Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟାଗୋର ସାଂସ୍କୃତିକ ସଦ୍ଭାବନା ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଟାଗୋର ସାଂସ୍କୃତିକ ସଦ୍ଭାବନା ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ଟାଗୋର ସାଂସ୍କୃତିକ ସଦ୍ଭାବନା ପୁରସ୍କାରର ସମସ୍ତ ବିଜେତାଙ୍କୁ ମୁଁ ହୃଦୟର ସହିତ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଶ୍ରୀ ରାଜକୁମାର ସିଂହାଜିତ ସିଂହ’, ଶ୍ରୀ ରାମ ସୁତାର ଜୀ ଏବଂ ଛାୟାନଟର ସମ୍ମାନ, କଳାର ସମ୍ମାନ, ସଂସ୍କୃତିର ସମ୍ମାନ ଏବଂ ଜ୍ଞାନର ସମ୍ମାନ  ।

ସଂସ୍କୃତି ଯେ କୌଣସି ରାଷ୍ଟ୍ରର ପ୍ରାଣବାୟୁ । ଏହାଦ୍ୱାରା ରାଷ୍ଟ୍ରର ପରିଚୟ ଏବଂ ଅସ୍ଥିତ୍ୱକୁ ଶକ୍ତି ମିଳିଥାଏ । କୌଣସି ରାଷ୍ଟ୍ରର ସମ୍ମାନ ଏବଂ ତାହାର ଆୟୁଷ ମଧ୍ୟ ସଂସ୍କୃତିର ପରିପକ୍ୱତା ଏବଂ ମଜବୁତ ସାଂସ୍କୃତିକ ମୂଳୁଦୂଆରୁ ପ୍ରସ୍ତୁତ ହୋଇଥାଏ  ।

ଭାରତ ପାଖରେ ହଜାର ହଜାର ବର୍ଷର ଏକ ସାଂସ୍କୃତିକ ଇତିହାସ ରହିଛି, ଯିଏକି ପରାଧୀନତା ଓ ବାହ୍ୟ ଆକ୍ରମଣକୁ ମଧ୍ୟ ସାମନା କରିଛି  । ଏହା ଯଦି ସମ୍ଭବ ହୋଇପାରିଛି ତେବେ ତାହା ପଛରେ ସ୍ୱାମୀ ବିବେକାନନ୍ଦଜୀ ଏବଂ ଗୁରୁଦେବ ରବିନ୍ଦ୍ରନାଥ ଟାଗୋରଙ୍କ ଭଳି ଅନେକ ମନିଷୀମାନଙ୍କର ଯୋଗଦାନ ରହିଛି  ।

ଭାରତର ସାଂସ୍କୃତିକ ସାମର୍ଥ୍ୟ ଏକ ରଙ୍ଗ ବିରଙ୍ଗ ମାଳି ଭଳି, ଯେଉଁଠି ଭିନ୍ନ ଭିନ୍ନ ରଙ୍ଗ ଶକ୍ତି ପ୍ରଦାନ କରୁଛି  । कोस-कोस पर बदले पानी चार कोस पर बानी यही भारत को बहुरंगी और बहुआयामी बनाते हैं।

ଭାରତର ଏହି ଶକ୍ତିକୁ ଗୁରୁଦେବ ବୁଝିଥିଲେ ଏବଂ ରବିନ୍ଦ୍ର ସଙ୍ଗୀତରେ ଏହି ବିବିଧତାକୁ ମଧ୍ୟ ପ୍ରତିଫଳିତ କରିଛନ୍ତି  । ରବିନ୍ଦ୍ର ସଙ୍ଗୀତରେ ସମଗ୍ର ଭାରତର ରଙ୍ଗ ରହିଛି ଏବଂ ଏହା ଭାଷାର ବନ୍ଧନରୁ ମଧ୍ୟ ଉଦ୍ଧ୍ୱର୍ରେ  ।

ଗୁରୁଦେବ, ଲୋକଳଳା ଏବଂ ପାରମ୍ପରିକ ନୃତ୍ୟଗୁଡିକୁ ଦେଶର ଏକ ସଂସ୍କୃତିର ପରିଚାୟକ ମାନୁଥିଲେ  । ମଣିପୁରୀ ନୃତ୍ୟର ଶିକ୍ଷକ ନବାକୁମାର ସିଂହଜୀ ଏହାଦ୍ୱାରା ସେ କେତେ ପ୍ରଭାବିତ ଥିଲେ, ତାହା ଶାନ୍ତିନିକେତନକୁ ଗଲେ ଜଣାପଡୁଛି  ।

