ପିଏମଇଣ୍ଡିଆ
ରାମେଶ୍ୱରମ ହେଉଛି ସେହି ଭୂମି ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦେଶର ଆଧ୍ୟାତ୍ମିକ ଜୀବନକୁ ଗୋଟିଏ ବତୀଘର ଭଳି ରାସ୍ତା ଦେଖାଇଆସିଛି । ଆଉ ଏହି ଶତାବ୍ଦୀରେ ରାମେଶ୍ୱରମ୍ ଅନ୍ୟ ଏକ କଥା ପାଇଁ ପ୍ରସିଦ୍ଧି ପାଇଛି । ଅବଦୁଲ କଲାମ ମହୋଦୟଙ୍କ ଭଳି ଜଣେ କର୍ମଯୋଗୀ ବୈଜ୍ଞାନିକ, ଜଣେ ପ୍ରେରଣାଦାୟୀ ଶିକ୍ଷକ, ଜଣେ ପ୍ରଖର ଚିନ୍ତାନାୟକ ଆଉ ଜଣେ ମହାନ ରାଷ୍ଟ୍ରପତି ଏହି ଦେଶକୁ ଦେବା ପାଇଁ ରାମେଶ୍ୱରମ୍ ଜଣାଯିବ ।
ରାମେଶ୍ୱରମର ପବିତ୍ର ମାଟିକୁ ସ୍ପର୍ଶ କରିବା ମୋ ପାଇଁ ଏକ ମହାନ ସୌଭାଗ୍ୟର ବିଷୟ । ଆମ ଦେଶର 12ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ରାମେଶ୍ୱରମ ପୀଠ କେବଳ ଏକ ଧାର୍ମିକ କେନ୍ଦ୍ର ନୁହେଁ । ରାମେଶ୍ୱରମ ମଧ୍ୟ ଗଭୀର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ଏକ ଜ୍ଞାନପୁଞ୍ଜ ମଧ୍ୟରୁ ଅନ୍ୟତମ । ଏକ ସ୍ଥାନ ଯେଉଁଠିକୁ ସ୍ୱାମୀ ବିବେକାନନ୍ଦ 1897ରେ ଆମେରିକାରୁ ଫେରିବା ପରେ ବୁଲି ଆସିଥିଲେ । ଆଉ ଏହା ହେଉଛି ସେହି ପବିତ୍ର ଭୂମି ଯାହା ଭାରତକୁ ତାହାର ଏକ ପ୍ରସିଦ୍ଧ ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ – ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜନ୍ମ ଦେଇଥିଲା । ତାଙ୍କର କାର୍ଯ୍ୟକଳାପ ଏବଂ ଚିନ୍ତାଧାରାରେ ରାମେଶ୍ୱରମର ସରଳତା, ଗଭୀରତା ଏବଂ ଶାନ୍ତ ସ୍ୱଭାବ ପ୍ରତିଫଳିତ ହେଉଥିଲା ।
ଡକ୍ଟର ଏପିଜେ ଅବଦୁଲ କଲାମ ମହୋଦୟଙ୍କ ପୂଣ୍ୟତିଥିରେ ରାମେଶ୍ୱରମକୁ ଆସିବା ମୋ ପାଇଁ ଏକ ବହୁତ ଭାବପୂର୍ଣ୍ଣ ମୁହୂର୍ତ୍ତ । ଗତ ବର୍ଷ ଆମେ ଏଠି ସଂକଳ୍ପ କରିଥିଲୁ, ଆପଣଙ୍କୁ କଥା ଦେଇ ଥିଲୁ ଯେ କଲାମ ସାହେବଙ୍କ ସ୍ମୃତିରେ ରାମେଶ୍ୱରମରେ ଏକ ସ୍ମାରକ ନିର୍ମାଣ କରାଯିବ । ମୁଁ ଖୁସି ଯେ ଆଜି ଏହି ସଂକଳ୍ପ ସଂମ୍ପୂର୍ଣ୍ଣ ହୋଇଛି ।
ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂସ୍ଥା(ଡ଼ିଆରଡିଓ)ବହୁତ କମ୍ ସମୟ ମଧ୍ୟରେ ହିଁ ଏହି ସ୍ମାରକକୁ ପ୍ରସ୍ତୁତ କରିଛନ୍ତି । ଏହି ସ୍ମାରକ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ପିଢିକୁ ପ୍ରେରଣା ଦେଇ ଚାଲିଥିବ ।
ଗତ ବର୍ଷ ମୁଁ ଭେଙ୍କେୟା ନାଇଡ଼ୁ ମହୋଦୟଙ୍କ ସଭାପତିତ୍ୱରେ ଗୋଟିଏ କମିଟି ଗଠନ କରିଥିଲି ଆଉ ଯାହାଙ୍କୁ ମୁଁ କାମ ଦେଇଥିଲି କି ଡିଆରଡିଓ ସହିତ, ତାମିଲନାଡ଼ୁ ସରକାରଙ୍କ ସହିତ ମିଶି ଏହି ଭୂମିରୁ ଦେଶର ଯୁବପିଢିଙ୍କୁ ପ୍ରେରଣା ମିଳୁ, ଏଭଳି ସ୍ମାରକ ତିଆରି କରନ୍ତୁ । ଆଜି ମୁଁ ସ୍ମାରକଟି ଦେଖିଲି । ମନ ଏତେ ଆନନ୍ଦିତ ହୋଇଗଲା ଯେ ଆମ ଦେଶରେ ମଧ୍ୟ ଏତେ କମ୍ ସମୟରେ ଆଉ ଏତେ ଅଭିନବ କଳ୍ପନାର ଏକ ଭବ୍ୟ ସ୍ମାରକ, ଯାହା ଶ୍ରୀମାନ ଡକ୍ଟର ଅବଦୁଲ କାଲାମ ମହୋଦୟଙ୍କୁ ସଂପୂର୍ଣ୍ଣ ଭାବେ ସୁସଙ୍ଗତ ଅଟେ, ତାଙ୍କର ଚିନ୍ତାଧାରା, କାର୍ଯ୍ୟ, ଜୀବନ, ଆଦର୍ଶ, ସଂକଳ୍ପକୁ ସୁହାଇବା ଭଳି । ଏଭଳି ସ୍ମାରକ ତିଆରି କରିଥିବାରୁ ଭେଙ୍କେୟା ନାଇଡୁ ମହୋଦୟ ଏବଂ ତାଙ୍କର ସମସ୍ତ ଟିମକୁ, ତାମିଲନାଡ଼ୁ ସରକାରଙ୍କୁ, ଭାରତ ସରକାରଙ୍କ ସମସ୍ତ ବିଭାଗକୁ, ଡିଆରଡିଓକୁ ମୁଁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆଉ ମୋ ଦେଶରେ କିଛି କାମ ଯଦି ଠିକ୍ ସମୟରେ ହୋଇଯାଏ, କଳ୍ପନା ଅନୁସାରେ ଯଦି ହୋଇଯାଏ, ତ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ହୋଇଥାଏ କି ସରକାର ମଧ୍ୟ ଏଭଳି କାମ କରିପାରନ୍ତି କି? କିନ୍ତୁ ଏହା ସମ୍ଭବ ହୋଇଛି ଏଥିପାଇଁ ଯେ ଦିଲ୍ଲୀରେ ଆଜି ଏଭଳି ସରକାର ଅଛନ୍ତି, ଭାରତ ସରକାରଙ୍କୁ ଆପଣ ଯେଉଁ ଦାୟିତ୍ୱ ଦେଇଛନ୍ତି; ସେ ସଂପୂର୍ଣ୍ଣ କାର୍ଯ୍ୟ ସଂସ୍କୃତି ବଦଳାଇଛନ୍ତି ଆଉ ସମୟସୀମା ମଧ୍ୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାର ଆଗ୍ରହ ସରକାରରେ ସଫଳତା ପୂର୍ବକ ଆଗକୁ ବଢ଼ାଇଛନ୍ତି ।
କିନ୍ତୁ ଏହି କଥା ଆମେ ଭୁଲିବା ନାହିଁ କି କେବଳ ସରକାର, ପଇସା, ଯୋଜନା, ଶକ୍ତି, ଏହା ଦ୍ୱାରା ହିଁ ସବୁ କାମ ହୋଇ ଯାଇଥାଏ, ଏଭଳି ନୁହେଁ । ଏହି ସ୍ମାରକର ସଫଳତା ପଛରେ ଆଉ ଗୋଟିଏ ରହସ୍ୟ ରହିଛି, ଆଉ ଏଥିପାଇଁ ଶହେ ପଚିଶ କୋଟି ଦେଶବାସୀ ଗର୍ବ କରିପାରନ୍ତି; ତାହା ମୁଁ ଆଜି ଆପଣଙ୍କ ସମ୍ମୁଖରେ ଉନ୍ମୁକ୍ତ କରିବାକୁ ଚାହୁଁଛି । ଆଉ ସେହି ରହସ୍ୟଟି ହେଉଛି ଏହା ଯେ ସରକାର ଥିଲେ, ପଇସା ଥିଲା, ଯୋଜନା ଥିଲା, ଦୃଷ୍ଟିଭଙ୍ଗୀ ସହିତ କାମ ହେଉଥିଲା କିନ୍ତୁ ଏହି କାମକୁ କରିବା ପାଇଁ ଦେଶର ପ୍ରତିଟି କୋଣ ଅନୁକୋଣରୁ ଯାହା-ଯାହାଙ୍କୁ ଯେଉଁ ବିଷୟରେ ପ୍ରସିଦ୍ଧି ଥିଲା, ଏଭଳି କାରିଗର ଆସିଥିଲେ, ଶ୍ରମିକ ଆସିଥିଲେ, କଳାକାର ଆସିଥିଲେ, ସ୍ଥପତି ଆସିଥିଲେ । ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରୁ ଆସିଥିବା ଲୋକ ଏହି କାମ କରୁଥିଲେ । ଏହା ସହିତ ଯେଉଁ ଶ୍ରମିକ କାମ କରୁଥିଲେ, ସେମାନେ ସକାଳ 8 ଟାରୁ 5ଟା ପର୍ଯ୍ୟନ୍ତ ସରକାରଙ୍କ ନିୟମ ଅନୁସାରେ କାମ କରୁଥିଲେ । ପୁଣି 5 ଟାରୁ 6ଟା ପର୍ଯ୍ୟନ୍ତ ସେ ବିଶ୍ରାମ କରୁଥିଲେ, ଜଳପାନ କରୁଥିଲେ, ଆଉ ପୁଣି 6 ଟାରୁ 8 ଟା ଯାଏଁ ଅତିରିକ୍ତ କାମ କରୁଥିଲେ । ଆଉ ସେମାନେ କହିଲେ ଯେ 6 ଟାରୁ 8 ଟା ଯାଏଁ ସେମାନେ ଯେଉଁ କାମ କରୁଛନ୍ତି, ତାହାର ପଇସା ସେମାନେ ନେବେ ନାହିଁ । ଏହା ଆମ ତରଫରୁ ଅବଦୁଲ କଲାମ ମହୋଦୟଙ୍କୁ ଆମର ପରିଶ୍ରମ ଦ୍ୱାରା, ଆମର ସ୍ୱେଦ ଦ୍ୱାରା, ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବୁ ।
