Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତିନି ତଲାକ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟ


ସଂସଦର ଉଭୟ ଗୃହରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ – 2019 ଗୃହୀତ ହେବାକୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ, ସେମାନେ ଏହି ମୂହୁର୍ତ୍ତର ଆହ୍ୱାନକୁ ସ୍ୱୀକାର କରିଛନ୍ତି ଓ ସେମାନଙ୍କ ଏହି ପଦକ୍ଷେପ ଭାରତର ଇତିହାସରେ ସବୁଦିନ ପାଇଁ ମନେ ରହିବ ।

ଏକାଧିକ ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏକ ସ୍ୱେଚ୍ଛାଚାରୀ ଓ ମଧ୍ୟଯୁଗୀୟ ପ୍ରଥା ଶେଷରେ ଇତିହାସର ଆବର୍ଜନା କୁଣ୍ଡରେ ପଡିଛି । ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ କରିପାରିଛି । ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ ଏହା ସମାଜରେ ଅଧିକ ସମାନତା ଆଣିବ । ଭାରତ ଆଜି ଆନନ୍ଦିତ” ।

ସେ ଆହୁରି ଟ୍ୱିଟ କରିଛନ୍ତି ଯେ, “ତିନି ତଲାକର ପ୍ରଚଳନ କାରଣରୁ ହୋଇଥିବା ମହାନ ଭୁଲ ଦ୍ୱାରା ପୀଡିତ ମୁସଲିମ ମହିଳାଙ୍କ ଅଦମ୍ୟ ସାହସକୁ ଅଭିବାଦନ ଜଣାଇବାର ଏହା ହେଉଛି ଏକ ମୂହୁର୍ତ୍ତ । ତିନି ତଲାକର ଉଚ୍ଛେଦ ମହିଳା ସଶକ୍ତିକରଣରେ ସହାୟକ ହେବ ଓ ସେମାନଙ୍କୁ ଆମ ସମାଜରେ ସମ୍ମାନର ସହ ବଂଚିବାର ସୁଯୋଗ ଦେବ” ।

*******