Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଟେକ୍ସଟାଇଲ ଇଣ୍ଡିଆ – 2017 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

s20170630110422

s20170630110420


ଟେକ୍ସଟାଇଲ ଇଣ୍ଡିଆ 2017ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ବୟନ ଶିଳ୍ପ  କ୍ଷେତ୍ରରେ ଏହା ବର୍ତ୍ତମାନ ସୁଦ୍ଧା ହେଉଛି ଦେଶର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ଯେଉଁଥିରେ ଦୁନିଆର 100ରୁ ଅଧିକ ଦେଶ ନିଜର ଉପସ୍ଥିତି ଜାହିର କରିଛନ୍ତି । ମୁଁ ବୟନ ଶିଳ୍ପ ମନ୍ତ୍ରଣାଳୟ, ଏହି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ, ଏଥିରେ ଭାଗ ନେବାକୁ ଆସିଥିବା ଲୋକମାନଙ୍କୁ ଏବଂ କାରିଗରମାନଙ୍କର ଶୁଭକାମନା କରୁଛି, ଅଭିନନ୍ଦନ ଜଣାଉଛି ।

ମୁଁ ଖୁସି ଯେ ପ୍ରଥମ ଥର ପାଇଁ କେନ୍ଦ୍ର ଆଉ ଦେଶର ଭିନ୍ନ-ଭିନ୍ନ ରାଜ୍ୟ ସରକାର ମାନେ, ବୟନ ଶିଳ୍ପ ସହିତ ଜଡିତ ଲୋକ ଏକାଠି ହୋଇଛନ୍ତି ଆଉ ଏହି ବୃହତ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଂପୂର୍ଣ୍ଣ ଦୁନିଆକୁ ଭାରତୀୟ ବୟନ ଶିଳ୍ପର ସମ୍ଭାବନା ଦେଖାଉଛନ୍ତି ।

ବୟନ ଶିଳ୍ପ ଏଭଳି ଏକ କ୍ଷେତ୍ର ଯାହା କୃଷି ଏବଂ ଶିଳ୍ପ ମଧ୍ୟରେ ଏକ ଅଦ୍ଭୁତ ସେତୁ ଭଳି କାର୍ଯ୍ୟ କରେ । କପାର କ୍ଷେତ ହେଉ, ରେଶମ ଉତ୍ପାଦନ ହେଉ, ଏହାର ସର୍ବଶେଷ ଉତ୍ପାଦ ବହୁତ କିଛି ବୟନ ଶିଳ୍ପ ଉପରେ ନିର୍ଭର କରିଥାଏ । କୃଷକମାନଙ୍କ ପରିଶ୍ରମରୁ ଉତ୍ପାଦିତ କଂଚାମାଲକୁ ବଜାରରେ ଉପଲବ୍ଧ କରାଇବାର କାମ ବୟନ ଶିଳ୍ପ କ୍ଷେତ୍ର କରୁଥିଲା । ଅର୍ଥାତ ଗୋଟିଏ ପଟେ ବୟନ ଶିଳ୍ପ କୃଷି ଏବଂ ଶିଳ୍ପର ହିଁ ହେଉଛି ଅଂଶ ।

ଭାରତର ଇତିହାସରେ ଯଦି କୌଣସି ଗୋଟିଏ ଶିଳ୍ପର ସବୁବେଳେ ମହତ୍ୱ ରହିଥାଏ, ତ ତାହା ହେଉଛି ବୟନ ଶିଳ୍ପ । ହଜାର ବର୍ଷ ପୂର୍ବର ଭରତୀୟ ଶାସ୍ତ୍ରରେ ବସ୍ତ୍ରର ମହିମା ବିଷୟରେ ଚର୍ଚ୍ଚା ହୋଇ ଚାଲିଛି । ହଜାର ହଜାର ବର୍ଷ ପୂର୍ବରୁ ଏହି ଶିଳ୍ପ ଅନ୍ୟ ଦେଶ ସହିତ ବ୍ୟବସାୟର ମୁଖ୍ୟ ଆଧାର ରହିଛି । ଯେଉଁ ରାସ୍ତାରେ ଲୁଗା ଏବଂ ସୂତାକୁ ଅନ୍ୟ ଦେଶକୁ ନିଆଯାଉ ଥିଲା, ସେହି ରାସ୍ତାର ନାମକୁ ମଧ୍ୟ କୌଣସି ନା କୌଣସି ସୂତାର ନାମରେ ପ୍ରଚଳିତ ହେଇ ଯାଇଥିଲା । ଏହି ରାସ୍ତାରେ କେତେ ହିଁ ବିଦେଶୀ ଦାର୍ଶନିକ ଭାରତକୁ ବୁଝିବା ପାଇଁ ଏଠାକୁ ଆସିଛନ୍ତ ଆଉ ଭାରତୀୟ ସଂସ୍କୃତିର ମହାନତାକୁ ଦର୍ଶନ କରି ଫେରି ଯାଇଛନ୍ତି । ନିଜ ସାହିତ୍ୟରେ ମଧ୍ୟ ସେମାନେ ଭାରତୀୟ ବସ୍ତ୍ର ଆଉ ବୟନ ଶିଳ୍ପ ଶକ୍ତିକୁ ପ୍ରମୁଖତାର ସହିତ ସ୍ଥାନ ଦେଇଛନ୍ତି ।

