ପିଏମଇଣ୍ଡିଆ
ଜାପାନ ଏବଂ ଭାରତରୁ ବହୁସଂଖ୍ୟାରେ ଉପସ୍ଥିତ ବ୍ୟବସାୟୀ ନେତୃବୃନ୍ଦ, ସିଇଓ, କେଡାଇନଡରନ, ଜେଟ୍ରୋ, ନିକ୍କି, ସିଆଇଆଇ ଏବଂ ନାସକମର ବରିଷ୍ଠ ପଦାଧିକାରୀଗଣ
ଜାପାନ ଆସି ଏଠାକାର ବ୍ୟବସାୟିକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିବା ସବୁବେଳେ ମୋତେ ଖୁସି ଦେଇଥାଏ । ମୋର ଆଜି ମଧ୍ୟ ମନେ ଅଛି ଯେ ପାଖାପାଖି 10 ବର୍ଷ ଧରି ମୋର ଏଠାକାର ଉଦ୍ୟୋଗୀମାନଙ୍କ ସହିତ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଆସିଛି । ମୁଁ ଆପଣମାନଙ୍କ ଭିଜନ ବା ଦୁରଦୃଷ୍ଟିକୁ ବୁଝିଥିଲି, ଅନେକ ନୂଆ ନୂଆ କଥା ଆପଣମାନଙ୍କ ଠାରୁ ଶିଖିଥିଲି । ଗତ ଦଶକରେ ଭାରତ ପ୍ରତି ଆପଣଙ୍କ ଆତ୍ମୀୟତା ସମୟ ସହିତ ନିରନ୍ତର ବଢ଼ି ଚାଲିଛି ।
ଭାରତ ସରକାରଙ୍କ ପ୍ରତ୍ୟେକ ସ୍ତରରେ ଏହି ପ୍ରୟାସ ରହିଛି ଯେ ଦେଶରେ ବ୍ୟବସାୟିକ ବାତାବରଣକୁ ଏପରି ବଦଳାଯାଏ ଯେ ସେଠାରେ ଆପଣମାନଙ୍କୁ ବ୍ୟବସାୟିକ ସୁଗମତା ଏବଂ ଜୀବନଧାରଣରେ ସହଜତାର ଅନୁଭବ ପ୍ରତ୍ୟେକ ପାଦରେ ହେଉ ।
ସାଥୀଗଣ,
କିଛି ବର୍ଷ ପୂର୍ବେ ମୁଁ ଭାରତରେ ମିନି ଜାପାନ ନିର୍ମାଣ କରିବାର କଥା କହିଥିଲି । ମୋ ପାଇଁ ଏହା ଅତି ଖୁସିର କଥା ଯେ ଆଜି ଆପଣ ତା’ଠାରୁ ମଧ୍ୟ ବଡ଼ ବ୍ୟାପକ ସ୍ତରରେ ଭାରତରେ କାମ କରୁଛନ୍ତି ।
ଅନେକ ଦଶନ୍ଧି ଧରି ଯେଉଁଠି ପାଖାପାଖି 1150 କମ୍ପାନୀ ଭାରତରେ ଥିଲେ, 2014ରୁ 2017 ମଧ୍ୟରେ ଜାପାନର 200ରୁ ଅଧିକ କମ୍ପାନୀ ଭାରତରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଏହି ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏଥିପାଇଁ ଆପଣମାନେ ଅଭିନନ୍ଦନର ପାତ୍ର ଅଟନ୍ତି ।
ଆଜି ଜାପାନର କମ୍ପାନୀଗୁଡ଼ିକ ଭାରତରେ କାର ଉତ୍ପାଦନ ଠାରୁ ଆରମ୍ଭ କରି ସଂଚାର ଭିତ୍ତିଭୂମି ଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ମିଳିମିଶି କାମ ହେଉଛି । ଭାରତ ଏବଂ ଜାପାନ ମଧ୍ୟରେ ଏହି ସୁଖଦ ଯାତ୍ରା ଆହୁରି ମଧ୍ୟ ଆନନ୍ଦଦାୟକ ଏବଂ ପରିଣାମଦାୟୀ ହେଉ ସେଥିପାଇଁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।
ସାଥୀଗଣ,
