ପିଏମଇଣ୍ଡିଆ
ମୋ ପାଇଁ ଏହା ହେଉଛି ବଡ଼ ସୌଭାଗ୍ୟର ବିଷୟ ଏହି କି ଯେ, ମୋତେ ପୁଣିଥରେ ଆପଣ ସମସ୍ତଙ୍କର ଦର୍ଶନ କରିବାର ସୁଯୋଗ ମିଳିଛି । 2016ରେ ମହାମହିମ ଆବୁଧାବୀ ମହାରାଜା ଭାରତ ଆସିଥିଲେ । 2017ରେ ଆମର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଗଣତନ୍ତ୍ର ପର୍ବର ମୁଖ୍ୟ ଅତିଥି ଥିଲେ । ବୋଧହୁଏ କେତେ ଦଶକ ପରେ ଭାରତର ଉପସାଗରୀୟ ଦେଶମାନଙ୍କ ସହିତ ଏତେ ଘନିଷ୍ଠ, ଏତେ ବ୍ୟାପକ, ଏତେ ଜୀବନ୍ତ ଓ ଚଳଚଞ୍ଚଳ ସମ୍ପର୍କ ସ୍ଥାପିତ ହୋଇଛି ।
ଏହା ହେଉଛି ସେହି ଉପସାଗରୀୟ ଅନ୍ୟାନ୍ୟ ଦେଶ, ଆଜି ଯାହା ସହିତ ଆମର ସମ୍ପର୍କ କେବଳ ବିକ୍ରେତା ଏବଂ କ୍ରେତା ଭାବେ ହୋଇ ରହି ନାହିଁ, ଗୋଟିଏ ସହଭାଗୀତା ସ୍ଥାପିତ ହୋଇଛି । ଭାରତ ଏହି କଥା ପାଇଁ ଗର୍ବ କରୁଛି କି ଉପସାଗରୀୟ ଦେଶମାନଙ୍କରେ 30 ଲକ୍ଷରୁ ମଧ୍ୟ ଅଧିକ ଭାରତୀୟ ସମୁଦାୟର ଲୋକ ଏଠାକାର ବିକାଶ ଯାତ୍ରାରେ ସହଭାଗୀ ହୋଇଛନ୍ତି । ମୁଁ ଉପସାଗରୀୟ ଦେଶମାନଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି, ଅଭିନନ୍ଦନ ଜଣାଉଛି । ସେମାନେ ଆମ ଦେଶର 30 ଲକ୍ଷରୁ ମଧ୍ୟ ଅଧିକ ଲୋକଙ୍କୁ ଏଠାରେ ଭାରତ ବାହାରେ ଯେପରି ତାଙ୍କର ଅନ୍ୟ ଏକ ଘର ରହିଛି ସେହି ପ୍ରକାରର ଏକ ଉତ୍ତମ ବାତାବରଣ ଦେଇଛନ୍ତି ।
ଭାରତୀୟ ସମୁଦାୟ ମଧ୍ୟ ଏହାକୁ ନିଜର ହିଁ ଘର ଭାବି ନେଇ ସେହି ପ୍ରକାରର ପ୍ରତିବଦ୍ଧତା ସହିତ, ସେହିଭଳି ପରିଶ୍ରମ କରି ଏଠାକାର ଲୋକଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ନିଜର ସ୍ୱପ୍ନକୁ ମଧ୍ୟ ଏଠାରେ ବୁଣିଛନ୍ତି । ଆଉ ଗୋଟିଏ ପ୍ରକାରରେ ମାନବ ସମୁଦାୟର ସହଭାଗୀତାର ଏହି ଏକ ଉତ୍ତମ ଉଦାହରଣ ଆମେ ଉପସାଗରୀୟ ଦେଶମାନଙ୍କରେ ଅନୁଭବ କରୁଛେ, ସଂଯୁକ୍ତ ଆରବ ଅମିରତନ୍ତ୍ରରେ ଅନୁଭବ କରୁଛେ । ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଏହା ଯେ ମହାମହିମ ମହାରାଜା, ଯେତେବେଳେ ମୁଁ ବିଗତ ଥର ଆସିଥିଲି ସେତେବେଳେ ଆବୁଧାବୀରେ ମନ୍ଦିର ତିଆରି କରିବା କଥାକୁ ଆଗକୁ ବଢ଼ାଇଥିଲୁ । ମୁଁ ଏଥିପାଇଁ ମହାମହିମ ମହାରାଜାଙ୍କର, ସମସ୍ତ ଶହେ ପଚିଶ କୋଟି ହିନ୍ଦୁସ୍ଥାନୀଙ୍କ ତରଫରୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି । ମନ୍ଦିରର ନିର୍ମାଣ ଆଉ ତାହା ମଧ୍ୟ ସଦ୍ଭାବନାର ସେତୁ ରୂପରେ ।
ଆମେ ସେହି ପରମ୍ପରାରେ ଲାଳିତ-ପାଳିତ ହୋଇ ବଢ଼ିଛୁ । ଯେଉଁଠାରେ ମନ୍ଦିର ହେଉଛି ମାନବତାର ଏକ ମାଧ୍ୟମ । ପବିତ୍ର ସ୍ଥାନ, ମାନବତାର, ସହୃଦୟତାର ହେଉଛି ସାର୍ବଜନୀକ ଉଦାରତାର (Catholic Agent) ଏକ ବାହକ । ଆଉ ମୋର ବିଶ୍ୱାସ ରହିଛି କି ସ୍ଥାପନା ଦୃଷ୍ଟିରୁ, ଆଧୁନିକ ଟେକ୍ନୋଲଜି ଦୃଷ୍ଟିରୁ, ସଂନ୍ଦେଶ ଦୃଷ୍ଟି କୋଣରୁ ଏହି ମନ୍ଦିର ନିଜକୁ ନିଜ ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଜନକ ହେବ ହିଁ ହେବ, କିନ୍ତୁ ଏହା ବିଶ୍ୱ ସମୁଦାୟକୁ ବସୁଧୈବ-କୁଟୁମ୍ବକମ୍ ଯେଉଁ ମନ୍ତ୍ରକୁ ନେଇ ଆମେ ଜୀଉଁଛୁ ସେହି ମନ୍ତ୍ରର ଅନୁଭବ କରାଇବାର ମଧ୍ୟ ସୁଯୋଗ ପ୍ରଦାନ କରିବ । ଆଉ ଏହି କାରଣରୁ ଭାରତର ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିବାର ମାଧ୍ୟମ ହେବ ।
ମୁଁ ମନ୍ଦିର ନିର୍ମାଣ ସହିତ ଜଡ଼ିତ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହିଁବି କି ଏଠାକାର ଶାସକମାନେ ଭାରତ ପ୍ରତି ଏତେ ସମ୍ମାନ ପ୍ରକଟ କରିଛନ୍ତି । ଭାରତର ସାଂସ୍କୃତିକ ପରମ୍ପରାଗୁଡ଼ିକୁ ଏତେ ଗୌରବାନ୍ୱିତ କରିଛନ୍ତି, ଏହା ହେଉଛି ଆମର ଦାୟିତ୍ୱ କି ଆମ ତରଫରୁ କୌଣସି ତୃଟି ନ ରହୁ, କୌଣସି ଭୁଲ ନ ହୋଇ ଯାଉ ।
ମାନବତାର ଉତ୍ଥାନ, ଆଦର୍ଶ ଏବଂ ବିଚାରକୁ କେଉଁଠାରେ କୌଣସି କ୍ଷତ ନ ଆସୁ ଏହାର ଦାୟିତ୍ୱ ଏହି ମନ୍ଦିର ନିର୍ମାଣ ସହିତ ଯୋଡ଼ି ହୋଇଥିବା ଏବଂ ଭବିଷ୍ୟତରେ ମନ୍ଦିର ସହିତ ଯୋଡ଼ି ହେବାକୁ ଥିବା ଭକ୍ତମାନଙ୍କ ପାଇଁ ମଧ୍ୟ ଏହା ବହୁତ ବଡ଼ ଅନିବାର୍ଯ୍ୟ ହେବ । ଏହା ମୁଁ ଆପଣ ସମସ୍ତଙ୍କଠାରୁ ଆଶା କରୁଛି ।
