Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ମୁଁ ନତମସ୍ତକ ହେଉଛି । ଜଣେ ଦେଶ ଭକ୍ତ ଭାବରେ ଭାରତର ବିକାଶରେ ତାଙ୍କର ଦୃଷ୍ଟାନ୍ତମୂଳକ ଅବଦାନ ରହିଛି । ଭାରତର ଏକତାକୁ ସୁଦୃଢ଼ କରିବା ପାଇଁ ସେ ସାହାସିକ ଉଦ୍ୟମ କରିଥିଲେ । ତାଙ୍କର ଚିନ୍ତା ଓ ଆଦର୍ଶ ଅସଂଖ୍ୟ ଦେଶବାସୀଙ୍କୁ ଶକ୍ତି ଯୋଗାଇବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।