Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଉପସ୍ଥିତ ସମସ୍ତ ମହାନୁଭବ,

୩୧ ଅକ୍ଟୋବରରୁ ଏହି ଅଭିଯାନ ଆରମ୍ଭ ହେଲା,ଏହି ସପ୍ତାହ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇଛି । ଆଉ ଏଥର ଏହି ଅଭିଯାନରେ ଜନସାଧାରଣଙ୍କୁ ଭାଗିଦାରୀ କରିବାର ପ୍ରୟାସ ହୋଇଛି । ଏହି କଥା ଆମେ ସମସ୍ତେ ଜାଣିଛେ ଯେ, କିଛି ତ କାରଣ ହୋଇଥିବ କି ୧୯୬୪ରେ କେଉଁ ବ୍ୟବସ୍ଥାକୁ ଜନ୍ମ ଦିଆଯାଇଥିଲା । ତା ପୂର୍ବରୁ ବୋଧହୁଏ ଆବଶ୍ୟକତା ପଡି ନ ଥିବ ପୁଣି ଆଉ କିଛି କାରଣ ଥିବ କି ୨୦୦୪ରେ ଥରେ ନୁହେଁ ତିନି ଥର, ଦରକାର କାରଣ । କିଛି ଭୁଲଭାଲ୍ ହୋଇଥିଲା । ଏଥିପାଇଁ ୩ ଜଣ ସଭ୍ୟ ହୋଇଗଲେ । ଆଉ ଆମେ ସବୁ ଜାଣିଛେ କି ଆଜିଠାରୁ ୫୦ ବର୍ଷ ପୁର୍ବରୁ ଯେଉଁ ଲୋକ ସେହି ବୟସର ହୋଇଥିବେ । ପଚାଶ ବର୍ଷ ପୁର୍ବରୁ କେଉଁଠି ଏମିତି ବୋର୍ଡ ପଢିବାକୁ ମିଳୁ ନଥିଲା, ‘ଶୁଦ୍ଧ ଘିଅର ଦୋକାନ’। ଖାଲି ବଡ ଅକ୍ଷରରେ ରହୁଥିଲା ‘ଘିଅ ଦୋକାନ’ । ଧରିନିଆଯାଉଥିଲା କି ତାହା ହିଁ ‘ଶୁଦ୍ଧ’ ଘିଅ । କିନ୍ତୁ ଏବେ ବୋର୍ଡ ଲଗାଇବାକୁ ପଡୁଛି ‘ଶୁଦ୍ଧ ଘିଅର ଦୋକାନ’ ।

ସମାଜ ଜୀବନରେ ମୂଲ୍ୟବୋଧ କିପରି ହ୍ରାସ ପାଉଛି ଏବଂ ସବୁଠାରୁ ଅଧିକ ଚିନ୍ତା ସେତେବେଳେ ହେଉଛି, ଯେତେବେଳେ ସମାଜିକ ଜୀବନରେ ମୂଲ୍ୟବୋଧ ହ୍ରାସ ପାଉଛି । ଆମେ ସମସ୍ତେ ଜାଣିଛେ ଆଜିଠାରୁ ପଚାଷ ବର୍ଷ ପୁର୍ବରୁ ମଧ୍ୟ କିଛି ବିଦ୍ୟାର୍ଥୀ ଏପରି ଥିବେ ଯେଉଁମାନେ କପି କରୁଥିବେ, ଚୋରୀ କରୁଥିବା ପାଖ ଲୋକକୁ ଦେଖିଥିବେ, ଦେଖିଥିବେ ନିଶ୍ଚୟ । କିନ୍ତୁ ସେହି କାମକୁ ମଧ୍ୟ ସେ ଖୁବ୍ ସଂକୋଚର ସହିତ କରୁଥିଲା, ଡରି କରି କରୁଥିଲା, ସେ ମଧ୍ୟ ଭରପୁର ଚେଷ୍ଟା କରୁଥିଲା କି କାହାକୁ ଜଣା ନ ପଡୁ କି, ମୁଁ ଏ କାମ କରୁଛି । ମୂଲ୍ୟବୋଧ ଏପରି ବଦଳି ଯାଇଛି କି, ଛାତ୍ର ଚାକୁ ରଖୁଛି ଏବଂ ବାହାରେ ଆସି କହୁଛି କି, କିଏ ନିରୀକ୍ଷକ ଅଛି, ମୁଁ ଦେଖୁଛି । ମୁଁ ତ’ ପୁରା ଖାତା ଧରି ବସିଥିଲି ଲେଖିଦେଲି । ଇଏ ଯେଉଁ ମୂଲ୍ୟବୋଧର ହ୍ରାସ ପାଉଛି, ଯେତେବେଳେ ତାହା ଧର୍ମ ହୋଇ ଯାଇଥାଏ, ନାହିଁ ନାହିଁ ! କହିଥାଏ, ଏହିପରି ହୋଇଥାଏ ସାର, ଭାଇ ଇଏତ କାମ ଏହିଭଳି ଏଥିରେ କ’ଣ ଅଛି, ଏହିଭଳି ତ ହୋଇଥାଏ । ସେତେବେଳେ ବଡ଼ ସଙ୍କଟ ସୃଷ୍ଟି ହୋଇଥାଏ ।

ଭାରତର ସମ୍ମୁଖରେ ଏବଂ ଆମ ଭଳି ଗରିବ ଦେଶକୁ ଏହି ଦୁର୍ନୀତିର ଭୋଗ ବିଳାସ ହଜମ ହୁଏ ନାହିଁ ଆଜ୍ଞା, ଗରିବୀ ପୁଣି ଥରେ । ଲୋକଙ୍କୁ ପଚାରନ୍ତୁ ପକେଟରୁ ସବୁ ଚାଲିଯାଏ ତେବେ ସାଧାରଣ ଲୋକ ତା’ର ଅଧିକାର ପାଖରେ କେବେ ପହଞ୍ଚିବ । ଆଉ କେବେ କେବେ ପ୍ରଶ୍ନ ଟଙ୍କାକୁ ନେଇ ହୁଏ ନାହିଁ, ସମ୍ମାନକୁ ମଧ୍ୟ ହୋଇଥାଏ । ଜଣେ ଲୋକର ବାଧ୍ୟ ବାଧକତା ଅଛି ସେଇଥି ପାଇଁ ତାକୁ ଏହା କରିବାକୁ ପଡୁଛି । ଆଉ ଏହି ସମସ୍ତ ସ୍ଥିତିକୁ ବଦଳାଇବା ପାଇଁ ଜନ ଚେତନା, ସତର୍କତା, ସାଧାରଣ ମଣିଷର ସଚେତନତାର ସ୍ତର ଏହାକୁ ପ୍ରତି କ୍ଷଣରେ ଆକଳନ କରିବାର ଆବଶ୍ୟକତା ରହିଛି । ଆଉ ତେବେ ଯାଇ ଏହି ପ୍ରକାରର ଅଭିଯାନରେ ଆମେ ସେହି ଶକ୍ତିକୁ ଏକାଠି କରିପାରିବା, ଅଧିକରୁ ଅଧିକ ଆମ ସ୍ୱପ୍ନକୁ ପୂରଣ କରିବାର କାମରେ ଆସିଥାଏ । ଆଉ ଆମେ ସବୁ ଜାଣିଛେ କି ଏହି ଖେଳରେ ଯେଉଁମାନେ ଖେଳାଳୀ ଆଦି ଥାଆନ୍ତି, ସେମାନେ ବଡ଼ ସମର୍ଥ ଥାଆନ୍ତି । ବହୁତ ପାରିବାର ଲୋକ ହୋଇଥାନ୍ତି । ଯଦି କାର୍ଯ୍ୟଦକ୍ଷତା ଅନୁଯାୟୀ ଦେଖିବା, ତାହେଲେ ଦଶ ଜଣ ଅଫିସରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭଲ କାର୍ଯ୍ୟ ସଂପାଦନ କରିବାର ଦକ୍ଷତା ତାଙ୍କ ପାଖରେ ଥାଏ । ଆଉ ସେଥିପାଇଁ ସରକାରରେ ବସିଥିବା ଲୋକମାନଙ୍କୁ ଜାଣି ମଧ୍ୟ ସେମାନଙ୍କୁ କାମ ଦେବାକୁ ପଡେ, କହିଁକି ନା ସେ ଭଲ ପ୍ରଦର୍ଶନ କରିଥାନ୍ତି । ଏହାର ଅର୍ଥ ଏହା ଯେ ଏହି ପ୍ରକାରର ଆଚରଣରେ ଯେଉଁମାନେ ଅଭ୍ୟସ୍ତ ତାଙ୍କ ମଧ୍ୟରେ ସୃଜନଶୀଳତା ମଧ୍ୟ ବହୁତ ରହିଛି, ଆଜ୍ଞା । ଏମାନେ ଅଦ୍ଭୁତ ସୃଜନଶୀଳତାର ଅଧିକାରୀ ହୋଇଥାନ୍ତି । ସେମାନେ ଏମିତି ଜାଗାରୁ ଖୋଜି ଆଣନ୍ତି ହଁ ଏହି ଠାରେ ହୋଇଗଲା । ଆମେ ଭାବି ମଧ୍ୟ ପାରିବା ନାହିଁ ।
