ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି। ଦେଢ଼ ବର୍ଷର ବ୍ୟବଧାନ ପରେ କରତାରପୁର ସାହିବ କରିଡର ପୁଣିଥରେ ଖୋଲିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ପାଞ୍ଚ ଦଶନ୍ଧିର ସାର୍ବଜନୀନ ଜୀବନରେ ମୁଁ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଛି। ଏହି କାରଣରୁ 2014ରେ ମୋତେ ଯେତେବେଳେ ଦେଶରେ ପ୍ରଧାନସେବକ ଭାବେ ଦେଶସେବା କରିବାର ସୁଯୋଗ ମିଳିଲା, ଆମେ କୃଷି ବିକାଶ ଏବଂ କୃଷକଙ୍କ କଲ୍ୟାଣ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି, ଆମେ ବିହନ, ବୀମା, ବଜାର ଓ ସଞ୍ଚୟ, ଏସବୁ ଉପରେ ଚତୁର୍ଦ୍ଦିଗରୁ ପ୍ରୟାସ କଲୁ। ସରକାର ଉନ୍ନତ କିସମର ବିହନ ସହିତ ଚାଷୀମାନଙ୍କୁ ନିମ୍ବ ମିଶ୍ରିତ ୟୁରିୟା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ଯୋଡ଼ିଲେ।
ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମ ବଳରେ ଉତ୍ପାଦନ କରିଥିବା ଫସଲର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ଅନେକଗୁଡ଼ିଏ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶ ନିଜର ଗ୍ରାମୀଣ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ସେ କହିଥିଲେ। “ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି,” ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳିପାରୁ। ଶ୍ରୀ ମୋଦୀ କହିଥିଲେ, ଦୀର୍ଘ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର ଚାଷୀ ସଂଗଠନ ଲଗାତାର ଏହି ଦାବି କରି ଆସୁଥିଲେ। ପୂର୍ବରୁ ଅନ୍ୟ ସରକାରମାନେ ଏ ସମ୍ପର୍କରେ ମାନସମନ୍ଥନ କରିଥିଲେ। ଏଥର ମଧ୍ୟ ସଂସଦରେ ଆଲୋଚନା ହେଲା, ମାନସମନ୍ଥନ ହେଲା ଏବଂ ଏହି ଆଇନ ଆସିଲା। ଦେଶର କୋଣଅନୁକୋଣରେ କୋଟି କୋଟି ଚାଷୀ, ଅନେକ ଚାଷୀ ସଂଗଠନ, ଏହାକୁ ସ୍ୱାଗତ କଲେ, ସମର୍ଥନ କରିଥିଲେ। ଆଇନକୁ ସମର୍ଥନ କରିଥିବା ସଂଗଠନ, ଚାଷୀ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି ଆଇନ ସରକାର ଆଣିଥିଲେ। ସେ ଆହୁରି କହିଥିଲେ ଯେ, କିନ୍ତୁ ଏତେ ପବିତ୍ର କଥା, ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ଚାଷୀଙ୍କ ହିତର କଥାକୁ, ଆମେ ଅନେକ ପ୍ରୟାସ ସତ୍ତ୍ୱେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ଗୁରୁତ୍ୱ ବୁଝାଇବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ, ଏକଥା କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି ଚାଷୀ ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଦେବୁ।
ପବିତ୍ର ଗୁରୁପରବର ଭାବନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ପରସ୍ପରକୁ ଦୋଷ ଦେବାରେ ଲିପ୍ତ ନରହି ଚାଷୀଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବା ଉଚିତ୍। କୃଷି କ୍ଷେତ୍ରରେ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଶୂନ୍ୟ ବଜେଟ୍ ଆଧାରିତ କୃଷି, ଦେଶର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଫସଲର ପଦ୍ଧତିକୁ ବଦଳାଇବା, ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଲାଗି ଏକ କମିଟି ଗଠନ କରିବା ନିମନ୍ତେ ସେ ଘୋଷଣା କରିଥିଲେ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ମାନେ ସାମିଲ ରହିବେ।
ଆମ ସରକାର, ଚାଷୀଙ୍କ କଲ୍ୟାଣ ଲାଗି, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ, ଦେଶର କୃଷି ଜଗତର ହିତ, ଦେଶର ହିତ, ଗାଁର ଗରିବମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଲାଗି, ସମ୍ପୂର୍ଣ୍ଣ ସତ୍ୟ ନିଷ୍ଠା ସହିତ, ଚାଷୀଙ୍କ ପ୍ରତି ସମର୍ପଣ ଭାବ ନେଇ, ସଚ୍ଚୋଟ ଉଦ୍ଦେଶ୍ୟ ସହିତ ଏସବୁ ଆଇନ ଆଣିଥିଲେ@PMOIndia @dpradhanbjp https://t.co/NbRRIBfMS9
— PIB in Odisha (@PIBBhubaneswar) November 19, 2021
କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳୁ@PMOIndia @dpradhanbjp https://t.co/CzuOE7nPvC
— PIB in Odisha (@PIBBhubaneswar) November 19, 2021
ଆଜି ମୁଁ ଆପଣଙ୍କୁ, ସମଗ୍ର ଦେଶକୁ, ଏହା କହିବାକୁ ଆସିଛି, ଆମେ ତିନୋଟି କୃଷି ନିୟମ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ।
ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ ଆମେ ଏହି ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରିବୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ@PMOIndia
— PIB in Odisha (@PIBBhubaneswar) November 19, 2021
********
P.S.