ମୋର ଯେଉଁ ଗରିବ ଶ୍ରମିକ ଭାଇ-ଭଉଣୀମାନେ ଏହି ଭକ୍ତିର ସହିତ ଏହି କାମକୁ କରିଛନ୍ତି, ମୁଁ ତାଙ୍କୁ, ସେହି ସମସ୍ତ ଶ୍ରମିକମାନଙ୍କୁ ଏହି ପବିତ୍ର କାର୍ଯ୍ୟକୁ ସଂମ୍ପୂର୍ଣ୍ଣ କରିଥିବାରୁ ଶତ-ଶତ ବନ୍ଦନା କରୁଛି । ଏହି ଶ୍ରମିକ ମାନେ, କାରିଗର ମାନେ ଏଭଳି ଉତ୍ତମ କାମ କରିଛନ୍ତି ଯେ ଏଠାରେ ଉପସ୍ଥିତ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯେ ଆମେ ନିଜ ଜାଗାରେ ଠିଆ ହୋଇ ସେହି ଶ୍ରମିକ ମାନଙ୍କୁ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦର୍ଶନ କରିବା, ତାଳି ବଜାଇ ତାଙ୍କୁ ଠିଆ ହୋଇ ସମ୍ମାନ ପ୍ରଦର୍ଶନ କରିବା ।
ଯେତେବେଳେ ଗୋଟିଏ ଶ୍ରମିକ ମନରେ ରାଷ୍ଟ୍ରଭକ୍ତିର ଭାବନା ଭରି ଯାଇଥାଏ ତ କେତେ ମହାନ କାମ କରିଥାଏ, ଏହାର ପ୍ରମାଣ ହେଉଛି ଏହି ରାମେଶ୍ୱରମରେ ତିଆରି କରାଯାଇଥିବା ଅବଦୁଲ କଲାମ ମହୋଦୟଙ୍କ ସ୍ମାରକ । ମୁଁ ଆଜି ଅନୁଭବ କରୁଛି କି ଯଦି ଏହି କ୍ଷଣରେ ମଞ୍ଚ ଉପରେ ଅମ୍ମା ଉପସ୍ଥିତ ଥାଆନ୍ତେ, ଆମ ମଧ୍ୟରେ ଅମ୍ମାଙ୍କର ଉପସ୍ଥିତି ଥାଆନ୍ତା, ଆଉ ଆମର ଗରିବ ମଜଦୁରମାନେ କାମ କରିଛନ୍ତି ଏହି କଥା ଯେବେ ସେ ଦେଖିଥାଆନ୍ତେ, ଶୁଣି ଥାଆନ୍ତେ, ତ ବୋଧହୁଏ ଆମକୁ ଅନେକ ଅନେକ ଶୁଭକାମନା ଏବଂ ଆଶୀର୍ବାଦ ଦେଇ ଥାଆନ୍ତେ । ଆମକୁ ଆଜି ଅମ୍ମାଙ୍କର ଅନୁପସ୍ଥିତି ଅନୁଭବ ହେଉଛି । ଅମ୍ମାଙ୍କ ଯିବା ପରେ ଏହି ତାମିଲନାଡ଼ୁ ମାଟିରେ ଏହା ହେଉଛି ମୋର ପ୍ରଥମ ବଡ଼ କାର୍ଯ୍ୟକ୍ରମ । ମୁଁ ଅମ୍ମାଙ୍କର ଅନୁପସ୍ଥିତି ଅନୁଭବ କରୁଛି । କିନ୍ତୁ ତାଙ୍କର ଆତ୍ମା ଯେଉଁଠି ମଧ୍ୟ ଥିବ, ତାମିଲନାଡ଼ୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ସର୍ବଦା ଆଶୀର୍ବାଦ ଦେଉଥିବେ, ମୋର ଏଭଳି ବିଶ୍ୱାସ ରହିଛି ।
ମୁଁ ଆଜି ରାମେଶ୍ୱରମର ପବିତ୍ର ମାଟିରୁ, ଦେଶର ଲୋକଙ୍କୁ ଗୋଟିଏ ପ୍ରାର୍ଥନା କରିବାକୁ ଚାହୁଁଛି । ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରୁ ଲୋକ ରାମେଶ୍ୱରମ ଯାତ୍ରା ପାଇଁ ଆସିଥାଆନ୍ତି, ଦର୍ଶନ ପାଇଁ ଆସିଥାଆନ୍ତି । ଟୁର୍ ଅପରେଟରଙ୍କୁ ମୋର ଅନୁରୋଧ, ରାମେଶ୍ୱରମ ଯାତ୍ରୀଙ୍କୁ ମଧ୍ୟ ମୋର ଅନୁରୋଧ, ଆଉ ଦେଶର ଯୁବ ପିଢିଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଆପଣ ଯେବେ ମଧ୍ୟ ରାମେଶ୍ୱରମ ଯାତ୍ରା କରିବେ, ଏହି ଅବଦୁଲ କଲାମ ମହୋଦୟଙ୍କ ସ୍ମାରକକୁ ଦେଖିବା ନିଜର କାର୍ଯ୍ୟକ୍ରମରେ ନିଶ୍ଚୟ ଯୋଡ଼ି ଦେବେ ଆଉ ନୂତନ ପିଢିଙ୍କୁ ପ୍ରେରଣା ମିଳୁ, ଏଭଳି ଏହି ପ୍ରେରଣା ତୀର୍ଥକୁ ଆପଣ ନିଶ୍ଚୟ ଆସି କରି ଦେଖନ୍ତୁ ।