ଆମେ ଛୋଟ ଥିଲୁ ତ ହସକଥା ଶୁଣୁଥିଲୁ । ହସକଥା ହିଁ ଶୁଣିଥିବୁ । ଏଠାରେ ରେଳବାଇର ଲୋକ ବସିଛନ୍ତି, କାଳେ କିଛି ଖରାପ ଭାବିବେ । ସେ ରେଳବାଇର ଜଣେ କର୍ମଚାରୀ ଥିଲେ । ଦୁର୍ନୀତିରେ ନିପୁଣ ଥିଲେ । ଆଉ ବଡ଼ ମାଷ୍ଟର ଥିଲେ ସିଏ । ଅଫିସର ମଧ୍ୟ ତାଙ୍କୁ ନେଇ ବହୁତ ଦୁଃଖି ଥିଲେ । ତାଙ୍କ ଯୋଗୁଁ ଆମର ଏ ବିଭାଗ ବଦନାମ ହେଉଥିଲା । ଏହାର କିଛି ପ୍ରତିକାର କରିବା ଆବଶ୍ୟକ । ଶେଷରେ ସ୍ଥିର କରାଗଲା କି ଠିକ୍ ଅଛି । ତାଙ୍କୁ ରେଳ ପ୍ଲାଟଫର୍ମରେ ଯେଉଁ ଟ୍ରେନ ଯିବା-ଆସିବାର ଘୋଷଣା କରାଯାଉଛି, ସେହି ଡ୍ୟୁଟି ଦିଆଯାଉ । ଆଉ କୌଣସି ଡ୍ୟୁଟି ନାହିଁ । ତାଙ୍କର କାମ ଏହା ହେବ ଯେ ସେ ମାଇକ୍ରୋଫୋନରେ କହିବେ ଯେ ଏତେବେଳେ ଏହି ଟ୍ରେନ ଆସିବ, ସେତେବେଳେ ସେହି ଟ୍ରେନ ଯିବ । ଆଉ ଏହା ସମସ୍ତଙ୍କୁ ଲାଗିଲା କି ଇଏ ବହୁତ ଲୋକଙ୍କୁ ଲୁଟି ଚାଲିଥିଲା ଠିକ୍ ହେଲା । ତାଙ୍କୁ ସେଠାରେ ବସାଇ ଦିଆଗଲା… କିଛି ଅସୁବିଧା ନାହିଁ ସେ ବହୁତ ସୃଜନଶୀଳ ଥିଲେ । ବହୁତ ଭଲ ସୃଜନଶୀଳ, ତାଙ୍କୁ ଯେମିତି କାମ ମିଳିଗଲା ସେ ଆରମ୍ଭ କରିଦେଲେ । ଟ୍ରେନ ଆସିବା ମାତ୍ରେ ଏହିଭଳି ଆକାରର ବ୍ୟାଗ୍ ଉଠାଇବାକୁ ହେବ, ତ ପାଞ୍ଚ ଟଙ୍କା ଲାଗେ । ଏହିଭଳି ଆକାରର ବ୍ୟାଗ୍ ଉଠାଇବାକୁ ହେବ, ତ ଦଶ ଟଙ୍କା ଲାଗେ । ଆଉ ବୋଝ ବା ଲଗେଜ୍ ଭିତରେ ତିନୋଟି ଜିନିଷ ଅଛି ତ କେତେ ଲାଗିବ । ଯେତେ ସବୁ କୁଲି ଥିଲେ ଏକାଠି ହେଲେ । ଏଇତ ମାରିଦେବ । ଏବେ ଯାତ୍ରୀ ପଇସା ଦେଉ ନାହାନ୍ତି, ଟିକେ ଦେଖ ସେ କହୁଛି । ପାଞ୍ଚ ଟଙ୍କା ନିଅ ଅଧିକା ଦେବି ନାହିଁ । ତ ସବୁ କୁଲି ଏକାଠି ହୋଇ ତାଙ୍କ ପାଖକୁ ଗଲେ । କହିଲେ ଭାଇ ସାହେବ, ସେ କହିଲେ ହିସାବ କିତାବ ଠିକ୍ କର । ଆମେ ଆପଣଙ୍କଠାରେ କେବେ ଏମିତି ସୃଜନଶୀଳତା ଥିବ ଭାବି ନ ଥିଲୁ । ହଁ ମତେ ଜଣା ଅଛି ଭିଜିଲାନ୍ସ କମିଶନ କିପରି ଏହାକୁ ଭାଙ୍ଗିବେ । ସେ ବଡ ଦକ୍ଷ ଅଟନ୍ତି, ଆଜ୍ଞା ।

ଆଉ ଏଥିପାଇଁ ସବୁବେଳେ ସତର୍କତା ଅନୁସରଣ କରିବା ଏବଂ ମୁଁ ଦେଖିଛି, ଆଜ୍ଞା । ଏମାନେ ନିଜ କାମରେ ହେଉଛନ୍ତି ବହୁତ ସତ୍ୟନିଷ୍ଠ । ସିଦ୍ଧାନ୍ତରେ ବହୁତ ଦୃଢ ଓ ସଠିକ୍ । ମୋର ନିଜର ଅନୁଭବ ରହିଛି । ବୋଧହୁଏ ଏହି ସମୟ(ବ୍ୟବଧାନ), ତିନି ଲାଇନ୍ ରହୁଥିଲା । ବୋଧହୁଏ ସେହି ମସୟର କଥା । ମତେ ଅହମ୍ମଦାବାଦରୁ ଦିଲ୍ଲୀ ଯିବାର ଥିଲା । ଆଉ ସେ ସମୟରେ ବୋଧହୁଏ ଗୋଟିଏ ଟ୍ରେନ ଚାଲୁଥିଲା ୨୪-୨୫ ଘଣ୍ଟାରେ ପହଞ୍ଚୁଥିଲା । ଦିଲ୍ଲୀ ମେଲ୍ ଅବା ପୁଣି ….. ମୋର ମନେ ନାହିଁ….. ତ ଆମେ ଷ୍ଟେସନକୁ ଗଲୁ, ଆମେ ତ ଫକଡ୍-ଗିରିଧାରୀ(ପକେଟରେ ପଇସା ରହୁ ନ ଥିଲା) ଥିଲୁ । ଆମକୁ କ’ଣ କରିବାକୁ ଥିଲା ଏମିତି ଅଣସଂରକ୍ଷିତ କୋଚ୍ ଚଢିଯିବାର ଥିଲା । କିନ୍ତୁ ସେହି ପ୍ଲାଟଫର୍ମରେ ଆମର ପରିଚିତ ଲୋକ ମିଳିଗଲେ । କହିଲେ କେଉଁଠିକୁ ଯିବାର ଅଛି, ମୁଁ କହିଲି ଜରୁରୀ କାମ ଆସି ଗଲା, ତ ଦିଲ୍ଲୀ ଯିବାକୁ ଅଛି । କହିଲେ ଆସନ୍ତୁ ମୁଁ ବସାଇ ଦେଉଛି । ମୁଁ କହିଲି ମୋ ପାଖରେ ତ ଟିକେଟ ଅଛି, କିନ୍ତୁ ଟିକେଟ ସଂରକ୍ଷିତ ହୋଇନାହିଁ । ମୁଁ ତ ଏମିତିରେ ସାଧାରଣ ବଗିରେ ଚଢି ଯାଇ ପହଞ୍ଚିଯିବି । କହିଲେ ନାହିଁ ମୁଁ କଥା ହେବି, କାରଣ ସେ ପରିଚିତ ଥିଲେ । ତ କେହି ଟିକେଟ ଯାଞ୍ଚକାରୀକୁ ଧରି କହିଲେ ଭାଇ, ଇଏ ହେଉଛନ୍ତି ଆମର ପରିଚିତ ଲୋକ, ସମାଜସେବା କାମ କରୁଛନ୍ତି । ତାଙ୍କୁ ଦିଲ୍ଲୀ ଯିବାର ଅଛି ଗୋଟିଏ ବର୍ଥ ମିଳିଗଲେ ଭଲ ହେବ । ସମାଜ ପାଇଁ କାମ କରୁଛନ୍ତି । ତ, ସାହେବ ଆସନ୍ତୁ ଆସନ୍ତୁ ଆପଣଙ୍କ ଭଳି ସମାଜ ସେବକ ଆସନ୍ତୁ । ଆମକୁ ଭିତରକୁ ନେଇ ଗୋଟିଏ ଜାଗାରେ ବସାଇ ଦେଲେ ଏକ ସଂରକ୍ଷିତ କୋଚ୍ ଥିଲା । ଆବୁ ଷ୍ଟେସନ, ଆବୁ ରୋଡ୍, ମୁଁ ବାରମ୍ବାର ତାଙ୍କ ପାଖକୁ ଗଲି କି ଟିକେ ମଧ୍ୟ ଥରୁଥିଲି କି ଭାଇ ମୋ ଟିକେଟ ସଂରକ୍ଷିତ ନୁହେଁ, ମୁଁ ଭିତରେ ବସି ଯାଇଛି । ମୁଁ ତାଙ୍କ ପାଖକୁ ଯାଉଥିଲି କି ଭାଇ ମତେ ବର୍ଥ ଦିଅନ୍ତୁ ମୋ ଠାରୁ ପଇସା ନେଇ ମୋର ଟିକେଟ କାଟି ଦିଅନ୍ତୁ, ସେ କହିଲେ ଚିନ୍ତା କର ନାହିଁ ଭାଇ ମୁଁ ଅଛି । ଆବୁ ଆସିଗଲା ଲୋକେ ଶୋଇବା ପାଇଁ ପ୍ରସ୍ତୁତ ହେଉଥିଲେ । ମୁଁ ତାଙ୍କ ପାଖକୁ ଗଲି ମୁଁ କହିଲି ଭାଇ ଆପଣ କୁହନ୍ତୁ ନହେଲେ ମୁଁ ଓହ୍ଲାଇ ପଛକୁ ଚାଲିଯିବି, ସେମାନେ କ’ଣ କହିବେ । ସେ କହିଲେ ଭାଇ ତୁମେ ଚିନ୍ତା କର ନାହିଁ ଆବୁ ରୋଡରେ ନୂଆ ଟିକେଟ ଯାଞ୍ଚକାରୀ ଆସିବେ । ମୋର ଡ୍ୟୁଟି ଆବୁ ରୋଡ୍ ପର୍ଯ୍ୟନ୍ତ ହିଁ ଅଛି । ମୁଁ ତାଙ୍କୁ ତୁମ ସହିତ ଶୁଭ ପରିଚୟ କରାଇଦେବି । ଆଉ ସେ ତୁମକୁ ଟିକେଟ ଦେଇ ଦେବେ । ମୁଁ କହିଲି ଭାଇ ସେ ମୋତେ କେମିତି ଚିହ୍ନିବେ ଆପଣ ମତେ ଦେଇ ଦିଅନ୍ତୁ । କହିଲେ ନାହିଁ ମୋର ସିଦ୍ଧାନ୍ତ, ମୁଁ ବିନା ପଇସାରେ କିଛି କାମ କରେ ନାହିଁ । ଆଉ ତୁମକୁ ଏମିତି ଜଣେ ବ୍ୟକ୍ତି ପରିଚୟ କରାଇ ଦେଇଛନ୍ତି ମୁଁ ତୁମ ଠାରୁ ପଇସା ନେଇ ପାରିବି ନାହିଁ । ତ ଆଗ ଲୋକକୁ ଦାୟିତ୍ୱ ଦେଇ ଦେଉଛି । ସେ ବିନା ଅଧିକ ପଇସାରେ ନିଶ୍ଚୟ ତୁମକୁ ଯାହା ଟିକେଟ ଦାମ୍ ହେବ ଦେଇଦେବ । ସିଦ୍ଧାନ୍ତରେ ଦୃଢଥିବା ଏମିତି ଲୋକକୁ କେବେ ଆପଣ ଦେଖିଛନ୍ତି କି? ଏହା ଯାହା ଅବସ୍ଥା ହୋଇଛି, ଆମେ ସବୁ ନିଶ୍ଚୟ ତାହାର ଭୁକ୍ତଭୋଗୀ । କେଉଁଠି ନା କେଉଁଠି ଅସୁବିଧା, ଆମେ ଠିକ୍ ପଥରେ ଥିଲେ ମଧ୍ୟ । ଆପଣ ଏହି ପଥରେ ଥିବେ, ତାଙ୍କୁ ଜଣା ଅଛି ଆପଣ, ଆପଣ ଏହି ପଥରେ ଅଛନ୍ତି, ସେ କହନ୍ତି ଏବେ ମୁଁ ଏହି ପଥରେ ଅଛି, ଏହା ହେଉଛି ମୋର ଅଧିକାର, ଦେଇ ଦିଅନ୍ତୁ । ଏହାପରେ ମୁଁ ଯେତେବେଳେ ତୁମ ପାଖକୁ ଆସିବି, ତୁମେ ନେଇଯିବ । ଏଭଳି ମଧ୍ୟ କହି ଦେଉଛନ୍ତି ।

ଏଭଳି ସ୍ଥିତି ହୋଇଛି, କିନ୍ତୁ ଆମ ଦେଶର ସାଧାରଣ ମାନବ ହେଉଛି ବହୁତ ସଚ୍ଚୋଟ । ତାକୁ ବାଧ୍ୟ ହୋଇ କିଛି କରିବାକୁ ପଡୁଛି । ଆଉ ଏଥି ପାଇଁ ଆମେ ଯଦି କିଛି ସଂକଳ୍ପ କରି ଏହି ସାଧାରଣ ମଣିଷ ସାମ୍ନାରେ ରଖିବା, ଏହା ଅନୁଭବ ହେବ କି ସେ କଷ୍ଟ ସମ୍ଭାଳିବାକୁ ପ୍ରସ୍ତୁତ ହୋଇଥାଏ ଆଜ୍ଞା, ତାକୁ କୌଣସି ଅସୁବିଧା ହୁଏ ନାହିଁ । କଷ୍ଟ ଆସିଲେ ମଧ୍ୟ ସହିବା ପାଇଁ ସେ ପ୍ରସ୍ତୁତ ଥାଏ । କିନ୍ତୁ ତାହାର ଭରସା ବୃଦ୍ଧି ପାଇବା ଦରକାର । କୌଣସି ଭଲ ପାଇଁ କିଛି ହେଉଛି । ଯଦି ଥରେ ଭରସା ବଢିଯାଏ ତେବେ ସେ ଆମକୁ ପୁରା ସହଯୋଗ ଦେଇ ଥାଏ । ଯଦି ତାକୁ ଜଣା ଥାଏ ହଁ ଭାଇ ଠିକ୍ ଅଛି, ନିୟମ ଏବଂ ଆଇନ ଅନୁସାରେ ତାକୁ ଦେବାକୁ ହେବ, ତାକୁ କୌଣସି ଅସୁବିଧା ହେବ ନାହିଁ । ଆମେ ଏ ବିଶ୍ୱାସ କିପରି ଦେବା । ଏବେ ଏହି କଥା ଠିକ୍ ଅଛି ଯେ, ସବୁଠାରୁ ଅଧିକ ବଦନାମ ଆମ ସମାଜରେ ଯାହା ଅଛି, ଏହି ସମସ୍ତ କାର୍ଯ୍ୟକ୍ରମ ମୋ ଦ୍ୱାରା ହେଉଛି । ଦେଶରେ କାହାକୁ ପଚାରନ୍ତୁ ସବୁଠାରୁ ଅଧିକ ଭ୍ରଷ୍ଟାଚାରୀ ହେଉଛନ୍ତି କେଉଁମାନେ, ତ ଆମ ମାନଙ୍କର ନାମ ଆସିଥାଏ, ରାଜନେତାଙ୍କର । ଆଉ ଏହି ନାମ ବଡ଼ ହୋଇଯାଇଛି ଯେ, ତା’ ପଛରେ ସବୁଲୋକ ସବୁ କିଛି କରିପାରିବେ । ଯାହା ଦେଖା ଯାଇଥାଏ, ପଛରେ ସବୁ ହୋଇଥାଏ । ଏବେ ସାଧାରଣ ଲୋକ ଏହା ମଧ୍ୟ ଅନୁଭବ କଲେଣି କି, ଛାଡ ଭାଇ ସମସ୍ତେ ହେଉଛନ୍ତି ଚୋର । ଏହିଭଳି ନିରାଶାଜନକ ପରିବେଶ ସାମାନ୍ୟ ବ୍ୟକ୍ତିଙ୍କୁ ଏହି ସଚେତନତା ଅଭିଯାନ ଡ଼ରାଇ ଦେଉଛି ।

