Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୂରସଞ୍ଚାର ସେବା କ୍ଷେତ୍ରରେ ଆର୍ଥିକ ସଙ୍କଟକୁ ଦୂର କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଦୂରସଞ୍ଚାର ସେବା କ୍ଷେତ୍ରରେ ଦେଖାଦେଇଥିବା ଆର୍ଥିକ ସଙ୍କଟକୁ ନିମ୍ନଲିଖିତ ଉପାୟରେ ହ୍ରାସ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଦୂରସଞ୍ଚାର ବିଭାଗ ଏହି ଉପାୟ ଅନ୍ତର୍ଗତ ଦୂରସଞ୍ଚାର ସେବା ପ୍ରଦାନକାରୀ (ଟିଏସପି)ମାନଙ୍କୁ 2020-21 ଓ 2021-22 ଆର୍ଥିକ ବର୍ଷ ଲାଗି ସ୍ପେକ୍ଟ୍ରମ ନିଲାମିର ବକେୟା କିସ୍ତି ପରିଶୋଧକୁ ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ସ୍ଥଗିତ କରିବା ଲାଗି ବିକଳ୍ପ ଦିଆଯିବ । ଟିଏସପି ଏହି ସ୍ଥଗିତ ଅର୍ଥ ରାଶିକୁ ପୁରୁଣା ଦେୟ ପଇଠ କରିପାରିବେ । ତେବେ ସମ୍ପୃକ୍ତ ସ୍ପେକ୍ଟ୍ରମ ନିଲାମି କରିବା ସମୟରେ ଯାହା ସୁଧ ହେବ ତାହାର ପରିଶୋଧ କରିବାକୁ ପଡିବ, ଫଳରେ ଏନପିଭିକୁ ସଂରକ୍ଷିତ ରଖାଯାଇପାରିବ ।

ସ୍ପେକ୍ଟ୍ରମ ନିଲାମି ସହ ଜଡିତ କିସ୍ତି ଆଦାୟକୁ ସ୍ଥଗିତ ରଖାଯିବା ଦ୍ଵାରା ସଙ୍କଟଗ୍ରସ୍ତ ଟିଏସପି ନିକଟରେ ନଗଦ ପ୍ରବାହ ଉପଲବ୍ଧ ରହିବ ଏବଂ ସେମାନଙ୍କୁ ବୈଧାନିକ ଦେୟ ସହିତ ବ୍ୟାଙ୍କ ଋଣ ଉପରେ ସୁଧ ପଇଠ କରିବାରେ ମଧ୍ୟ ସୁବିଧା ମିଳିବ । ଏହାଛଡା ଟିଏସପିର ପରିଚାଳନା ଜାରି ରହିବା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । କେବଳ ସେତିକି ନୁହେଁ, ଟିଏସପିର ଆର୍ଥିକ ସ୍ଥିତି ଉନ୍ନତ ରହିବା ଫଳରେ ଉପଭୋକ୍ତାମାନଙ୍କୁ ଦିଆଯାଉଥିବା ସେବାର ଗୁଣବତ୍ତା ବଜାୟ ରଖିବା ମଧ୍ୟ ସହଜ ହେବ ।

ସ୍ପେକ୍ଟ୍ରମ ନିଲାମିର କିସ୍ତି ଆଦାୟକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନିଷ୍ପତ୍ତି 15 ଦିନ ମଧ୍ୟରେ ଲାଗୁ କରିଦିଆଯିବ । ଦୂରସଞ୍ଚାର ମନ୍ତ୍ରୀଙ୍କ ମଞ୍ଜୁରି ମିଳିବା ପରେ ଲାଇସେନ୍ସରେ ସଂଶୋଧନକୁ ଅତିଶୀଘ୍ର ଜାରି କରିଦିଆଯିବ ।

******