ଭିନ୍ନ ଭିନ୍ନ ସମୟରେ ଆମ ଦେଶର ସାହିତ୍ୟରେ ମଧ୍ୟ ତାହାର ଛାପ ଦେଖିବାକୁ ମିଳିଥାଏ । ପ୍ରାୟ ଦେଢ ବର୍ଷ ପୂବେ ଚେନ୍ନାଇରେ ଯେବେ ପ୍ରଥମ ଥର ଜାତୀୟ ହସ୍ତତନ୍ତ ଦିବସ ସମାରୋହ ହୋଇଥିଲା, ସେହି ସମୟରେ ମତେ ବନାରସର ଜଣେ ବୁଣାକାର ଭାଇ ମତେ ଗୋଟିଏ ଷ୍ଟୋଲ ଦେଇଥିଲେ । ସେଥିରେ କବୀର ଦାସ ଜୀଙ୍କର ଏକ ପ୍ରସିଦ୍ଧ ଦୋହାର ସାରମର୍ମ ଲେଖା ହୋଇଥିଲେ । ସେହି ଦୋହାର କିଛି ପଂକ୍ତି ହେଉଛି –

ଝିନି ଝିନି ବିନି ଚଦରିୟା

କାହେ କେ ତାନା କାହେ କେ ଭରନି,କୋନ ତାର ସେ ବିନି ଚଦରିୟା ।

(झीनी झीनी बिनी चदरिया 
काहे के ताना काहे के भरनी, कौन तार से बिनी चदरिया।)

 

କବୀର ଯିଏ ନିଜେ ସୂତା କାଟୁଥିଲେ, ଲୁଗା ବୁଣୁଥିଲେ, ଲୁଗା ମଧ୍ୟ ରଙ୍ଗ କରୁଥିଲେ । ସେ ନିଜେ ନା କେବଳ କାମରେ ଜୀବନର ସତ୍ୟତାକୁ ଖୋଜୁଥିଲେ ଆଉ ସେଥିରୁ ଶବ୍ଦ ନେଇ କରି ନିଜର ଦୋହାରେ ମଧ୍ୟ  ବ୍ୟକ୍ତ କରିଥିଲେ ।

ସାଥୀମାନେ, ବସ୍ତ୍ର ଆମ ଦେଶର ସାଂସ୍କୃତିକ ବିବିଧତା ସହିତ ମଧ୍ୟ ଯୋଡ଼ି ହୋଇ ରହିଛି । ଅବା ଏହା କହନ୍ତି କି ବସ୍ତ୍ର ଆମ ଦେଶର ସାଂସ୍କୃତିକ ବିବିଧତାର ପ୍ରତୀକ ହୋଇ ରହିଛି । କେତେ ସହର ଆଉ ଅଂଚଳର ପରିଚୟ ସେଠାକାର ବୟନ ଶିଳ୍ପରୁ ହିଁ ହୋଇଛି । କାଞ୍ଚିପୁରମ୍, ବନାରସ କିମ୍ବା ଆସାମର ରେଶମ ହେଉ, କାଶ୍ମୀରର ପଶମ ଆଉ ଜାମାବରର କାମ ହେଉ, ବେଙ୍ଗଲର ସୁସଲିମ୍ ହୁଅନ୍ତୁ, ଲକ୍ଷ୍ନୋର ଚିକନର କାମ ହେଉ, ତେଲଙ୍ଗାନା ଆଉ ଓଡ଼ିଶାର ହାତବୁଣା ଇକ ହେଉ, ଗୁଜରାଟର ପଟୋଲା ହେଉ, ଏହା ଶହ ଶହ ବର୍ଷ ଧରି ନିଜ ନିଜ ଅଂଚଳକୁ ପରିଚୟ ଦେଉଛନ୍ତି । ଏପରି ବିବିଧତା ଆପଣଙ୍କୁ ଦୁନିଆରେ ଆଉ କୌଣସି ଦେଶରେ ମିଳିବ ନାହିଁ ।

ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଆଜି ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ଉଜ୍ଜ୍ୱଳ ସ୍ଥାନ ଭାବେ ବର୍ଣ୍ଣନା କରାଯାଉଛି । ଏହା ବିଶ୍ୱ ନିବେଶ ସ୍ଥାନ ମଧ୍ୟରୁ ଏକ ଆକର୍ଷକ କେନ୍ଦ୍ର ଭାବେ ଉଭା ହୋଇଛି । ନିରନ୍ତର ନୀତିଗତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ।

ସାତ ହଜାରରୁ ଅଧିକ ସଂସ୍କାରମୂଳକ ପଦକ୍ଷେପ ଲାଗୁ କରାଯାଇ ସହଜରେ ବ୍ୟବସାୟ କରିବା ପାଇଁ ସ୍ଥିତି ବିକଶିତ କରାଯାଇଛି, ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରାଯାଇଛି । ସରକାର ବାର ଶହରୁ ଅଧିକ ପୁରୁଣା ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି । ଏହା କେତେକ ଉଦାହରଣ ମାତ୍ର ।

ପରିଣାମ ସ୍ୱରୂପ, ବିଶ୍ୱ ଅର୍ଥନୈତିକ ଫୋରମର ପ୍ରତିଦ୍ୱନ୍ଦିତା ମୂଳକ ସୂଚକାଙ୍କ (Global Competitiveness Index)ରେ ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ 32ତମ ସ୍ଥାନ ଉପରକୁ ଉନ୍ନିତ ହୋଇଛି । ଏହା କୌଣସି ଦେଶ ପାଇଁ ହେଉଛି ସର୍ବୋଚ୍ଚ ସ୍ଥାନ । ବିଶ୍ୱ ବ୍ୟାଙ୍କ ଳଜିଷ୍ଟିକ୍ ସଂପାଦନ ସୂଚକାଙ୍କ(World Bank Logistics Performance Index) 2016ରେ ଭାରତ 19 ସ୍ଥାନ ଉପରକୁ ଉଠିଛି । ବିଶ୍ୱ ବୌଦ୍ଧିକ ସ୍ଵତ୍ତ୍ଵାଧିକାର ସଂଗଠନର ବିଶ୍ଵ ନବସୃଜନ ସୂଚକାଙ୍କ(Global Innovation Index) 2016ରେ ମଧ୍ୟ ଆମେ ଷୋହଳ ତମ ସ୍ଥାନକୁ ଉନ୍ନୀତ ହୋଇଛୁ । ଜାତିସଙ୍ଘର ବାଣିଜ୍ୟ ଓ ବିକାଶ ସମ୍ମେଳନ (United Nations Conference on Trade and Development)ରେ ଏଫଡିଆଇ ନିବେଶ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ଦଶଟି ସ୍ଥାନ ମଧ୍ୟରୁ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି ।

ମେକ-ଇନ୍-ଇଣ୍ଡିଆ ପଦକ୍ଷେପ ଆଧାରରେ ସଂଗଠିତ ବୟନ ଶିଳ୍ପ କ୍ଷେତ୍ର କୌଶଳ, ଅନୁପାତ ଓ ଗତି ଏହି ମନ୍ତ୍ରରେ ଏବଂ ଜିରୋ-ଡିଫେକ୍ଟ, ଜିରୋ-ଇଫେକ୍ଟ ମାଧ୍ୟମରେ ନିଯୁକ୍ତି, ଉତ୍ପାଦନ ଓ ରପ୍ତାନୀ ମାଧ୍ୟମରେ ବ୍ୟାପାର ଏବଂ ବିକଶ ଘଟିଛି ।

ବସ୍ତ୍ର ଓ ପରିଧାନ କ୍ଷେତ୍ରରେ ବିଦେଶୀ ନିବେଶ ପାଇଁ ଆମ ପାଖରେ ସବୁଠାରୁ ଉଦାର ନିବେଶ ନୀତି ରହିଛି । ବସ୍ତ୍ର ଓ ପରିଧାନ କ୍ଷେତ୍ରରେ 100 ପ୍ରତିଶତ  ସ୍ୱୟଂଚାଳିତ ମାର୍ଗରେ ଏଫଡିଆଇ ପାଇଁ ଆମେ ଅନୁମତି ଦେଇଛୁ ।

ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଭାରତୀୟ ଅର୍ଥ ବ୍ୟବସ୍ଥାରେ ବସ୍ତ୍ର ଉଦ୍ୟୋଗର ଏକ ପ୍ରମୁଖ ସ୍ଥାନ ରହିଛି । ମୂଲ୍ୟ ଶୃଙ୍ଖଳ ଏବଂ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଏହା ସୁଦୃଢ ଓ ମଜବୁତ ହୋଇ ରହିଛି । ଭାରତ କପା, ଉଲ୍, ଝୋଟ, ରେଶମ ଓ ହାତ ତିଆରି ଫାଇବର ଆଦି କଂଚାମାଲର ପ୍ରଚୁର ଯୋଗାଣ କରିଥାଏ । ବାସ୍ତବରେ କପା ଓ ଝୋଟ ଉତ୍ପାଦନ କ୍ଷେତ୍ରରେ ଏହା ଦୁନିଆରେ ସର୍ବ ବୃହତ ଉତ୍ପାଦନକାରୀ ଦେଶ ଏବଂ ରେଶମ ଓ ହାତ ତିଆରି ଫାଇବର କ୍ଷେତ୍ରରେ ଦ୍ୱିତୀୟ ସର୍ବବୃହତ ଉତ୍ପାଦକ ରାଷ୍ଟ୍ର । ପଛୁଆ ବର୍ଗର ସମନ୍ୱୟ କ୍ଷେତ୍ରରେ ଏହା ଆମକୁ ବିଶେଷ ଲାଭ ପ୍ରଦାନ କରିଥାଏ, ଯାହା ଅନ୍ୟ କୌଣସି ଦେଶରେ ହୁଏ ନାହିଁ । ଏହା ବ୍ୟତୀତ, ଭାରତର ସୂତା କାଟିବା, ବୁଣିବା, ନେଟିଂ ଓ ପରିଧାନ ବିନିର୍ମାଣ କ୍ଷମତା ରହିଛି । ଯୁବ ଏବଂ କୁଶଳୀ ଶ୍ରମିକ ଉଚିତ ଦରରେ ଉପଲବ୍ଧ ହୋଇଥାନ୍ତି ।

ଆମର ଉଚ୍ଚ ଆର୍ଥିକ ଅଭିବୃଦ୍ଧିର ଫଳାଫଳ ଯୋଗୁଁ ଉଚ୍ଚ ପ୍ରେୟୋଜିତ ଆୟ ହୋଇଛି । ଆମ ଉତ୍ପାଦ ଅଧିକ ଚାହିଦାର ପରିଣାମ ସ୍ୱରୂପ ଏକ ବିଶାଳ ଘରୋଇ ବଜାର ସୃଷ୍ଟି କରିଛି । ଆମେ ଆକାଂକ୍ଷିତ ଯୁବକଙ୍କ ଏକ ରାଷ୍ଟ୍ର, ଯେଉଁମାନେ ବସ୍ତ୍ର, ପରିଧାନ ଏବଂ ହସ୍ତଶିଳ୍ପ ଜୀବନ ଶୈଳୀ ଉତ୍ପାଦ କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ପରିଧାନ ଏବଂ ହସ୍ତଶିଳ୍ପ ଜୀବନ ଶୈଳୀ ଉତ୍ପାଦ କ୍ଷେତ୍ରରେ ଆମ ଘରୋଇ ବଜାର ବର୍ତ୍ତମାନ 85 ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଥିବା ବେଳେ, 2025 ସୁଦ୍ଧା 160 ବିଲିୟନ ଆମେରିକୀୟ ଡଲାରରେ ପହଂଚିବ ବୋଲି ଆଶା କରା ଯାଉଛି । ମଧ୍ୟମ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଦ୍ୱାରା ଏହି ଅଭିବୃଦ୍ଧି ପରିଚାଳିତ ହେବ ।

ଆମ ଦେଶରୁ ଉତ୍ପାଦିତ ବସ୍ତ୍ର ଓ ପରିଧାନର ବିଶ୍ୱ ବଜାରରେ ମଧ୍ୟ ଅଧିକ ଚାହିଦା ରହିଛି । ବସ୍ତ୍ର ଉଦ୍ୟୋଗ କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ରପ୍ତାନୀକାରୀ, ଯାହା ବିଶ୍ୱ ଭାଗିଦାରୀ ତୁଳନାରେ ପ୍ରାୟ 5 ପ୍ରତିଶତ । ଭାରତୀୟ ବସ୍ତ୍ର, ଯାହା ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ମିଶାଇ ଶହେରୁ ଅଧିକ ଦେଶକୁ ରପ୍ତାନୀ କରାଯାଉଛି । ବେଳେ ବେଳେ ଭାରତୀୟ ପର୍ଯ୍ୟଟକ ବିଦେଶରୁ ଯେଉଁ ବସ୍ତ୍ର କିଣିଥାନ୍ତି, ପରେ ଅନୁଭବ କରିଥାନ୍ତି ଯେ ଏହା କେବଳ ଭାରତରେ ହିଁ ପ୍ରସ୍ତୁତ ହୋଇଛି ।