ମୁଁ ଶୁଣିଛି, ମୁଁ ଏବେ ଟିକେ ପଚାରୁଥିଲି । ମୁଁ କହିଲି ଏ ପଞ୍ଚନାମା ଶବ୍ଦ ହିନ୍ଦୀରେ ଅଛି କି, ସେ କହୁଥିଲେ ହଁ ଅଛି । ଆପଣମାନେ ଦେଖିଥିବେ, କୌଣସି ଘଟଣା ଘଟିଥିବ ସେଥିରେ ପଞ୍ଚନାମା ବା ଅନୁସନ୍ଧାନ ହୋଇଥାଏ । ଆପଣମାନେ କେବେ ଲକ୍ଷ୍ୟ କରିଛନ୍ତି କି? ଯଦି ସେ ଅଫିସର ହୋଇଥିବେ, ତ ସେହି ମଧ୍ୟ ଅନୁସନ୍ଧାନକାରୀ ବା ପଞ୍ଚ ହୋଇଥାନ୍ତି । ସ୍ଥାୟୀ ଅନୁସନ୍ଧାନକାରୀ ବା ପଞ୍ଚ । ସେହି ଅଫିସର ଏହି କାମ ତେବେ ପଞ୍ଚ ମଧ୍ୟ ସେହି ହେବେ । ଆମେ କେବେ ମିଳାଇ ଦେଖିଛେ କି ଏହି କୁମ୍ଭ କିପରି ସାଙ୍ଗରେ ଚାଲିଚାଲି ଯାଇଥାଏ । ୟାଙ୍କର ବଦଳି ହୋଇଗଲା ତ, କ’ଣ ପଞ୍ଚଙ୍କର ମଧ୍ୟ ବଦଳି ହୋଇଗଲା? କ’ଣ ଆମେ ସେହି ପଞ୍ଚନାମା ଅନୁସନ୍ଧାନ ବା ଯାହା ଅନୁସନ୍ଧାନକାରୀ ବା ପଞ୍ଚ ନେଇ ଆସିଥିବେ, ଯାହାଙ୍କୁ ଆମେ ସମାଜର ଭଲ ନାଗରିକ ଭାବି ବାଛିଥିବା, କ’ଣ ଆଧାର ନମ୍ବରରେ ତାହା ମିଳାଇ ଦେଖାଯାଇ ପାରିବ । କି ଗୋଟିଏ ଆଧାର ନମ୍ବର ଥିଲାବାଲା ଏତେ ଗୁଡିଏ ଜାଗାରେ ପଞ୍ଚ ହୋଇକରି ଯାଇଛି । ଆଉ ପରେ କୋର୍ଟରେ ବଦଳି ଯିବା ପରେ କ’ଣ-କ’ଣ ନେଇଥାଏ । ତାଙ୍କର ଟେଲିଫୋନ ରେକର୍ଡ କ’ଣ, କାହା ସହିତ ଯୋଗାଯୋଗରେ ଥିଲେ? ଆମେ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ଗୋଟିଏ ଜିନିଷକୁ ଏପରି ଧରିବାକୁ ଚେଷ୍ଟା କରିବୁ । ସମସ୍ତଙ୍କ ଧ୍ୟାନ ବଢିବ, ସମସ୍ତଙ୍କୁ ଏହା ଜଣା ଅଛି ଏହା… । ଆମେ ଏହି ଜିନିଷକୁ ବଦଳେଇ ପାରିବା । ବୈଷୟିକ ଜ୍ଞାନ ବା ଟେକ୍ନୋଲଜି ବହୁତ ବଡ ସାହାଯ୍ୟ କରି ପାରିବ ।

ଏହି ଦିନମାନଙ୍କରେ ଅପଣମାନେ ଦେଖିଥିବେ । ମୁଁ ଦିନେ ହିସାବ କରୁଥିଲି । ଏବେ ତ ସଂଖ୍ୟା ବହୁତ ଆଗକୁ ଚାଲି ଯାଇଥିବ । କେବଳ ଆଧାର ନମ୍ବରରେ ସିଧା ସଳଖ ସୁବିଧା ହସ୍ତାନ୍ତର ଉପରେ ଗୁରୁତ୍ୱ ଦିଆଗଲା । ଏବେ ତ’ କେତେଗୁଡିଏକୁ ଭିଡିଓ ମାଧ୍ୟମରେ ଦେଖାଯାଉଛି । ମୁଁ ହିସାବ କରିଥିଲି ୩୬ ହଜାର କୋଟି ଟଙ୍କାର ସଞ୍ଚୟ ହୋଇଛି । ଯାହା ଅନ୍ୟ କୁଆଡେ ଯାଉଥିଲା ଏହାର ଅର୍ଥ ଏହା ନୁହେଁ ଯେ ୩୬ ହଜାର କୋଟି ଟଙ୍କା ସରକାରଙ୍କର ରାଜକୋଷରେ ରଖି ଦିଆଗଲା । ତାହାକୁ ଆମେ ଠିକ୍ ଭାବରେ ଅନ୍ୟ ଜାଗାକୁ ନେଇଯାଇଛୁ । ଯଦି ତାହା ହୋଇ ନ ଥାନ୍ତା ତେବେ ସେହି ପଇସା କାହା ପକେଟକୁ ଯାଇଥାନ୍ତା । ଅର୍ଥାତ ଆମେ ଟେକ୍ନୋଲଜି ବା ବୈଷୟିକ ଜ୍ଞାନର ଭରପୁର ଉପଯୋଗ କରିବା, ଭରପୁର ଉପଯୋଗ କରିବା । ନିର୍ମଳ ବା ସ୍ୱଚ୍ଛତା ଆଣିବା ଦିଗରେ, ଚେକ୍ ଓ ବାଲାନ୍ସ କ୍ଷେତ୍ରରେ ଏହା ବହୁତ ବଡ ଭୁମିକା ତୁଲାଇ ପାରିବ । କେବେ କେବେ ଆମର ଏଠି ଯେଉଁ ମେଣ୍ଢା ଭଳି ଅନୁସରଣ କରିବାର କାର୍ଯ୍ୟକ୍ରମ ହେଉଛି ସେହି କାରଣରୁ ଗୋଟିଏ ନିୟମ ଅବା ବ୍ୟବସ୍ଥାର ଲାଭ ଦ୍ୱିତୀୟ ନିୟମ ଅବା ଦ୍ୱିତୀୟ ବ୍ୟବସ୍ଥାକୁ ମିଳି ନଥାଏ । ଆଉ ଏହି କାରଣରୁ ମଧ୍ୟ ଲୋକେ ପରିସ୍ଥିତିର ଫାଇଦା ଉଠାଇଥାନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ କିଛି ଏପରି ସଚେତନ ଲୋକ ଅଛନ୍ତି ଯେଉଁମାନେ ଅନେକ ପ୍ରକାରର ସ୍କଲାରସିପ୍ (ଛାତ୍ରବୃତ୍ତି) ନେଇଥାନ୍ତି । ଆଉ ଆପଣମାନଙ୍କୁ ଲାଗିଥାଏ କି ଆପଣ ଗୋଟିଏ ଦୁଇଟି ଦେଉଛନ୍ତି । ବାସ୍ତବରେ ଗୋଟିଏ ଲୋକ ପାଖରେ ଆଠଟି ସ୍ଥାନରୁ ପହଞ୍ଚିଥାଏ । ଯେତେବେଳେ ଆଧାରରେ ମିଳାଇ ଦେଖାଗଲା ସେତେବେଳେ ଦୃଷ୍ଟିକୁ ଆସିଲା କି ଏହି ବର୍ଗରୁ ମଧ୍ୟ ସେମାନେ ଲାଭ ଉଠାଉଛନ୍ତି, ଏହି ବର୍ଗରୁ ମଧ୍ୟ ସେମାନେ ଲାଭ ଉଠାଉଛନ୍ତି, ଏହି ବର୍ଗରୁ ମଧ୍ୟ ସେମାନେ ଲାଭ ଉଠାଉଛନ୍ତି ଆଉ ଯେଉଁ ସାତଜଣ ପାଇବାର ଅଧିକାରୀ ଥିଲେ, ସେମାନେ ରହିଯାଇ ଥାଆନ୍ତି । ଯଦି ଆମେ ବ୍ୟବସ୍ଥାକୁ ବୈଷୟିକ ଜ୍ଞାନ ବା ଟେକ୍ନୋଲଜି ମାଧ୍ୟମରେ ଯେତେ ଅଧିକ ଠିକ୍ କରି ପାରିବା, ତ ସମ୍ଭାବନା ରହିଛି ଯେ ସାମାନ୍ୟ ମଣିଷର ଯେଉଁ ଅଧିକାରର ଜିନିଷ ରହିଛି, ବୋଧହୁଏ ତାକୁ ତାହା ଦେବାରେ ସଫଳ ହୋଇ ପାରିବା ।

