Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲଙ୍ଗାନାର ସଙ୍ଗାରେଡ୍ଡୀରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ସଙ୍ଗାରେଡ୍ଡୀରେ ଏକ କାରଖାନାରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ପିଏମ୍‌ଏନ୍‌ଆର୍‌ଏଫ୍‌ରୁ  ମୃତକଙ୍କ ପରିବାରଙ୍କ ପାଇଁ୨ ଲକ୍ଷ ଏବଂ ଆହତମାଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ତେଲଙ୍ଗାନାର ସଙ୍ଗାରେଡ୍ଡୀରେ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟଣାରେ ହୋଇଥିବା ପ୍ରାଣହାନୀ ଯୋଗୁଁଁ ଗଭୀର ମର୍ମାହତ । ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ।

ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କାର ସହାୟତା ପ୍ରଦାନ କରାଯିବ । PM @narendramodi”

 

SR