Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୫୦ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୫୦ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଗତ ପଚାଶ ବର୍ଷ ଧରି ନ୍ୟାୟାଳୟ ପାଇଁ ଅବଦାନ ଥିବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେ କହିଥିଲେ ଯେ ଭାରତର ସମ୍ବିଧାନ ଅନୁଯାୟୀ ବିଭିନ୍ନ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟଗୁଡିକ ଠିକ୍ ଭାବେ ସମ୍ପାଦନ କରିବାର ଆବଶ୍ୟକତା ରହିଛି ।

୩୧ ଅକ୍ଟୋବରକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ପଟେଲ ଜଣେ ଓକିଲ ଥିଲେ ଯିଏକି ରାଷ୍ଟ୍ର ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଦେଇଥିଲେ । ଅଖିଳ ଭାରତ ପ୍ରଶାସନିକ ସେବା ଆରମ୍ଭ କରିବା ସହ ସର୍ଦ୍ଦାର ପଟେଲଙ୍କ ଅନ୍ୟ ଅବଦାନଗୁଡିକର ସେ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ବୈକଳ୍ପିକ ବିବାଦ ସମାଧାନ ବ୍ୟବସ୍ଥାକୁ ଅଧିକ ଦୃଢ କରିଥିବାରୁ ଆଇନ ସେବା ଗୋଷ୍ଠୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନ୍ୟାୟପାଳିକା ସମ୍ମୁଖରେ ଆସୁଥିବା ଆହ୍ଵାନର ସମାଧାନ ହେତୁ ଭବିଷ୍ୟତର ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ ।

****