Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତ୍ରିପୁରାର ଅଗରତାଲା ବିମାନ ବନ୍ଦରର ନାମ ବଦଳାଇ ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋର ବିମାନ ବନ୍ଦର, ଅଗରତାଲା କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ତ୍ରିପୁରାର ଅଗରତାଲା ବିମାନ ବନ୍ଦରର ନାମ ପରିବର୍ତ୍ତନ କରାଯାଇ ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋର ବିମାନ ବନ୍ଦର, ଅଗରତାଲା କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ତ୍ରିପୁରାର ଲୋକମାନଙ୍କ ଦୀର୍ଘଦିନର ଦାବି ଏବଂ ତ୍ରିପୁରା ସରକାରଙ୍କ ଦ୍ୱାରା ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ଉଦ୍ଦେଶ୍ୟରେ ନିଆଯାଇଛି ।

**********