ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାବାସୀଙ୍କୁ ରାଜ୍ୟ ଗଠନ ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ସେ ଆନ୍ଧ୍ରପ୍ରଦେଶ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
“ତେଲଙ୍ଗାନା ଗଠନ ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । କଠିନ ପରିଶ୍ରମୀ ଭାବେ ତେଲଙ୍ଗାନା ଅଧିବାସୀପରିଚିତ ଯେଉଁମାନଙ୍କ ବିଶେଷ ଅବଦାନ ଆମ ରାଷ୍ଟ୍ରର ବିକାଶ ଦିଗରେ ରହିଛି । ତେଲଙ୍ଗାନା ରାଜ୍ୟର ପ୍ରଗତି ଲାଗି ମୁଁ ପ୍ରାର୍ଥନା କରୁଛି ।
ଆନ୍ଧ୍ରପ୍ରଦେଶର ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା । ବିଜ୍ଞାନରୁ କ୍ରୀଡା, ଶିକ୍ଷାରୁ ଉଦ୍ଯୋଗ, ଆନ୍ଧ୍ରପ୍ରଦେଶର ଅବଦାନ ଅତୁଳନୀୟ । ଆଗାମୀ ବର୍ଷଗୁଡିକରେ ରାଜ୍ୟର ପ୍ରଗତି ନେଇ ଆଶାବାଦୀ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
On Telangana’s Statehood Day, my best wishes to the people of this wonderful state. Telangana is known for its hardworking citizens who are making great contributions to our nation’s development. I pray for the progress of Telangana.
— Narendra Modi (@narendramodi) June 2, 2019