁଇ କିମ୍ବା ତିନି ପିଢିରେ ଠିକ୍ କରି ପାରିବା । କିନ୍ତୁ ତାହାର ପ୍ରଥମ ସର୍ତ୍ତ ହେଉଛି ଏବେ ଯେଉଁ ପିଲାମାନେ ଜନ୍ମ ହେବେ, ସେଥିରେ କୌଣସି ଅସନ୍ତୁଳନ ନ ହେବା ଦରକାର ।
ଆଉ ମୁଁ ଏହି କଥା ପାଇଁ ଖୁସି ଅଛି କି ଆଜି ଯେଉଁ ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବାର ସୁଯୋଗ ମିଳିଛି, ସେହି ପ୍ରଥମ ଦଶଟି ଜିଲ୍ଲା ଏହି କାମକୁ ବହୁତ ଭଲ ଭାବେ ତୁଲାଇଛନ୍ତି । ଏହି ନୂତନ ଭାବେ ଜନ୍ମ ନେବାକୁ ଥିବା ଯେଉଁ ପିଲା ମାନେ ଅଛନ୍ତି, ସେମାନଙ୍କ ମଧ୍ୟରୁ ପୁଅ-ଝିଅଙ୍କ ମଧ୍ୟରେ ସମାନତା ଆଣିବାରେ ସଫଳ ହୋଇଛନ୍ତି । ଆଜି ଯେଉଁମାନଙ୍କୁ ସମ୍ମାନ ଦେବାର ସୁଯୋଗ ମିଳିଛି, ସେହି ଜିଲ୍ଲା ଗୁଡ଼ିକୁ, ସେହି ରାଜ୍ୟ ଗୁଡ଼ିକୁ, ସେହି ଟିମ୍ କୁ ମୁଁ ଅଭିନନ୍ଦନ ଜଣାଉଛି । ସେମାନେ ଏହି ପବିତ୍ର କାର୍ଯ୍ୟକୁ ନିଜ ଦାୟିତ୍ୱ ଭାବି ତୁଲାଇଛନ୍ତି ।
ଆଉ ମୁଁ ଆହୁରି ମଧ୍ୟ ଦେଶର ସମସ୍ତ ଅଧିକାରୀମାନଙ୍କୁ, ସରକାରରେ ଥିବା ଆମର ସମସ୍ତ ସାଥୀମାନଙ୍କୁ, ମୁଁ ରାଜ୍ୟ ସରକାର ମାନଙ୍କୁ ମଧ୍ୟ ଅନୁରୋଧ କରିବି କି ଏହାକୁ ଜନ-ଆନ୍ଦୋଳନ କରିବାକୁ ହେବ । ଯେ ପର୍ଯ୍ୟନ୍ତ ଗୋଟିଏ-ଗୋଟିଏ ପରିବାର ଯୋଡ଼ି ନ ହେବ ଆଉ ଯେ ପର୍ଯ୍ୟନ୍ତ ମଦର-ଇନ୍-ଲ, ଶାଶୂମାନେ ତାହାର ନେତୃତ୍ୱ ନେବେ ନାହିଁ, ଏହି କାମ ପାଇଁ ଅଧିକ ସମୟ ଲାଗିବ । କିନ୍ତୁ ଯଦି ଶାଶୂମାନେ ଏହାକୁ ତୁଲାଇ ନେବେ, ହଁ ଝିଅ ଦରକାର, କାହାର ଶକ୍ତି ନାହିଁ କି ସେ ଝିଅ ସହିତ କୌଣସି ଅନ୍ୟାୟ କରିପାରିବ । ଆଉ ଏଥିପାଇଁ ଆମକୁ ଏକ ସାମାଜିକ ଆନ୍ଦୋଳନ ଠିଆ କରିବାକୁ ପଡ଼ିବ, ଆମକୁ ଜନ-ଆନ୍ଦୋଳନ ଠିଆ କରିବାକୁ ପଡ଼ିବ ।
ଭାରତ ସରକାର ଦୁଇ ବର୍ଷ ପୂର୍ବରୁ ହରିୟାଣା-ଯେଉଁଠାରେ ଅନୁପାତ ବହୁତ ଚିନ୍ତାଜନକ ଥିଲା, ସେହି ଆହ୍ୱାନକୁ ସ୍ୱୀକାର କରି ହରିୟାଣାରେ କାର୍ଯ୍ୟକ୍ରମମାନ କଲେ । ହରିୟାଣାର ମାଟିରେ ଯାଇ ଏହି କଥା କହିବା ବହୁତ କଷ୍ଟକର ଥିଲା । ମୋ ଅଫିସରମାନେ ମୋତେ ପରାମର୍ଶ ଦେଇଥିଲେ କି ସାହେବ ସେଠାରେ ତ ପରିସ୍ଥିତି ଏତେ ଖରାପ ହୋଇ ଯାଇଛି କି ସେଠାରେ ଜାଗ୍ରତ କରିବେ ତ ଆହୁରି ନୂଆ କିଛି ଭୁଲ ହୋଇଯିବ । ମୁଁ କହିଲି ଯେଉଁଠାରେ ସବୁଠାରୁ ଅଧିକ କଷ୍ଟ ଅଛି, ସେହିଠାରୁ ଆରମ୍ଭ କରିବି । ଆଉ ଆଜି ମୁଁ ହରିୟାଣାକୁ ଶୁଭେଚ୍ଛା ଜଣାଉଛି କି, ସେମାନେ ବିଗତ ଦୁଇ ବର୍ଷ ମଧ୍ୟରେ ପରିସ୍ଥିତିରେ ଏତେ ଦୃତ ଗତିରେ ଉନ୍ନତି କରିଛନ୍ତି ।
