ପିଏମଇଣ୍ଡିଆ
ତାଞ୍ଜାନିଆ ଏବଂ ଅନ୍ୟ ଆଫ୍ରିକୀୟ ଦେଶର ପାଖାପାଖି 30 ଜଣ ‘ସୌର ମାତା’ ସୌର ଲଣ୍ଠନ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ଘରୋଇ ଆଲୋକୀକରଣର ବିଭିନ୍ନ କୌଶଳ ଆଜି ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରଦର୍ଶିତ କରିଥିଲେ । ସେମାନେ ମଧୂ-ନିଃସାରଣ, ସିଲେଇ ଅଭ୍ୟାସ ଏବଂ ‘ଆମେ ଏଥିରେ ସଫଳ ହେବୁ’ ସଙ୍ଗୀତ ଗାୟନ କରିଥିଲେ ।
ଭାରତ ସରକାରଙ୍କ ସମର୍ଥିତ ସୌର ଲଣ୍ଠନ ନିର୍ମାଣ, ସ୍ଥାପନା, ବ୍ୟବହାର, ମରାମତି, ରକ୍ଷଣାବେକ୍ଷଣ ଏବଂ ଘରୋଇ ଆଲୋକୀକରଣକୁ ରାଜସ୍ଥାନର “ବେରଫୁଟ କଲେଜ” (Barefoot College) ପ୍ରୋତ୍ସାହିତ କରୁଛି । ଏଥିପାଇଁ ରାଜସ୍ଥାନର ତିଲୋନିଆସ୍ଥିତ ଏହି କଲେଜ ଆଫ୍ରିକାର ଗ୍ରାମାଞ୍ଚଳ ମହିଳାମାନଙ୍କୁ ନେଇ ସୌର ଇଞ୍ଜିନିୟର-ସୌର ମାତା (Solar Mamas) ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ତାଞ୍ଜାନିଆର ଜାଞ୍ଜିବର ଦ୍ୱୀପ ଏବଂ ଆଫ୍ରିକାର ଅନ୍ୟ ଦେଶମାନଙ୍କରେ “ମହିଳା ବେରଫୁଟ (Barefoot) ଧନ୍ଦାମୂଳକ ପ୍ରଶିକ୍ଷଣ କଲେଜ” ସ୍ଥାପନ କରି ସୌର ବିଦ୍ୟୁତିକରଣ କୌଶଳ (ପ୍ରଶିକ୍ଷଣ) ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁ ସୌର କିଟ୍ସ ଆବଣ୍ଟନ କରାଯାଉଛି । ମହୁମାଛି ସଂରକ୍ଷଣ ଓ ସିଲେଇ ଭଳି ବିଭିନ୍ନ ଉଦ୍ୟୋଗୀ କୌଶଳକୁ ଏହି କଲେଜଗୁଡିକ ସମର୍ଥନ ଦେଉଛନ୍ତି । ସୌର ମାତାମାନେ ସୋଲାର କିଟ ନିର୍ମାଣ କରି ସେମାନଙ୍କ ସଂପ୍ରଦାୟର ଘରେ ଘରେ ଏହାକୁ ସ୍ଥାପନ କରୁଛନ୍ତି ଏବଂ ସୌର ବିଦ୍ୟୁତିକରଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରୁଛନ୍ତି ।
An interaction with the Solar Mamas is next on the PM's schedule. pic.twitter.com/LviacKfR02
— PMO India (@PMOIndia) July 10, 2016
The hardwork & dedication of the Solar Mamas impressed me. Enjoyed interacting with them. pic.twitter.com/G79TjC2PnB
— Narendra Modi (@narendramodi) July 10, 2016