Addressing the nation. https://t.co/daWYidw609
— Narendra Modi (@narendramodi) November 19, 2021
आज गुरु नानक देव जी का पवित्र प्रकाश पर्व है।
— PMO India (@PMOIndia) November 19, 2021
मैं विश्वभर में सभी लोगों को और सभी देशवासियों को हार्दिक बधाई देता हूं: PM @narendramodi
ये भी बहुत सुखद है, कि डेढ़ साल के अंतराल के बाद करतारपुर साबिह कॉरिडोर अब फिर से खुल गया है: PM @narendramodi
— PMO India (@PMOIndia) November 19, 2021
अपने पांच दशक के जीवन में किसानों की चुनौतियों को बहुत करीब से देखा है जब देश हमें 2014 में प्रधानसेवक के रूप में सेवा का अवसर दिया तो हमने कृषि विकास, किसान कल्याण को सर्वोच्च प्राथमिकता दी: PM @narendramodi
— PMO India (@PMOIndia) November 19, 2021
देश के छोटे किसानों की चुनौतियों को दूर करने के लिए, हमने बीज, बीमा, बाजार और बचत, इन सभी पर चौतरफा काम किया।
— PMO India (@PMOIndia) November 19, 2021
सरकार ने अच्छी क्वालिटी के बीज के साथ ही किसानों को नीम कोटेड यूरिया, सॉयल हेल्थ कार्ड, माइक्रो इरिगेशन जैसी सुविधाओं से भी जोड़ा: PM @narendramodi
किसानों को उनकी मेहनत के बदले उपज की सही कीमत मिले, इसके लिए भी अनेक कदम उठाए गए।
— PMO India (@PMOIndia) November 19, 2021
देश ने अपने Rural market infrastructure को मजबूत किया: PM @narendramodi
हमने MSP तो बढ़ाई ही, साथ ही साथ रिकॉर्ड सरकारी खरीद केंद्र भी बनाए।
— PMO India (@PMOIndia) November 19, 2021
हमारी सरकार द्वारा की गई उपज की खरीद ने पिछले कई दशकों के रिकॉर्ड तोड़ दिए हैं: PM @narendramodi
किसानों की स्थिति को सुधारने के इसी महाअभियान में देश में तीन कृषि कानून लाए गए थे।
— PMO India (@PMOIndia) November 19, 2021
मकसद ये था कि देश के किसानों को, खासकर छोटे किसानों को, और ताकत मिले, उन्हें अपनी उपज की सही कीमत और उपज बेचने के लिए ज्यादा से ज्यादा विकल्प मिले: PM @narendramodi
बरसों से ये मांग देश के किसान, देश के कृषि विशेषज्ञ, देश के किसान संगठन लगातार कर रहे थे।
— PMO India (@PMOIndia) November 19, 2021
पहले भी कई सरकारों ने इस पर मंथन किया था।
इस बार भी संसद में चर्चा हुई, मंथन हुआ और ये कानून लाए गए: PM @narendramodi
देश के कोने-कोने में कोटि-कोटि किसानों ने, अनेक किसान संगठनों ने, इसका स्वागत किया, समर्थन किया।
— PMO India (@PMOIndia) November 19, 2021
मैं आज उन सभी का बहुत आभारी हूं: PM @narendramodi
हमारी सरकार, किसानों के कल्याण के लिए, खासकर छोटे किसानों के कल्याण के लिए, देश के कृषि जगत के हित में, देश के हित में, गांव गरीब के उज्जवल भविष्य के लिए, पूरी सत्य निष्ठा से, किसानों के प्रति समर्पण भाव से, नेक नीयत से ये कानून लेकर आई थी: PM @narendramodi
— PMO India (@PMOIndia) November 19, 2021
लेकिन इतनी पवित्र बात, पूर्ण रूप से शुद्ध, किसानों के हित की बात, हम अपने प्रयासों के बावजूद कुछ किसानों को समझा नहीं पाए।
— PMO India (@PMOIndia) November 19, 2021
कृषि अर्थशास्त्रियों ने, वैज्ञानिकों ने, प्रगतिशील किसानों ने भी उन्हें कृषि कानूनों के महत्व को समझाने का भरपूर प्रयास किया: PM @narendramodi
आज मैं आपको, पूरे देश को, ये बताने आया हूं कि हमने तीनों कृषि कानूनों को वापस लेने का निर्णय लिया है।
— PMO India (@PMOIndia) November 19, 2021
इस महीने के अंत में शुरू होने जा रहे संसद सत्र में, हम इन तीनों कृषि कानूनों को Repeal करने की संवैधानिक प्रक्रिया को पूरा कर देंगे: PM @narendramodi
आज ही सरकार ने कृषि क्षेत्र से जुड़ा एक और अहम फैसला लिया है।
— PMO India (@PMOIndia) November 19, 2021
जीरो बजट खेती यानि प्राकृतिक खेती को बढ़ावा देने के लिए,
देश की बदलती आवश्यकताओं को ध्यान में रखकर क्रॉप पैटर्न को वैज्ञानिक तरीके से बदलने के लिए - PM @narendramodi (1/2)
एमएसपी को और अधिक प्रभावी और पारदर्शी बनाने के लिए,
— PMO India (@PMOIndia) November 19, 2021
ऐसे सभी विषयों पर, भविष्य को ध्यान में रखते हुए, निर्णय लेने के लिए, एक कमेटी का गठन किया जाएगा।
इस कमेटी में केंद्र सरकार, राज्य सरकारों के प्रतिनिधि होंगे, किसान होंगे, कृषि वैज्ञानिक होंगे, कृषि अर्थशास्त्री होंगे: PM (2/2)