Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ


ମହାମାନ୍ୟଗଣ,

ଆପଣମାନଙ୍କ ବଚନବଦ୍ଧତା ପାଇଁ ମୁଁ ପ୍ରତେକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

ଆପଣମାନଙ୍କ ଚିନ୍ତାଧାରା ଆଜିର ଉପଗ୍ରହ ପ୍ରକ୍ଷେପଣ ଅବସରରେ ଭାବନା ଆକାରରେ ଗୁଞ୍ଜରିତ ହେଉଛି ।

ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ ।
“ସବକା ସାଥ ସବକା ବିକାଶ”, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ ।

ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।

ଆଜି ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ସମାରୋହକୁ ଉପଭୋଗ କରିବା ଲାଗି ମୋ ସହିତ ଉପସ୍ଥିତ ରହିଥିବାରୁ ମୁଁ ପୁଣିଥରେ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

ଆପଣମାନଙ୍କ ସୁଦୃଢ ଏବଂ ନିରନ୍ତର ସହଯୋଗ କାରଣରୁ ଏହି ପରିକଳ୍ପନା ବାସ୍ତବ ରୂପ ନେଇପାରିଛି ।

ଆଞ୍ଚଳିକ ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ଆମ ସମସ୍ତଙ୍କ ସାଧାରଣ ଏବଂ ସାମୁହିକ ଉଦ୍ୟମର ଆନନ୍ଦ ଉପଭୋଗ କରିବା ଲାଗି ବାରମ୍ବାର ଏପରି ଅବସର ମିଳୁ ବୋଲି ଶେଷରେ ମୁଁ ଆଶା କରୁଛି ।

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।