ଜନ୍ମ ସମୟରେ ଝିଅମାନଙ୍କର ସଂଖ୍ୟାରେ ଯେଉଁ ବୃଦ୍ଧି ହୋଇଛି, ତାହା ନିଜକୁ ନିଜେ ଏକ ନୂତନ ବିଶ୍ୱାସ, ଏକ ନୂତନ ଆଶା ସୃଷ୍ଟି କରିଛି । ଆଉ ଆଜି ଯେଉଁ ବିଗତ ଦୁଇ ବର୍ଷର ଅନୁଭୂତି ରହିଛି, ସେଥିରେ ଯେଉଁ ସଫଳତା ମିଳିଛି, ତାକୁ ଧ୍ୟାନରେ ରଖି ଆଜି 8 ମାର୍ଚ୍ଚ, ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଭାରତ ସରକାର ଏବେ ସେହି ଯୋଜନା 160-161 ଜିଲ୍ଲା ପର୍ଯ୍ୟନ୍ତ ନୁହେଁ, ହିନ୍ଦୁସ୍ଥାନର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ ଲାଗୁ କରୁଛନ୍ତି । ଏଥିପାଇଁ-ସେଠାରେ ସ୍ଥିତି ମଧ୍ୟ ଭଲ ହେବ, ଅଧିକ ଭଲ କିପରି ହେବ, ସେଥିପାଇଁ ମଧ୍ୟ କାର୍ଯ୍ୟ କରାଯିବ ।
ଆମକୁ ନିଜେ ନିଜକୁ ପଚାରିବାକୁ ପଡ଼ିବ । ଏହି ଯେଉଁ ପୁରୁଣା ଚିନ୍ତାଧାରା ରହିଛି କି କେବେ-କେବେ ଲାଗୁଥାଏ ଝିଅ ହେଉଛି ବୋଝ । ଆଜି ଅନୁଭବ କହୁଛି କି, ପ୍ରତ୍ୟେକ ଘଟଣା ସୃଷ୍ଟି ହୋଇଥାଏ, ଝିଅ ବୋଝ ନୁହେଁ, ଝିଅ ହେଉଛି ସମଗ୍ର ପରିବାରର ମାନ-ସମ୍ମାନ ଓ ଗୌରବ ।
ଆପଣ ହିନ୍ଦୁସ୍ଥାନରେ ଦେଖନ୍ତୁ-ଯେତେବେଳେ ଉପଗ୍ରହ, ଆକାଶକୁ ଯାଉଛି, ଶୁଣୁଛେ କି ଆଜି ଉପଗ୍ରହ ଯାଇଛି, ମଙ୍ଗଳଯାନ ଗଲା, ଅମୁକ ହେଲା, ଆଉ ଯେତେବେଳେ ଦେଖୁଛେ ତ ଜଣା ପଡ଼ୁଛି କି ମୋ ଦେଶର ତିନି ଜଣ ମହିଳା ବୈଜ୍ଞାନିକ ମହାକାଶ ଟେକ୍ନୋଲଜିରେ ଏତେ ବଡ଼ ସିଦ୍ଧି ପ୍ରାପ୍ତ କରିଛନ୍ତି, କି ସେତେବେଳେ ଜଣାଯାଉଛି କି ଝିଅମାନଙ୍କର ଶକ୍ତି କ’ଣ ହୋଇଥାଏ । ଅଲମ୍ପିକରେ ଯେତେବେଳେ ସ୍ୱର୍ଣ୍ଣ ପଦକ ନେଇ କରି କେହି ଆସିଥାଏ, ପଦକ ନେଇ କରି ଆସିଥାଏ ଆଉ ଜଣା ପଡ଼ିଥାଏ କି ଆଣିଲାବାଲା ହେଉଛନ୍ତି ଝିଅମାନେ, ତ ସମଗ୍ର ଦେଶର ଛାତି ଗର୍ବରେ ଫୁଲି ଉଠିଥାଏ କି ଆମର ଝିଅମାନେ ଦୁନିଆରେ ନାମ ଉଜ୍ଜ୍ୱଳ କରୁଛନ୍ତି ।
ଆଉ ଯେଉଁଲୋକମାନେ ଏହା ମାନୁଛନ୍ତି କି ପୁଅମାନେ ଅଛନ୍ତି ତ ବୃଦ୍ଧ କାଳରେ କାମରେ ଆସିବେ, ସ୍ଥିତି ହେଉଛି କିଛି ଅଲଗା ପ୍ରକାରର । ମୁଁ ଏଭଳି ପରିବାର ଦେଖିଛି ଯେଉଁଠାରେ ବୃଦ୍ଧ ମାଆ-ବାପା ଅଛନ୍ତି, ଚାରି-ଚାରି ପୁଅ ଅଛନ୍ତି, ପୁଅ ମାନଙ୍କର ନିଜର ବଙ୍ଗଳା ଅଛି, ଅନେକ ଗାଡ଼ି ଅଛି, କିନ୍ତୁ ବାପା ଓ ମାଆ ଅନାଥ ଆଶ୍ରମରେ ବୃଦ୍ଧକାଳ ବିତାଉଛନ୍ତି । ଏଭଳି ପରିବାର ଆମେ ଦେଖିଛୁ, ଆଉ ସେମିତି ମଧ୍ୟ ପରିବାର ଦେଖିଛୁ କି ଝିଅ, ବୁଢ଼ା ମାଆ-ବାପାଙ୍କର ଏକମାତ୍ର ଝିଅ, ମାଆ-ବାପାଙ୍କୁ ବୃଦ୍ଧ ସମୟରେ ଅସୁବିଧା ନ ହେଉ, ଏଥିପାଇଁ ରୋଜଗାର କରନ୍ତି, କିଛି ରୋଜଗାର କିଛି ଧନ୍ଦା କରନ୍ତି, ଚାକିରି କରନ୍ତି, ପରିଶ୍ରମ କରନ୍ତି, ବିବାହ ମଧ୍ୟ କରନ୍ତି ନାହିଁ, କାରଣ ବୃଦ୍ଧ ଅବସ୍ଥାରେ ମାଆ-ବାପାଙ୍କୁ ଅସୁବିଧା ନ ହେଉ ଆଉ ବାପା-ମାଆଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦିଅନ୍ତି ।