ଆଜିର କାର୍ଯ୍ୟକ୍ରମ ଗୋଟିଏ ପ୍ରକାରରେ ହେଉଛି ପଞ୍ଚାମୃତ । ରେଳ, ସଡକ, ଭୂମି, ସମୁଦ୍ର ଏବଂ କାଲାମ ମହୋଦୟଙ୍କ ସ୍ମାରକ । ଏପରି ପାଞ୍ଚଟି କାର୍ଯ୍ୟକ୍ରମ ଏକ ସଙ୍ଗରେ ଆଜି ଅବଦୁଲ କଲାମ ମହୋଦୟଙ୍କ ପୁଣ୍ୟତିଥିରେ ମୋତେ ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଛି । ଆଜି ସମୁଦ୍ରକୁ ଆମର ମତ୍ସ୍ୟଜୀବୀମାନେ ଛୋଟ ଛୋଟ ଡଙ୍ଗା ନେଇ ଯାଉଛନ୍ତି । ଜଣାପଡି ନ ଥାଏ କି ହିନ୍ଦୁସ୍ଥାନର ସୀମାରେ ଅଛନ୍ତି କି ଅନ୍ୟ କାହା ସୀମାକୁ ଚାଲିଯାଇଛନ୍ତି । ଆଉ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ । ପ୍ରଧାନମନ୍ତ୍ରୀ ନୀଳ ବିପ୍ଳବ ଯୋଜନା ଆମେ ଆରମ୍ଭ କରିଛୁ । ସେହି ଯୋଜନା ଅଧିନରେ ଆମର ଭାଇ ଓ ଭଉଣୀମାନଙ୍କୁ ସରକାରଙ୍କ ତରଫରୁ ଋଣ ମିଳିବ, ଅନୁଦାନ ମିଳିବ, ରିହାତି ମିଳିବ । ଆଉ ସେମାନଙ୍କୁ ବଡ଼ ଭଲ ଟ୍ରଲର ମିଳିଛି ଫଳରେ ସେମାନେ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଇ ପାରିବେ ତ ଆଜି ତା’ର ମଧ୍ୟ ଏଠାରେ ଶୁଭାରମ୍ଭ ହେଉଛି । ଆଉ କିଛି ମତ୍ସ୍ୟଜୀବୀ ଭାଇମାନଙ୍କୁ ତା’ର ଚେକ୍ ପ୍ରଦାନ କରିବାର ସୌଭାଗ୍ୟ ମୋତେ ମିଳିଛି ।
ରାମେଶ୍ୱରମ ମାଟି ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ଯୋଡ଼ି ହୋଇ ରହିଛି । ଆଉ ମୁଁ ଖୁସି ଯେ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ଯୋଡ଼ି ହୋଇଥିବା ରାମେଶ୍ୱରମ ମାଟିରୁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାର ମାଟି ସହିତ ସଂଯୋଗ କରୁଥିବା ଏକ ରେଳ ଗାଡ଼ି – ଶ୍ରଦ୍ଧାସେତୁ ନାମରେ ରାମେଶ୍ୱରମରୁ ଅଯୋଧ୍ୟା, ଆଜି ସେହି ରେଳଗାଡ଼ିର ଲୋକାର୍ପଣ କରିବାର ସୁଯୋଗ ମୋତେ ମିଳିଛି । ସେହି ଭଳି ଭାବରେ ଧନୁଷକୋଡ଼ି ପର୍ଯ୍ୟନ୍ତ ଯେଉଁ ରାସ୍ତା, ଯେଉଁ ଲୋକ ରାମ ସେତୁ ଦେଖିବାକୁ ଯିବା ଚାହୁଁଛନ୍ତି, ଯେଉଁ ମାନେ ସମୁଦ୍ର ପଥରେ ଆଗକୁ ଯିବା ପାଇଁ ଚାହୁଁଛନ୍ତି ତାହା ଏକ ମହତ୍ୱପୂର୍ଣ୍ଣ ସଡ଼କର କାମ, ତାହାକୁ ମଧ୍ୟ ସଂପୂର୍ଣ୍ଣ କରି ଦେଲୁ ଆଉ ତାହାକୁ ମଧ୍ୟ ଆଜି ମୋତେ ଦେଶବାସୀଙ୍କୁ ସମର୍ପିତ କରିବାର ସୁଯୋଗ ମିଳିଛି । ରେଳକୁ ସମର୍ପିତ, ସଡ଼କର ମଧ୍ୟ ସମର୍ପଣ । ଆଉ ଆଜି ଏହି ରାମେଶ୍ୱରମ ମାଟି ରହିଛି, ଯେଉଁଠାରେ 1897 ରେ ସ୍ୱାମୀ ବିବେକାନନ୍ଦ – ବିଦେଶ ମାଟିରେ ଆଧ୍ୟାତ୍ମିକ ଜଗତକୁ ଦିଗବିଜୟ କରି, ବିଶ୍ୱରେ ଭାରତର ନାମ ଉଜ୍ଜ୍ୱଳ କରି – ଏହି ମାଟିରେ ନିଜ ପାଦ ରଖିଥିଲେ । ସେହି ସ୍ୱାମୀ ବିବେକାନନ୍ଦ ଯେଉଁଠାରେ କନ୍ୟାକୁମାରୀ, ଏହି ପାଖରେ ବିବେକାନନ୍ଦଙ୍କ ସ୍ମାରକ ତିଆରି ହୋଇଛି । ସେହି ବିବେକାନନ୍ଦ କେନ୍ଦ୍ର ଏଠାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କିଛି ଏନଜିଓ, ସେମାନେ ମିଶି ରାମେଶ୍ୱରମକୁ ସବୁଜ କରିବା ପାଇଁ ଯେଉଁ ପରିଶ୍ରମ ଓ କଷ୍ଟ ଉଠାଇଛନ୍ତି ଆଉ ଏହା ମଧ୍ୟ ଗୋଟିଏ ପ୍ରକାରେ ରାମେଶ୍ୱରମର ଭବିଷ୍ୟତ ପାଇଁ ଉତ୍ତମ କାମ କରିବାବାଲା ସେହି ସମସ୍ତ ସଂଗଠନଙ୍କୁ, ବିଶେଷ କରି ବିବେକାନନ୍ଦ କେନ୍ଦ୍ରକୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।
