ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ଥାନପୂରଣ ବିଧେୟକରେ କରାଯାଇଥିବା ପରିବର୍ତ୍ତନକୁ ପିଛିଲା ଭାବେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ବିଧେୟକ ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ସଂଶୋଧନ) ବିଧେୟକ 2017ର ସ୍ଥାନ ନେଇଛି ଏବଂ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ) ଅଧିନିୟମ, 2018ରୂପରେ ସଂସଦ ଦ୍ୱାରା ପାରିତ କରାଯାଇଛି ।
ଏହି ସଂଶୋଧନ ସ୍ପଷ୍ଟତା ଆଣିବା ସହ ଦେବାଳିଆ କର୍ପୋରେଟ ବ୍ୟକ୍ତିଙ୍କ ସମାଧାନ ପ୍ରକ୍ରିୟାରେ ଅଣଉଦ୍ଦେଶ୍ୟ ସମ୍ପନ୍ନ ବ୍ୟକ୍ତିଙ୍କୁ ସାମିଲ କରିବ ନାହିଁ ଏବଂ ଯେଉଁ ବ୍ୟକ୍ତିଙ୍କ ଏକାଉଣ୍ଟ ଅଣଉତ୍ପାଦକ ସମ୍ପତ୍ତି(ଏନପିଏ) ରୂପରେ ବର୍ଗୀକୃତ ହୋଇଛି ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ସୁନିଶ୍ଚିତ କରିବ ।