ଭାରତ ଏବଂ ଜାପାନର ପାରସ୍ପରିକ ସହାବସ୍ଥାନର ଭାବନା ବିଶ୍ୱାସ ଏବଂ ଆମର ସହଭାଗୀ ପରମ୍ପରା ଉପରେ ଆଧାରିତ, ଆମର ଆତ୍ମୀୟତା ଉପରେ ଆଧାରିତ ଅଟେ । ଉଭୟ ରାଷ୍ଟ୍ର ମଧ୍ୟରେ ଘନିଷ୍ଟ ସମ୍ପର୍କର ମୂଳଦୂଆ ଏହି ଭାବନା ଏବଂ ସଂସ୍କାର ଉପରେ ଆଧାରିତ ଅଟେ ।
ଏହି କାରଣରୁ ବର୍ଷ 2014ରେ ପ୍ରଧାନମନ୍ତ୍ରୀ ଭାବେ ହୋଇଥିବା ମୋର ପ୍ରଥମ ଯାତ୍ରା ସମୟରେ ଆମେ ଉଭୟ ଦେଶ ସ୍ଥିର କରିଥିଲୁ ଯେ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯିବୁ, ଏହାକୁ ଉନ୍ନୀତ କରି ସ୍ପେଶାଲ ଷ୍ଟ୍ରାଟେଜିକ ଏଣ୍ଡ ଗ୍ଲୋବାଲ ପାର୍ଟନରସିପ ସ୍ତରକୁ ନେଇଯିବୁ । ଏହାପରେ ଜାପାନର ମାନନୀୟ ପ୍ରଧାନମନ୍ତ୍ରୀ ଆବେ ଏବଂ ମୋର ପରସ୍ପର ସହ ନିରନ୍ତର ମିଳାମିଶା ହୋଇଆସୁଛି । ପ୍ରଧାନମନ୍ତ୍ରୀ ଶ୍ରୀମାନ ଆବେ ଏବଂ ମୁଁ ମିଶି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟରେ ଆସୁଥିବା ଅନେକ ଅସୁବିଧା ଦୂର କରିଛୁ ।
ସାଥୀଗଣ,
ଜାପାନ ସରକାର ଗତ କିଛି ବର୍ଷ ମଧ୍ୟରେ ଆମର ଅନେକ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପରେ ସହାୟତା କରିଛି । ଆମର ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର ଏବେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏହା ଗୋଟିଏ ବର୍ଷ ପରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାର ସ୍ଥିତିରେ ପହଁଚିଯିବ । ଏହାସହିତ ଯୋଡ଼ି ହୋଇ ରହିଥିବା ଆମର ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡରର ଯେଉଁ ପ୍ରକଳ୍ପ ରହିଛି, ତାହା ମଧ୍ୟ ଜାପାନ ସରକାର ଏବଂ ଜାପାନ କମ୍ପାନୀର ସହଯୋଗ ସହିତ ଖୁବ ସୁନ୍ଦର ଭାବେ ଆଗକୁ ବଢ଼ୁଛି ।
ମାନନୀୟ ଆବେଙ୍କ ଗତ ଭାରତ ଯାତ୍ରା ସମୟରେ ଆମେ ହାଇସ୍ପିଡ ରେଳ ପ୍ରକଳ୍ପ ସହିତ କାମ କରିବା ଲାଗି ନିଷ୍ପତ୍ତି ନେଇଥିଲୁ । ଭାରତର ପ୍ରଥମ ପ୍ରକଳ୍ପ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଆରମ୍ଭ ହୋଇଛି ଏବଂ ଏହା ଉପରେ ମଧ୍ୟ ଦ୍ରୁତ ଗତିରେ କାମ ଚାଲୁଛି ।
ସାଥୀଗଣ,
