ପିଏମଇଣ୍ଡିଆ
ତମାଖୁ ନିୟନ୍ତ୍ରଣ ଏବଂ ତମାଖୁ ଉତ୍ପାଦର ବେଆଇନ କାରବାର ନିରାକରଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଫ୍ରେମୱାର୍କ ସମ୍ମେଳନ ଅଧୀନ ପ୍ରୋଟୋକଲରେ ପ୍ରବେଶ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ତମାଖୁ ନିୟନ୍ତ୍ରଣ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଫ୍ରେମୱାର୍କ ସମ୍ମେଳନ (ଡବ୍ଲ୍ୟୁଏଚଓ ଏଫସିଟିସି)ର ଅନୁଚ୍ଛେଦ 15 ଅଧୀନରେ ଆଲୋଚନା ଏବଂ ପ୍ରଣୟନ କରାଯାଇଥିବା ନିୟମ ଅନୁଯାୟୀ ଉଭୟ ଧୂମ୍ରପାନ ଏବଂ ଚୋବାଇବା କିମ୍ବା ଧୂମହିନ ତମାଖୁ (ଏସଏଲଟି) ରୂପରେ ଲାଗୁ ହେବ । ଡବ୍ଲ୍ୟୁଏଚଓ ଏଫସିଟିସିରେ ଭାରତ ଏକ ପକ୍ଷ ।
ବିବରଣୀ : -ପ୍ରୋଟୋକଲ ପକ୍ଷମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିଛି । ଏହା ଯୋଗାଣ ଶୃଙ୍ଖଳା ନିୟନ୍ତ୍ରଣ ପଦକ୍ଷେପ ଦର୍ଶାଇଛି ଯାହାକୁ ପକ୍ଷମାନେ ନିଶ୍ଚିତ ଭାବେ ଗ୍ରହଣ କରିବେ । ଏଥିମଧ୍ୟରେ ରହିଛି ତମାଖୁ ଉତ୍ପାଦ ପ୍ରସ୍ତୁତି ଯନ୍ତ୍ରାଂଶ ଏବଂ ତମାଖୁ ଉତ୍ପାଦ ପ୍ରସ୍ତୁତି ଲାଗି ଲାଇସେନ୍ସ ପ୍ରଦାନ କରିବା, ଉତ୍ପାଦନରେ ନିୟୋଜିତ ଲୋକମାନଙ୍କ ନିରାପତ୍ତା, ଠାବ ଏବଂ ନଜର ରଖିବା ବ୍ୟବସ୍ଥା, ରେକର୍ଡ ରଖିବା, ସୁରକ୍ଷା ଏବଂ ଇ-କମର୍ସ, ମୁକ୍ତ ବାଣିଜ୍ୟ ଜୋନରେ ଉତ୍ପାଦନ ଏବଂ ଶୁଳ୍କ ମୁକ୍ତ ବିକ୍ରିରେ ସମ୍ପୃକ୍ତି ଲୋକମାନଙ୍କ ପଦକ୍ଷେପ ।
ଜବତ ଏବଂ ଜବତ ସାମଗ୍ରୀ ନଷ୍ଟ ଭଳି ପ୍ରବର୍ତ୍ତନ ପଦକ୍ଷେପ, ଅପରାଧର ତାଲିକା ବ୍ୟବସ୍ଥା ପ୍ରୋଟୋକଲରେ ରହିଛି । ସୂଚନା ଆଦାନପ୍ରଦାନ, ଗୋପନୀୟତା ବଜାୟ ରକିବା, ତାଲିମ, ବୈଷୟିକ ସହାୟତା ଏବଂ ବିଜ୍ଞାନ ଓ ବୈଷୟିକ ଏବଂ ପ୍ରଯୁକ୍ତି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗ ଲାଗି ଏଥିରେ ଆହ୍ୱାନ କରାଯାଇଛି ।
ପ୍ରଭାବ : -ସୁଦୃଢ଼ ନିୟନ୍ତ୍ର ଦ୍ୱାରା ତମାଖୁ ଉତ୍ପାଦର ବେଆଇନ କାରବାର ରୋକାଯିବ । ଯାହାଦ୍ୱାରା ବ୍ୟାପକ ତମାଖୁ କାରବାର ନିୟନ୍ତ୍ରଣରେ ସହାୟତା ମିଳିବ । ଫଳରେ ତମାଖୁର ବ୍ୟବହାର ହ୍ରାସ ପାଇବ ଏବଂ ଏହାଦ୍ୱାରା ସୃଷ୍ଟି ହେଉଥିବା ରୋଗର ବୋଝ ଓ ମୃତ୍ୟୁ ହାର ମଧ୍ୟ କମିପାରିବ ।
ଏହିପରି ସନ୍ଧୀରେ ପ୍ରବେଶ ଫଳରେ ବ୍ୟାପକ ଭାବେ ସାଧାରଣ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ପ୍ରଚଳିତ ଅଭ୍ୟାସ ବିରୋଧରେ ଏକ କ୍ରୀୟାଶୀଳ ବିକଳ୍ପ ମିଳିପାରିବ । ଭାରତ ତମାଖୁ ନିୟନ୍ତ୍ରଣ ଅଗ୍ରଭାଗରେ ରହି ଏପରି ବେଆଇନ କାରବାର ନିୟନ୍ତ୍ରଣରେ ବିଶ୍ୱ କଷ୍ଟମ ଅର୍ଗାନାଇଜେସନ ଭଳି ଅନ୍ତର୍ଜାତୀୟ ସଂଗଠନକୁ ପ୍ରଭାବିତ କରିପାରିବ ।
ତମାଖୁ ବିରୋଧରେ ବିଶ୍ୱସ୍ତରୀୟ ପ୍ରୟାସକୁ ସୁଦୃଢ଼ କରିବା ଏବଂ ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଆଇନଗତ ଉପାଦାନ ରୂପରେ ଏହି ପ୍ରୋଟୋକଲ ତମାଖୁ ଉତ୍ପାଦର ବେଆଇନ କାରବାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପ୍ରୟାସ । ତମାଖୁ ଉତ୍ପାଦର ବେଆଇନ କାରବାରର ମୁକାବିଲା କରିବା ଏବଂ ଶେଷରେ ଏହାକୁ ବନ୍ଦ କରିବା ଲାଗି ଏହା ଏକ ବିସ୍ତୃତ ଉପାଦାନ । ଏହା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସହଯୋଗ ପାଇଁ ମଧ୍ୟ ଆଇନଗତ ଦିଗକୁ ସୁଦୃଢ଼ କରିବ ।
**********