ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ତାଇପେରେ ଭାରତ-ତାଇପେ ଆସେସିଏସନ (ଆଇଟିଏ) ଏବଂ ଭାରତରେ ତାଇପେ ଆର୍ଥିକ ଏବଂ ସାଂସ୍କୃତି କେନ୍ଦ୍ର (ଟିଇସିସି) ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ବୁଝାମଣାରେ ସ୍ୱାକ୍ଷରକୁ ମଞ୍ଜୁରି ଦେିଛନ୍ତି ।
ବୁଝାମଣା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ନିବେଶର ପ୍ରବାହ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବୁଝାମଣା ଦ୍ୱାରା ଆଇଟିଏ ଏବଂ ଟିଇସିସି ମଧ୍ୟରେ ପାରସ୍ପରିକ ଆଧାରରେ ନିବେଶକୁ ଉପଯୁକ୍ତ ସଂରକ୍ଷଣ ପ୍ରଦାନ କରାଯାଇପାରିବ । ଏହାଦ୍ୱାରା ନିବେଶ ସହ ଜଡ଼ିତ ବ୍ୟାପାରରେ ବିନା କୌଣସି ଭେଦଭାବରେ ସମାନ ସୁଯୋଗ ସୁନିଶ୍ଚିତ କରି ନିବେଶକମାନଙ୍କ ବିଶ୍ୱାସ ବୃଦ୍ଧି କରିବାରେ ସହାୟତା ମିଳିପାରିବ । ଯାହାଦ୍ୱାରା ନିବେଶକମାନଙ୍କୁ ଲାଭକାରୀ ପରିବେଶ ପ୍ରଦାନ କରାଯାଇପାରିବ । ଏହାଦ୍ୱାରା ଭାରତକୁ ପସନ୍ଦଯୋଗ୍ୟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ସ୍ଥଳ ରୂପରେ ଉପସ୍ଥାପନ କରିବାରେ ସହାୟତା ମିଳିପାରିବ ।
**********