ଆଜି ଟାଗୋର ସମ୍ମାନରେ ସମ୍ମାନିତ ଶ୍ରୀ ରାଜକୁମାର ସିଂହାଜିତ ସିଂହ ଏହି ସମୃଦ୍ଧ ସଂସ୍କୃତିର ପ୍ରତିନିଧିତ୍ୱ କରୁଛି  । ରାଜକୁମାରଜୀ ମଣିପୁରୀ ନୃତ୍ୟର ପ୍ରଚାର ପ୍ରସାର ପ୍ରତି ସମର୍ପିତ ଥିଲେ  । ସେ ମଣିପୁରୀ ନୃତ୍ୟ ପରମ୍ପରା ଜରିଆରେ ସାଂସ୍କୃତିକ ସଦ୍ଭାବକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଆଶା ଯେ ଭବିଷ୍ୟତରେ ମଧ୍ୟ ଏହି କ୍ଷେତ୍ରରେ ନିଜର ଅବଦାନ ଦେଉଥିବେ । ଏହି ପୁରସ୍କାର ପାଇଁ ମୋ ତରଫରୁ ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ।

ବନ୍ଧୁଗଣ, ଗୁରୁଦେବ ପ୍ରତ୍ୟେକ ସୀମାରୁ ଉଦ୍ଧ୍ୱର୍ରେ ଥିଲେ । ସେ ପ୍ରକୃତି ଏବଂ ମାନବତା ପ୍ରତି ସମର୍ପିତ ଥିଲେ । ଗୁରୁଦେବ ସମଗ୍ର ବିଶ୍ୱକୁ ନିଜର ଘର ଭାବେ ଦେଖୁଥିଲେ, ଏବଂ ସମଗ୍ର ସଂସାର ମଧ୍ୟ ତାଙ୍କୁ ସେତିକି ନିଜର କରିଥିଲା । ଆଜି ମଧ୍ୟ ଆଫଗାନୀ ଲୋକମାନଙ୍କ ମୁଖରୁ କାବୁଲୀ ବାଲାର କାହାଣୀ ଶୁଣିବାକୁ ମିଳେ । ଆଜି ମଧ୍ୟ ସଂସାରର ଅନେକ ସହରରେ ତାଙ୍କ ନାମ ସହ ଜଡିତ ସ୍ମୃତିଗୁଡିକ ରହିଛି, ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡିକରେ ତାଙ୍କ ନାମରେ ଚେୟାର ରହିଛି । ସାଢେ ତିନି ବର୍ଷ ପୂର୍ବେ ଯେତେବେଳେ ମୁଁ ତାଜିକିସ୍ଥାନ ଯାଇଥିଲି, ସେତେବେଳେ ମୋତେ ସେଠାରେ ଗୁରୁଦେବଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ହାସଲ ହୋଇଥିଲା  ।

ବନ୍ଧୁଗଣ, ଏମିତି କେବେ କେବେ ହୋଇଥାଏ ଯେ କୈାଣସି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ସାମିଲ ହୋଇଛନ୍ତି  । ଏହା ଗୁରୁଦେବଙ୍କ ପ୍ରତି ନିଜର ପଣିଆର ଭାବନା ଥିଲା, ତାଙ୍କ ପ୍ରତି ଶ୍ରଦ୍ଧା ଥିଲା, ଯାହା ବିଶ୍ୱଭାରତୀର ସମାବର୍ତ୍ତନରେ ମୋ ସହିତ ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଜୀ ମଧ୍ୟ ଉପସ୍ଥିତ ଥିଲେ  ।

ଗୁରୁଦେବଙ୍କ ରଚନା ଆମାର ସୋନାର ବାଙ୍ଗଳାହେଉଛି ବଙ୍ଗଳାଦେଶର ପରିଚୟ, ସେଠାକାର ରାଷ୍ଟ୍ର ସଙ୍ଗୀତ ମଧ୍ୟ । ଭାରତ ଏବଂ ବଙ୍ଗଳାଦେଶର ଏହି ସାଂସ୍କୃତିକ ଧରୋହରକୁ ଛାୟାନଟ ଆହୁରୀ ସୁଦୃଢ କରିଛି । ଛାୟାନଟର ମାନବତାବାଦୀ ଏବଂ ସାଂସ୍କୃତିକ ମୂଲ୍ୟ ଗୁରୁଦେବଙ୍କ ଭାବନାଗୁଡିକର ଅଭିବ୍ୟକ୍ତି କରୁଛି । ମୁଁ ତାଙ୍କୁ ଆଜିର ସମ୍ମାନ ପାଇଁ ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ, ଗୁରୁଦେବଙ୍କ କଥା ଆଲୋଚନା ବେଳେ ମୁଁ ପ୍ରାୟତଃ ଗୁଜରାଟରେ କଟେଇଥିବା ଦିନଗୁଡିକର ମଧ୍ୟ ଆଲୋଚନା କରିଥାଏ । ତାଙ୍କର ଭାଇ ଅହମଦାବାଦର କମିଶନର ଥିଲେ ଏବଂ ନିଜ ଭାଇଙ୍କ ସହିତ ରହି ସେ ଅନେକ କବିତାର ସଂରଚନା କରିଥିଲେ । ଗୁରୁଦେବଙ୍କ ରଚନା ଜନ-ଗଣ-ମନ ର ଯେଉଁ ଭାବନା ରହିଛି, ତାହାକୁ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରଣେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶସକ୍ତ କରିଥିଲେ ।