ଭାରତରେ ମୋର ସରକାର ଗଠନ ହେବାର ପାଖାପାଖି ସାଢ଼େ ଚାରିବର୍ଷ ହୋଇସାରିଛି । ଏହି ସମୟ ମଧ୍ୟରେ ବ୍ୟବସାୟ ସହ ଜଡ଼ିତ ଯେଉଁ କାର୍ଯ୍ୟକୁ ମୁଁ ନିଜ ପ୍ରାଥମିକତା ତାଲିକାରେ ସବୁଠୁ ଉପରେ ରଖିଛି ତାହା ହେଉଛି- ବ୍ୟବସାୟିକ ସୁଗମତା । ଏହାର ଫଳ ଏବେ ବିଶ୍ୱ ସମ୍ମୁଖରେ ରହିଛି । ବର୍ଷ 2014ରେ ଯେତେବେଳେ ମୁଁ ସରକାରରେ ଦାୟିତ୍ୱ ଗ୍ରହଣ କରିଥିଲି ସେତେବେଳେ ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତର ସ୍ଥାନ 142ତମ ସ୍ଥାନରେ ଥିଲା । ଏବେ ଆମେ 100ତମ ରେଙ୍କରେ ଅଛୁ ଏବଂ ଏବେ ମଧ୍ୟ ମାନ୍ୟତାରେ ସୁଧାର ଲାଗି ବହୁତ ବ୍ୟାପକ ସ୍ତରରେ କାମ କରାଯାଉଛି । ସଂଘୀୟ ସରକାରଙ୍କ ସ୍ତରରେ, ରାଜ୍ୟ ସରକାରଙ୍କ ସ୍ତରରେ, ସ୍ଥାନୀୟ ସରକାରଙ୍କ ସ୍ତରରେ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ । ଆଗାମୀ ବର୍ଷଗୁଡ଼ିକରେ ଆମକୁ ଏହାର ଆହୁରି ଭଲ ପରିଣାମ ମଧ୍ୟ ମିଳିବ ।
ଏତେ ବଡ଼ ସୁଧାର, ତ୍ୱରିତ ଏବଂ ନିର୍ଣ୍ଣାୟକ ଭାବେ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ଏବଂ ଅକାରଣ ନିୟମଗୁଡ଼ିକରେ ପରିବର୍ତ୍ତନ ଦ୍ୱାରା ସମ୍ଭବ ହୋଇପାରିଛି ।
ମୁଁ ଏଠାରେ ଆପଣଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛି । ଭାରତ ସରକାର ବ୍ୟବସାୟିକ ସୁଗମତାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ନିଜର 36ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା କରିବା ମଧ୍ୟ ଆରମ୍ଭ କରିଦେଇଛୁ ।
ଏହାର ଏକ ବଡ଼ ପ୍ରଭାବ ଏହା ହୋଇଛି ଯେ ଏବେ ରାଜ୍ୟଗୁଡ଼ିକ ମଧ୍ୟରେ ନିବେଶକୁ ନେଇ ସୁସ୍ଥ ପ୍ରତିଯୋଗିତା ଆରମ୍ଭ ହୋଇସାରିଛି ଯାହାର ଅତ୍ୟନ୍ତ ସୁଖଦ ପରିଣାମ ଦେଖିବାକୁ ମିଳିଛି ।
ସାଥୀଗଣ,
ପୁଞ୍ଜିନିବେଶ ଆମ ଦେଶର ଆବଶ୍ୟକତ । ବ୍ୟବସାୟିକ ସୁଗମତା କ୍ଷେତ୍ରରେ ଆମେ ଏଥିପାଇଁ ନିଷ୍ଠାପୂର୍ବକ ପଦକ୍ଷେପ ନେଉଛୁ । ପୁଞ୍ଜିନିବେଶ ହେବ ସେତେବେଳେ ଯାଇ ବେକାରମାନଙ୍କୁ ରୋଜଗାର ନୂଆ ସୁଯୋଗ ମିଳିବ, ଦେଶର ଭିତ୍ତିଭୂମିରେ ସୁଧାର ଆସିବ, କୃଷି, ଖଣିତ, ସମୁଦ୍ରୀ ସମ୍ପତି ଏବଂ ଅନ୍ୟ ବିଭିନ୍ନ ପ୍ରାକୃତିକ ସମ୍ପତିରେ ମୂଲ୍ୟ ସମ୍ବର୍ଦ୍ଧନ ହେବ ।
ନିଜ ନାଗରିକମାନଙ୍କୁ ସହଜ ଜୀବନଧାରଣ ଦେବା ଲାଗି ଆମର ପ୍ରୟାସ ବ୍ୟବସାୟିକ ସୁଗମତାର ହିଁ ବିସ୍ତାର ଅଟେ ।
