ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାସ୍କେଣ୍ଟଠାରେ ଅନୁଷ୍ଠିତ ହେଉଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ବୈଠକ ଅବସରରେ ଚୀନ ରାଷ୍ଟ୍ରପତି ଜି ଜିନଫିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନା କାଳରେ ରାଷ୍ଟ୍ରପତି ଜି ଜିନଫିଙ୍ଗ ଏସସିଓ ରେ ଭାରତର ପ୍ରବେଶ ତଥା ସଦସ୍ୟତାକୁ ସ୍ଵାଗତ କରିବା ସହ ଏହାଦ୍ଵାରା ସଂଗଠନ ବେଶ ମଜବୁତ ହେବ ବୋଲି କହିଥିଲେ । ଏସସିଓ ରେ ପ୍ରବେଶ ଲାଗି ଚୀନ ର ସହଯୋଗ ସକାଶେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜିନଫିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହାପରେ ସିଓଲଠାରେ ଚାଲିଥିବା ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ର ପୂର୍ଣ୍ଣାଙ୍ଗ ଅଧିବେଶନ ସମ୍ପର୍କରେ ଜି ଜିନଫିଙ୍ଗଙ୍କ ସହ ଆଲୋଚନା କରିଥିଲେ । ସିଓଲ ଅଧିବେଶନରେ ଭାରତର ଏନଏସଜି ସଦସ୍ୟତା ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଚୀନ ନ୍ୟାୟସଙ୍ଗତ ଓ ନିରପେକ୍ଷ ଢଙ୍ଗରେ ଭାରତର ସଦସ୍ୟତା ଆବେଦନକୁ ମୂଲ୍ୟାୟନ କରିବା ସହିତ ଏହାର ସକାରାତ୍ମକ ଦିଗଗୁଡିକ ବିଚାର କରୁ ବୋଲି ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଜିଙ୍କୁ ନିବେଦନ କରିଥିଲେ । ସିଓଲ ଏନଏସଜି ଅଧିବେଶନରେ ଭାରତ ସପକ୍ଷରେ ସୃଷ୍ଟି ହେଉଥିବା ସହମତକୁ ସମର୍ଥନ ଦେବା ଲାଗି ପ୍ରଧାନମନ୍ତ୍ରୀ ଚୀନକୁ କହିଥିଲେ ।
Uzbekistan: PM @narendramodi and President Xi Jinping meet. pic.twitter.com/cxj9JfD0z5
— PMO India (@PMOIndia) June 23, 2016
Met President Xi Jinping. pic.twitter.com/FNjaqmJM9O
— Narendra Modi (@narendramodi) June 23, 2016