ମୁଁ ଯେତେବେଳେ ଥରେ ଦେଖୁଥିଲି, ଚଣ୍ଡିଗଡରେ… ଚଣ୍ଡିଗଡରେ ଅଧିକ ସଂଖ୍ୟାରେ ଦୈନିକ କିଣାକିଣି କରିବା ସ୍ତର ଠାରୁ ଉପରେ ଲୋକ ବସବାସ କରୁଥିଲେ । ଯାହା ଘରେ ଗ୍ୟାସ୍ ସଂଯୋଗ ଅଛି, ଯାହା ଘରେ ବିଜୁଳି ଅଛି, ତଥାପି ଚଣ୍ଡିଗଡ ପାଇଁ ତିରିଶ ଲକ୍ଷ ଲିଟର କିରୋସିନ କୋଟା ଅଛି । ମତେ କୁହନ୍ତୁ ତ, ସେସବୁ କୁଆଡେ ଯାଉଥିଲା । ତ ଆମେ କହିଲୁ ଭାଇ ଟିକେ ଠିକ୍ ଭାବେ ଦେଖ ତ, ସେମାନେ ଆଧାର, ଗ୍ୟାସ୍ ସଂଯୋଗ, ବିଜୁଳି ବିଲ୍ ସବୁ କିଛିକୁ ଟେକ୍ନୋଲଜି ମାଧ୍ୟମରେ ଯାଞ୍ଚ କଲୁ, ତ ଦୃଷ୍ଟିକୁ ଆସିଲା କି ମାତ୍ର ପାଞ୍ଚ ହଜାର ଏପରି ପରିବାର ଥିଲେ ଯାହାଙ୍କୁ ଯଦି ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଏ ତେବେ ଚଣ୍ଡିଗଡ଼କୁ ସେହି କିରୋସିନର ଆବଶ୍ୟକତା ହେବ ନାହିଁ । ସରକାର ଅଭିଯାନ ଚଲାଇଲେ । ସେମାନଙ୍କୁ ଗ୍ୟାସ୍ ସଂଯୋଗ ଦିଆଗଲା । ଆଜି ଚଣ୍ଡିଗଡ଼କୁ ଯେଉଁ ତିରିଶ ଲକ୍ଷ ଲିଟର କିରୋସିନ ଯାଉଥିଲା ବନ୍ଦ ହୋଇଗଲା । ଯାହା ଡିଜେଲ ପାଇଁ କଳାବଜାରରେ ବିକ୍ରି ହେଉଥିଲା । ଏବେ ଆମେ ଚୋରମାନଙ୍କୁ ଧରିବାକୁ କେତେ କମିଟିମାନ ଗଠନ କରିଥାନ୍ତେ, ତ ଜଣା ପଡି ନଥାନ୍ତା କେବେ ପହଞ୍ଚି ପାରିନଥାନ୍ତେ । କିନ୍ତୁ ଏବେ ଆମେ ଏମିତି ଏକ ସମାଧାନର ଆଡକୁ ଚାଲୁଛୁ କି ପରିସ୍ଥିତିକୁ ବଦଳେଇ ପାରିବା ।

ଆମ ସମସ୍ତଙ୍କୁ ଜଣା ଅଛି କି ଚାକିରି ପାଇବା ପାଇଁ ଲୋକଙ୍କୁ କ’ଣ କିଛି ନ କରିବାକୁ ପଡୁଛି । ଆଉ ମା-ବାପାଙ୍କୁ ମଧ୍ୟ ଲାଗୁଛି କିଛି ମଧ୍ୟ ହେଉ ଥରେ ସରକାରୀ ଚାକିରିରେ ପଶିଯାଉ । ଡ୍ରାଇଭର ଭାବେ ଯାଉ, ପିଅନ ଭାବେ ଯାଉ, କିଛି ମଧ୍ୟ ହେଉ, ଥରେ ଭିତରକୁ ଗଲେ ପୁଣି ବାସ୍ ବାକି ସବୁ ସେ ନିଜେ କରିନେବ । ଏହି ବିଶ୍ୱାସ ଅଛି ମା-ବାପାଙ୍କୁ । ତାହା ଏଭଳି ସ୍ଥାନ ବାକି ସେ ନିଜେ କରିନେବ । ବହୁତ ଲୋକ ଅଛନ୍ତି ଝିଅ ବାହାଘର କରିବାର ଅଛି ତ, ବନ୍ଧୁ ଦେଖନ୍ତୁ ଲୋକ ନିର୍ମାଣ ବିଭାଗର କ୍ଲର୍କ-କିରାଣୀ ମିଳିଯିବେ । ସମାଜର ଏହି ଯେଉଁ ଅନୁଭବ ରହିଛି । ଆମେ ଆସିବା ପରେ ନିଷ୍ପତ୍ତି ନେଲୁ କି ଭାରତ ସରକାରରେ ବର୍ଗ ତିନି ଏବଂ ଚାରି ପାଇଁ, ସାକ୍ଷାତକାର ନାହିଁ । ଏବେ ମତେ କୁହନ୍ତୁ ସାହେବ ଏହି ସାକ୍ଷାତକାର ହେଉଛି କିଭଳି କାମ । ଆମେ କ’ଣ ଏତେବଡ ମହାନ ବିଶେଷଜ୍ଞ ଯେ ତିରିଶ ସେକେଣ୍ଡରେ ସ୍ଥିର କରି ନେବୁ ହଁ ଇଏ ହେଉଛି ଭଲ କିମ୍ବା ଖରାପ । ଏହି ସାକ୍ଷାତକାର ହେଉଛି, ତିରିଶ ସେକେଣ୍ଡରୁ ଅଧିକ ଯେ, ଆବେଦନକାରୀମାନଙ୍କୁ ମିଳିଥାଏ ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ । ଏହି ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗରେ । ଏହାର ଅର୍ଥ ଚାକିରି କାହାକୁ ମିଳୁଛି, ଯାହାର କେଉଁ ସୁପାରିଶ କରିବାର ବ୍ୟବସ୍ଥା ଅଛି । ସୁପାରିଶ କେଉଁଠାରୁ ମିଳିଥାଏ । ସୁପାରିଶ ପକେଟ ମାଧ୍ୟମରେ ହୋଇଥାଏ । ଆମେ କହିଲୁ ଭାଇ, ଚାଲନ୍ତୁ ହୋଇପାରେ ପାଞ୍ଚ-ଦଶ ପ୍ରତିଶତ ଏଭଳି ଲୋକ ଯିବେ, ଯାହାର ଏହି କାମ ପାଇଁ ଦକ୍ଷତା ନଥିବ । କିନ୍ତୁ ଯଥାସାଧ୍ୟ ଖରାପ କାମରୁ ତ, ଆମେ ବ୍ୟବସ୍ଥାକୁ ବଞ୍ଚାଇ ପାରିବା । ଆଉ ଆଜି ଭାରତ ସରକାର ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗ ପାଇଁ ସାକ୍ଷାତକାର ପରମ୍ପରା ଶେଷ କରି ଦେଲେ । ତାକୁ ଯୋଗ୍ୟତା ଆଧାରରେ ଦେଖାଗଲା ଯିଏ ଶୀର୍ଷ ସ୍ଥାନରେ, ତାଙ୍କୁ ଏକା ଥରରେ ନେଇ ନିଅ । ଗରିବ ବିଧବା ମା’ର ଘରକୁ ଯେତେବେଳେ ପୁଅର ଆଦେଶନାମା କାଗଜ ଆସିଯିବ, ତାକୁ ସନ୍ତୋଷ ମିଳିଯିବ । ଏହା ସମ୍ଭବ ହେବ, ଏହା ସମ୍ଭବ ହେବ ।

