ପିଏମଇଣ୍ଡିଆ
ଡାକ ଓ ତାର ବିଭାଗ ଭବନ ନିର୍ମାଣ ସେବା (ପି ଆଣ୍ଡ ଟି-ବିଡବ୍ଲୁଏସ) ଗ୍ରୁପ-ଏର କ୍ୟାଡର ସମୀକ୍ଷାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ପଦରେ ପଦବୀ ସଂଖ୍ୟା 105 ନିର୍ଦ୍ଧାରିତ କରାଯାଇଥିଲା । ଏହାର ସମୀକ୍ଷା ଫଳରେ ଦୂରସଂଚାର ବିଭାଗ ଏବଂ ଡାକ ବିଭାଗର ମୁଖ୍ୟାଳୟ ଓ କ୍ଷେତ୍ରୀୟ ୟୁନିଟରେ କ୍ୟାଡର ଗଠନକୁ ଆବଶ୍ୟକତା ଅନୁରୂପ ଶକ୍ତି ମିଳିବ । ଏହାଫଳରେ ପି ଆଣ୍ଡ ଟି ବିଡବ୍ଲୁଏସ ଶ୍ରେଣୀର ଅଧିକାରୀମାନଙ୍କର ଅଟକିଥିବା ପଦୋନ୍ନତି ସମସ୍ୟା ଦୂର ହେବ । ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ବର୍ତ୍ତମାନର କ୍ୟାଡରରେ ଆଉ କୌଣସି ନୂତନ ନିଯୁକ୍ତି କରାଯିବ ନାହିଁ । ଏହି କ୍ୟାଡରକୁ କ୍ରମାନୁଯାୟୀ ଏପରି ଭାବେ ଶେଷ କରାଯିବ, ଯାହାଦ୍ୱାରା ଅଧିକାରୀ କୌଣସି ପ୍ରକାରରେ ପ୍ରଭାବିତ ହେବେ ନାହିଁ ।
**********