ମୁଁ ଅତ୍ୟନ୍ତ ଖୁସି ଯେ ଏହି ମହାନାୟକଙ୍କୁ ଆଜି ଆଉ ଏକ ଅଧ୍ୟାୟ ସହ ଯୋଡାଗଲା । ଶ୍ରୀ ରାମ ସୁତାରଜୀ ଆଜି ଗୁରୁଦେବ ଏବଂ ସର୍ଦ୍ଦାର ସାହେବଙ୍କ ମଧ୍ୟରେ ସେତୁ ହୋଇପାରିଛନ୍ତି । ସୁତାରଜୀ ଷ୍ଟାଚ୍ୟୁ ଅଫ ୟୁନିଟି ଜରିଆରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ରାଷ୍ଟ୍ରୀୟ ଏକତ୍ୱର ଭାବନାକୁ ଶସକ୍ତ କରିବାରେ ଭାରତୀୟମାନଙ୍କ ମଧ୍ୟରେ ଗୌରବର ଭାବନାକୁ ଆହୁରୀ ମଜବୁତ କରିଥିବା ସୁତାରଜୀଙ୍କୁ ମୁଁ ଟାଗୋର ପୁରସ୍କାର ପାଇଁ ପୁନର୍ବାର ଅନେକ ଅନେକ ଶୁଭେଚ୍ଛା ଜଣାଉଛି  । ଏବେ ମୁଁ ତାଙ୍କର ଭାଷଣରେ ଶୁଣିଛି ଯେ ବୟସ 93 ପାର ହୋଇଗଲାଣି କିନ୍ତୁ ଅନେକ ଭାଷଣର ମୂଳମନ୍ତ୍ର ଏହା ଥିଲା ଯେ- ଏବେ ମୋତେ ଅନେକ କାର୍ଯ୍ୟ କରିବାର ଅଛି । ଏହା ପ୍ରତ୍ୟେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣା  ।

ବନ୍ଧୁଗଣ, ଗୁରୁଦେବଙ୍କ କୃତିତ୍ୱ ଏବଂ ତାଙ୍କର ବାର୍ତ୍ତା ସମୟ, କାଳ ଏବଂ ପରିସ୍ଥିତିର ଉଦ୍ଧ୍ୱର୍ରେ । ମାନବତାର ସୁରକ୍ଷା ପ୍ରତି ତାଙ୍କର ଆଗ୍ରହକୁ ଆଜି ଆହୁରି ଶକ୍ତିଶାଳୀ କରିବାର ଆଶବ୍ୟକତା ରହିଛି । ଆଜି ସମଗ୍ର ଦୁନିଆରେ ଯେଉଁଭଳି ଆହ୍ୱାନ ରହିଛି, ସେଥିରେ ଗୁରୁଦେବଙ୍କ ଆଦର୍ଶ ମାର୍ଗରେ ଯିବା, ତାଙ୍କଠାରୁ କିଛି ଶିଖିବା ଅଧିକ ପ୍ରାସଙ୍ଗିକ ।

ମୁଁ ଗୁରୁଦେବଙ୍କ ପଂକ୍ତିଗୁଡିକ ଉଚ୍ଚାରଣ କରି ମୋ ଅଭିଭାଷଣକୁ ବିରାମ ଦେବି ।

”I slept and dreamt that life was joy.

I awoke and saw that life was service.

I acted and behold, service was joy.

 

ମୁଁ ଶୋଇଥିଲି ଏବଂ ସ୍ୱପ୍ନ ଦେଖିଲି ଯେ ଜୀବନ ଆନନ୍ଦମୟ ।

ମୁଁ ଉଠିଲି ଏବଂ ଦେଖିଲି ଯେ ଜୀବନ ହେଉଛି ସେବା ।

ମୁଁ ସେବା କଲି ଏବଂ ଦେଖିଲି ଯେ ସେବାରେ ହିଁ ଆନନ୍ଦ ଅଛି ।

ଏହିଭଳି ସେବାର ଭାବନା ରହିଥାଉ, ଦେଶର ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରୁଥାଉ, ଏହି କାମନାର ସହିତ ପୁନର୍ବାର ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଶୁଭକାମନା  ।

ରାଷ୍ଟ୍ରପତିଜୀ ତାଙ୍କର ସମୟ ଦେଇଥିବାରୁ ମୁଁ ଧନ୍ୟବାଦ ଅର୍ପଣ କରୁଛି । ତାଙ୍କର ଉପସ୍ଥିତି ଏହି ପ୍ରସଙ୍ଗର ଶୋଭାକୁ ଅନେକ ଗୁଣ ବଢାଇ ଦେଇଛି । ଭାଇ ମହେଶ ଶର୍ମାଜୀଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି ଯେ ତାଙ୍କର ବିଭାଗ ଅତି ସୁନ୍ଦରତାର ସହ ଏହି ପୁରସ୍କାର ଜରିଆରେ ସେହି ଭାବନାକୁ ଉଦଜୀବିତ କରିବାକୁ ପ୍ରଚେଷ୍ଟା କରିଛନ୍ତି ।