Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଇସ୍ରାଏଲ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମଓୟୁ ଦ୍ୱାରା ଶକ୍ତି କ୍ଷେତ୍ରରେ ଭାରତ-ଇସ୍ରାଏଲ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଉଭୟ ଦେଶ ମଧ୍ୟରେ ପାରସ୍ପରିକ ନିବେଶ, ପ୍ରଯୁକ୍ତି କୌଶଳ ହସ୍ତାନ୍ତର, ଗବେଷଣା ଏବଂ ବିକାଶ (ଆରଏଣ୍ଡଡି), ମିଳିତ ଅଧ୍ୟୟନ, ମାନବ ସମ୍ବଳ ବିକାଶ ଏବଂ ଷ୍ଟାର୍ଟଅପ୍ସ କ୍ଷେତ୍ରରେ ସହଭାଗିତା ନିମନ୍ତେ ସହଯୋଗ ଲାଗି ଏହି ଏମଓୟୁରେ ବ୍ୟବସ୍ଥା କରାଯାଇଛି ।

*****