Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାଞ୍ଜାନିଆ ଗସ୍ତବେଳେ ଭୋଜିସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ତାଞ୍ଜାନିଆ ଗସ୍ତବେଳେ ଭୋଜିସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ମହାମହିମ, ରାଷ୍ଟ୍ରପତି ମାଗୁଫୁଲି,

ବିଶିଷ୍ଟ ଅତିଥିଗଣ,

ଧନ୍ୟବାଦ ମହାମହିମ, ଆପଣଙ୍କ ଉଦାର ମନ୍ତବ୍ୟ ଓ ଆତିଥ୍ୟ ସତ୍କାର ପାଇଁ ଏବଂ ମୋତେ ଓ ମୋର ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଛନ୍ତି ।

ଆଜି ରବିବାର ହୋଇଥିବା ସତ୍ୱେ ଆପଣ ଆମ ପାଇଁ ସମୟ ବାହାର କରିଛନ୍ତି । ଏଥିପାଇଁ ମୁଁ କୃତଜ୍ଞ ।

ବନ୍ଧୁଗଣ,

ଶାନ୍ତିର ନିବାସ ଏହି ଗତିଶୀଳ ସହର ଦାର-ଏସ-ସଲାମରେ ଥିବାରୁ ମୁଁ ଅତ୍ୟନ୍ତ ଖୁସି ।

ମୋତେ କୁହାଯାଇଛି ଯେ ସ୍ୱାହିଲରେ ଏକ ଲୋକକଥା ଅଛି । ‘ହେରି ୟାକୋ ହେରି ୟାଙ୍ଗୁ- ଅର୍ଥାତ୍ ଆପଣଙ୍କ ଖୁସି ହେଉଛି ମୋର ଖୁସି’ ।

ଏହି ଭାବନା ସହ ମୁଁ ଆଜି ତାଞ୍ଜାନିଆ ଆସିଛି । ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଭୀର ଐତିହାସିକ ରଜ୍ଜୁରେ ବନ୍ଧା । ବହୁ ଶତାବ୍ଦୀ ଧରି ଆମର ଲୋକମାନେ ପରସ୍ପରକୁ ଜାଣନ୍ତି । ଭାରତ ମହାସାଗରର ଜଳ ଆମକୁ ସଂଯୋଗ କରାଇଛି । ଆମ ଦୁଇ ରାଷ୍ଟ୍ରର ସୁଦୃଢ଼ ସାମୁଦ୍ରିକ ପରାମ୍ପରା ରହିଛି ।

ବହୁ ଶତାବ୍ଦୀ ଧରି ସମଗ୍ର ହିନ୍ଦ୍ ମହାସାଗରର ଜଳରେ ଆମେ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ତିଆରି କରିଛେ । ଆମେ ଏବେ ଏକ ଆନ୍ତଃ-ନିର୍ଭର ବିଶ୍ୱର କଥା କହୁଛେ । ଅଷ୍ଟାଦଶ ଶତାବ୍ଦୀକୁ ଫେରିଯାଆନ୍ତୁ, ସେତେବେଳେ ଗୁଜରାଟର ମାଣ୍ଡଭି ବନ୍ଦର ଓ ଜାଞ୍ଜିବର ବନ୍ଦରକୁ ଆନ୍ତଃ-ନିର୍ଭରଶୀଳ ବନ୍ଦର ଭାବେ ବିବେଚନା କରାଯାଇଥିଲା । ଗୁଜରାଟର ମାଣ୍ଡଭି ବନ୍ଦରରେ ବ୍ୟବସାୟୀଙ୍କ ସାହିତ୍ୟ ଆଲୋଚନା ଏବେ ସ୍ୱାହିଲି ବୋଟ ଉତ୍ସୁକତାର ସହ ପ୍ରତୀକ୍ଷା କରିଛି ।

ଆପଣଙ୍କ ମହାନ ଦେଶକୁ ସର୍ବପ୍ରଥମ ପ୍ରବାସୀ ଭାରତୀୟଙ୍କ ଆଗମନ ବୋଧହୁଏ ମୋର ନିଜ ରାଜ୍ୟ (ଗୁଜରାଟ)ରୁ ହୋଇଥିଲା । ତାଞ୍ଜାନିଆରେ ଥିବା ଭାରତୀୟ ବଂଶୋଦ୍ଭବ ସମୁଦାୟ ଏବେ ବାଣିଜ୍ୟ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଆମ ଲୋକଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ସଂଯୋଗକାରୀ ପାଲଟିଛନ୍ତି ।

ବିଗତ ଦଶନ୍ଧିରେ ରାଷ୍ଟ୍ରପତି ନାଇରେରେଙ୍କ ସମୟରୁ ଆମର ଭାଗିଦାରୀ ମୂଲ୍ୟବୋଧ, ସଂଘର୍ଷରେ ସମାନତା ଓ ଆମ ଲୋକଙ୍କ ପ୍ରଗତି ଓ ସମୃଦ୍ଧି ପାଇଁ ଦୃଢ଼ ଇଚ୍ଛା ଆମର ସମ୍ପର୍କକୁ ପରିଭାଷିତ କରିଛି ।