ଦ୍ୱିତୀୟ, ସରକାରରେ ଗୋପନୀୟତା ନାମରେ କିଛି ଜିନିଷ ଅଛି, ତା ମଧ୍ୟ ବେଳେ ବେଳେ ବଡ଼ ବିପଦ ହୋଇଥାଏ, ଆଜ୍ଞା । କେତେ ନିୟମ ଆମେ ଆଣୁଛୁ । ଗୋପନୀୟତା ରକ୍ଷା କରୁଛୁ ମାନେ ଗୋଟିଏ କୋଠରୀରୁ ଆଉ ଗୋଟିଏ କୋଠରୀ, ବିଭାଗର ଫାଇଲ ହୋଇଥିବ ତାକୁ ମଧ୍ୟ ଜାଣିବାକୁ ଦେବେ ନାହିଁ । କିଏ ଆସିବ ତ, ବନ୍ଦ କରି ଦେଇଥାନ୍ତି । ମୁଁ କହିଲି କାହିଁକି ଭାଇ? ଆମେ କହିଲୁ ଇଏ ଯେତେ ଡ୍ରାଫ୍ଟ ବା ଚିଠା ପ୍ରସ୍ତାବ ଯେତେ ମଧ୍ୟ ଅଛି, ତାହାକୁ ଲୋକଙ୍କ ଜ୍ଞାତସାରରେ ରଖିଦିଅ । ଳୋକଙ୍କୁ ତା’ ଉପରେ ବିତର୍କ କରିବାକୁ ଦିଆଯାଉ, ଆଗ୍ରହୀ ଗୋଷ୍ଠୀ ମୈଦାନକୁ ଆସିବେ । ସେ କହିବେ ସାହେବ ଏହା ଭୁଲ କରୁଛନ୍ତି, ଦ୍ୱିତୀୟ ଲୋକ କହିବେ ନାହିଁ ଏହା ଭୁଲ କରୁଛନ୍ତି, ତୃତୀୟ ଲୋକ କହିବେ ଏହା ଭୁଲ । ଏହା ଯଦି ହୋଇଥାନ୍ତା, ତ କିଛି ନ ହେଲେ ଡ୍ରାଫ୍ଟ ବା ଚିଠା ପ୍ରସ୍ତାବ ଠିକ୍ ଭାବେ ହେବ । ଆମର ଏଇ କିଛି ଦିନରେ ଆପଣମାନେ ଦେଖିଥିବେ ଯେ, ଭାରତ ସରକାର କୌଣସି ଆଇନ ପାଇଁ ଭାବୁଛନ୍ତି, ତାହାର ଚିଠା ପ୍ରସ୍ତାବର ନକଲ ଅନ୍-ଲାଇନରେ କରିବା ପାଇଁ ଅନୁରେଧ କରାଯାଉଛି । ଆଉ ତାହାର ପରିଣାମ ଏହା ହେଉଛି ଯେ, ସବୁ ଆଗ୍ରହୀ ଗୋଷ୍ଠୀ ନିଜର ମତାମତ ଦେଉଛନ୍ତି । ସେଥିରୁ ଦୁଇଟି ଲାଭ ମିଳୁଛି । କେଉଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କାରଣ ପାଇଁ କିଛି ଲେଖା ହେଉଛି, ତ ତାହା ଅଟକି ରହି ଯାଉଛି । ଆଉ ଦ୍ୱିତୀୟରେ କେବେ ସତ୍ୟନିଷ୍ଠାର ସହ ଦୃଷ୍ଟିକୁ ଆସିଥାଏ କି ଦୁଇ-ଚାରି ପକ୍ଷ ବା ପ୍ରସଙ୍ଗ ଛାଡି ହୋଇ ଯାଇଥାଏ । ଜନ ସାଧାରଣଙ୍କ ମତାମତ କାରଣରୁ ସେହି ଛାଡି ହୋଇଯାଇଥିବା ପ୍ରସଙ୍ଗକୁ ମଧ୍ୟ ସାମିଲ କରି ନିଆ ଯାଇଥାଏ । ଆଉ ସବୁ କିଛିକୁ ମିଶାଇ କରି ଏକ ଆବଶ୍ୟକ ଯୋଗ୍ୟ ଆଇନ ଦିଗରେ ଆମେ ଆଗକୁ ପାଦ ବଢାଇ ପାରିବା । ସେହି ଦିଗରେ ଆମେ ପଦକ୍ଷେପ ଉଠାଇବା ଯାହାର ସକରାତ୍ମକ ଲାଭ ମିଳିଥାଏ । ତୃତୀୟରେ ମୁଁ ଦେଖିଲି କି ଏହି ସମସ୍ୟା ମୂଳରେ ଏକ ମଞ୍ଜି ରହିଛି । ତାହା ହେଉଛି ପକ୍ଷପାତିତା, ଆମେ ଯେତେବେଳେ ନିୟମ ତିଆରି କରୁ ସେଥିରେ କେଉଁଥିରେ ଅସ୍ପଷ୍ଟତା ରହିଯାଇଥାଏ । ତାହାର ଅର୍ଥ ଏହା ମଧ୍ୟ ହୋଇ ପାରେ, ଏହାର ଅର୍ଥ ଏହା ମଧ୍ୟ ହୋଇ ପାରେ । ପୁଣି ତ ତାହା ଦୁର୍ନୀତି ପାଇଁ ଦ୍ୱାର ଖୋଲି ଦେଇ ଥାଏ । ଆଉ ସେଇଥିପାଇଁ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ହେବା ଦରକାର । ପତ୍ୟେକଙ୍କ ବ୍ୟକ୍ତିଗତ ଇଚ୍ଛା ଆଧାରରେ ରାଷ୍ଟ୍ର ଚାଲିବା ଉଚିତ ନୁହେଁ । ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ଅଛି ତ, ଯଦି ଏବଂ କିନ୍ତୁ ପାଇଁ ବହୁତ ଗୁଡିଏ ସୀମା ଓ ମର୍ଯ୍ୟାଦା ଆସି ଯାଇ ଥାଏ । ଆଉ ଯେଉଁଠି ଯଦି ଏବଂ କିନ୍ତୁ ନ ଥିବ, ସେଠାରେ ପକ୍ଷପାତିତାର କୌଣସି ସମ୍ଭାବନା ନ ଥାଏ । କଳା ଧଳାରେ ଘରେ ବସି କହିପାରିବା ଏହା ହେଉଛି ମୋର ଅଧିକାର, ଇଏ ମୋ କାମ ନୁହେଁ ମୋତେ ମିଳିବ ନାହିଁ । ମୋର ଯିବାର କିଛି ଆବଶ୍ୟକତା ନାହିଁ । ଆଉ ଆମ ମଧ୍ୟରେ ଯାହାର ଅଗ୍ରାଧିକାର ଥିବ ତାହା ଆଡକୁ ଯିବ । ଯଦି ଆମେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ, ଏହା ଉପରେ ଯେତେ ଗୁରୁତ୍ୱ ଦେବା ସେତେ ବ୍ୟାଖ୍ୟା କରିବା ପାଇଁ କୌଣସି ଜଣେ ବ୍ୟକ୍ତି ହାତକୁ ଯିବ ନାହିଁ । ଆଇନ ନିଜେ କହୁଥିବ, ନିୟମ ନିଜେ କହୁଥବ, ବ୍ୟବସ୍ଥା ସ୍ୱୟଂ କହିବ, ଯାହାର ଅଧିକାରର ହେବ, ତାକୁ ତା’ ଅଧିକାର ମିଳିବ । ଆଉ ଏଥିପାଇଁ ଏହା ଆମର ଚେଷ୍ଟା ଯେ, ଆମର ସମସ୍ତ କଥା ନୀତି ଆଧାରରେ ହେଉ, କଳା ଧଳା ହେଉ ଏବଂ ଏଥିପାଇଁ କାହାକୁ ଏପଟ ସେପଟ କରିବାର ଅବକାଶ ନ ରହୁ । ଯଦି ଆମେ ଏହି କଥା ଉପରେ ଗୁରୁତ୍ୱ ଦେଉ ଥାଉ, ଏବଂ ଆଇନ ତିଆରି କରିବା ସମୟରେ ମଧ୍ୟ ଆମେ ଯେତେ ଅଧିକ ଲୋକଙ୍କ ବୁଦ୍ଧିକୁ ଉପଯୋଗ କରିବା ସେତେ ଅଧିକ ଭଲ ଆଇନ ହେବ । ଗୋପନୀୟତାର କିଛି ମାନେ ନ ଥାଏ । ସେହି ତିରିଶ ଦିନ ଚାଳିଶ ଦିନ ଭିତରେ ଧରିନିଅନ୍ତୁ ଯଦି ଅଇନ ଆଗରୁ ଜଣା ପଡିଯାଏ ଏଥିରେ କିଛି ବଡ଼…ହଁ ବଜେଟ-ବଜେଟ ଭଳି ପ୍ରାବଧାନ ରହିଥାଏ, ଯେଉଁଥିରେ ସମ୍ଭଳିବାକୁ ପଡିଥାଏ । ନଚେତ୍ କେହି ଧନୀ ଲୋକ ପହଞ୍ଚି ବଜାରକୁ ଯାଇ ନିଜର ଦୁନିଆ ତିଆରି କରିଦେବ । କିନ୍ତୁ ଯେଉଁ ଜିନିଷ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ଥିବ କିମ୍ବା କେଉଁ ନା କେଉଁ ରୂପରେ ଆଇନ ଭାବେ ପଡି ରହିଥିବ କିନ୍ତୁ ସୁଧାରର ଆବଶ୍ୟକତା ଥିବ । ଏହି ଜିନିଷ ତ ଏଭଳି ଯେଉଁଥିରେ ସମାଜର ସାଧାରଣ ମଣିଷକୁ ଯୋଡିବାରୁ ସେଥିରେ ଆହୁରି ତୀକ୍ଷ୍ଣତା ଆସିଥାଏ, ସଚେତନତା ଆସିଥାଏ ଆଉ ଅଧିକମାତ୍ରାରେ ତାହା ଉପଯୋଗୀ ସିଦ୍ଧ ହୋଇଥାଏ ଆଉ ସେହି ଦିଗରେ ମଧ୍ୟ ପ୍ରୟାସ କରିବା ଉଚିତ ।
ଟେକ୍ନୋଲଜି ବା ବୈଷୟିକ ଜ୍ଞାନର ଭରପୁର ଉପଯୋଗର ଅର୍ଥ ଏହା ନୁହେଁ କି ଖାଲି ଆଧାର କାର୍ଡ । ଆମେ ମାନି ନେବା ତନଖି ଫାଟକ ଯାଞ୍ଚ କରିବା ପାଇଁ ହୋଇଥାଏ । ଏବେ ବସ୍ତୁ ଓ ସେବା କର ବା GST କଥା କହିବା ସେ ମଧ୍ୟ ସଙ୍କଟରୁ ବାହାରି ଯିବ । ଦେଖନ୍ତୁ ଯେଉଁଠି ଯେଉଁଠି ତନଖି ଫାଟକରେ ସିସିଟିଭି କ୍ୟାମେରା ନେଟୱାର୍କ ରହିଛି ଓ କାର୍ଯ୍ୟକ୍ଷମ ଅଛି, କେବେ କେବେ ତ କ’ଣ ହୁଏ ନା ସିସିଟିଭି କ୍ୟାମେରା ନେଟୱାର୍କ ତ ଲାଗିଯାଏ । ତାହାକୁ ଲାଗାଇବାରେ ଇଚ୍ଛା ଶକ୍ତି ଥାଏ, କାହିଁକି ନା ତାହାର ବିଲ୍ ତିଆରି ହୁଏ । କିନ୍ତୁ ପୁଣି ନ ଚାଲିବାରେ ମଧ୍ୟ ଉଦ୍ଦେଶ୍ୟ ଥାଏ । ପ୍ରଥମେ ଲଗାଇବା କାମଟା ବଡ଼ ଖୁସିରେ ହୁଏ । ଫଳରେ କାମଟା ହୋଇଯାଏ । ପୁଣି ନ ଚାଲୁ ଫଳରେ କାମ ଚାଲୁ ରହୁ ଆଉ ତାର ପରିଣାମ କ’ଣ ହୁଏ । ଯେଉଁଠାରେ କାର୍ଯ୍ୟକ୍ଷମ ତନଖି ଫାଟକ ରହିଛି ତାହାର ଆୟ ଭଲ ହୁଏ । ଯେଉଁଠାରେ ତନଖି ଫାଟକ ରହିଛି ସିସିଟିଭି କ୍ୟାମେରା ରହିଛି, ଆପଣ ଅନୁଭବ କରିବେ ତହାର ଆୟରେ କେତେଗୁଣା ଫରକ ହୋଇଥାଏ, ଆଜ୍ଞା । ସେହି ଏକ ରାସ୍ତା ଥିବ ଗୋଟିଏ ପଟରେ ତନଖି ଫାଟକ ଥିବ, ଅନ୍ୟ ପଟେ ଆଉ ଏକ ତନଖି ଫାଟକ ଥିବ, ଯେଉଁ ଗାଡି ସେହି ପଟେ ଯାଇଥିଲା, ସେହିଗାଡି ଏଇ ପଟେ ଆସିଲା । କିନ୍ତୁ ତାର ଆୟ ଶହେ ଟଙ୍କା ତ, ଏହାର ଆୟ ପାଞ୍ଚଶହ ଟଙ୍କା । ଏହା ହିଁ ଅନ୍ତର ହୋଇଥାଏ । ଆମେ ଏହି ସବୁ ଜିନିଷକୁ କିପରି ଆଣିପାରିବା । ଟେକ୍ନୋଲଜି ବା ବୈଷୟିକ ଜ୍ଞାନର ଯେତେ ଅଧିକ ବ୍ୟବହାର କରିବା ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବ୍ୟବସ୍ଥା କରିବେ । ଅମେ ସଚେତନତା ଆଣି ପାରିବା ।

ଏହି କଥା ସତ ଯେ, ଆଇନର ଡର ଅଧିକାଂଶ ଲୋକଙ୍କୁ ନ ଥାଏ । ସରକାରରେ ମଧ୍ୟ କେହି ଜାଣିଥାଏ ନିଳମ୍ବିତ ହୋଇଯିବେ ତ, ଭାଇ କଥା କ’ଣ ଅଧା ତ ଆସିବାର କଥା ଆସିବ । ୫୦% ତ, ଆସିବ । ଆଉ ପରେ… ପ୍ରଥମେ ବିଭାଗୀୟ ତଦନ୍ତ ତ, ସେଥିରେ ସମ୍ଭାଳି ନେବୁ, ଆଉ ବିଭାଗୀୟ ତଦନ୍ତରୁ ବାହାରି ଆସିବା ପରେ, ପୁଣି ଫେରି ଆସିବୁ ତ, ଯେଉଁ ପୁରୁଣା ଅଟକି ରହିଥିବ ତାହା ମଧ୍ୟ ମିଳି ଯିବ । ଏଭଳି ବ୍ୟବସ୍ଥା ଗୁଡିକରେ ଗୋଟିଏ ଅନ୍ୟ ସହିତ ଯୋଡି ହୋଇ ରହିଛି, ଯେଉଁ କାରଣରୁ ଯିଏ ସଚ୍ଚୋଟ ପଣିଆ ସହ ଲଢେଇ ଲଢୁଛନ୍ତି, ସଚ୍ଚୋଟତାର ସହ କିଛି କରିବାକୁ ଚାହୁଁଥାଏ, ତାକୁ ଅଧିକ କଷ୍ଟ ହୋଇଥାଏ । ସେ ବ୍ୟବସ୍ଥାରେ ସମସ୍ତଙ୍କ ଚକ୍ଷୁଶୀଳ ହୋଇଥାଏ । ଇଏ କିଏ ବନ୍ଧୁ ଆମ ବିଭାଗକୁ ଆସିଗଲା । ତାଙ୍କୁ ତ କିଛି କରିବାର ନାହିଁ, ଆଉ ଆମକୁ ବଞ୍ଚିବାକୁ ଦେଉ ନାହିଁ । ଏହି ବିପଦ ଆସିଥାଏ । ଆଉ ସେହି ଅସୁବିଧା ଭୋଗୁଥିବା ବହୁତ ସରକାରୀ କର୍ମଚାରୀ ଅଛନ୍ତି । ୟାଙ୍କୁ ଏଇଥି ପାଇଁ କୌଣସି ଅସୁବିଧା ହୁଏ ନାହିଁ କି ଏମାନେ ବେଇମାନ । ତାଙ୍କୁ ଏଇଥି ପାଇଁ ଅସୁବିଧା ହୁଏ କି ସେମାନେ ସଚ୍ଚୋଟ ଅଟନ୍ତି । ତେବେ ସରକାରଙ୍କ କାମ ହୋଇଥାଏ କି ସଚ୍ଚୋଟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା । ସଚ୍ଚୋଟ ବ୍ୟକ୍ତିଙ୍କୁ ସେମାନଙ୍କର ଅଧିକାର ଦେବା । ଆଉ ଏହା ଉପରେ ଆମେ ଯେତେ ଗୁରୁତ୍ୱ ଦେବା