Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତୈଳ ସଂରକ୍ଷଣ ଓ ପରିଚାଳନା ପାଇଁ ସ୍ଥାୟୀ ରାଜିନାମାକୁ କ୍ୟାବିନେଟ ମଞ୍ଜୁରି


ଆବୁଧାବି ଜାତୀୟ ତୈଳ କମ୍ପାନୀ(ଏଡିଏନ୍ଓସି) ଓ ଭାରତୀୟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିଃ(ଆଇଏସ୍ପିଆରଏଲ୍) ମଧ୍ୟରେ ତୈଳ ସଂରକ୍ଷଣ ଓ ପରିଚାଳନା ପାଇଁ ସ୍ଥାୟୀ ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ରାଜିନାମା ଫଳରେ କର୍ଣ୍ଣାଟକର ମାଙ୍ଗାଲୋରସ୍ଥିତ ଆଇଏସପିଆରଏଲ୍ ରେ 5,860,000 ମିଲିୟନ ବ୍ୟାରେଲ୍ ପର୍ଯ୍ୟନ୍ତ ଅଶୋଧିତ ତୈଳକୁ ଏଡିଏନ୍ଓସି ପୂରଣ କରିବ । ଏହି ଗଚ୍ଛିତ ଅଶୋଧିତ ତୈଳରୁ କିଛି ପରିମାଣକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଏଡିଏନ୍ଓସି ଉପଯୋଗ କରିବ । କିନ୍ତୁ ଏହି ଗଚ୍ଛିତ ତୈଳର ପ୍ରମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଗୁରୁତ୍ଵପୂର୍ଣ୍ଣ ତୈଳ ଭଣ୍ଡାର ଉଦ୍ଦେଶ୍ୟରେ ବିନିଯୋଗ ହେବ । ଏହି ରାଜିନାମା ଭାରତର ଶକ୍ତି ସୁରକ୍ଷାରେ ସହାୟକ ହେବ । ଭାରତ ଓ ୟୁଏଇ ହେଉଛନ୍ତି ଷ୍ଟ୍ରାଟେଜିକ ଭାଗିଦାର । ଭାରତର ଶକ୍ତି କ୍ଷେତ୍ରରେ ୟୁଏଇର ଏହା ପ୍ରଥମ ପୁଞ୍ଜିନିବେଶ ଓ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଅଧୀନରେ ଏହା ୟୁଏଇରୁ ଏଡିଏନ୍ଓସି ଦ୍ୱାରା ପ୍ରମୁଖ ନିବେଶ ।