Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀର ଅନଧିକୃତ କଲୋନୀ ବାସିନ୍ଦାମାନଙ୍କୁ ମାଲିକାନା ପ୍ରଦାନ କରିବା / ମାନ୍ୟତା ଦେବା କିମ୍ବା ହସ୍ତାନ୍ତର / ବନ୍ଧକ ରଖିବାର ଅଧିକାର ପ୍ରଦାନ କରିବା ସଂକ୍ରାନ୍ତ ପ୍ରକ୍ରିୟାର ସୁପାରିସ ଲାଗି ସମିତି ଗଠନ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦିଲ୍ଲୀର ଅନଧିକୃତ କଲୋନୀ ବାସିନ୍ଦାମାନଙ୍କୁ ମାଲିକାନା ପ୍ରଦାନ କରିବା / ମାନ୍ୟତା ଦେବା କିମ୍ବା ହସ୍ତାନ୍ତର / ବନ୍ଧକ ରଖିବାର ଅଧିକାର ପ୍ରଦାନ କରିବା ସଂକ୍ରାନ୍ତ ପ୍ରକ୍ରିୟାର ସୁପାରିସ ଲାଗି ସମିତ ଗଠନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ସମିତିର ଅଧ୍ୟକ୍ଷତା କରିବେ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଏଥିରେ ନିମ୍ନୋକ୍ତ ସଦସ୍ୟମାନେ ରହିବେ –

  1. ଦିଲ୍ଲୀ ଉନ୍ନୟନ ପ୍ରାଧିକରଣ (ଡିଡିଏ)ର ଉପାଧ୍ୟକ୍ଷ
  2. ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ
  3. ଦିଲ୍ଲୀ ଏନସିଟି ସରକାରଙ୍କ ମୁଖ୍ୟ ଶାସନ ସଚିବ
  4. ଦିଲ୍ଲୀ ପୂର୍ବ, ଉତ୍ତର ଓ ଦକ୍ଷିଣ ମହାନଗର ନିମଗର କମିଶନର
  5. ଦିଲ୍ଲୀ ସହରାଞ୍ଚଳ କଳା ଆୟୋଗ ଅଧ୍ୟକ୍ଷ
  6. ଦିଲ୍ଲୀ ସ୍କୁଲ ଅଫ ପ୍ଲାନିଂ ଏଣ୍ଡ ଆର୍କିଟେକ୍ଚରର ସହରାଞ୍ଚଳ ପରିବହନ ବିଭାଗ ପ୍ରାଧ୍ୟାପକ
  7. ସହରାଞ୍ଚଳ ବ୍ୟାପାର ଜାତୀୟ ସଂସ୍ଥାନର ସହରାଞ୍ଚଳ ଯୋଜନା ପ୍ରଣୟନକାରୀ ଓ ନିର୍ଦ୍ଦେଶକ
  8. ଦିଲ୍ଲୀ ଅଗ୍ନିଶମ ସେବାର ପୂର୍ବତନ ନିର୍ଦ୍ଦେଶକ
  9. ଡିଡିଏର ପ୍ରମୁଖ ଆୟୁକ୍ତ ସଦସ୍ୟ ସଚିବ ଭାବେ ରହିବେ

ଗଠିତ କମିଟି 90 ଦିନ ମଧ୍ୟରେ ନିଜର ରିପୋର୍ଟ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିବ । ସମିତ ଦ୍ଵାରା ଏହି ରିପୋର୍ଟ ପ୍ରଦାନ କରାଯିବାପରେ କ୍ୟାବିନେଟ ସଚିବାଳୟକୁ ସୂଚନା ଦିଆଯିବ । ଏହାପରେ ସମିତିର ସୁପାରିଶ ଉପରେ ବିଚାର କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଲାଭ:

ଏହି ସମିତିର ସୁପାରିଶ ଫଳରେ ଦିଲ୍ଲୀର ଅନଧିକୃତ କଲୋନୀରେ ରହୁଥିବା ଲୋକମାନଙ୍କୁ ମାଲିକାନା ପ୍ରଦାନ କରିବା କିମ୍ବା ହସ୍ତାନ୍ତରଣ / ବନ୍ଧକ ରଖିବାର ଅଧିକାର ପ୍ରଦାନ ପାଇଁ ମାର୍ଗ ପ୍ରଶସ୍ତ ହେବ । ପ୍ରଥମଥର ପାଇଁ ଦିଲ୍ଲୀର ଅନଧିକୃତ କଲୋନୀ ବାସିନ୍ଦାଙ୍କୁ ଉପରୋକ୍ତ ଅଧିକାର ପ୍ରଦାନ କରାଯିବା ଲାଗି ବିଚାର କରାଯାଉଛି ।