ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତ ଓ ବେଲାରୁସ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ମିଳିଛି । ବେଲାରୁସ ରାଷ୍ଟ୍ରପତି ଗତ 12 ସେପ୍ଟେମ୍ବର, 2017ରେ ଭାରତ ଗସ୍ତରେ ଆସିଥିବା ସମୟରେ ଏହି ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମଓୟୁ ଦ୍ୱାରା ଭାରତ ଏବଂ ବେଲାରୁସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ । ଏଥିସହିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଏମଓୟୁ ଅଧୀନରେ ଦୁଇ ଦେଶର ଅପଷ୍ଟ୍ରିମ ଏବଂ ଡାଉନଷ୍ଟ୍ରିମ କ୍ଷେତ୍ର, ଦକ୍ଷତା ନିର୍ମାଣ, ପ୍ରଯୁକ୍ତି ହସ୍ତାନ୍ତର, ବର୍ଦ୍ଧିତ ତୈଳ ବିଶୋଧନ ଏବଂ ଭାରତରେ ପରିପକ୍ୱ ତୈଳ କ୍ଷେତ୍ରଗୁଡ଼ିକର ବିକାଶ ନିମନ୍ତେ ସହଯୋଗ ଦିଗରେ କାମ କରିବେ ।
******