ବୟନ ଶିଳ୍ପ କ୍ଷେତ୍ର ମହତ୍ୱପୂର୍ଣ୍ଣ ରୋଜଗାର ସୁଯୋଗ ପ୍ରଦାନ କରିଥାଏ । ଆଜି କୃଷି ପରେ, ଏହା ଆମର ଦ୍ୱିତୀୟ ସର୍ବାଧିକ ଆତ୍ମନିଯୁକ୍ତିର କ୍ଷେତ୍ର । 45 ନିୟୁତରୁ ଅଧିକ ଲୋକ ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ଏବଂ ଷାଠିଏ ନିୟୁତ ଅପ୍ରତ୍ୟକ୍ଷ  ଭାବେ ଏ ସମ୍ବନ୍ଧିତ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି ।

ଏହାକୁ ଧ୍ୟାନରେ ରଖି ଏହି ସରକାରରେ ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଗତ ବର୍ଷ ଗୋଟିଏ ବୟନ ଶିଳ୍ପ ପ୍ୟାକେଜ୍ ଦିଆଯାଇଛି । ଯାହା ମାଧ୍ୟମରେ  ପରିଧାନ ଏବଂ ନିର୍ମାଣ ଆଧାରିତ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି ।

ସରକାର ସ୍ଥିର କରିଛନ୍ତି ପରିଧାନ ଏବଂ ନିର୍ମାଣ ଆଧାରିତ କ୍ଷେତ୍ରରେ ଯେଉଁ କମ୍ପାନୀ ଏବଂ ବ୍ୟବସାୟୀ ନୂଆ ଶ୍ରମିକମାନଙ୍କୁ ରୋଜଗାର ଦେଉଛନ୍ତି ତାଙ୍କୁ ଆର୍ଥିକ ସାହାଯ୍ୟ ଦିଆଯିବ । କିନ୍ତୁ ଆର୍ଥିକ ସାହାଯ୍ୟ ଦିଆଯିବାର ପଦ୍ଧତି ଏହା ହେବ କି ସେ ଯେଭଳି କର୍ମଚାରୀଙ୍କୁ ରଖନ୍ତୁ, ତାଙ୍କ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ କମ୍ପାନୀ ତରଫରୁ ଯେଉଁ 12 ପ୍ରତିଶତ ରାଶି ଦିଆଯାଏ, ତାହାକୁ ସରକାର ନିଜେ ବହନ କରିବେ । ଏହାର ଲାଭ ଏହା ହେବ କି ଅଧିକରୁ ଅଧିକ ସାଧାରଣ କ୍ଷେତ୍ରର ଶ୍ରମିକ ଏଥିରେ ଯୋଡ଼ି ହେବେ ।

ଏହା ଛଡ଼ା ସରକାର ପରିଧାନ କ୍ଷେତ୍ରରେ ସମୟ ସୀମା ନିର୍ଦ୍ଧାରତ ନିଯୁକ୍ତି ର ମଧ୍ୟ ରାସ୍ତା ଖୋଲି ରଖିଛନ୍ତି । ଅର୍ଥାତ ଶ୍ରମିକ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ନିଯୁକ୍ତ ହେବେ କିନ୍ତୁ ସେହି ସମୟରେ ତାଙ୍କୁ ସେହି ସୁବିଧା ମିଳିବ ଯାହା କୌଣସି ସ୍ଥାୟୀ କର୍ମଚାରୀଙ୍କୁ ମିଳିଥାଏ । ଏହା ଦ୍ୱାରା ମଧ୍ୟ ଶ୍ରମିକଙ୍କ ସ୍ଥିତିରେ ସୁଧାର ଆସିବ ।

ଆୟକର ଟିକସ ନିୟମ ଆଧାରରେ ମଧ୍ୟ ଏହି କ୍ଷେତ୍ରର କମ୍ପାନୀ ଗୁଡ଼ିକୁ ଛାଡ଼ ଦିଆଯାଇଛି । ଏଭଳି ଉତ୍ପାଦନକାରୀ ୟୁନିଟ୍ ଯେଉଁଠାରେ ଅତି କମରେ 100 ଶ୍ରମିକ ଅଛନ୍ତି, ସେ କୌଣସି ନୂଆ ଶ୍ରମିକଙ୍କୁ 150 ଦିନ ପର୍ଯ୍ୟନ୍ତ ରୋଜଗାର ଦେଉଛନ୍ତି ତା’ହେଲେ ମଧ୍ୟ ତାଙ୍କୁ ଟିକସରେ ଛାଡ଼ ଦିଆ ଯାଉଅଛି ।

