Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡଃ ବି.ଆର.ଆମ୍ବେଦକର ସ୍ମାରକୀ ନିର୍ମାଣ ପାଇଁ 12 ଏକର ଜମି ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର ସଂକ୍ରାନ୍ତ ସର୍ତ୍ତକୁ କେବିନେଟ ମଞ୍ଜୁରି


ଡଃ. ବି.ଆର.ଆମ୍ବେଦକର ସ୍ମାରକୀ ନିର୍ମାଣ କରିବା ପାଇଁ ଜାତୀୟ ବସ୍ତ୍ର ନିଗମ ଲିମିଟେଡ୍(ଏନଟିସିଏଲ) ଅଧୀନରେ ଥିବା ଇନ୍ଦୁ-6 ମିଲର 12 ଏକର ଜମିକୁ ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ନିୟମ ଓ ସର୍ତ୍ତକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି ।

ପୃଷ୍ଠଭୂମି

ଭାରତ ରତ୍ନ ଡଃ ବାବାସାହେବ ଆମ୍ବେଦକରଙ୍କ ଚୈତ୍ୟଭୂମି, ଜାତୀୟ ଟେକ୍ସଟାଇଲ ନିର୍ମାଣ ଲିମିଟେଡ୍(ଏନଟିସିଏଲ), ମୁମ୍ବାଇର ଇନ୍ଦୁ-6 ମିଲର ଜମି ପାଖରେ ଅବସ୍ଥିତ । ଏହି ଚୈତ୍ୟଭୂମି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ତୀର୍ଥସ୍ଥଳ ସମାନ ।

ଏହି ଟେକ୍ସଟାଇଲ୍ ୟୁନିଟ୍(ଜାତୀୟକରଣ) ସଂଶୋଧନ ଅଧିନିୟମ, 1995 ର ଧାରା 11କ ଅନ୍ତର୍ଗତ ଆବଶ୍ୟକ କ୍ଷତିପୂରଣ ପୈଠ ଆଧାରରେ ଜାତୀୟ ଟେକ୍ସଟାଇଲ୍ ନିର୍ମାଣ ଲିମିଟେଡର ଇନ୍ଦୁ-6 ମିଲର 12ଏକର ଜମିକୁ ବାବାସାହେବ ଆମ୍ବେଦକରଙ୍କ ସ୍ମାରକୀ ନିର୍ମାଣ ପାଇଁ ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର ନିମନ୍ତେ ପୂର୍ବରୁ କେନ୍ଦ୍ର କେବିନେଟ୍ ମଞ୍ଜୁରି ଦେଇଥିଲେ । ଏବେ ଭାରତ ସରକାର, ମହାରାଷ୍ଟ୍ର ସରକାର ଓ ଜାତୀୟ ଟେକ୍ସଟାଇଲ୍ ନିଗମ ଲିମିଟେଡ୍ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ରରେ ସ୍ୱାକ୍ଷର ଏହାକୁ ପ୍ରମାଣିତ କରାଇଛି ।