ଭାରତର ବିଶାଳ ସମୁଦ୍ର ଆଉ ସାଢ଼େ ସାତ ହଜାର କିଲୋମିଟର (ସାତ ହଜାର ପାଞ୍ଚ ଶହ) ସାତ ହଜାର ପାଞ୍ଚ ଶହ କିଲୋମିଟର ଲମ୍ବର ସମୁଦ୍ର ସୀମା ବହୁତ ବଡ଼ ନିବେଶର ସମ୍ଭାବନାରେ ଭରି ହୋଇ ରହିଛି । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ ମଧ୍ୟ ଚଳାଉଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ତଟରେଖାର ସଂପୂର୍ଣ୍ଣ ଲାଭ ଉଠାଇ ଭାରତର ପଣ୍ୟ ପରିବହନ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆଣିବା । ସାଗରମାଳା କାର୍ଯ୍ୟକ୍ରମରେ ଆମଦାନୀ-ରପ୍ତାନୀ ଏବଂ ବ୍ୟବସାୟର ପଣ୍ୟ ପରିବହନ ଜନିତ ଖର୍ଚ୍ଚ କମ୍ କରିବା, ସେହି ଦିଗରେ ଆମେ ଚେଷ୍ଟା କରୁଛୁ । ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଆମର ଚେଷ୍ଟା ଜାରି ରହିଛି ।
ଆପଣଙ୍କୁ ଏହା ମଧ୍ୟ ଜାଣି ଖୁସି ହେବେ ଯେ ଯେଉଁଭଳି ଭାବେ ଡିଆରଡିଓ ଅବଦୁଲ କଲାମ ମହୋଦୟଙ୍କ ଏହି ସ୍ମାରକ ତିଆରି କରିବାରେ କାମ କରିଛି, ସେହି ପ୍ରକାରରେ ଡିଆରଡିଓ ଆମର ସୈନ୍ୟ ଶକ୍ତି ପାଇଁ ବହୁତ ମହତ୍ୱପୁର୍ଣ୍ଣ କାମ କରୁଥିବା ଏକ ସଂସ୍ଥା ଅଟେ । କିନ୍ତୁ ଏହା ସହିତ ନାଗରିକମାନଙ୍କ ପାଇଁ ମଧ୍ୟ ସେମାନେ ଏଭଳି ଛୋଟ ଛୋଟ କାମ କରିଥା’ନ୍ତି, ଏହି ଯେଉଁ ରେଳ ଚଳାଚଳ ଏଠାରୁ ଆରମ୍ଭ ହେଉଛି ଶ୍ରଦ୍ଧାସେତୁ, ରାମେଶ୍ୱରମରୁ ଅଯୋଧ୍ୟା, ତାହା ଏଭଳି ଏକ ଟ୍ରେନ ଯାହା ଭିତରେ ସମସ୍ତ ଶୌଚାଳୟକୁ, ଜୈବ-ଶୌଚାଳୟ କରାଯାଇଛି । ସ୍ୱଚ୍ଛତା ଅଭିଯାନକୁ ଶକ୍ତି ଦେବାର କାମ ଏହି ଶ୍ରଦ୍ଧା ସେତୁ, ଏହି ଟ୍ରେନ ଦ୍ୱାରା ହେବାକୁ ଯାଉଛି ।
ବନ୍ଧୁଗଣ,
ଡକ୍ଟର କାଲାମ ନିଜ ଜୀବନରେ ସବୁଠାରୁ ଅଧିକ ପ୍ରେରଣା ଯଦି କାହାକୁ ଦେଇଛନ୍ତି, ତ ଆମ ଦେଶର ଯୁବକମାନଙ୍କୁ ଦେଇଛନ୍ତି । ଆଜିର ଯୁବକ ନିଜର ଶକ୍ତିରେ ଆଗକୁ ବଢ଼ିବାକୁ ଚାହୁଁଛି । ନିଜେ ଅନ୍ୟକୁ ରୋଜଗାର ଦେଲାବାଲା ହେବାକୁ ଚାହୁଁଛି । ଯୁବକ ନିଜର ସ୍ୱପ୍ନକୁ ଯେପରି ପୂରଣ କରିପାରିବ, ଏଥିପାଇଁ କେନ୍ଦ୍ର ସରକାର ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯୁବକମାନଙ୍କର କୌଶଳ ବିକାଶ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ରଶିକ୍ଷଣ କେନ୍ଦ୍ର, କୌଶଳ ବିକାଶ କେନ୍ଦ୍ର ଖୋଲା ଯାଉଛି । ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଯୁବକଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ଭଳି ଅସୁବିଧାର ସାମ୍ନା କରିବାକୁ ନ ପଡ଼ୁ, ସେଥିପାଇଁ କେନ୍ଦ୍ର ସରକାର ମୁଦ୍ରା ଯୋଜନା ଚଲାଉଛନ୍ତି ।
ଦେଶରେ ଏବେ ମୁଦ୍ରା ଯୋଜନା ମାଧ୍ୟମରେ 8 କୋଟିରୁ ଅଧିକ ଜମାଖାତା ଥିବା ଲୋକଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ବିନା, ଚାରି ଲକ୍ଷ କୋଟିରୁ ମଧ୍ୟ ଅଧିକ ଟଙ୍କା ସେମାନଙ୍କୁ ଦିଆ ଯାଇଛି ଫଳରେ ସେମାନେ ନିଜ ଜୀବନର ରାସ୍ତା ବାଛି ପାରିବେ, ଆଗକୁ ବଢି ପାରିବେ । ଆଉ ମୁଁ ଖୁସି ଯେ ଏଥିରୁ କୋଟିଏରୁ ଅଧିକ ଲୋକ ହେଉଛନ୍ତି କେବଳ ତାମିଲନାଡ଼ୁର । ଏହି ପରିସଂଖ୍ୟାନ ସ୍ୱରୋଜଗାର ଆଡ଼କୁ ତାମିଲନାଡ଼ୁ ଭଳି ରାଜ୍ୟର ଯୁବକଙ୍କର ଆଗ୍ରହ କେତେ, ଉଦ୍ଦୀପନା କେତେ, ତାହାର ପରିଣାମକୁ ମଧ୍ୟ ଦର୍ଶାଉଛି ।
