ପିଏମଇଣ୍ଡିଆ
ପୂର୍ବତନ ପ୍ରଶାସନିକ ଅଧିକାରୀ ଟିଏସଆର ସୁବ୍ରମଣ୍ୟନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
“ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ଟିଏସଆର ସୁବ୍ରମଣ୍ୟନ ନିଜ ପାଇଁ ଏକ ବିଶେଷ ପରିଚିତି ସୃଷ୍ଟି କରିଥିଲେ । ସେ ମଧ୍ୟ ତାଙ୍କର ଉନ୍ନତ ଲେଖା ଏବଂ ଜନସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ସହିତ ସଂପୃକ୍ତି ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁରେ ମୁଁ ଗଭୀର ଭାବେ ମର୍ମାହତ । ତାଙ୍କ ପରିବାର ବର୍ଗ ଏବଂ ବନ୍ଧୁମାନଙ୍କୁ ମୁଁ ସମବେଦନା ଜ୍ଞାପନ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ଏକ ଶୋକବାର୍ତ୍ତାରେ କହିଛନ୍ତି ।
**********
Shri TSR Subramanian distinguished himself as an outstanding civil servant. He also left a mark with his prolific writings and interventions on important public causes. Saddened by his demise. My thoughts and prayers are with his family and friends: PM @narendramodi
— PMO India (@PMOIndia) February 26, 2018