ସେଥିପାଇଁ ଏକ ମହାଭିଯାନ ଆରମ୍ଭ କରି ଆମେମାନେ ବ୍ୟବସାୟିକ ସୁଗମତା କ୍ଷେତ୍ରରେ କାମ କରିଛୁ । ଏହି ମହାପ୍ରୟାସ କାରଣରୁ ଅନ୍ୟ ଉପଲବ୍ଧୀ ମଧ୍ୟ ଆମକୁ ମିଳୁଛି ।
ଘରୋଇ ସ୍ତରରେ ଆମେ ଯେଉଁ ପ୍ରତିବଦ୍ଧତା ସହିତ ସୁଧାର କରିପାରିଛୁ ଏହି କାରଣରୁ ଭାରତର ଅର୍ଥବ୍ୟବସ୍ଥା :
ନୀତିରେ ସ୍ଥିରତା ଏବଂ ପାରଦର୍ଶିତା ପାଇଁ ଯେଉଁ ବ୍ୟବସାୟୀ ବର୍ଗ ଦାବି କରିଆସୁଥିଲେ ତାହା ଏବେ ଭାରତ ସରକାରଙ୍କ ପରିଚୟ ହୋଇପାରିଛି ।
ସାଥୀଗଣ,
ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ଯାତ୍ରା ସମୟରେ ମୁଁ ଜାପାନ ପ୍ଲସ ନାମକ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାର କଥା କହିଥିଲି । ମୁଁ ଏହି ସୂଚନା ଦେଇ ଅତ୍ୟନ୍ତ ଆନନ୍ଦିତ ଯେ ଜେଟ୍ରୋ ଏବଂ ଆପଣମାନେ ସେହି ବ୍ୟବସ୍ଥାର ଉପଯୋଗ କରିଛନ୍ତି ।
ଏହି ଅବସରରେ ମୁଁ ଆଉ ଏକ ସୂଚନା ଦେବା ଲାଗି ଚାହୁଁଛି । ଜାପାନ ପ୍ଲସ ଆମ ନିବେଶ ଇଣ୍ଡିଆ ସହିତ ମିଶି କାମ କରୁଛି । ଏହି ନିବେଶ ଇଣ୍ଡିଆକୁ କିଛି ଦିନ ପୂର୍ବରୁ ହିଁ ଉତ୍ତମ କାର୍ଯ୍ୟ ଲାଗି ମିଳିତ ଜାତିସଂଘ ବୈଶ୍ୱିକ ସମ୍ମାନରେ ପୁରସ୍କୃତ କରିଛି ।
ସାଥୀଗଣ,
ଭାରତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା, ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ମଧ୍ୟମ ବର୍ଗ, ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସହରାଂଚଳ ଜନସଂଖ୍ୟା ଏବଂ ଆମର ଯୁବ ଜନସଂଖ୍ୟା, ଜାପାନର କମ୍ପାନୀରେ କାମ କରିବା ଲାଗି ବହୁତ ବ୍ୟାପକ ସୁଯୋଗ ପ୍ରଦାନ କରୁଛନ୍ତି ।
ମୁଁ କିଛି ଉଦାହରଣ ଦେଉଛି –
ଭାରତରେ ଆମେମାନେ ଗତ ଚାରି ବର୍ଷ ହେବ ମେକ ଇନ ଇଣ୍ଡିଆ ଭଳି ବିଶେଷ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତକୁ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ବିଶ୍ୱ କେନ୍ଦ୍ରସ୍ଥଳୀ କରିବା ଦିଗରେ ଆଗକୁ ବଢ଼ୁଛୁ ।
ଭାରତରେ ବିଶେଷ କରି ଜାପାନର ଏମଏସଏମଇ କମ୍ପାନୀଗୁଡ଼ିକ କାମ କରିବାର ଅନେକ ସମ୍ଭାବନା ରହିଛି । ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଭାରତକୁ ଆସୁଥିବା ପ୍ରତ୍ୟେକ ବଡ଼ କମ୍ପାନୀଗୁଡ଼ିକୁ ସ୍ୱାଗତ କରାଯାଉଛି କିନ୍ତୁ ଏମଏସଏମଇ ଜରିଆରେ ଜାପାନୀ ବ୍ୟବସାୟିକ ନେତାମାନେ ନିଜ ବ୍ୟବସାୟକୁ ନୂତନ ଉଚ୍ଚତାକୁ ନେଇପାରିବେ । ଏମଏସଏମଇ ଆସିବା ଦ୍ୱାରା କମ ସମୟରେ ଏହାର ପରିଣାମ ଦେଖିବାକୁ ମିଳିଥାଏ ।