ଭଦ୍ର ମହିଳା ଓ ସୁଧୀମଣ୍ଡଳୀ

କୁଶଳୀ ମାନବ ସମ୍ବଳର ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ୟୋଗ-ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସମନ୍ୱିତ ଦକ୍ଷତା ବିକାଶ ଯୋଜନା କାର୍ଯ୍ୟକାରୀ କରା ଯାଉଛି ।

ବିଶ୍ୱ ସ୍ତରୀୟ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ମାଧ୍ୟମରେ ବିନିର୍ମାଣ ଏବଂ ରପ୍ତାନୀ କ୍ଷେତ୍ରରେ ଆମର ଶକ୍ତିକୁ ସୁଦୃଢ଼ କରାଯାଉଛି । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲଜିର ନେଟୱାର୍କରେ 16ଟି ବୃତିଗତ ପରିଚାଳନା ଭିତ୍ତିକ କ୍ୟାମ୍ପସ ରହିଛି । ପ୍ରଦର୍ଶନ ଓ ପ୍ରକ୍ରିୟା ଆଧାରରେ ଫେସନ ଶିକ୍ଷା, ଗବେଷଣା ଓ ବିକାଶ, ପ୍ରଶିକ୍ଷଣ ଓ ପରାମର୍ଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି ।

ଉଦ୍ୟୋଗ କ୍ଷେତ୍ରରେ ନିବେଶକ ମାନଙ୍କୁ ନିଜ ନିଜର ରାଜ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ବିଗତ କିଛି ବର୍ଷ ଭିତରେ ରାଜ୍ୟଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଦେଖାଦେଇଛି । ଫଳରେ ରାଜ୍ୟ ଗୁଡିକରେ କେତେକ ପ୍ରମୁଖ ସଂସ୍କାର ଦେଖା ଦେଇଛି । ପ୍ରତ୍ୟେକ ରାଜ୍ୟ ନିଜସ୍ୱ ଢ଼ଙ୍ଗରେ ବୟନ ଶିଳ୍ପ ସମେତ ନୂତନ ଶିଳ୍ପ ପ୍ରତିଷ୍ଠା ପ୍ରତିଷ୍ଠା ପାଇଁ ସୁବିଧା ପ୍ରଦାନ କରୁଛନ୍ତି । ମତେ ଲାଗୁଛି କି ଏବେ ସମୟ ଆସିଛି ଆମକୁ ବସ୍ତ୍ର ରପ୍ତାନୀ କ୍ଷେତ୍ରରେ ଅଧିକ ମାତ୍ରାରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ ।

ଭାରତ ହେଉଛି ବିବିଧ ସଂସ୍କୃତି, ଫେସନ ଓ ପରମ୍ପରାର ଦେଶ । ଏହି ବିବିଧତା ଭିନ୍ନ ଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପୋଷାକରେ ସ୍ପଷ୍ଟ ପ୍ରତିଫଳିତ ହୋଇଥାଏ । ଆମକୁ ଆମର ବସ୍ତ୍ର ବିବିଧତାକୁ ତାଲିକାଭୁକ୍ତ କରିବା ଓ ନକ୍ସା ପ୍ରସ୍ତୁତ କରି ପ୍ରତ୍ୟେକ ରାଜ୍ୟ ଅବା ଅଂଚଳର ଶକ୍ତି ଓ ବିଶେଷତ୍ୱକୁ ସ୍ପଷ୍ଟ ଭାବେ ଦୃଢୀଭୁତ କରିବାକୁ ପଡିବ । ପ୍ରତ୍ୟେକ ରାଜ୍ୟକୁ କିଛି ପ୍ରସିଦ୍ଧ ଉତ୍ପାଦ ପାଇଁ ସମର୍ପିତ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି କରିବା ଦରକାର, ଯିଏକି ମୂଲ୍ୟ ଶୃଙ୍ଖଳା ଆଧାରରେ ଉତ୍ପାଦକ ଏବଂ ବ୍ୟବସାୟୀଙ୍କୁ ସୁବିଧା ପ୍ରଦାନ କରିବେ । ପୋଷାକ ଉତ୍ପାଦନ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ଏହି ହସ୍ତକ୍ଷେପ ରହିବା ଆବଶ୍ୟକ । ରପ୍ତାନୀ ବଜାର ଓ ନିର୍ଦ୍ଧିଷ୍ଟ ଘରୋଇ ଆବଶ୍ୟକତାକୁ ଏହା ପୂରଣ କରିପାରିବ ।