କେନ୍ଦ୍ର ସରକାର ରାଜ୍ୟରେ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ନିଉ ଇଣ୍ଡିଆ ବିନା ନିଉ ତାମିଲନାଡ଼ୁ ସମ୍ଭବ ନୁହେଁ । ଆଉ ଏଥିପାଇଁ ରାଜ୍ୟରେ ମୌଳିକ ସୁବିଧାଗୁଡ଼ିକୁ ଯୋଗାଇଦେବାରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ ଯୋଗାଇ ଦିଆଯାଉଛି ।
ମୁଁ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି ଯେ ସେ ଭାରତ ସରକାର ଯେଉଁ କାର୍ଯ୍ୟକ୍ରମଗୁଡ଼ିକୁ ଆଗକୁ ନେଉଛନ୍ତି, ତାହା ଦ୍ୱାରା ତାମିଲନାଡ଼ୁକୁ ଯେଉଁ ଲାଭ ମିଳୁଛି, ତାହାକୁ ସାର୍ବଜନିକ ଭାବ ସ୍ୱାଗତ କଲେ, ଧନ୍ୟବାଦ କଲେ; ମୁ ମଧ୍ୟ ତାଙ୍କର ଏହି ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଦେଉଛି ।
ସ୍ମାର୍ଟ ସିଟି ମିଶନ ପାଇଁ ତାମିଲନାଡ଼ୁର ଦଶଟି ସହରକୁ ବଛା ଯାଇଛି । ସେଥିରେ ଚେନ୍ନାଇ, କୋଏମ୍ବାଟୁର, ମଦୁରାଇ, ତଞ୍ଜାବୁର, ଏହିଭଳି ସବୁ ବଡ଼ ସହର ସେଥିରେ ସାମିଲ ହୋଇଛନ୍ତି । ଏହି ସହରଗୁଡ଼ିକ ପାଇଁ କେନ୍ଦ୍ର ସରକାର ପାଖାପାଖି 900 କୋଟି ଟଙ୍କା ମଞ୍ଜୁର କରି ସାରିଲେଣି, ପାଖାପାଖି ଏକ ହଜାର କୋଟି ଟଙ୍କା ।
ଅମୃତ ମିଶନରେ ମଧ୍ୟ ତାମିଲନାଡ଼ୁର 33 ସହର (ତେତିଶ ସହର)କୁ ସାମିଲ କରାଯାଇଛି । କେନ୍ଦ୍ର ସରକାର ତାମିଲନାଡ଼ୁ ପାଇଁ ଚାରି ହଜାର ସାତ ଶହ କୋଟି ଟଙ୍କାରୁ ଅଧିକ ଅନୁଦାନ ଦେଇଛନ୍ତି । ଏହି ଧନର ଉପଯୋଗ ଏହି 33 ସହରରେ ବିଜୁଳି, ପାଣି, ପରିମଳ, ସ୍ୱଚ୍ଛତା ଏବଂ ଉଦ୍ୟାନ ଭଳି ସୁବିଧାଗୁଡ଼ିକୁ ସୁଦୃଢ କରିବା ପାଇଁ କରାଯିବ ।
ଏହି ଯୋଜନାର ସଂମ୍ପୂର୍ଣ୍ଣ ଲାଭ ରାମେଶ୍ୱରମକୁ ମଧ୍ୟ ମିଳିବ ଆଉ ଏହା ସହିତ 33ଟି ସହର, ଯେଉଁଥିରେ ମଦୁରାଇ, ଟୁଟିକୋରିନ୍, ତିରୁନେଲବେଲୀ ଆଉ ନଗରକୋଇଲ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ପାଖାପାଖି ଚାରି ହଜାର କୋଟି ଟଙ୍କା ଖର୍ଚ୍ଚରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସଂପ୍ରସାରଣକୁ ମଧ୍ୟ ମଞ୍ଜୁରି ଦେଇ ଦେଇଛନ୍ତି । ତାମିଲନାଡ଼ୁର ଗ୍ରାମୀଣ ସଡ଼କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଦେବା ପାଇଁ, ଗାଁରେ ରହୁଥିବା ଯୁବକମାନଙ୍କର କୌଶଳ ବିକାଶ କରିବା ପାଇଁ କେନ୍ଦ୍ର ସରକାର ଗତ ତିନି ବର୍ଷ ମଧ୍ୟରେ, ଗତ ତିନି ବର୍ଷ ଭିତରେ ପାଖାପାଖି 18 ହଜାର କୋଟି ଟଙ୍କା (ଅଠର ହଜାର କୋଟି ଟଙ୍କା) ତାମିଲନାଡ଼ୁ ପାଇଁ ମଞ୍ଜୁର କରିଛନ୍ତି ।