ଆଉ ଏଥିପାଇଁ ସମାଜରେ ଯେଉଁ ଚିନ୍ତାଧାରା ସୃଷ୍ଟି ହୋଇଛି, ଏ ଯେଉଁ ବିକୃତି ଘର କରି ନେଇଛି, ସେହି ବିକୃତିରୁ ଆମକୁ ବାହାରକୁ ଆସିବାର ଅଛି । ଆଉ ଏହାକୁ ଏକ ସାମାଜିକ ଆନ୍ଦୋଳନ, ଏହା ଆମ ସମସ୍ତଙ୍କର ହେଉଛି ଦାୟିତ୍ୱ । ସଫଳତା-ବିଫଳତାକୁ ନେଇ କିଏ ସରକାରଙ୍କୁ ଦୋଷ ଦେଇ ଦିଏ, ଠିକ୍ ଅଛି ସେମାନେ କାମ କରିବାବାଲା କରି ଚାଲନ୍ତୁ, କିନ୍ତୁ ଏହାର ସଫଳତାର ଆଧାର, ପ୍ରତ୍ୟେକ ପରିବାରର ସଂକଳ୍ପ ହିଁ ସଫଳତାର କାରଣ ହେଉ, ଆଉ ଏଥିପାଇଁ ଯେ ପର୍ଯ୍ୟନ୍ତ ପୁଅ-ଝିଅ ଏକ ପ୍ରକାରର, ଝିଅ ପାଇଁ ଗର୍ବର ଭାବ, ଏହା ଆମ ହୃଦୟରେ ନ ରହିବ; ସେ ପର୍ଯ୍ୟନ୍ତ ମାଆ ଗର୍ଭରେ ହିଁ ଝିଅମାନଙ୍କୁ ମାରି ଦିଆଯିବ ।
ଅଷ୍ଟାଦଶ ଶତାବ୍ଦୀରେ ଝିଅମାନଙ୍କୁ ଦୁଧରେ ବୁଡ଼ାଇ ମାରି ଦେବାର ପରମ୍ପରା ଥିଲା । ଏକ ବଡ଼ ବାସନରେ କ୍ଷୀର ଭର୍ତ୍ତି କରି ଝିଅକୁ ବୁଡ଼ାଇ ଦିଆ ଯାଉଥିଲା । କିନ୍ତୁ କେବେ-କେବେ ମୋତେ ଲାଗୁଛି କି ଆମେ ଏକବିଂଶ ଶତାବ୍ଦୀରେ ପହଂଚିବା ପରେ ମଧ୍ୟ ସେହି ଅଷ୍ଟାଦଶ ଶତାବ୍ଦୀର ଲୋକମାନଙ୍କ ଠାରୁ ମଧ୍ୟ କେବେ-କେବେ ଖରାପ ଲାଗେ । କାରଣ ଅଷ୍ଟାଦଶ ଶତାବ୍ଦୀରେ ଅତି କମ୍ ରେ ସେହି ଝିଅକୁ ଜନ୍ମ ଦିଆ ଯିବାର ଅଧିକାର ରହୁଥିଲା, ତାକୁ ନିଜ ମାଆର ରୂପ ଦେଖିବାର ସୌଭାଗ୍ୟ ମିଳୁଥିଲା, ସେହି ମାଆକୁ ନିଜ ଝିଅର ଚେହେରା ମଧ୍ୟ ଦେଖିବାର ସୌଭାଗ୍ୟ ମିଳୁଥିଲା, ଏହି ପୃଥିବୀରେ ତାହାକୁ କିଛି କ୍ଷଣ ପାଇଁ ମଧ୍ୟ ହେଉ ନିଃଶ୍ୱାସ ନେବାର ସୁଯୋଗ ତ ମିଳୁଥିଲା ଆଉ ପରେ ସେ ମହାପାପ କରି ସମାଜର ସବୁଠାରୁ ବଡ଼ ଖରାପ କାମ କରି ଦେଉଥିଲା ।
କିନ୍ତୁ ଆଜି, ଆଜି ତ ତାହାଠାରୁ ମଧ୍ୟ ଅଧିକ ଖରାପ କରୁଛନ୍ତି କି ମାଆ ପେଟରେ ହିଁ, ନା ମାଆ ଝିଅର ମୁହଁ ଦେଖୁଛି ନା ଝିଅ ମାଆର ମୁହଁ ଦେଖୁଛି । ଆଧୁନିକ ବିଜ୍ଞାନର ସହାୟତାରେ ହିଁ ମାଆ ପେଟରେ ଝିଅକୁ ମାରି ଦିଆଯାଉଛି । ମୁଁ ବୁଝି ପାରୁଛି କି ଏହାଠାରୁ ବଡ଼ ଖରାପ କୌଣସି ପାପ ନାହିଁ । ଯେ ପର୍ଯ୍ୟନ୍ତ ଆମେ ମାନିବା ନାହିଁ କି ଝିଅ ହେଉଛି ଆମର ମାନ ସମ୍ମାନ ଆଉ ଗୌରବ, ସେ ପର୍ଯ୍ୟନ୍ତ ଏହି ଖରାପ କଥା ମୁଣ୍ଡରୁ ବାହାରି ପାରିବ ନାହିଁ ।
ଆଜି ମୋତେ ଏଠାରେ ଯେଉଁମାନଙ୍କ ପରିବାରରେ ଝିଅ ଜନ୍ମ ହୋଇଛନ୍ତି, ସେହି ମାଆମାନଙ୍କୁ ସେହି ଝିଅମାନଙ୍କ ସହିତ ସାକ୍ଷାତ କରିବାର ସୌଭାଗ୍ୟ ମିଳିଲା । ସେମାନଙ୍କ ମୁଖମଣ୍ଡଳରେ ଏତେ ଖୁସି ଥିଲା । ମୁଁ ସେମାନଙ୍କୁ ପଚାରିଲି କି କ’ଣ ଆପଣଙ୍କୁ ଜଣା ଅଛି, ଆପଣମାନଙ୍କୁ କେହି କହିଛନ୍ତି କି ଆପଣ ଯେତେବେଳେ ଜନ୍ମ ହୋଇଥିଲେ, ସେତେବେଳେ ମିଠେଇ ବଂଟା ଯାଇଥିଲା କି? ସେମାନେ କହିଲେ ତାହା ତ ଜଣା ନାହିଁ, କିନ୍ତୁ ଆମେ ଯେତେବେଳେ ଆମ ଘରେ ଝିଅ ଜନ୍ମ ହେଲା ତ ପୂରା ସାହି ପଡ଼ିଶାରେ ମିଠେଇ ବାଂଟିଥିଲୁ ଆଉ ଏକ ଉତ୍ସବ ପାଳନ କରିଥିଲୁ ।