ଭାରତରେ ବ୍ୟବସାୟ କରିବାର ଏକ ଫାଇଦା କମ୍ ଖର୍ଚ୍ଚରେ ଉତ୍ପାଦନ ମଧ୍ୟ ଅଟେ । ଏହା ପଛରେ ଭାରତରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଶ୍ରମ ମୂଲ୍ୟ ଏକ ବହୁତ ବଡ଼ ଶକ୍ତି ଅଟେ ।
ସେହିପରି ଆମର ଆଇଟି ଉଦ୍ୟୋଗ ଏକ ବହୁତ ବଡ଼ ଶକ୍ତି ଅଟେ । ମୁଁ ପୂର୍ବରୁ ମଧ୍ୟ ଏଠାକୁ ଆସି କହିଛି, ଆମର ସଫ୍ଟୱେର ଏବଂ ଆପଣଙ୍କ ହାର୍ଡୱେର ମିଶିଗଲେ ତ ମୁଁ ଭାବୁଛି ଯେ ଆମେ ବିଶ୍ୱର ଚମତ୍କାର କରିପାରିବା ।
କେବଳ ସେତିକି ନୁହେଁ, ଭାରତ ପ୍ରଯୁକ୍ତି କ୍ଷେତ୍ରରେ ହେଉଥିବା ନୂଆ ଆବିଷ୍କାର ଯେପରିକି କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଇଂଟରନେଟ ଅଫ ଥିଙ୍ଗସ, ଥ୍ରୀଡି ପ୍ରିଂଟିଂ, ରୋବୋଟିକ୍ସ ଆଦି ଜରିଆରେ ଚତୁର୍ଥ ପିଢିର ଶିଳ୍ପ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।
ସେହିପରି ବୈଦ୍ୟୁତିକ ପରିବହନ ଏପରି ଏକ କ୍ଷେତ୍ର ଯେଉଁଥିରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ଉଭୟ ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବାକୁ ଯାଉଛି ।
ସାଥୀଗଣ,
ଏହା ବ୍ୟତୀତ ଭାରତ ଏବଂ ଆମେ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ କାମ କରୁଛୁ । ଏବେ ଆମର ଗୁରୁତ୍ୱ ପରବର୍ତ୍ତି ପିଢ଼ିର ଭିତ୍ତିଭୂମି ଉପରେ ରହିଛି । ଆମର ଉଦ୍ଦେଶ୍ୟ ହେଉଛି ଆମେ ଏପରି ଏକ ପ୍ରତିଦ୍ୱନ୍ଦ୍ୱୀ ଅର୍ଥବ୍ୟବସ୍ଥାର ନିର୍ମାଣ କରିବା ଯାହାର ଆଧାର ଦକ୍ଷତା, ଗତି ଏବଂ ସ୍ତର ହେଉ । ଏହି ବିଚାରକୁ ସାକାର କରିବା ଲାଗି ଆମେ ନିବେଶ ପରିବେଶକୁ ଲଗାତାର ସୁଧାରିବା ପାଇଁ ପ୍ରୟାସରେ ଅଛୁ ।
ଆଜି ଏହି ମଂଚରୁ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ହେଉଥିବା ବିଶାଳ ବ୍ୟବସାୟିକ ସୁଯୋଗ ଲାଗି ଆମନ୍ତ୍ରଣ କରିବାକୁ ଚାହୁଁଛି । ଏହି ଅପାର ସମ୍ଭାବନାର ଆହୁରି କିଛି ଉଦାହରଣ ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି ।
ସାଥୀଗଣ,