ବନ୍ଧୁଗଣ,

ଅତୀତ ବର୍ଷଗୁଡ଼ିକରେ ଆମ ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧ, ବ୍ୟାପାର ଓ ନିବେଶ ଏବଂ ବିକାଶ ସହଯୋଗର ସମ୍ପର୍କ ଅଧିକ ପ୍ରସ୍ଫୁଟିତ ହୋଇଛି । ଏବେ ତ ଭାରତ ବିଶ୍ୱର ସବୁଠୁ ଦ୍ରୁତ ଗତିଶୀଳ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି, ଆଉ ତାଞ୍ଜାନିଆ ଏହି ମହାଦ୍ୱୀପରେ ସବୁଠୁ ମହତ୍ୱପୂର୍ଣ୍ଣ ଅର୍ଥବ୍ୟବସ୍ଥା ମଧ୍ୟରୁ ଏକ । ରାଷ୍ଟ୍ରପତି ମାଗୁଫୁଲିଙ୍କ ସହ ଆଜି ମୋ’ର ବିସ୍ତୃତ ଆଲୋଚନାବେଳେ ଆମର ଭାଗିଦାରୀର ସବୁ ଦିଗ ସାମିଲ ଥିଲା ।

ଆମ ସହଯୋଗର ବିସ୍ତୃତ ଏଜେଣ୍ଡା, ଆମର ବିକାଶର ପ୍ରମୁଖ ପ୍ରାଥମିକତା ଓ ମିଳିତ ସୁରକ୍ଷା ଆବଶ୍ୟକତା ଦ୍ୱାରା ପ୍ରେରିତ । ଏହି ଆଲୋଚନା ଭବିଷ୍ୟତରେ ଏକବିଂଶ ଶତାବ୍ଦୀରେ ଭାଗିଦାରୀ ଗଠନର ମୂଳଦୁଆ ପକାଇବ ।

ବନ୍ଧୁଗଣ

ଭାରତ ସର୍ବଦା ତାଞ୍ଜାନିଆର ବିକାଶ ମାର୍ଗରେ ଏକ ବିଶ୍ୱସ୍ତ ସହଯୋଗୀ ହୋଇ ରହିବ ।

ଆଉ ଆପଣମାନେ :

• ଆପଣଙ୍କ କୃଷିର ଆଧୁନିକୀକରଣ

• ଆପଣଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମ୍ପ୍ରସାରଣ ଓ

• ଆପଣଙ୍କ ଅର୍ଥବ୍ୟବସ୍ଥାରେ ଉଦ୍ୟୋଗୀକରଣ

• ଆପଣଙ୍କ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି

• ଆପଣଙ୍କ ସାମର୍ଥ୍ୟ ଓ ସଂସ୍ଥାନର ନିର୍ମାଣ

• ଆପଣଙ୍କ ସମାଜ ଓ ଲୋକଙ୍କ ସୁରକ୍ଷା

ଆପଣଙ୍କୁ ଏସବୁ କ୍ଷେତ୍ରରେ ଭାରତ ଭଳି ଏକ ବିଶ୍ୱସ୍ତ ବନ୍ଧୁ ମିଳିଯିବ ।

ଆଉ ବନ୍ଧୁ ଭାବେ, ଆମେ ନିଜର ଅନୁଭବ, ପାରଙ୍ଗମତା, ସାମର୍ଥ୍ୟ ଓ ଜ୍ଞାନକୌଶଳକୁ ତାଞ୍ଜାନିଆ ସହ ଭାଗିଦାର ହେବାକୁ ପ୍ରସ୍ତୁତ ଅଛୁ । ଏହା ତାଞ୍ଜାନିଆର ଆବଶ୍ୟକତା ଓ ପ୍ରାଥମିକତା ଆଧାରରେ ।

ବନ୍ଧୁଗଣ,

ସମ୍ପର୍କର ଶିଖରକୁ ଯିବା ପାଇଁ ମୋ’ସହ ସାମିଲ ହେବାକୁ ଅନୁରୋଧ କରୁଛି :

• ମହାମହିମ ରାଷ୍ଟ୍ରପତି ଜନ୍ ମାଗୁଫୁଲିଙ୍କ ସ୍ୱାସ୍ଥ୍ୟ ଓ ସଫଳତା ପାଇଁ

• ଏହି ମହାନ୍ ରାଷ୍ଟ୍ର ସଂଯୁକ୍ତ ଗଣରାଜ୍ୟ ତାଞ୍ଜାନିଆର ଆତିଥ୍ୟପୂର୍ଣ୍ଣ ଲୋକଙ୍କ ବିକାଶ ଓ ସମୃଦ୍ଧି ପାଇଁ

• ଆଉ ଭାରତ ଓ ତାଞ୍ଜାନିଆ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱ ଓ ଭାଗିଦାରୀତା ପାଇଁ ।