Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦକ୍ଷିଣ ଏସିଆ ସାଗର ଅଞ୍ଚଳରେ ତୈଳ ଓ ରସାୟନିକ ପ୍ରଦୂଷଣର ମୁକାବିଲା ସକାଶେ ଭାରତ ଓ ଦକ୍ଷିଣ ଏସିଆ ପରିବେଶ ସହଯୋଗ କାର୍ଯ୍ୟକ୍ରମ ମଧ୍ୟରେ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ଦକ୍ଷିଣ ଏସିଆ ସାଗର ଅଞ୍ଚଳରେ ତୈଳ ଓ ରସାୟନିକ ପ୍ରଦୂଷଣ ସମସ୍ୟାର ମୁକାବିଲା ସକାଶେ ଭାରତ ଏବଂ ଦକ୍ଷିଣ ଏସିଆ ପରିବେଶ ସହଯୋଗ କାର୍ଯ୍ୟକ୍ରମ ମଧ୍ୟରେ ବୁଝାମଣା ହେବ । ଏହି ବୁଝାମଣା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ପ୍ରଭାବ:

ଏହି ପ୍ରସ୍ତାବିତ ବୁଝାମଣା ଭାରତ ଏବଂ ଦକ୍ଷିଣ ଏସିଆର ତଟବର୍ତ୍ତୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମୁଦ୍ରିକ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଶେଷ ସହାୟକ ହେବ । ଦକ୍ଷିଣ ଏସିଆ ସାଗର ଅଞ୍ଚଳ ମଧ୍ୟରେ  ବାଂଲାଦେଶ, ପାକିସ୍ତାନ, ମାଲଦ୍ଵୀପ ଏବଂ ଶ୍ରୀଲଙ୍କା ରହିଛି ।

ରୂପାୟନ:

ବୁଝାମଣା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଆଞ୍ଚଳିକ ତୈଳ ନିର୍ଗମନ ଆପଦକାଳୀନ ଯୋଜନା କାର୍ଯ୍ୟ।ନ୍ୱୟନ ସକାଶେ ବିଧିବଦ୍ଧ ରାଷ୍ଟ୍ରୀୟ ପ୍ରାଧିକରଣ ଓ ଯୋଗସୂତ୍ର କେନ୍ଦ୍ର ପରିଗଣିତ ହେବ । ଭାରତ ସରକାରଙ୍କ ପାଇଁ ତଟରକ୍ଷୀ ବାହିନୀ, ତୈଳ ଓ ରସାୟନିକ ନିର୍ଗମନ ସମସ୍ୟାର ମୁକାବିଲା କ୍ଷେତ୍ରରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ସଂସ୍ଥା ଭାବେ ରହିବ । କୌଣସି ପ୍ରକାର ସାମୁଦ୍ରିକ ଦୁର୍ଘଟଣା ସକାଶେ ଭାରତୀୟ ତଟରକ୍ଷୀ ବାହିନୀର ସାମୁଦ୍ରିକ ଉଦ୍ଧାର ସଂଯୋଜନା କେନ୍ଦ୍ର ରାଷ୍ଟ୍ରୀୟ ଆପଦକାଳୀନ କାର୍ଯ୍ୟ।ନ୍ୱୟନ ସଂସ୍ଥା ରୂପେ ପଦକ୍ଷେପ ନେବ ।

 

**********