Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ ଏମ୍ସରେ ଗ୍ରୀନ୍ ହସ୍ପିଟାଲ ଆଧାରିତ ପରିଯୋଜନା ପାଇଁ ଜାପାନର ନୂଆ ଶକ୍ତି ଓ ଶିଳ୍ପ ଜ୍ଞାନକୌଶଳ ବିକାଶ ସଂଗଠନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଏମ୍ସ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଦିଲ୍ଲୀସ୍ଥିତ ଏମ୍ସରେ ଆଇସିଟି ପାଇଁ ଗ୍ରୀନ୍ ହସ୍ପିଟାଲ ଆଧାରିତ ପ୍ରଦର୍ଶନମୂଳକ ପରିଯୋଜନା ଉଦ୍ଦେଶ୍ୟରେ ଜାପାନର ନ୍ୟୁ ଏନର୍ଜି ଏଣ୍ଡ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି ଡେଭଲପମେଂଟ ଅର୍ଗାନାଇଜେସନ୍(ଏନ୍ଇଡିଓ), ଅର୍ଥ ମନ୍ତ୍ରଣାଳୟ (ଅର୍ଥନୀତିକ ବ୍ୟାପାର ବିଭାଗ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଏମ୍ସ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି ।

ଏହି ପ୍ରକଳ୍ପ ମଧ୍ୟରେ-

କ- ଉପକରଣ ପାଇଁ ଆବଶ୍ୟକ ସର୍ଭେ, ଡିଜାଇନ୍, ନିର୍ମାଣ ଓ ପରିଚାଳନା

ଖ- ଉପକରଣ ପାଇଁ ମୂଳ ଯୋଜନା ଓ ଇଞ୍ଜିନିୟରିଂ ଓ ଡିଜାଇନ୍

ଗ- ଉପକରଣ ପାଇଁ ନିର୍ମାଣ ଓ ପରିବହନ

ଘ- ସିଭିଲ ୱାର୍କ, ନିର୍ମାଣ ଓ ସ୍ଥାପନ

ଙ- ଉପକରଣ କାର୍ଯ୍ୟକ୍ଷମ କରିବା ପାଇଁ

ଚ- ଉପକରଣ ପ୍ରଦର୍ଶନ

ଛ- ଭାରତରେ ଜ୍ଞାନକୌଶଳର ପ୍ରସାର ।

ଏହି ଏମ୍ଓୟୁ ସ୍ୱାକ୍ଷର ଦିନ ହିଁ ପ୍ରଭାବଶାଳୀ ହେବ ଓ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଦିଲ୍ଲୀ ଏମ୍ସରେ ଆଇଟି ଆଧାରିତ ଓ ଶକ୍ତି ସଂଚୟ ଉପକରଣ ସ୍ଥାପନ ଦ୍ୱାରା ପରିବେଶ ସୁରକ୍ଷା ଓ ଶକ୍ତିର ସଦୁପଯୋଗ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ । ଶକ୍ତି ପରିଚାଳନା ବ୍ୟବସ୍ଥା ଓ ଆଇଟି ବ୍ୟବସ୍ଥାର ପ୍ରଦର୍ଶନ କରିବା ମଧ୍ୟ ଏହି ବୁଝାମଣାର ଆଉ ଏକ ଉଦ୍ଦେଶ୍ୟ ।