ସ୍ୱଚ୍ଛତାର ସହ । ଆପଣ ଦେଖିବେ ସାଧାରଣ ମଣିଷ ବେଇମାନ ନୁହେଁ । ସାମାନ୍ୟ ସରକାରୀ କର୍ମଚାରୀ ବେଇମାନ ନୁହେଁ । ବହୁତ ବଡ଼ ବର୍ଗ ଅଛନ୍ତି, ଯେଉଁମାନେ ସଚ୍ଚୋଟତାର ସହ ନିଜ ଜୀବନ କାଟୁଛନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ପୁରା ବ୍ୟବସ୍ଥା ଏପରି ହୋଇଛି । ଆଉ ସାମାନ୍ୟ ମଣିଷକୁ ମଧ୍ୟ ଲାଗିଥାଏ କି ହୋଇ ପାରେ ମୋ କାମ ଏଇଥି ପାଇଁ ହେଲା ନାହିଁ କାରଣ ମୋର ଅଧିକାର ନ ଥିଲା । ଏଠାରେ ମୁଁ କାହାକୁ ପଇସା ଦେଲି ନାହିଁ । କିଛି ଲୋକ ତ ଏପରି ରହିଥାନ୍ତି । ବଜାରରେ ଥଳି ଧରି ବୁଲୁଥାନ୍ତି । ଆଛା, ଆଜ୍ଞା ତୁମର ସାକ୍ଷାତକାର ଅଛି, ପଚାଶ ହଜାର ଟଙ୍କାରେ ଚାକିରି ହୋଇଯିବ । ଆଉ ଏପରି ସଚ୍ଚୋଟ ହୋଇଥାନ୍ତି, ସାହେବ ଚାକିରି ଦେଇ ପାରିବୁ ନାହିଁ ତ ପଚାଶ ହଜାର ଫେରାଇ ଦେବୁ । ଏବେ ଶହେ ଲୋକ ମାନଙ୍କ ମଧ୍ୟରୁ ପାଞ୍ଚଜଣ ଲୋକଙ୍କୁ ନେବାର ଅଛି । କେହି ପାଞ୍ଚ ଜଣଙ୍କର ତ ନିଶ୍ଚୟ ହେବାର ଥିବ ହେବ । ସେହି ପାଞ୍ଚ ଜଣଙ୍କ ଠାରୁ ତ ପଚାଶ-ପଚାଶ ହଜାର ଟଙ୍କା ତା ପାଖକୁ ଚାଲି ଆସିଲା । ବାକି ୯୫ ଜଣଙ୍କୁ ଫେରାଇ ଦେଲା । ସଚ୍ଚୋଟତାର ଠିକାଦାରୀ ଚାଲୁ ରହିଲା, ଆଜ୍ଞା । ଏହିଭଳି କାରବାର ଦେଶର ବିନାଶ କରି ଚାଲିଛି ।

ଆଉ ଏଇଥିପାଇଁ କଠିନ ଆଇନ ରହିଛି, ମୁଁ ଜାଣିଛି । କିନ୍ତୁ ଚେଷ୍ଟା କରି ଚାଲିବା ଉଚିତ । ଏଭଳି ବହୁତ କଥା ଯାହା ଆମ ଦୃଷ୍ଟିକୁ ଆସୁ ନଥିବ, ଆରେ ବନ୍ଧୁ କେମିତି ହୋଇଥିବ, କ’ଣ କାମ କରୁଥିବ, କାହାକୁ ଖବର ନଥିବ । କିନ୍ତୁ ଆମେ ଯଦି ପ୍ରତ୍ୟେକ ସ୍ତରରେ ଜାଗ୍ରତ ରହିବା,ପ୍ରତ୍ୟେକ ସ୍ତରରେ ଆମ ନିଜର ସକରାତ୍ମକ ଭୁମିକା ତୁଲାଇବାକୁ ପ୍ରୟାସ ରହିବ । ତ, କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଆଜି ମଧ୍ୟ ଦୁନିଆରେ ସଚ୍ଚୋଟ ଦେଶ ରହିଛି, ତ ହିନ୍ଦୁସ୍ଥାନ କାହିଁକି ହୋଇ ନ ପାରିବ । ଏହା ଠିକ୍ ଯେ ଏବେ ସିଭିସି ବା କେନ୍ଦ୍ରୀୟ ସତର୍କତା ଆୟୋଗ କହୁଥିଲେ ପ୍ରଥମେ ପ୍ରାୟ ଶହେ ନମ୍ବରରେ ପାଶ୍ କରୁଥିଲେ, ଏବେ ପ୍ରାୟ ୭୬ ନମ୍ବର ରେ ପାଶ୍ ହୋଇ ଯାଉଛନ୍ତି । ଉନ୍ନତି ହୋଇଛି । କିନ୍ତୁ ଏତେ ଉନ୍ନତି ପରେ ମଧ୍ୟ ଆମକୁ ସନ୍ତୋଷ ନ ହେବା ଉଚିତ । ଆହୁରି ଅଧିକ ଉନ୍ନତି ପାଇଁ, ଆହୁରି ଅଧିକ ସତର୍କତା ରାସ୍ତାରେ ଯିବାକୁ ହେବ । ଆଉ ସେତେବେଲେ ଯାଇ ଆମେ ଭଲ ପରିଣାମ ଦେଇ ପାରିବା ।
ଏହା ହେଉଛି ସରକାରଙ୍କର ଅଭିପ୍ରାୟ ଯେ, ଏହିଭଳି ଶକ୍ତିଗୁଡିକୁ ବଳ ଦେବା, ସରକାରଙ୍କର ଅଭିପ୍ରାୟ ଯେ, ସାଧାରଣ ନାଗରିକମାନଙ୍କୁ ଆଉ ଆପଣ କେବେ ସାଧାରଣ ନାଗରିକଙ୍କୁ ଅସୁବିଧା ହେବ ତ ସହି ଯିବାକୁ ପ୍ରସ୍ତୁତ ଅଛି । ଚିତ୍କାର କରିଲା ବାଲା କିଛି ଲୋକ ମଧ୍ୟ ଅଛନ୍ତି ଆଜ୍ଞା, ଯାହାଙ୍କ ପାଦ ତଳକୁ ପାଣି ଆସିଥାଏ ସେହିମାନେ ହୋ-ହାଲ୍ଳା କରିଥାନ୍ତି । ଫଳରେ ସାଧାରଣ ମଣିଷ ଭଲ ଜିନିଷ ସହିତ ଚାଲିବାକୁ ପ୍ରସ୍ତୁତ ହୋଇଥାନ୍ତି । ଆମେ ସେହି ସାଧାରଣ ନାଗରିକ ଆଡକୁ ଦେଖିକରି ଚାଲିବା । ତ, ଭଲ ଜିନିଷ ବାହାରି ଆସିବାର ଶକ୍ତି ମିଳିବ । ସମାଜର ମଧ୍ୟ ସହଯୋଗ ମିଳିବ । ଆଉ ସମାଜର ସହଯୋଗ ମିଳିବ ତ ପରିଣାମ ମଧ୍ୟ ଭଲ ମିଳିବ ।

ମୁଁ ପୁଣି ଥରେ ଜନ ସହଯୋଗ ସହିତ ସତର୍କତା ଅଭିଯାନକୁ ଆଗକୁ ବଢାଇବାର ଏହି ପ୍ରୟାସ କରୁଥିବା ପୁରା ଟିମ୍ କୁ ଅଭିନନ୍ଦନ ଦେଉଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଉ ମୋର ବିଶ୍ୱାସ ଅଛି ଯେ ସପ୍ତାହକର ପ୍ରଚେଷ୍ଟା ଲକ୍ଷ ଲକ୍ଷ ଲୋକଙ୍କୁ ଆପଣଙ୍କ ସହିତ ଯୋଡିବାର କାମରେ ଆସିଛି ଏବଂ ଏବେ ଆପଣ ତିନି ନୁହେଁ ଲକ୍ଷ ଲକ୍ଷ ଲୋକ ଆପଣଙ୍କ ସହିତ ଯୋଡି ହୋଇ ଯାଇଛନ୍ତି । ଆଉ ଭଲ ପରିଣାମ ପାଇଁ ଏକ ସମ୍ଭାବନାକୁ ଜନ୍ମ ଦେଇଛନ୍ତି ।

ମୋର ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ ।