ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ଜୁଲାଇରେ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନୀ ଆଲବାନିଜଙ୍କ ଦ୍ୱାରା ଆୟୋଜିତ ତୃତୀୟ ଭାରତ – ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସରକାରୀ ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଆଲବାନିଜ ସହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା।
ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକକ ସାକ୍ଷାତ ହୋଇଥିଲା ଏବଂ ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ସେମାନେ ଭାରତ – ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ଛଅ ବର୍ଷ ସଫଳତାର ସହିତ ସମ୍ପୂର୍ଣ ହେବାକୁ ସ୍ୱାଗତ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ କ୍ଷେତ୍ରରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ମହାକାଶ, ବେସାମରିକ ପରମାଣୁ ଶକ୍ତି, ସ୍ୱଚ୍ଛ ଶକ୍ତି, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଆଲୋଚନା କରିଥିଲେ।
ଉଭୟ ପ୍ରଧାନମନ୍ତ୍ରୀ ବୃଦ୍ଧି ପାଉଥିବା ଆର୍ଥିକ ସହଭାଗୀତାକୁ ଉଲ୍ଲେଖ କରିଥିଲେ। ଏକ ମହତ୍ୱାକାଂକ୍ଷୀ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତିନାମା (ସିଇସିଏ)କୁ ଯଥାଶୀଘ୍ର ଚୂଡ଼ାନ୍ତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ ଅଷ୍ଟ୍ରେଲିଆ – ଭାରତ ସିଇଓ ଫୋରମର ଫଳାଫଳ ଏବଂ ‘ଅର୍ଥନୈତିକ ବାଣିଜ୍ୟ ରୋଡମ୍ୟାପ୍’ ସମ୍ପର୍କରେ ପୂର୍ବରୁ ହୋଇଥିବା ଆଲୋଚନାକୁ ସ୍ୱାଗତ କରିଥିଲେ। ପ୍ରାଥମିକତା କ୍ଷେତ୍ରରେ ନୂତନ ନିବେଶ ସୁଯୋଗ ଅନୁସନ୍ଧାନ କରିବାକୁ ଉଭୟ ଦେଶର ବ୍ୟବସାୟକୁ ଉତ୍ସାହିତ କରିଥିଲେ। ସେମାନେ ଦୁଇ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗର ନିରନ୍ତର ପ୍ରସାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଭାରତରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବୃଦ୍ଧି ପାଉଥିବା ଉପସ୍ଥିତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଶକ୍ତି ଗଠନ, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଲୋକ-ଲୋକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଶିକ୍ଷାଗତ ସହଭାଗୀତାର ଅବଦାନ ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ।
ଅଷ୍ଟ୍ରେଲିଆ ସମାଜରେ ଭାରତୀୟ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ଏକ ସ୍ପନ୍ଦନଶୀଳ ସେତୁ ଭାବରେ କାର୍ଯ୍ୟ କରିବା ନେଇ ସେମାନଙ୍କୁ ନେତାମାନେ ପ୍ରଶଂସା କରିଥିଲେ। ସେମାନେ ପାରସ୍ପରିକ ବୁଝାମଣାକୁ ଗଭୀର କରୁଥିବା ବର୍ଦ୍ଧିତ ସାଂସ୍କୃତିକ ଆଦାନପ୍ରଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଅଷ୍ଟ୍ରେଲିଆ ପ୍ରତିଷ୍ଠାନରେ ସଂରକ୍ଷିତ ଅନେକ ସାଂସ୍କୃତିକ କଳାକୃତିକୁ ସ୍ୱେଚ୍ଛାକୃତ ଭାବେ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗକୁ ସ୍ୱାଗତ କରିଥିଲେ। ଏହି କଳାକୃତିଗୁଡ଼ିକ ତାମିଲନାଡୁରୁ ସୃଷ୍ଟି , ଏହା ମଧ୍ୟରେ ରହିଛି ପବିତ୍ର ନନ୍ଦୀଙ୍କ ପଥର ପ୍ରତିମା, ଭଦ୍ରକାଳୀଙ୍କୁ ଚିତ୍ରିତ କରୁଥିବା ଏକ ଧାତୁ ନିର୍ମିତ ତ୍ରିଶୂଳ ଏବଂ କାର୍ତ୍ତିକେୟଙ୍କ ଷଡ଼ ଶିର ବିଶିଷ୍ଟ ପଥର ପ୍ରତିମା, ଯାହା ଭାରତକୁ ଫେରାଇ ଅଣାଯିବ।
ଉଭୟ ପ୍ରଧାନମନ୍ତ୍ରୀ ଭାରତ – ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ସେମାନଙ୍କର ମତାମତ ମଧ୍ୟ ବାଣ୍ଟିଥିଲେ ଏବଂ ଏକ ମୁକ୍ତ, ଖୋଲା ଏବଂ ସମୃଦ୍ଧ ଭାରତ – ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।
ଗସ୍ତ ସମୟରେ, ଉଭୟ ପକ୍ଷ ସାମୁଦ୍ରିକ ସୁରକ୍ଷା, ବେସାମରିକ ପରମାଣୁ ଶକ୍ତି, ଦକ୍ଷତା ବିକାଶ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ବୁଝାମଣାପତ୍ର ଏବଂ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଥିଲେ। ଏହା ସହିତ, ସେମାନେ ପ୍ରତିରକ୍ଷା ଏବଂ ସୁରକ୍ଷା, ଶକ୍ତି ସୁରକ୍ଷା, ଶିକ୍ଷା, ସାଂସ୍କୃତିକ କଳାକୃତିର ପ୍ରତ୍ୟାବର୍ତ୍ତନ, ସୌର ଶକ୍ତି, ପାରମ୍ପରିକ ଜ୍ଞାନ ଏବଂ ଶିକ୍ଷାକୁ ନେଇ ଦ୍ୱିପାକ୍ଷିକ ଦଲିଲ୍ ସମ୍ପୂର୍ଣ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏବଂ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରିଥିବା ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଥିଲେ।
***
SSP
PM @narendramodi held productive talks with PM @AlboMP in Melbourne. The two leaders reviewed the strong progress in the India-Australia Comprehensive Strategic Partnership and agreed to deepen efforts towards the Comprehensive Economic Cooperation Agreement (CECA) to further… pic.twitter.com/1D55TsARB1
— PMO India (@PMOIndia) July 9, 2026
India-Australia meetings are much like cricket:
— Narendra Modi (@narendramodi) July 9, 2026
The agenda is as focused as a One-Day International.
The decisions are as fast as T20 cricket.
The partnership is as long-lasting and deep as a Test match. pic.twitter.com/ENW5w9KNXM
Today’s talks have unparalleled outcomes in areas such as renewable energy, climate action, nuclear energy, critical minerals, technology, education and more. Another highlight is the issuing of an important declaration to strengthen defence and security cooperation. Equally… pic.twitter.com/hOeTANEp1W
— Narendra Modi (@narendramodi) July 9, 2026
Held wide-ranging discussions with Prime Minister Albanese in Melbourne this afternoon. The India-Australia Comprehensive Strategic Partnership of 2022 has continuously expanded the scope of our cooperation. We have now decided to accelerate work on the Comprehensive Economic… pic.twitter.com/484H9hi6Pf
— Narendra Modi (@narendramodi) July 9, 2026