ଆମକୁ ଏହି ସ୍ଥିତି ବଦଳାଇବାର ଅଛି, ଆଉ ଏହି ପରିବର୍ତ୍ତନ ଦିଗରେ ଅନେକ ମହତ୍ୱପୂର୍ଣ୍ଣ କାମ ଯାହା ସରକାରଙ୍କ ଦ୍ୱାରା ହେଉଛି, ସେହି ଅଧୀନରେ ଆଜି ଏହି ଯୋଜନାକୁ ସାରା ଦେଶକୁ ଆମେ ସଂପ୍ରସାରଣ କରୁଛୁ ।
ଦ୍ୱିତୀୟରେ, ଆଜି ଆଉ ଗୋଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଉଛି – ଜାତୀୟ ପୁଷ୍ଟିସାଧନ ମିଶନ, ରାଷ୍ଟ୍ରୀୟ ପୁଷ୍ଟିସାଧନ ମିଶନ । ଏବେ କାହାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବାର ଅଛି, ସମାଲୋଚନା କରିବାର ଅଛି, ପ୍ରଧାନମନ୍ତ୍ରୀଙ୍କୁ ଖରାପ କଥା କହିବାର ଅଛି ତ ମୋର ସେମାନଙ୍କୁ ପ୍ରାର୍ଥନା ହେଉଛି କି ଯେତେଥର ଆପଣ ପ୍ରଧାନମନ୍ତ୍ରୀଙ୍କୁ ଖରାପ କଥା କୁହନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରନ୍ତୁ, ଭଲ କହନ୍ତୁ, ଖରାପ କହନ୍ତୁ, ଭଲ କରନ୍ତୁ, ନ କରନ୍ତୁ, କିନ୍ତୁ ଯେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ କହୁଛନ୍ତି । ମନରେ ପ୍ରଧାନମନ୍ତ୍ରୀ ଆସନ୍ତୁ ତ ଆପଣ ମାନଙ୍କୁ ନରେନ୍ଦ୍ର ମୋଦୀଙ୍କୁ ଦେଖିବା ଦରକାର ନାହିଁ, ଆପଣମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପରେ ପୁଷ୍ଟିସାଧନ ମିଶନ ଦେଖିବା ଦରକାର । ଦେଖନ୍ତୁ, କିପରି ଗୋଟିଏ ନିଃଶ୍ୱାସରେ ଘରକୁ ଘର ଖେଳେଇ ହୋଇ ଯାଉଛି ।
ଆଉ ଆମର ଏଠି ପୁଅ ହେଉ ଅବା ଝିଅ, ତା’ ଶରୀରର ଯେଉଁ ବିକାଶ ହେବା ଦରକାର, ତାହା ଅଟକି ଯାଇଥାଏ । କେବେ ଜନ୍ମ ସମୟରେ ହିଁ ବହୁତ କମ୍ ଓଜନର ଶିଶୁ ଜନ୍ମ ହୋଇଥାଏ ଆଉ ସେଥିରେ ମଧ୍ୟ ଅଜ୍ଞାନତା ବହୁତ ବଡ଼ ଭୂମିକା ତୁଲାଇଥାଏ । ଆମକୁ ଏହି ସମସ୍ୟାରୁ ବାହାରକୁ ବାହାରିବାର ଅଛି ଆଉ ପୁଣି ମଧ୍ୟ ମୁଁ କହୁଛି କି ଏହା କେବଳ ଖାଲି ସରକାରୀ ବଜେଟରେ ହେବା ଭଳି କାମ ନୁହେଁ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଜନ ଆନ୍ଦୋଳନ ସୃଷ୍ଟି ହୋଇଥାଏ । ଲୋକଙ୍କୁ ଶିକ୍ଷିତ କରାଯାଉଛି, ବୁଝା ଯାଉଛି, ତାହାର ମାହାତ୍ମ୍ୟ ଭାବେ ଦେଖା ଯାଉଛି ।
କୁପୋଷଣ ବା ଅପପୁଷ୍ଟି ବିରୁଦ୍ଧରେ ଏହା ପ୍ରଥମ କାମ ହେଲା, ଏପରି ନୁହେଁ । ପ୍ରତ୍ୟେକ ସରକାରରେ କୌଣସି ନା କୌଣସି ଯୋଜନା ତିଆରି ହୋଇଛି । କିନ୍ତୁ ଦେଖାଯାଇଛି କି ଅଧିକାଂଶ କ୍ଷେତ୍ରରେ ଆମ୍ଭମାନଙ୍କୁ ଲାଗିଥାଏ କି ଯଦି ଯେତିକି କେଲୋରୀ ଆବଶ୍ୟକ ସେତିକି ଯଦି ତା’ ପେଟକୁ ଯିବ ତ ଅପପୁଷ୍ଟିରୁ ମୁକ୍ତି ହୋଇଯିବ । କିନ୍ତୁ ଅନୁଭବ କହୁଛି କି ଖାଲି ଭୋଜନ ଠିକ୍ ହୋଇଯାଉ, ଏତିକିରେ ହିଁ ସମସ୍ୟାର ସମାଧାନ ହେବ ନାହିଁ । ଏହି ସମସ୍ତ ପାରିପାର୍ଶ୍ଵିକ ବ୍ୟବସ୍ଥା ଠିକ୍ କରିବାକୁ ପଡ଼ିଥାଏ । ଭଲ ଖାଦ୍ୟ ମଧ୍ୟ ମିଳିଯାଉ କିନ୍ତୁ ଯଦି ସେଠାରେ ପାଣି ମଧ୍ୟ ଖରାପ ଅଛି, କେତେ ମଧ୍ୟ ଖାଇଲେ ମଧ୍ୟ ସେହି ଅପପୁଷ୍ଟିର ସ୍ଥିତିରେ ପ୍ରଭେଦ ଆସିବ ନାହିଁ ।
