Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡିଜିସିଏ ଏବଂ ଫ୍ରାନ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ବୁଝାମଣାପତ୍ରକୁ କ୍ୟାବିନେଟ୍ ସ୍ୱୀକୃତି


ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଫ୍ରାନ୍ସର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବୁଝାମଣାପତ୍ରକୁ ସ୍ୱୀକୃତି ମିଳିଛି । ଦୁଇଦେଶ ମଧ୍ୟରେ ଆଗାମୀ ୪ ବର୍ଷ ପାଇଁ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ନିମନ୍ତେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଉଭୟ ଦେଶପାଇଁ ଏହା ବୈଷୟିକ ଫାଇଦା ଯୋଗାଇବ । ଯଦ୍ୱାରା ଭାରତ ଓ ଫ୍ରାନ୍ସର ବିମାନ ଚଳାଚଳ ଇଞ୍ଜିନିୟର, ଟେକ୍ନିସିଆନ ଓ ମ୍ୟାନେଜରମାନେ ପ୍ରତିପକ୍ଷ ଦେଶକୁ ଯାଇ ତାଲିମ ପାଇପାରିବେ । ଉଭୟ ପକ୍ଷ ପରସ୍ପର ମଧ୍ୟରେ ସୂଚନା ଆଦାନ ପ୍ରଦାନ ମଧ୍ୟ କରିପାରିବେ । ଏହି ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ବିମାନ ଚଳାଚଳ କ୍ଷେତ୍ରରେ ଫ୍ରାନ୍ସ ଭାରତକୁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବ । ଫରାସୀ ବିଶେଷଜ୍ଞ ଓ ନିର୍ଦ୍ଦେଶକମାନେ ଭାରତକୁ ତାଲିମ ମିଶନରେ ଆସିବେ ଏବଂ ଭାରତ ଫ୍ରାନ୍ସଠାରୁ ବିଶେଷଜ୍ଞସ୍ତରୀୟ ତାଲିମର ନିର୍ଦ୍ଦେଶାବଳୀ ଲାଭ କରିବ ।