ଆଜି ଦେଶ ବିକାଶର ନୂତନ ଶିଖରକୁ ଅତିକ୍ରମ କରୁଛି । ଏହା ହେଉଛି ଭାରତ ପାଇଁ ସମ୍ମାନର ବିଷୟ ଯେ ଆଜି ଏକ ବିଶ୍ୱସ୍ତରର ସମ୍ମେଳନରେ ଭାରତକୁ ବିଶେଷ ସମ୍ମାନ ଦିଆଯାଇଛି । ମୋତେ ସେଠାରେ ସମ୍ବୋଧନ କରିବା ପାଇଁ ନିମନ୍ତ୍ରଣ ମିଳିଛି । ଏଠାରେ ଆପଣମାନଙ୍କ ପାଇଁ ଭାରତ ବିଷୟରେ ସୂଚନା ପାଇବା କଷ୍ଟକର ନୁହେଁ । ଯଦି ମୁଁ କୌଣସି ଦୁଇ କଥା କହିବି ତ ଆପଣମାନେ ଦଶଟି କଥା କହିବେ, ଏତେ ଅଧିକ କିଛି ଆପଣମାନଙ୍କୁ ଭାରତ ବିଷୟରେ ଜଣା ଅଛି । ଆଉ ଏକ ପ୍ରକାରରେ ଏଠାରେ ଲଘୁ ବା ଛୋଟ ଭାରତ ବସବାସ କରୁଛି । ହିନ୍ଦୁସ୍ଥାନର କୌଣସି କୋଣ ଏପରି ନଥିବ କି ଯାହାର ପ୍ରତିନିଧି ଏଠାରେ ନଥିବେ । ଆଉ ଏଥିପାଇଁ ଭାରତ କେତେ ଦ୍ରୁତ ଗତିରେ ବଦଳୁଛି । ଶହେ ପଚିଶ କୋଟି ଭାରତୀୟ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ କେଉଁ ଆତ୍ମ ବିଶ୍ୱାସର ସହିତ ଆଗକୁ ବଢ଼ୁଛନ୍ତି । ଏହା ଆପଣମାନେ ଭଲ ଭାବରେ ଅନୁଭବ କରି ପାରୁଥିବେ ।
ଆମେ ସେଇ ଦିନ ମଧ୍ୟ ଦେଖିଛୁ ଯେତେବେଳେ ଚାଲ ଛାଡ଼ିଦିଅ ବନ୍ଧୁ, କିଛି ହେବାର ନାହିଁ । ଚାଲ ବନ୍ଧୁ ଶେଯ ତକିଆ ଉଠାଅ କେଉଁଠାକୁ ଚାଲିଯିବା । ନିରାଶା, ଆଶଙ୍କା, ଦ୍ୱନ୍ଦ୍ୱ ଏସବୁ ସମୟ ଦେଇ ଆମେ ଗତି କରିଛୁ ।
ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ ଜଣେ ସାଧାରଣ ନାଗରିକ ପ୍ରଶ୍ନ ପଚାରୁଥିଲା, ସମ୍ଭବ ହୋଇ ପାରିବ କି? ଏହା ହେବ କି? କ’ଣ ଆମର ଏଠି ମଧ୍ୟ ହୋଇ ପାରିବ କି? ଏଭଳି ପ୍ରଶ୍ନରେ ସାଧାରଣ ମଣିଷ ଧନ୍ଦି ହୋଇଥିଲା । ଆଉ ସେଠାରୁ ଆରମ୍ଭ କରି ଚାରି ବର୍ଷ ମଧ୍ୟରେ ଦେଶ ଏଠାରେ ପହଂଚିଛି, କି ଆଜି ଦେଶ ଏହା ପଚାରୁ ନାହିଁ କି, ଏହା ଚିନ୍ତା କରୁ ନାହିଁ କି ଏହା ହେବ କି ହେବ ନାହିଁ । କ’ଣ ସମ୍ଭବ ହେବ ନା ନାହିଁ । ଚାଲ ବନ୍ଧୁ କିଏ ମୁଣ୍ଡ ଖର୍ଚ୍ଚ କରିବ ସେହି ମନୋଭାବରୁ ଆଜିର ଏହି ନୂଆ ମନୋଭାବରେ ପହଂଚିଛି, ମୋଦୀ ମହାଶୟ କୁହନ୍ତୁ କେବେ ହେବ, ଏହି ପ୍ରଶ୍ନରେ ଅଭିଯୋଗ ନାହିଁ, ଏହି ପ୍ରଶ୍ନରେ ବିଶ୍ୱାସ ରହିଛି କି ହେବ ତ ଏବେ ହେବ ।
2014ରେ ବିଶ୍ୱ ସ୍ତରରେ ସହଜରେ ବ୍ୟବସାୟ କରିବା ସୂଚିରେ ଆମେ 142 ସ୍ଥାନରେ ଥିଲୁ । ଅର୍ଥାତ ପଛ ଆଡ଼ୁ ଗଣାଯିବ ତ ଟିକେ ସରଳ ହୋଇଯିବ ଆଗ ଆଡ଼ୁ ଗଣିଲେ ବହୁତ ଡେରି ଲାଗିବ । ଦୁନିଆରେ କୌଣସି ମଧ୍ୟ ଦେଶ ଏତେ କମ୍ ସମୟରେ ବିଶ୍ୱ ବ୍ୟାଙ୍କର ସହଜରେ ବ୍ୟବସାୟ କରିବା ରିପୋର୍ଟ ତାଲିକାରେ 42 ସ୍ଥାନ ଡେଇଁ 100ରେ ପହଂଚିଯିବ । କିନ୍ତୁ କେହି ଏହା ମଧ୍ୟ ଚିନ୍ତା କରି ନଥିଲେ କି ଆମେ ସେଠାରେ ଅଟକି ଯିବାକୁ ଆସିନୁ । ଆମେ ଆହୁରି ଅଧିକ ଉପରକୁ ଯିବାକୁ ଚାହୁଁଛୁ ଆଉ ଏଥିପାଇଁ ଏଠାରେ ନୀତିଗତ ପରିବର୍ତ୍ତନ କରିବାକୁ ହେବ । ଯେଉଁଠାରେ ରଣନୀତିରେ ପରିବର୍ତ୍ତନ କରିବାକୁ ହେବ । ଯେଉଁଠାରେ କାର୍ଯ୍ୟାନ୍ୱୟନର କାର୍ଯ୍ୟଖସଡ଼ାକୁ ପରିବର୍ତ୍ତନ କରିବାକୁ ହେବ । ଯେଉଁଠାରେ ସଂସାଧନର ପ୍ରକ୍ରିୟାଗୁଡ଼ିକରେ ପରିବର୍ତ୍ତନ କରିବାକୁ ହେବ । ଯାହା ମଧ୍ୟ ଆବଶ୍ୟକ ହେବ ସେ ସମସ୍ତ ପଦକ୍ଷେପ ଉଠାଇ ଭାରତକୁ ଯେତେ ଶୀଘ୍ର ହୋଇ ପାରିବ ସେତେ ଶୀଘ୍ର ବୈଶ୍ଵିକ ମାନକ( Global Benchmark)ର ସମକକ୍ଷ କରିବାକୁ ପଡ଼ିବ ।
ଉଦାରୀକରଣ ହେଉଛି ସେହି କଥା ଯାହା ଏପରି ହୁଏ ନାହିଁ କି ଆମେ ତ ଯେଉଁଠି ସେଠି ବସି ରହିବା ଆଉ ଦୁନିଆରୁ ଲାଭ ନ ଉଠାଇ ଚାଲି ଯିବା, ଆଜ୍ଞା ନୁହେଁ । ଉଦାରୀକରଣ ହେଉଛି ସେହି କଥା ଯେଉଁଠାରେ ଏହି ବିଶ୍ୱର ସମସ୍ତ ଲୋକ ନିଜ-ନିଜ ଦାୟିତ୍ୱ ତୁଲାଇ ପ୍ରତ୍ୟେକଙ୍କ ସହିତ ଯୋଡ଼ି ହୋଇ, ପ୍ରତ୍ୟେକଙ୍କଠାରୁ କିଛି ଶିକ୍ଷା ଲାଭ କରି, ପ୍ରତ୍ୟେକଙ୍କୁ ସାଙ୍ଗରେ ନେଇ ସେହି ଶିଖରକୁ ପ୍ରାପ୍ତ କରିବାର ଅଛି, ଯାହା ଦୁନିଆର ଶେଷ ଧାଡ଼ିରେ ବସିଥିବା ଦେଶ ହେଉ ଅଥବା ବ୍ୟକ୍ତି ହେଉ ସେମାନଙ୍କର କଲ୍ୟାଣ ପାଇଁ ମଧ୍ୟ କାମରେ ଆସୁ ଆଉ ସେତେବେଳେ ଯାଇ ପ୍ରକୃତ ଅର୍ଥରେ ବସୁଧୈବ କୁଟୁମ୍ବକମ୍ ଏହା ଆମେ ବିଶ୍ଵକୁ ଜିତିକରି ଦେଖାଇ ପାରିବା ।
ଭାରତକୁ ନିଜର ବୈଶ୍ଵିକ ଦାୟିତ୍ୱ ତୁଲାଇବା ପାଇଁ, ପ୍ରକୃତି ତାକୁ ଅନେକ କିଛି ଦାୟିତ୍ୱ ଦେଇଛି । ଆଜି ଦୁନିଆ କହୁଛି କି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ତ ଏଭଳି ନୁହେଁ କି ତାହା ଏପରି ଆସି, ପଡ଼ିଯିବ ଆଉ ଆମେ ଏପରି ହାତ ଦେଖାଇ ରହିବା ଏବଂ ଆସିଯିବ ।
ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ, ତତ୍କାଳ ଲାଭ ହେଉ ଅବା ନ ହେଉ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭ ପାଇଁ ଆମକୁ ପଦକ୍ଷେପ ଉଠାଇବାକୁ ପଡ଼ିବ । ମହାତ୍ମା ଗାନ୍ଧି ସବୁବେଳେ ଶ୍ରେୟ ଏବଂ ପ୍ରିୟ ଏହାର ଚର୍ଚ୍ଚା କରୁଥିଲେ । କ’ଣ ସେହି କାମ କରିବା କି ଯାହା ପ୍ରିୟ ହେଉ ଅଥବା ସେହି କାମ କରିବା ଯାହା ଶ୍ରେୟ ହେଉ । ଆମର ପ୍ରୟାସ ଏହା କି ଶ୍ରେୟସ୍କର କାର୍ଯ୍ୟ ଆଡ଼କୁ ପଦକ୍ଷେପ ଉଠାଇ ଚାଲିବା ତତ୍କାଳ ବୋଧ ହୁଏ ପ୍ରିୟ ଲାଗୁ ଅଥବା ପ୍ରିୟ ନ ଲାଗୁ କିନ୍ତୁ ତାହା ଏପରି ଶ୍ରେୟସ୍କର ହେବ କି ସମୟ ଥାଉ-ଥାଉ ତାହା ପ୍ରିୟ ଲାଗିଲା ଭଳି ହେବ ।
କିଛି ସାମର୍ଥ୍ୟବାନ ଲୋକ ଥାଆନ୍ତି, ସେମାନଙ୍କୁ କୌଣସି ମଧ୍ୟ ପଦକ୍ଷେପ ତୁରନ୍ତ ପ୍ରିୟ ଲାଗିଥାଏ । କିଛି ଲୋକଙ୍କୁ ଅସୁବିଧା ହୋଇଥାଏ କି ଟିକିଏ ବିଳମ୍ବ ଲାଗିଥାଏ । ଯଦି ବିମୁଦ୍ରୀକରଣ କରୁଛି ତ ଦେଶର ଗରିବ ଶ୍ରେଣୀ ସେମାନଙ୍କୁ ତୁରନ୍ତ ବୁଝା ପଡ଼ିଥାଏ । ଏହା ସଠିକ୍ ଦିଗରେ ହେଉଛି ଦୃଢ଼ ପଦକ୍ଷେପ । କିନ୍ତୁ ଯାହାର ରାତିର ନିଦ ହଜି ଯାଇଛି ସେ ଏକ ବର୍ଷ ପରେ ଏବେ ମଧ୍ୟ କାନ୍ଦୁଛି ।
7 ବର୍ଷ ହେବ ଜିଏସଟି ସଂସ୍କାର ପାଇଁ ପ୍ରୟାସ ହୋଇଥିଲା, ଦ୍ୱନ୍ଦ୍ୱ ଚାଲିଥିଲା, ହୋଇଗଲା । ଏବେ ଏହା ଠିକ୍ ଅଛି, କି ଆମେ ମଧ୍ୟ ଗୋଟିଏ ଘରେ ରହୁଛୁ ବର୍ଷ ବର୍ଷ ଧରି, ଆଉ ଦ୍ୱିତୀୟ ଘରକୁ ଯିବା । ରାତିରେ ବହୁତ ଅଧିକ ଖୁସି ଏବଂ ଆନନ୍ଦ ଆସିବ କି ବଢ଼ିଆ ଘର, ନୂଆ କରି ତିଆରି ହୋଇଛି । କିନ୍ତୁ ଯେତେବେଳେ ସକାଳେ ନିଦରୁ ଉଠିବା ତ ଅଭ୍ୟାସରେ ଥିବ, ବାଧ୍ୟ ହୋଇଥିବା ବାମ ପଟେ ସ୍ନାନାଗାର ରହିଛି ଭାବି ସେଠାକୁ ଚାଲି ଯିବା ଆଉ କାନ୍ଥରେ ଧକ୍କା ହେବ । ପରେ ଜଣା ପଡ଼ିଥାଏ କି ଆରେ ଏହା ତ ହେଉଛି ନୂଆ ଘର, ସ୍ନାନାଗାର ଡାହାଣ ପଟେ ଅଛି । ଏହା ସମସ୍ତଙ୍କର ଅନୁଭବରେ ରହିଛି କି ନାହିଁ । ଯଦି ଜଣେ ମଣିଷ ଜୀବନରେ ପରିବର୍ତ୍ତନରେ ଏତେ ଅସୁବିଧା ହୋଇଥାଏ ତ 70 ବର୍ଷ ପୁରୁଣା ବ୍ୟବସ୍ଥା ହେଉ ବା ଶହେ ପଚିଶ କୋଟିର ଦେଶ ହେଉ ଅଭ୍ୟାସ ଆତ୍ମାରେ ଥିବ, ଦୁଇ-ଦୁଇ, ତିନି-ତିନି ପିଢି ସେହି ଅଭ୍ୟାସରେ ବଂଚୁଥିବେ । ସେଥିରେ ଯେବେ ପରିବର୍ତ୍ତନ ଆଣିବାର ଅଛି ତ ଅସୁବିଧା ହୋଇଥାଏ । କିନ୍ତୁ ଏହା ହେଉଛି ଶ୍ରେୟସ୍କର ।
ମହାତ୍ମା ଗାନ୍ଧି ଯେଉଁ ରାସ୍ତା ଦେଖାଇଥିଲେ ସେହି ରାସ୍ତା ଅଛି । ଆଉ ଆଜି ଏତେ କମ୍ ସମୟରେ ଜିଏସଟିର କୌଣସି ଅସୁବିଧାକୁ ଦୂର କରି ଚାଲି ଆଜି ଏକ ବ୍ୟବସ୍ଥା ଅନୁସାରେ ସ୍ୱୀକୃତି ପାଇ ଆଗକୁ ବଢ଼ୁଛି । ଦେଶ ବଦଳୁଛି ।
କାଲି ମୁଁ ଆବୁଧାବୀ ରେ ଥିଲି । କେତେ ଗୁଡ଼ିଏ ବୁଝାମଣା ହେଲା । Lower Zakum Concession agreement middle east upstream ମଧ୍ୟରେ ଭାରତୀୟ କମ୍ପାନୀର ପ୍ରଥମ ଥର ନିବେଶ ହେବା – ଭାଗିଦାରୀର ଏକ ଉଜ୍ଜ୍ୱଳ ଦିଗ ଆରମ୍ଭ ହୋଇଛି । ମୋ କହିବାର ତାତ୍ପର୍ଯ୍ୟ ଏହା ହେଉଛି କି ମୋତେ ଆଜି ଆଗାମୀ କାର୍ଯ୍ୟକ୍ରମ ପାଇଁ ପହଂଚିବାର ଅଛି । ଏଥିପାଇଁ ଆପଣ ମାନଙ୍କର ଦୀର୍ଘ ସମୟ ନେଉ ନାହିଁ । କିନ୍ତୁ ଆପଣ ଏତେ ଅଧିକ ସଂଖ୍ୟାରେ ଆସିଲେ, ଏତେ ସ୍ନେହ ଦେଲେ, ସେ ପର୍ଯ୍ୟନ୍ତ ମୋ ଦୃଷ୍ଟି ପହଂଚି ପାରୁ ନାହିଁ । ମୁଁ ଆପଣ ମାନଙ୍କୁ ହୃଦୟର ସହିତ ବହୁତ-ବହୁତ କୃତଜ୍ଞତା ଜଣାଉଛି । ମୋର ଏହି ଗସ୍ତ ବଡ଼ ଜେଟ୍ ଭଳି ଗତିର ଗସ୍ତ ହୋଇଛି । ମୁଁ ପାଖାପାଖି 70-80 ଘଂଟାରେ, ମୁଁ ପାଞ୍ଚଟି ଦେଶର ଯାତ୍ରା କରି ଫେରି ଯିବାକୁ ଚାହୁଁଛି । ଜୋର୍ଡାନ, ପାଲେଷ୍ଟାଇନ, ଆବୁଧାବୀ, ଏବେ ଦୁବାଇ ଆଉ ଏଠାରେ କାର୍ଯ୍ୟକ୍ରମ ଶେଷ କରିବା ପରେ ମୋତେ ଓମାନ ଯିବାର ଅଛି । ସେଠାରେ ମଧ୍ୟ ଆଜି ବହୁତ ବଡ଼ ମାତ୍ରାରେ ଭାରତୀୟ ଜନ ସମୁଦାୟଙ୍କୁ ଆଜି ସନ୍ଧ୍ୟାରେ ମୋତେ ସେମାନଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳୁଛି । ସେମାନଙ୍କୁ ମଧ୍ୟ କିଛି କଥା କହିବାର ଅଛି । କିନ୍ତୁ ମୁଁ ପୁଣି ଥରେ ଆପଣମାନଙ୍କୁ ହୃଦୟର ସହିତ ବହୁତ-ବହୁତ କୃତଜ୍ଞତା ଜଣାଉଛି । ଆଉ ମୁଁ ଆପଣ ମାନଙ୍କୁ ବିଶ୍ୱାସ ଦେଉଛି କି ଯେଉଁ ସ୍ୱପ୍ନ ଆପଣ ମାନେ ଦେଖୁଛନ୍ତି, ଯେଉଁ ସ୍ୱପ୍ନ ଆପଣ ମାନଙ୍କର ଆତ୍ମୀୟ ସ୍ୱଜନ ଭାରତର ଏହି ମାଟିରେ ଦେଖୁଛନ୍ତି ଆମେ ସମସ୍ତେ ମିଳିମିଶି ସମୟ ସୀମା ପୂର୍ବରୁ ସେହି ସ୍ୱପ୍ନକୁ ସାକାର କରି ରହିବା । ଏହି ବିଶ୍ୱାସ ମୁଁ ଆପଣ ମାନଙ୍କୁ ଦେଉଛି ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।
ନମସ୍କାର ।
I want to thank His Highness Crown Price on behalf of 125 crore Indians for the grand temple which will be constructed: PMhttps://t.co/QTw9jeXzce
— PMO India (@PMOIndia) February 11, 2018
I believe this temple will not be only unique in terms of architecture & splendour, but will also give a message of 'Vasudhaiva Kutumbakam' to people across the world: PM @narendramodi
— PMO India (@PMOIndia) February 11, 2018
India's leap in World Bank's Ease of Doing Business Rankings from 142 to 100 is unprecedented. But we are not satisfied at this, we want to do better. We will do whatever it takes to make it possible: PM @narendramodi
— PMO India (@PMOIndia) February 11, 2018
Indian community gives a warm welcome to PM @narendramodi at the community reception in Dubai. pic.twitter.com/IRUgCAJZ4x
— PMO India (@PMOIndia) February 11, 2018