ବହୁତ କମ୍ ଲୋକଙ୍କୁ ଜଣା ଥିବ ବାଲ୍ୟ ବିବାହ-କମ୍ ବୟସରେ ବାହାଘର, ଏହା ମଧ୍ୟ ଅପପୁଷ୍ଟି ଜନିତ ପିଲା ଜନ୍ମ ହେବାର ବହୁତ ବଡ଼ କାରଣ ବୋଲି ସାମ୍ନାକୁ ଆସିଛି । କମ୍ ବୟସରେ ବିବାହ ହୋଇଯିବ, ପିଲା ହେବ-ନା ମାଆର ଶରୀରର ବିକାଶ ହୋଇଛି ନା ଆସିବାକୁ ଥିବା ପିଲାର ଶରୀର ଉପରେ କେହି ଭରସା କରିପାରିବେ । ଆଉ ଏଥିପାଇଁ ସମସ୍ତେ-ଜୀବନ ସହିତ ଜଡ଼ିତ ଯେତେ ଦିଗ ଅଛି, ଯଦି ରୋଗଗ୍ରସ୍ତ ଅଛନ୍ତି ତ ସଠିକ୍ ସମୟରେ ଔଷଧ, ଜନ୍ମର ତୁରନ୍ତ ପରେ ମାଆ ଦୁଧ ପିଇବାର ସୌଭାଗ୍ୟ, ଅନ୍ୟ ପକ୍ଷରେ ଆମର ଏଠାରେ ତ ମାନ୍ୟତା ରହିଛି, ପୁରୁଣାକାଳିଆ ଲୋକ ତ କୁହନ୍ତି କି-ନାହିଁ, ନାହିଁ, ଜନ୍ମ ପରେ ତୁରନ୍ତ ମାଆର ଦୁଧ ପିଆଅ ନାହିଁ; ଏହା ଖରାପ କଥା । ସତ କହିବାକୁ ଗଲେ ତାହା ହେଉଛି ଭୁଲ କଥା । ଜନ୍ମର ତୁରନ୍ତ ପରେ ଯଦି ମାଆର କ୍ଷୀର ପିଲାକୁ ମିଳିଥାଏ ତ ପୁଷ୍ଟିସାଧନ ସମୟରେ ବଡ଼ ହେବା ସମୟରେ ଅସୁବିଧା ସବୁଠାରୁ କମ୍ ଆସିଥାଏ । ମାଆ ଦୁଧର ଏହି ହେଉଛି ଶକ୍ତି, କିନ୍ତୁ ଆମେ ତାହାକୁ ମଧ୍ୟ ଅସ୍ୱୀକାର କରି ଦେଉଛୁ ।
ଏଥିପାଇଁ ମାଆକୁ ତାହାର ପୂର୍ଣ୍ଣ ରୂପରେ, ଯେବେ ତାହାକୁ ସ୍ୱୀକାର କରୁଛେ, ତାକୁ ପୂଜା କରୁଛେ, ତାହାର ମହୋତ୍ସବକୁ ବୁଝି ପାରୁଛେ, ତ ମାଆ ଯଦି ତାହାର ସୁରକ୍ଷା କରିବ, ତ ତାହାର କୋଳରେ ଆସିବାକୁ ଥିବା ପିଲା ମଧ୍ୟ ଅପପୁଷ୍ଟିରୁ ମଧ୍ୟ ମୁକ୍ତ ହେବ ।
ପୁଷ୍ଟିସାଧନର ଚିନ୍ତା କରିବା ହେଉଛି ଏକ କାର୍ଯ୍ୟ । କେବେ-କେବେ ସରକାରଙ୍କ ଦ୍ୱାରା ଟୀକାକରଣର କେତେ କାର୍ଯ୍ୟକ୍ରମ ଚାଲିଥାଏ । କିନ୍ତୁ ଆମେ ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଯେତେ ସବୁ ସେବା ଅଛି – ଉପଲବ୍ଧ ଅଛି, ବଜେଟ ଅଛି, ଅଫିସର ଅଛନ୍ତି, ଲୋକ ଅଛନ୍ତି-କିନ୍ତୁ ଆମେ ସେ ପର୍ଯ୍ୟନ୍ତ ଯାଇନାହୁଁ । ଆଉ ତାହାର ପରିଣାମ ହେଉଛି କି ସେ କିଛି ନା କିଛି ରୋଗର ଶୀକାର ହୋଇ ଯାଇଥାଏ ।
ଆପଣମାନେ ଏବେ ଯେଉଁ ଫିଲ୍ମ ଦେଖିଲେ, ସେଥିରେ ଦର୍ଶାଯାଇଛି କେବଳ ହାତ ନ ଧୋଇ ଖାଇବା, ଗୋଟିଏ ଆକଳନ କରାଯାଇଛି କି ଯେଉଁ ପିଲାମାନେ ମରୁଛନ୍ତି, ସେମାନଙ୍କର ହାତ ନ ଧୋଇ ଖାଦ୍ୟ ଖାଇବାର ଅଭ୍ୟାସ, ଶରୀର ମଧ୍ୟକୁ ଯେଉଁ ବେମାରୀ ଯାଇଥାଏ, ସେଥିରେ 30-40 ପ୍ରତିଶତ ମୃତ୍ୟୁ ହୋଇଥାଏ । ଏବେ କିଏ ସେହି ଅଭ୍ୟାସ କରିବ କି ପିଲାଙ୍କୁ ମାଆ ଖାଦ୍ୟ ଖୁଆଇ ଥାଏ, ତ ମାଆ ମଧ୍ୟ ହାତ ଧୋଇବା ଦରକାର ଏବଂ ପିଲା ନିଜେ ମଧ୍ୟ କିଛି ପାଟିକୁ ନେଇଥାଏ ତ ସେ ମଧ୍ୟ ହାତ ଧୋଇବା ଦରକାର, ଏହା କିଏ ଶିଖାଇବ?