ଆମକୁ ବୃହତ ବିଶ୍ୱ ବଜାରରେ ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଏକ ନକ୍ସା ଓ କାର୍ଯ୍ୟାନ୍ୱୟନ ଯୋଜନା ମଧ୍ୟ ପ୍ରସ୍ତୁତ କରିବା ଦରକାର ଓ ବାସ୍ତବିକ ସମୟ ଆଧାରରେ ଏହି କ୍ଷେତ୍ରରେ ଫେସନ୍ ଏବଂ ବସ୍ତ୍ରର ନୂଆ ପ୍ରବୃତିକୁ ନିରୀକ୍ଷଣ କରିବା ଉଚିତ । ସରକାରୀ ପରିଷଦ ଏବଂ ଉଦ୍ୟୋଗ ସଂଗଠନ ଗୁଡିକୁ ଏହି ଅବସରରେ ସହଯୋଗ ଭାବନାରେ ସହାୟତା କରିବା ଦରକାର । ଏହା ଆମର ସେହି ଆବଶ୍ୟକତା ଗୁଡିକୁ ପୂରଣ କରିବା ଦିଗରେ ଆମ ଶକ୍ତିକୁ ଗତି ପ୍ରଦାନ କରିବ ଆଉ ରପ୍ତାନୀ ବୃଦ୍ଧି କରିବା ଦିଗରେ ସହାୟକ ହେବ ।

ବନ୍ଧୁଗଣ,

ନବସୃଜନ ଓ ଗବେଷଣା ହେଉଛି ଅଭିବୃଦ୍ଧି ଏବଂ ସଂପଦ ସୃଷ୍ଟିର ନୂଆ ମନ୍ତ୍ର । ବସ୍ତ୍ର ଉଦ୍ୟୋଗକୁ ବିକାଶ ଏବଂ ନୂଆ ବଜାରରେ ନିଜର ସ୍ଥିତି ଜାହିର କରିବା ପାଇଁ କ୍ରମାଗତ ନବସୃଜନ ଓ ଗବେଷଣା କରିବାକୁ ପଡିବ । ଉଦାହରଣ ସ୍ୱରୂପ ଦୁନିଆର କେତେକ ଭାଗରେ ଶାରିରୀକ ଗଠନ ସାମାନ୍ୟ ଅଧିକ । ସେଥିପାଇଁ ଆମ ଦେଶରେ ବ୍ୟବହାର ହେଉଥିବା ସାଧରଣ ଆକାର ତୁଳନାରେ ଅଧିକ ଚଉଡ଼ାର କପଡା  ଆବଶ୍ୟକ ହୋଇଥାଏ । ସେଥିପାଇଁ ଆପଣମାନଙ୍କୁ ତନ୍ତର ଚଉଡ଼ା ବଢାଇବା ଆବଶ୍ୟକ ହୋଇପାରେ । ନଚେତ  ଆବଶ୍ୟକତା ଭିନ୍ନ ହୋଇପାରେ । ରପ୍ତାନୀ ବଜାରର ନେତୃତ୍ୱ ନେବା ପାଇଁ ଏହି ଦିଗ ପ୍ରତି  ବସ୍ତୃତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଆଜି ଶୂନ କାର୍ବନ ଚିହ୍ନିତ ଉତ୍ପାଦର ଚାହିଦା ରହିଛି । ସମଗ୍ର ଜୀବନ ଶୈଳୀ ଏକ ମହତ୍ୱପୂର୍ଣ୍ଣ ଶବ୍ଦ ହୋଇଯାଇଛି । ଜୈବିକ ରଙ୍ଗ, ଜୈବିକ ଉତ୍ପାଦ ଆଧାରରେ ପ୍ରସ୍ତୁତ ଲୁଗା ଓ କପଡାର ବଜାର ବୃଦ୍ଧି ପାଇବାରେ ଲାଗିଛି । ଜୈବିକ ଉତ୍ପାଦ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ଆମେ ପ୍ରୟାସ କରିବା ଦରକାର ।     