ଭାରତ ଏବଂ ଜାପାନ ଉଭୟ ହିଁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସ୍ୱାଧୀନତାର ପ୍ରବଳ ସମର୍ଥକ ଅଟନ୍ତି ।
ଏଥିସହ ବିକାଶ ସହଯୋଗରେ ଆମ ଦୃଷ୍ଟିକୋଣ ଏବଂ ନୀତିରେ ଅନେକ ସମାନତା ରହିଛି ।
ଭିତ୍ତିଭୂମି ଏବଂ ଦକ୍ଷତା ନିର୍ମାଣ ବ୍ୟତୀତ ସ୍ୱାସ୍ଥ୍ୟ ଏବଂ କୃଷି ଭଳି କ୍ଷେତ୍ରରେ ଜାପାନ ଏବଂ ଭାରତ ମଧ୍ୟରେ ତୃତୀୟ ରାଷ୍ଟ୍ରଗୁଡ଼ିକରେ ସହଯୋଗ ପାଇଁ ପ୍ରବଳ ସମ୍ଭବନା ରହିଛି ।
ସେଥିପାଇଁ ତାହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ହେଉ କିମ୍ବା ଦକ୍ଷିଣ ଏସିଆ କିମ୍ବା ଆଫ୍ରିକା, ଭାରତ ଏବଂ ଜାପାନ ଆମ ସହଯୋଗୀ ଦେଶର ପ୍ରାଥମିକତା ଆଧାରରେ ତୃତୀୟ ଦେଶଗୁଡ଼ିକର ବିକାଶ ଲାଗି ନିଜର ଭାଗୀଦାରୀକୁ ଆହୁରି ମଜଭୁତ କରିବ ।
ଅନ୍ତର୍ଜାତୀୟ ସୌର ମେଂଟରେ ଜାପାନରେ ପ୍ରବେଶ ଦ୍ୱାରା ସୌର ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ଉପରେ ଆମର ଦୁଇ ଦେଶ ମଧ୍ୟରେ ତୃତୀୟ ଦେଶଗୁଡ଼ିକ ମଧ୍ୟରେ ଭାଗୀଦାରୀର ନୂତନ ଦ୍ୱାର ଖୋଲିଛି ।
ମୁଁ ଆନନ୍ଦିତ ଯେ ଆଜି ଇଣ୍ଡିଆ ଜାପାନ ବିଜନେସ ଲିଡର୍ସ ଫୋରମର ବୈଠକରେ ଫୋରମର ଅନ୍ୟ ସଦସ୍ୟମାନେ ଆଫ୍ରିକାରେ ଭାରତ ଏବଂ ଜାପାନର ବ୍ୟବସାୟୀମାନଙ୍କ ମଧ୍ୟରେ ଏହି କ୍ଷେତ୍ରରେ ସହଯୋଗ ବଢ଼ାଇବା ଲାଗି ଅନେକ ଭଲ ବିଚାର ଉପସ୍ଥାପନ କରିଛନ୍ତି ।
ସାଥୀଗଣ,
ମୁଁ ସବୁବେଳେ ହିଁ ଦୃଢ଼ ଭାରତ-ଦୃଢ଼ ଜାପାନର କଥା କହିଆସିଛି ।
ମୁଁ ଆଜି ଏହି ଅବସରରେ ଜାପାନର ଉଦ୍ୟୋଗୀବର୍ଗଙ୍କୁ ଭାରତ ପ୍ରତି ବିଶ୍ୱାସ ପ୍ରକଟ କରିଥିବା କାରଣରୁ କୃତଜ୍ଞତା ବ୍ୟକ୍ତ କରୁଛି ।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ନିବେଶର ଗତି ବଢ଼ାଇବା ଲାଗି ନିମନ୍ତ୍ରଣ କରିବାକୁ ଚାହୁଁଛି ।
ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଜାପାନ ଏବଂ ଭାରତ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆପଣଙ୍କ ଯଥାସମ୍ଭବ ସହାୟତା କରାଯିବ ।
ପୁଣିଥରେ ଏହି ଆୟୋଜନ ସହ ଯୋଡ଼ି ହେବା ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି ।
**********
भारत सरकार ने Ease of Doing business को और बढ़ावा देने के लिए अपने 36 राज्यों और Union Territories की Ranking भी करनी शुरू कर दी है।