କିଛି ପ୍ରୟାସ ପାଇଁ ମୁଁ ଏଠାକାର ସରକାର ଏବଂ ଏଠାକାର ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ଏହି ସମୟରେ ସମଗ୍ର ଦେଶର ସହରମାନଙ୍କରେ ଏକ ହଲଚଲ୍ ସୃଷ୍ଟି ହୋଇଛି, ପ୍ରତିଯୋଗିତା ଚାଲିଛି କି କିଏ ପ୍ରଥମେ ନିଜକୁ ଖୋଲା ମଳମୁକ୍ତ ଘୋଷଣା କରିବ । ଆଉ ମୋର ଆଶା ଯେ ତାମିଲନାଡ଼ୁ ମଧ୍ୟ ଏହି ଦୌଡ଼ରେ ଅନ୍ୟ କୌଣସି ରାଜ୍ୟ ଠାରୁ ପଛରେ ନ ରହୁ, ଆଉ ଶକ୍ତି ଲଗାଇବ ଏବଂ ଆଗକୁ ବଢ଼ିବ ।
ଏହି ଭଳି ରାଜ୍ୟ ସରକାର ମାନୁଛନ୍ତି ଯେ ଏଠାକାର ସହର ଗୁଡ଼ିକରେ ଆଠ ଲକ୍ଷରୁ ଅଧିକ ଗରିବ ପରିବାରଙ୍କ ପାଇଁ ଘରର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଂଚଳ ମାଧ୍ୟମରେ ଏହି ଦାବିକୁ ପୂରଣ କରା ଯାଇପାରେ । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି କି ସେ ପ୍ରସ୍ତାବ ପଠାନ୍ତୁ, ନିଜର ପ୍ରକ୍ରିୟାକୁ ଦ୍ରୁତ କରନ୍ତୁ ଆଉ ଅନୁମୋଦନ କରା ଯାଇଥିବା ଘର ନିର୍ମାଣରେ ଦ୍ରୁତ ଗତି ଆଣନ୍ତୁ ।
ଡକ୍ଟର ଅବଦୁଲ କଲାମ ଜୀବନ ଥିବା ପର୍ଯ୍ୟନ୍ତ ଏକ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଲାଗି ରହିଥିଲେ । ଶହେ ପଚିଶ କୋଟି ଦେଶବାସୀଙ୍କୁ ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ସେ ସର୍ବଦା ପ୍ରେରଣା ଦେଉଥିଲେ । ଏହି ପ୍ରେରଣା ଆମକୁ କୋଡ଼ିଏ, ବାଇଶ ପର୍ଯ୍ୟନ୍ତ, 2022 ପର୍ଯ୍ୟନ୍ତ, ଯେବେ ସ୍ୱାଧୀନତାର 75 ବର୍ଷ ହେବ; ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାରେ ବହୁତ ସାହାଯ୍ୟ କରିବ ।
2022ରେ ଆମ ଦେଶ ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବ । ଦେଶର ସ୍ୱତନ୍ତ୍ରତା ପାଇଁ ନିଜର ଜୀବନକୁ ଜଳାଞ୍ଜଳି ଦେଇଥିବା ଆମର ସୁପୁତ୍ରମାନେ ଯେଉଁ ସ୍ୱପ୍ନ ଦେଖି ଥିଲେ, ତାହାକୁ ପୂରଣ କରିବା ପାଇଁ ଆମର ପ୍ରତ୍ୟେକ ଚେଷ୍ଟା ଡକ୍ଟର କଲାମଙ୍କୁ ମଧ୍ୟ ଏକ ଉତ୍ତମ ଶ୍ରଦ୍ଧାଞ୍ଜଳି ହୋଇ ରହିବ ।
ଆଉ ଯେବେ ଆଜି ମୁଁ ରାମେଶ୍ୱରମ ମାଟିରେ ଅଛି ରାମେଶ୍ୱରମର ଲୋକ ତ ବହୁତ କିଛି କରନ୍ତି, କିନ୍ତୁ ରାମାୟଣ ଆମକୁ ଏହି କଥା କହିଥାଏ କି ଏଠାକାର ଛୋଟିଆ ଗୁଣ୍ଡୁଚି ମୂଷା ମଧ୍ୟ କେଉଁ ଭଳି ଭାବେ ରାମ-ସେତୁ ତିଆରି କାମରେ ଆସିଥିଲା । ସେହିଭଳି ଭାବେ ଆଉ ସେହି ଗୁଣ୍ଡୁଚି ମୂଷା ତ ରାମେଶ୍ୱରମର ଥିଲା, ଆଉ ଏଥିପାଇଁ ଗୁଣ୍ଡୁଚି ମୂଷା ଆମ ସମସ୍ତଙ୍କୁ ପ୍ରେରଣା ଦେଇ ପାରେ । ଯଦି 125 କୋଟି ଭାରତୀୟ ପ୍ରତ୍ୟେକ କେବଳ ମାତ୍ର ଗୋଟିଏ ପାଦ ଆଗକୁ ବଢ଼ାଇବେ, ଭାରତ 125 ପାଦ ଆଗକୁ ବଢିଯିବ ।