ଏହି କାର୍ଯ୍ୟ ଆମର ଉଜ୍ଜ୍ୱଳ ଭବିଷ୍ୟତଙ୍କ ପାଇଁ, ଆମ ପିଲାମାନଙ୍କର ଜୀବନ ସୁଧାରିବା ପାଇଁ, ଏହା ହେଉଛି ସମସ୍ତଙ୍କର ଦାୟିତ୍ୱ । ଆଉ ତାହାରି ଅଧିନରେ ଏହି ଯୋଜନାକୁ ଏକ ମିଶନ ଢାଞ୍ଚାରେ, ଆଉ ଖେଳେଇ ହୋଇ ପଡିଥିବା ସମସ୍ତ ଯୋଜନାକୁ ଏକାଠି ଯୋଡି, ପାଣିର ସମସ୍ୟା ହେଉ ଅବା ଔଷଧର ସମସ୍ୟା ହେଉ, ଅବା ପରମ୍ପରାର ଅସୁବିଧା ସବୁ ହେଉ । ଏବେ ପିଲାମାନେ ହେଉଛନ୍ତି, ଆମେ ଦେଖିଥିବା ଯେଉଁମାନେ ସ୍କୁଲ ଯାଉଛନ୍ତି, ଗୋଟିଏ ବୟସ ପରେ ପିଳାଙ୍କ ମନରେ ନିଜକୁ ଛୋଟ ଭାବିବାର ଚିନ୍ତାଧାରା ସୃଷ୍ଟି ହୋଇଥାଏ, କେଉଁ କଥା ପାଇଁ? ଯଦି ସେହି ସ୍କୁଲରେ ପାଞ୍ଚ ଜଣ ପିଲାଙ୍କ ଉଚ୍ଚତା ଅଧିକ ହୋଇଥାଏ, ଆଉ କେତେକ କମ୍ ଉଚ୍ଚତାର ପିଲା ଅଛନ୍ତି, ସେହି ସମସ୍ତଙ୍କୁ ଲାଗିଥାଏ କି ମୋର ଉଚ୍ଚତା ମଧ୍ୟ ସେଭଳି ହେବା ଦରକାର । ପୁଣି ସେ ଗଛରେ କେଉଁଠି ଏଠି-ସେଠି ଓହଳି କରି ଭାବିଥାଏ କି ମୋ ଉଚ୍ଚତା ବଢିଲା, ଆପଣମାନଙ୍କ ମଧ୍ୟରୁ ସମସ୍ତେ ଏହି ପ୍ରୟୋଗ କରିଥିବେ । ପ୍ରତ୍ୟେକଙ୍କୁ ଲାଗିଥାଏ କି ସାଙ୍ଗ ମୋର ଉଚ୍ଚତା ବଢିବା ଦରକାର । କିନ୍ତୁ ଆମେ ବୈଜ୍ଞାନିକ ଶୈଳୀରେ ଏହି କଥା ଉପରେ କାମ କରି ନ ଥାଏ ।
ଆଜି ଆମ ଦେଶରେ ବୟସ ହିସାବରେ ଉଚ୍ଚତା ହେବା ଦରକାର, ସେଥିରେ ବହୁତ କମ୍ ଦୃଷ୍ଟିଗୋଚର ହେଉଛି । ଆମ ପିଲାମାନେ ସୁସ୍ଥ ସବଳ ହୁଅନ୍ତୁ, ଓଜନ ହେଉ, ଉଚ୍ଚତା ହେଉ, ଏହି ସମସ୍ତ ବିଷୟ ଉପରେ ଧ୍ୟାନ ଦେଇ ଏକ ବୌଦ୍ଧିକ ଆଭିମୁଖ୍ୟ ସହିତ 2022, ଯେତେବେଳେ ଆମ ଦେଶ ସ୍ୱାଧୀନତାର 75 ବର୍ଷ ହେବ, ସେତେବେଳେ ଦେଶରେ ପୁଷ୍ଟିସାଧନ କ୍ଷେତ୍ରରେ ଆମେ ଗର୍ବର ସହିତ କହି ପାରିବା କି ଦୁନିଆ ଆଗରେ ଆମେ ହାସଲ କରି ଦେଇଛୁ ଆଉ ଆମ ନିଜ ପିଲାଙ୍କୁ ଦେଖ, ସେମାନଙ୍କୁ ଦେଖିବା ମାତ୍ରେ ହିଁ ଆମର ଦିନଟି କେତେ ଭଲ ଭାବରେ କଟି ଯାଇଥାଏ, ଏଭଳି ହସିଖେଳି ଆମ ପିଲାମାନେ ସମୟ କାଟୁଥିବେ ସବୁବେଳେ ଦୃଷ୍ଟିକୁ ଆସିବ, ଯେଉଁଠାକୁ ଯିବା ସେଠାରେ ଏହା ପରିଲକ୍ଷିତ ହେବ ଏଭଳି ବାତାବରଣ ଓ ସ୍ଥିତି ଆମକୁ ସୃଷ୍ଟି କରିବାକୁ ହେବ ।
ପାଖାପାଖି 9 ହଜାର କୋଟି ଟଙ୍କା ବ୍ୟୟରେ ଏହି ଯୋଜନାକୁ ଆଗକୁ ବଢ଼ାଇ ନିଆଯିବ । ଆଉ ନିଶ୍ଚିତ ମାନଦଣ୍ଡ ସହିତ ଆଶା କର୍ମଚାରୀ ହୁଅନ୍ତୁ, ଗ୍ରାମ୍ୟ ସ୍ତରରେ ସ୍ୱେଚ୍ଛାସେବୀ ହୁଅନ୍ତୁ, ସେମାନଙ୍କ ପାଖରେ ଟେକ୍ନୋଲଜିର ସହାୟତା ରହିବ, ନିୟମିତ ଆଧାରରେ ସେମାନେ ନିଜର ଡାଟା ବା ତଥ୍ୟ ସଂଗ୍ରହ କରିବେ । ସେଥିରେ କୌଣସି ଉତ୍ଥାନ ପତନ ଆସିବ ତ ତୁରନ୍ତ ଉପରୁ ହସ୍ତକ୍ଷେପ କରାଯିବ । ସମସ୍ୟାର ସମାଧାନ କିଭଳି ହେବ, ଏହି ସମସ୍ତ କଥା ଆଡ଼କୁ ଦୃଷ୍ଟି ଦିଆଯିବ । କେବେ 8 ମାସ ପର୍ଯ୍ୟନ୍ତ ପିଲାର ବୃଦ୍ଧି ଠିକ୍ ଭାବେ ହେଉଛି, ଓଜନ ସମାନ ଭାବେ ରହିଛି, ବର୍ଷାଦିନ ଆସିଲା, ହଠାତ୍ ରୋଗ ଆକ୍ରମଣର ସମୟ ଚାଲି ଆସିଲା । ଏକା ଥରକେ ଶହ-ଶହ ପିଲାଙ୍କ ଅବସ୍ଥା ଖରାପ ହୋଇ ଯାଇଥାଏ, ଆପଣଙ୍କ ଆଠ ମାସର ପରିଶ୍ରମ ଗୋଟିଏ ମାସରେ ତଳକୁ ଖସି ଯାଇଥାଏ । ତ ଏଭଳି ଏକ ବଡ଼ ଆହ୍ୱାନର କାର୍ଯ୍ୟ ହୋଇଥାଏ । କିନ୍ତୁ ଏହି ଆହ୍ୱାନକୁ ଆମକୁ ସଂପୂର୍ଣ୍ଣ କରିବାକୁ ପଡ଼ିବ । ଆଉ ମୋର ବିଶ୍ୱାସ ଅଛି କି ଆମେମାନେ ଯେଉଁ ସଂକଳ୍ପ କରିଛେ, ସେହି ସଂକଳ୍ପ ଦ୍ୱାରା ପୂରଣ ହେବ ।
ମିଶନ ଇନ୍ଦ୍ରଧନୁଷ ଦ୍ୱାରା ଟୀକାକରଣର କାର୍ଯ୍ୟରେ ଯେଉଁ ଗତି ଆସିଛି ଆଉ ଆମର ପ୍ରୟାସ ରହିଛି କି ବର୍ଷ ଶେଷ ସୁଦ୍ଧା 90 ପ୍ରତିଶତ ଟୀକାକରଣର କାର୍ଯ୍ୟକୁ ଆମେ ହାସଲ କରିନେବା ।
ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ 6,000 ଟଙ୍କାର ଆର୍ଥିକ ସହାୟତା ସେହି ମାଆମାନଙ୍କୁ ଦେଇ କରି ସେମାନଙ୍କର ଗର୍ଭଧାରଣର ସମୟରେ ତାଙ୍କର ଚିନ୍ତା କରାଯାଉଛି, ସେମାନଙ୍କ ପାଇଁ ମଧ୍ୟ ସରକାର ପାଖାପାଖି 23 ଲକ୍ଷ ମହିଳାମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ସହିତ ଯୋଡ଼ି… ସେଠାକାର ଯେଉଁ ଲୋକମାନେ ଅଛନ୍ତି, ତଳ ସ୍ତରରେ ଯେଉଁ ଠେଙ୍ଗାମାନ ଅଛି ସେମାନେ ତାକୁ ଧରି ପକାନ୍ତୁ, ଝଡ଼ ଟିକେ ଅଧିକ ରହିଛି, ଯେ କେହି ତାହାକୁ ଧରି ନିଅନ୍ତୁ ।
ସେହିପରି ଘରେ ଯେଉଁ ଝିଅ ଚୂଲି ଜଳାଇ, ଘରେ ମାଆ ଗୋଟିଏ ଦିନରେ 400ସିଗାରେଟର ଧୂଆଁ ନିଜ ଫୁସଫୁସ ଭିତରକୁ ନେଇ ଯାଉଥିଲା । ଆମେ ସେଥିରୁ ତାଙ୍କୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣାରେ ଗ୍ୟାସ ସଂଯୋଗ ପହଂଚାଇବା ଯୋଗୁଁ ଆଜି ପାଖାପାଖି ସାଢ଼େ ତିନି କୋଟି ପରିବାରକୁ ମାଗଣା ଗ୍ୟାସ ସଂଯୋଗ କରିବାର କାର୍ଯ୍ୟ ହୋଇଛି । ଆଗାମୀ ଦିନରେ ମଧ୍ୟ ବିକାଶର ଏହି ଯାତ୍ରାକୁ ଆଗକୁ ବଢ଼ାଇ ଆଜି ଯେଉଁ ଯୋଜନାଗୁଡ଼ିକର ଆରମ୍ଭ ହୋଇଛି ତାକୁ ଆହୁରି ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଆମକୁ ଆମ ଦେଶକୁ ସୁସ୍ଥ ସବଳ କରିବାର ଅଛି । ଆମର ପିଲାମାନେ ଯଦି ସଶକ୍ତ ହୋଇଯିବେ ତ ଆମ ଦେଶର ଭବିଷ୍ୟତ ମଧ୍ୟ ସଶକ୍ତ ହେବ ।
ଏହି ସଂକଳ୍ପ ସହିତ ଆପଣ ସମସ୍ତେ ଏହି ଜନ-ଆନ୍ଦୋଳନରେ ଯୋଡ଼ି ହୁଅନ୍ତୁ । ମୁଁ ଦେଶବାସୀଙ୍କୁ ଆହ୍ୱାନ କରୁଛି । ଏହା ହେଉଛି ମାନବତାର କାର୍ଯ୍ୟ, ଏହା ହେଉଛି ଆଗାମୀ ପିଢିର କାର୍ଯ୍ୟ, ଏହା ହେଉଛି ଭାରତର ଭବିଷ୍ୟତର କାର୍ଯ୍ୟ, ଆପଣ ସମସ୍ତେ ଆମ ସହିତ ଯୋଡ଼ି ହୁଅନ୍ତୁ ।
ସଂପୂର୍ଣ୍ଣ ଶକ୍ତିର ସହିତ ମୋ ସାଙ୍ଗରେ କୁହନ୍ତୁ-
ଭାରତ ମାତା କୀ-ଜୟ
ଭାରତ ମାତା କୀ-ଜୟ
ଭାରତ ମାତା କୀ-ଜୟ
ବହୁତ-ବହୁତ ଧନ୍ୟବାଦ ।
**********
With the power of technology the entire nation is connected with Jhunjhunu.
— PMO India (@PMOIndia) March 8, 2018
I am here in Jhunjhunu to commend this district for furthering the #BetiBachaoBetiPadhao movement: PM @narendramodi https://t.co/GV4fRhII6B #NariShakti4NewIndia
There is no question of discrimination based on gender. Everyone is equal: PM @narendramodi in Rajasthan #NariShakti4NewIndia
— PMO India (@PMOIndia) March 8, 2018
Important that girls get access to quality education, just like boys do: PM @narendramodi
— PMO India (@PMOIndia) March 8, 2018
'बेटा-बेटी एक' भाव के लिए हमें एक सामाजिक और जन आंदोलन खड़ा करने की जरूरत : PM @narendramodi
— PMO India (@PMOIndia) March 8, 2018
A daughter is not a burden.
— PMO India (@PMOIndia) March 8, 2018
Please look around us- see how girls are bringing pride and glory for our nation. They are excelling in several fields: PM @narendramodi #NariShakti4NewIndia
बेटी बोझ नहीं, बेटी पूरे परिवार की आन-बान और शान होती हैं : PM @narendramodi
— PMO India (@PMOIndia) March 8, 2018
Important to provide proper nutrition to children: PM @narendramodi #NariShakti4NewIndia
— PMO India (@PMOIndia) March 8, 2018
Mission Indradhanush has brought an extremely positive change in the lives of women and children: PM @narendramodi
— PMO India (@PMOIndia) March 8, 2018
We began the POSHAN Abhiyaan with an unwavering commitment to ensure proper nutrition facilities for our women and children. India will progress when our youth and Nari Shakti are healthy. Here is my speech at Jhunjhunu, Rajasthan today. https://t.co/CPfFzj9E6H pic.twitter.com/kYoF625uL3
— Narendra Modi (@narendramodi) March 8, 2018