— PMO India (@PMOIndia) October 29, 2018
इसका एक बड़ा प्रभाव ये हुआ है कि अब राज्यों में भी Investment को लेकर Healthy Competition शुरू हो गया है जिसके बहुत बेहतर परिणाम दिखने लगे हैं: PM
प्रधानमंत्री के तौर पर अपनी पहली यात्रा के दौरान ही मैंने Japan plus नाम की एक संस्था खड़ी करने की बात की थी।
— PMO India (@PMOIndia) October 29, 2018
Japan plus हमारी Invest India के साथ मिलकर काम करती है।
इस @investindia को अपने बेहतरीन कार्यों के लिए युनाइटेड नेशंस ने वैश्विक सम्मान से पुरस्कृत किया है: PM
भारत में व्यापार करने का एक फायदा Low cost manufacturing भी है। उसके पीछे भारत में Competitive Labour Cost एक बहुत बड़ी ताकत है।
— PMO India (@PMOIndia) October 29, 2018
उसी तरह से हमारी IT industry एक बहुत बड़ी शक्ति है। मैंने पहले भी यहां आकर कहा है, हमारा Software और आपका Hardware मिल जाए, तो कमाल हो सकता है: PM
भारत technology के क्षेत्र में होने वाले नए आविष्कारों जैसे AI, IoT, 3D Printing, Robotics आदि के जरिए Industry 4.0 की तरफ तेजी से आगे बढ़ रहा है।
— PMO India (@PMOIndia) October 29, 2018
Electric Mobility एक ऐसा क्षेत्र है जिसमें भारत और जापान के बीच का सहयोग दोनों देशों के लिए बेहद लाभदायक साबित होने जा रहा है: PM
मैं हमेशा ही Strong India – Strong Japan की बात करता रहा हूं।
— PMO India (@PMOIndia) October 29, 2018
मैं आज इस अवसर पर जापान के उद्यमी वर्ग का भारत पर विशेष विश्वास करने के लिए आभार व्यक्त करता हूं।
मैं आप सभी को भारत में निवेश की गति बढ़ाने के लिए भी आमंत्रित करना चाहूंगा: PM