ହିନ୍ଦୁସ୍ଥାନର ଗୋଟିଏ କୂଳ, ରାମେଶ୍ୱରମ, ଏଠାରେ ସମୁଦ୍ର ଆରମ୍ଭ ହୋଇ ଯାଇଥାଏ; ଆଉ ଏତେ ବଡ଼ ଜନ ସମୁଦ୍ର ଏହି କଥା କହିଥାଏ ଯେ ଆପଣଙ୍କର ଅବଦୁଲ କଲାମଙ୍କ ପ୍ରତି କେତେ ଆଦର ଭାବ ରହିଛି ଆଉ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣ କେଉଁ ଭଳି ଭାବେ ଯୋଡ଼ି ହେବାକୁ ଚାହୁଁଛନ୍ତି । ଏହାକୁ ମୁଁ ପରିଷ୍କାର ଭାବେ ଦେଖି ପାରୁଛି । ଏହି ବିଶାଳ ଜନସାଗରକୁ ମୁଁ ପୁଣି ଥରେ ପ୍ରଣାମ କରୁଛି । ଅବଦୁଲ କଲାମ ମହୋଦୟଙ୍କୁ ଆଦରପୂର୍ବକ ଅଞ୍ଜଳି ଦେଉଛି ଆଉ ସ୍ୱର୍ଗୀୟ ଅମ୍ମାଙ୍କୁ ମଧ୍ୟ ଆଦରପୂର୍ବକ ଅଞ୍ଜଳି ଦେଉଛି ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
Remembering a distinguished scientist, exemplary President and outstanding personality...PM @narendramodi at the memorial for Dr. Kalam. pic.twitter.com/0ZZ8Myx1LW
— PMO India (@PMOIndia) July 27, 2017
Rameswaram has a vital place in our history and it is also known as a place so closely associated with Dr. Kalam: PM @narendramodi
— PMO India (@PMOIndia) July 27, 2017
Dr. Kalam always reflected the simplicity, depth and calmness of Rameswaram: PM @narendramodi
— PMO India (@PMOIndia) July 27, 2017
The memorial for Dr. Kalam showcases his life and times in a remarkable manner: PM @narendramodi pic.twitter.com/Yc1yXcl2T1
— PMO India (@PMOIndia) July 27, 2017
If Amma was here today, in our midst, she would have been very happy and extended her good wishes. She is a leader we all remember: PM
— PMO India (@PMOIndia) July 27, 2017
केंद्र सरकार प्रधानमंत्री Blue Revolution Scheme के तहत मछुवारों को लॉन्ग लाइनर ट्रॉलर्स के लिए आर्थिक मदद दे रही है: PM @narendramodi
— PMO India (@PMOIndia) July 27, 2017
आज से ही रामेश्वरम और अयोध्या के बीच एक नई ट्रेन का शुभारंभ हो रहा है: PM @narendramodi
— PMO India (@PMOIndia) July 27, 2017
We have to bring a transformation in the ports and logistics sectors, which can contribute immensely to India's growth: PM @narendramodi
— PMO India (@PMOIndia) July 27, 2017
Dr. Kalam inspired the youth of India. I can see that today's youth wants to scale heights of progress and become job creators: PM
— PMO India (@PMOIndia) July 27, 2017
I see a very healthy competition among states as far as Swachh Bharat Mission is concerned: PM @narendramodi
— PMO India (@PMOIndia) July 27, 2017