କପା ଓ ଝୋଟ ବ୍ୟତୀତ, ଆମ ପାଖରେ ପୂର୍ବରୁ କଦଳୀ ଓ ବାଉଁଶରୁ ପ୍ରସ୍ତୁତ ଫାଇବର ଅଛି । ଏହା ପାଇଁ ମଧ୍ୟ ଏକ ଭଲ ବଜାର ରହିଛି । ତେଣୁ ଅନ୍ୟାନ୍ୟ ଉତ୍ସରୁ ଫାଇବର ପ୍ରସ୍ତୁତ କରିବା ପାଇଁ ଫେସନ୍ ଟେକ୍ନୋଲଜି ସମ୍ବନ୍ଧୀୟ ଜାତୀୟ ପ୍ରତିଷ୍ଠାନ ଏବଂ ବିଜ୍ଞାନ ଓ ଔଦ୍ୟୋଗିକ ଗବେଷଣା ଅନୁଷ୍ଠାନ ଭଳି ସଂସ୍ଥାନ ଆହୁରି ଅଧିକ ଗବେଷଣା କରିବା ଆବଶ୍ୟକ ।

ମହିଳା ଓ ଭଦ୍ରବ୍ୟକ୍ତିମାନେ,

ଆମର ସମନ୍ୱିତ ବୟନ ଶିଳ୍ପ ସମୂହ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପରିବେଶ ଅନୁରୂପ ଅଛି । ବସ୍ତ୍ର ଉତ୍ପାଦକ ରାଜ୍ୟ ବୟନ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଶିଳ୍ପ ଅନୁକୂଳ ନୀତି ପ୍ରସ୍ତୁତ କରିବା ଦରକାର ।

ମୁଁ ବୁଝି ପାରୁଛି ଆଗାମୀ ଦୁଇ ଦିନରେ ଆପଣଙ୍କ ମାନଙ୍କୁ କିଛି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ମୋର କିଛି କ୍ୟାବିନେଟ ସହଯୋଗୀ ଆପଣଙ୍କ ସହିତ ମଧ୍ୟ ଆଲୋଚନା କରିବେ । ମୋର ବିଶ୍ୱାସ ଯେ ଏହି ଅଧିବେଶନ ଉତ୍ସାହଜନକ ଏବଂ ସୂଚନା ପ୍ରଦାନକାରୀ ହେବ ।

ମୋର ବିଶ୍ୱାସ ଯେ ଏହି କାର୍ଯ୍ୟକ୍ରମ ଭାରତକୁ ସକ୍ରିୟ ପର୍ଯ୍ୟାବରଣ ନୀତି, ଏହି କ୍ଷେତ୍ର ସହିତ ଜଡିତ ବ୍ୟାପକ ସମ୍ଭାବନାକୁ ସୁଦୃଢ କରିବା ସହିତ ବିଶ୍ୱ ପରିଦୃଶ୍ୟରେ ସୁଯୋଗ ପ୍ରଦାନ ସହିତ ଭାରତୀୟ ନେତାଙ୍କୁ ପରିଚିତ ହେବାରେ ସହାୟତା କରିବ । ଏହା ଦ୍ୱାରା ଭାରତରେ ନିବେଶର ସୁଯୋଗ ଓ ଉତ୍ସ ଖୋଜୁଥିବା ଦେଶ ସହିତ ଭାରତକୁ ଏକ ମହତ୍ୱପୂର୍ଣ୍ଣ ଭାଗିଦାର ଭାବେ ପ୍ରତଷ୍ଠିତ କରିବାରେ ସହାୟତା ମିଳିବ । ମୋର ବିଶ୍ୱାସ ଯେ ଏହା ଭାରତକୁ ନିଜର ଅନ୍ତର୍ନିହିତ କ୍ଷମତା ଅନୁଭବ କରାଇବାରେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବସ୍ତ୍ର ଓ ପରିଧାନ ଉତ୍ସରେ ନିବେଶ କରିବାରେ ଏକ ଦୀର୍ଘ ପଥରେ ଆଗେଇନେବ ।

ମହିଳା ଓ ଭଦ୍ର ବ୍ୟକ୍ତିମାନେ,

ଗାନ୍ଧିନଗରରେ ଏକ ବହୁତ ସଫଳ ଏବଂ ଫଳଦାୟକ ତିନି ଦିନ ପାଇଁ ଶୁଭକାମନା ସହିତ ମୁଁ ମୋ ବକ୍ତବ୍ୟ ଶେଷ କରୁଛି ।

ମୁଁ ଆପଣମାନଙ୍କୁ ଆସିବା ପାଇଁ, ନିବେଶ କରିବା ପାଇଁ ଏବଂ ଭାରତରେ ବସ୍ତ୍ର ତିଆରି କରିବା ପାଇଁ  ଆମନ୍ତ୍ରଣ କରୁଛି ।

ଧନ୍ୟବାଦ !           

 

**********