ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ଅନୁଷ୍ଠିତ ‘ମେକ ଇନ ଇଣ୍ଡିଆ: ଆଫ୍ରିକାରେ ଭାରତ-ଜାପାନ ଭାଗୀଦାରୀତା ଓ ଡିଜିଟାଲ ଭାଗୀଦାରୀତା’ ଶୀର୍ଷକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ ।
ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ କେନ୍ଦ୍ର ସରକାର ବ୍ୟବସାୟ କରିବାର ସହଜତା ଏବଂ ନାଗରିକମାନଙ୍କ ଜୀବନ ଧାରଣ ସହଜତାରେ ଉନ୍ନତି ଆଣିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ଭାରତରେ ଜାପାନ କମ୍ପାନୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପରେ ଜାପାନ ଅଂଶୀଦାର ଥିବା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ଗତ 4 ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ପ୍ରଦର୍ଶନର ସାମର୍ଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ସମ୍ପ୍ରତି ଭାରତ ହେଉଛି ଦ୍ରୂତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା । ସେ ଅଣସଂଗଠିତରୁ ସଂଗଠିତ ଅର୍ଥବ୍ୟବସ୍ଥାକୁ ଗତି, ଡିଜିଟାଲ କାରବାର ଏବଂ ଜିଏସଟି ସମେତ ଭାରତୀୟ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା, ଦ୍ରୂତଗତିରେ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗ ଏବଂ ଯୁବ ଜନସଂଖ୍ୟା ଜାପାନର ନିବେଶକମାନଙ୍କୁ ଅନେକ ନୂତନ ସୁଯୋଗ ପ୍ରଦାନ କରିଥା’ନ୍ତି । ଏ ପ୍ରସଙ୍ଗରେ ସେ ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ମଧ୍ୟରେ କମ ଖର୍ଚ୍ଚରେ ନିର୍ମାଣ, ଆଇଟି ଶିଳ୍ପ ଏବଂ ଇଲେକ୍ଟ୍ରୋନିକ ମୋବିଲିଟି ସମ୍ବନ୍ଧରେ ପ୍ରକାଶ କରିଥିଲେ ।
ଭାରତ ଓ ଜାପାନ ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ମୂଲ୍ୟବୋଧ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଦକ୍ଷିଣ ଏସିଆ ଓ ଆଫ୍ରିକା ସମେତ ବିଶ୍ୱର ଅନ୍ୟାନ୍ୟ ଭାଗରେ ଉନ୍ନତ ଓ ଶକ୍ତିଶାଳୀ ବିକାଶ ଭାଗୀଦାରୀତାକୁ ବୃଦ୍ଧି କରିବେ ।
************
भारत सरकार ने Ease of Doing business को और बढ़ावा देने के लिए अपने 36 राज्यों और Union Territories की Ranking भी करनी शुरू कर दी है।
— PMO India (@PMOIndia) October 29, 2018
इसका एक बड़ा प्रभाव ये हुआ है कि अब राज्यों में भी Investment को लेकर Healthy Competition शुरू हो गया है जिसके बहुत बेहतर परिणाम दिखने लगे हैं: PM
प्रधानमंत्री के तौर पर अपनी पहली यात्रा के दौरान ही मैंने Japan plus नाम की एक संस्था खड़ी करने की बात की थी।
— PMO India (@PMOIndia) October 29, 2018
Japan plus हमारी Invest India के साथ मिलकर काम करती है।
इस @investindia को अपने बेहतरीन कार्यों के लिए युनाइटेड नेशंस ने वैश्विक सम्मान से पुरस्कृत किया है: PM
भारत में व्यापार करने का एक फायदा Low cost manufacturing भी है। उसके पीछे भारत में Competitive Labour Cost एक बहुत बड़ी ताकत है।
— PMO India (@PMOIndia) October 29, 2018
उसी तरह से हमारी IT industry एक बहुत बड़ी शक्ति है। मैंने पहले भी यहां आकर कहा है, हमारा Software और आपका Hardware मिल जाए, तो कमाल हो सकता है: PM
भारत technology के क्षेत्र में होने वाले नए आविष्कारों जैसे AI, IoT, 3D Printing, Robotics आदि के जरिए Industry 4.0 की तरफ तेजी से आगे बढ़ रहा है।
— PMO India (@PMOIndia) October 29, 2018
Electric Mobility एक ऐसा क्षेत्र है जिसमें भारत और जापान के बीच का सहयोग दोनों देशों के लिए बेहद लाभदायक साबित होने जा रहा है: PM
मैं हमेशा ही Strong India – Strong Japan की बात करता रहा हूं।
— PMO India (@PMOIndia) October 29, 2018
मैं आज इस अवसर पर जापान के उद्यमी वर्ग का भारत पर विशेष विश्वास करने के लिए आभार व्यक्त करता हूं।
मैं आप सभी को भारत में निवेश की गति बढ़ाने के लिए भी आमंत्रित करना चाहूंगा: PM