Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ ଦୁଗ୍ଧ ଯୋଜନା ମାଲିକାନାରେ ଅଲୀପୁରରେ ଥିବା 1.6 1 ଏକର ଜମିକୁ ଚାଷୀଙ୍କ ମଣ୍ଡି ପ୍ରତିଷ୍ଠା ଲାଗି କ୍ଷୁଦ୍ର କୃଷକ କୃଷି ବ୍ୟବସାୟ ସମିତିକୁ ଲିଜରେ ଦେବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଲିପୁର, ଦିଲ୍ଲୀରେ ଥିବା ଦିଲ୍ଲୀ ଦୁଗ୍ଧ ଯୋଜନାର ମାଲିକାନାରେ ଥିବା 1.61 ଏକର ଜମି, ଖାସରା ନମ୍ବର-91/15କୁ କୃଷକମାନଙ୍କ ମଣ୍ଡି ପ୍ରତିଷ୍ଠା ଲାଗି କ୍ଷୁଦ୍ର କୃଷକ କୃଷି ବ୍ୟବସାୟ ସମିତି (ଏସଏଫଏସି)କୁ ଲିଜରେ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି

ଲିଜରେ ଦିଆଯିବାର ଅବଧି 30 ବର୍ଷର ହେବ, ଯାହା 10 ସେପ୍ଟେମ୍ବର, 2014 ଠାରୁ 9 ସେପ୍ଟେମ୍ବର 2044 ପର୍ଯ୍ୟନ୍ତ ଲାଗୁ ରହିବ । ଲିଜରେ ଦିଆଯାଇଥିବା ଜମିର ଭଡ଼ା ମାସିକ 100 ଟଙ୍କା ହେବ ଏବଂ ଏଥିରେ 10 ସେପ୍ଟେମ୍ବର 2014 ଠାରୁ ବାର୍ଷିକ 10 ପ୍ରତିଶତ ବୃଦ୍ଧି ଲାଗୁ ହେବ । ସାରା ବର୍ଷ ପାଇଁ ଜମି ଭଡ଼ାର ଅଗ୍ରୀମ ଦେୟ 31 ଜାନୁଆରୀ ସୁଦ୍ଧା କରିବାକୁ ହେବ ।

ପ୍ରଭାବ :-

ଏସଏଫଏସି ଦ୍ୱାରା କୃଷକ ମଣ୍ଡି ପ୍ରତିଷ୍ଠା ହେବା ଦ୍ୱାର ଏଫପିଓ ଏବଂ କୃଷି ଉତ୍ପାଦନ ସଂଘକୁ ପାଇକାରୀ ଏବଂ ଖୁଚୁରା ବିକ୍ରେତାମାନଙ୍କୁ ଫଳ ଏବଂ ପରିବା ବିକ୍ରି କରିବା ଲାଗି ଏକ ଅତିରିକ୍ତ ସୁବିଧା କେନ୍ଦ୍ର ମିଳିପାରିବ । ଏହାଦ୍ୱାରା ଦିଲ୍ଲୀ/ଏନସିଆର ଅଂଚଳର କୃଷକ ଏବଂ ଦେଶର ଉପଭୋକ୍ତାମାନଙ୍କୁ ଲାଭ ମିଳିପାରିବ ।

କୃଷକ ମଣ୍ଡିର ପ୍ରମୁଖ ବିନ୍ଦୁ :

1. କେବଳ ପଞ୍ଜିକୃତ ଏଫପିଓ/ଉତ୍ପାଦନ ସଂଘ (ଜିଏ)କୁ ହିଁ ଏହି ସୁବିଧା କେନ୍ଦ୍ରରେ ତାଜା ସାମଗ୍ରୀ ବିକ୍ରି କରିବାର ଅନୁମତି ମିଳିବ ।

2. ଖୁଚୁରା ବିକ୍ରେତା ସଂଘ, ପାଇକାରୀ ବିକ୍ରେତା, ହୋଟେଲ ଏବଂ କ୍ୟାଟିରିଂ ସଂସ୍ଥା, ଆବାସିକ କଲ୍ୟାଣ ସଂଘ ଏବଂ ସାଧାରଣ ଉପଭୋକ୍ତା ଏହି ସୁବିଧା କେନ୍ଦ୍ରରୁ କିଣାକିଣି କରିପାରିବେ । ଏଥିରେ କୌଣସି ଏଜେଣ୍ଟ/ଦଲାଲ ସାମିଲ ହେବେ ନାହିଁ ।

କୃଷକ ମଣ୍ଡିର କାରବାରେ କ୍ରେତା କିମ୍ବା ବିକ୍ରେତାମାନଙ୍କୁ କୌଣସି ଶୁଳ୍କ (କମିଶନ) ଦେବାକୁ ପଡ଼ିବ ନାହିଁ । କେବଳ ଗୋଦାମ, ଶୀତଳ ଭଣ୍ଡାର (କୋଲ୍ଡ ଷ୍ଟୋରେଜ) ଆଦି ସୁବିଧାର ଉପଯୋଗ ଲାଗି ଏଫପିଓକୁ ସାଧାରଣ ଶୁଳ୍କ ଦେବାକୁ ପଡ଼ିବ ।

ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ କୃଷକ ମଣ୍ଡି ସିଧାସଳଖ ଯୋଗାଣ କରିବା ଲାଗି ମଧ୍ୟ ବିକଳ୍ପ ଦେବ । ଏଥିପାଇଁ ଫ୍ରାଞ୍ଚାଇଜି ମଡେଲ ଗ୍ରହଣ କରାଯିବ । ଦିଲ୍ଲୀ ଦୁଗ୍ଧ ଯୋଜନାର କେତେକ ବଛା ବଛା ବିକ୍ରୟ କେନ୍ଦ୍ରରୁ ଆଳୁ ଏବଂ ପିଆଜ ଭଳି ପ୍ରମୁଖ ଉତ୍ପାଦର ବିକ୍ରୟରୁ ଏହାର ଆରମ୍ଭ କରାଯିବ । କୃଷକ ମଣ୍ଡି ଅନଲାଇନ ବିକ୍ରି ଏବଂ କଲ ସେଂଟର ମାଧ୍ୟମରେ ସିଧାସଳଖ ବିପଣନର ସୁବିଧା ପ୍ରଦାନ କରିବ ।

 

**********