Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡ୍ରଗ ଚାହିଦା ହ୍ରାସ ଏବଂ ନାରକୋଟିକ୍ସର ଚୋରା କାରବାର ରୋକିବା ଲାଗି ଭାରତ-ନେପାଳ ମଧ୍ୟରେ ଏମ୍ଓୟୁ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ନିଶା ଔଷଧ ଏବଂ ମାନସିକ ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ପୂରୋଗାମୀ ରସାୟନ ତଥା ତତସମ୍ବନ୍ଧୀୟ ମାମଲାରେ ବେଆଇନ ଔଷଧ କାରବାର ନିଷେଧ ଏବଂ ଚୋରା କାରବାର ରୋକିବା ଲାଗି ଭାରତ ଏବଂ ନେପାଳ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ଵାକ୍ଷରିତ ହେବ । ପ୍ରସ୍ତାବିତ ବୁଝାମଣା ପତ୍ରକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମ୍ଓୟୁ ଦ୍ୱାରା ଦୁଇ ଦେଶ ମଧ୍ୟରେ ଔଷଧ ସଂକ୍ରାନ୍ତ ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇବ । ଏହା ମଧ୍ୟ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥାକୁ ବିକଶିତ କରିବ । ଏମ୍ଓୟୁ କାର୍ଯ୍ୟକାରୀ କରିବା ଲାଗି ଦୁଇ ଦେଶର ଅଧିକୃତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ ।

ବୁଝାମଣା ଦ୍ଵାରା ନିଶା ଔଷଧ, ମାନସିକ ସ୍ୱାସ୍ଥ୍ୟ ଉତ୍ପାଦ ଏବଂ ପୂରୋଗାମୀ ରସାୟନ ଆଦିର ବେଆଇନ କାରବାର ରୋକିବା କ୍ଷେତ୍ରରେ ଦୁଇ ଦେଶ ପରସ୍ପରର ସହଯୋଗ କରିପାରିବେ ।

**********