Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ଆଶା, ଏଏନଏମ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଭିଡିଓ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ଆପଣମାନେ ସମସ୍ତଙ୍କ ସହିତ ଏକସଂଗେ ସିଧାସଳଖ ଆଲୋଚନା କରିବା ଲାଗି ଏହା ପ୍ରଥମ ପ୍ରୟାସ ଅଟେ । ଏବଂ ମୁଁ ଜାଣିବାକୁ ପାଇଛି ଯେ ଦେଶର ପାଖାପାଖି ପ୍ରତ୍ୟେକ ବ୍ଲକରୁ ଆପଣମାନେ ସିଧାସଳଖ ଏହି ବାର୍ତ୍ତାଳାପ ସହିତ ଯୋଡ଼ି ହୋଇଛନ୍ତି । ଆଶା ହୁଅନ୍ତୁ, ଅଙ୍ଗନୱାଡ଼ି କର୍ମୀ ହୁଅନ୍ତ କିମ୍ବା ପୁଣି ଏଏନଏମ ଆପଣମାନେ ସମସ୍ତେ ରାଷ୍ଟ୍ର ନିର୍ମାଣର ଅଗ୍ରଣୀ ସିପାହୀ ଅଟନ୍ତି । ଆପଣମାନଙ୍କ ବିନା ଦେଶରେ ସୁସ୍ଥ ମାତୃତ୍ୱର ପରିକଳ୍ପନା ମଧ୍ୟ କଷ୍ଟକର । ମୁଁ ଆନନ୍ଦିତ ଯେ ଆପଣମାନେ ସମସ୍ତେ ଦେଶର ମୂଳଦୂଆକୁ, ଦେଶର ଭବିଷ୍ୟତକୁ ମଜଭୂତ କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଦେଶର ପ୍ରତ୍ୟେକ ମାତା, ପ୍ରତ୍ୟେକ ଶିଶୁର ସୁରକ୍ଷା ଘେରକୁ ସୁଦୃଢ଼ କରିବାର ଉତ୍ତରଦାୟିତ୍ୱ ଆପଣମାନେ ସମସ୍ତେ ନିଜ କାନ୍ଧରେ ଉଠାଇଛନ୍ତି । ସୁରକ୍ଷାର ଏହି ପରିଧିର ତିନୋଟି ଦିଗ ରହିଛି । ପ୍ରଥମ ହେଉଛି ପୁଷ୍ଟିସାଧନ ଅର୍ଥାତ ଖାଦ୍ୟ-ପେୟ, ଦ୍ୱିତୀୟରେ ଟିକାକରଣ ଏବଂ ତୃତୀୟରେ ସ୍ୱଚ୍ଛତା । ଏପରି ନୁହେଁ ଯେ ପୂର୍ବରୁ ଲୋକମାନେ ଏ ବିଷୟରେ ଜାଣିନଥିଲେ କିମ୍ବା ପୂର୍ବରୁ ଯୋଜନା ହୋଇନଥିଲା ।

ଏହି ସମସ୍ତ ଦିଗକୁ ନେଇ ସ୍ୱାଧୀନତା ପରଠାରୁ ଅନେକ କାର୍ଯ୍ୟକ୍ରମ ଚାଲିଛି, କିନ୍ତୁ ଖୁବ କମ ସଫଳତା ମିଳିଛି । ଆମ ଠାରୁ କମ ବିକଶିତ, କମ ସମ୍ବଳସମ୍ପନ୍ନ, ଛୋଟ ଛୋଟ ଦେଶ ମଧ୍ୟ ଏ ବିଷୟରେ ଅନେକ ଗୁଣ ଆଗକୁ ଯାଇସାରିଛନ୍ତି । ବହୁତ କିଛି ଉନ୍ନତି ହାସଲ କରିଛନ୍ତି । ଏପରି ସ୍ଥିତିରୁ ବାହାରକୁ ବାରିବା ଲାଗି 2014 ପରଠାରୁ ଏକ ନୂଆ ରଣନୀତି ସହିତ ଆମେ କାମ କରିବା ଆରମ୍ଭ କରିଛୁ ।

ଆପଣମାନେ ସମସ୍ତେ ଭଲଭାବେ ମିଶନ ଇନ୍ଦ୍ରଧନୁଷ ବିଷୟରେ ଜାଣନ୍ତି । ଏହି ମିଶନ ଇନ୍ଦ୍ରଧନୁଷ ଅନ୍ତର୍ଗତ ଦେଶର ଟିକାକରଣ ଅଭିଯାନକୁ ଦୂରବର୍ତ୍ତୀ ଏବଂ ପଛୁଆ ଇଲାକାରେ ଆମର ଯେଉଁ ଛୋଟ ଛୋଟ ଶିଶୁ ଅଛନ୍ତି, ସେମାନଙ୍କ ନିକଟରେ ପହଁଚାଇବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଆପଣମାନେ ସମସ୍ତେ ଏହି ମିଶନକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଛନ୍ତି ଏବଂ ଦେଶର ତିନି କୋଟିରୁ ଅଧିକ ଶିଶୁ ଏବଂ 85 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଇଛନ୍ତି । ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ଭାରତର କର୍ମୀ ଭଲ ଭାବେ ଜାଣନ୍ତି ଯେ ଏନସେଫାଲାଇଟ୍ସ କିପରି ଆମର ଶିଶୁଙ୍କ ପାଇଁ ବିପଜ୍ଜନକ ହୋଇଆସିଛି । ଏପରି ଗୁରୁତର ରୋଗ ବିରୋଧରେ ଲଢ଼େଇ ଲାଗି ସମ୍ପୂର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମରେ ଜାପାନୀ ଏନସେଫାଲାଇଟ୍ସର ଟିକା ସହିତ ଆମେ 5ଟି ନୂଆ ଟିକା ଯୋଡ଼ିଛୁ ।

ସେହିପରି ଦୁଇ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ମଧ୍ୟ ଆପଣମାନଙ୍କ ଯୋଗଦାନ ଖୁବ ଗୁରୁତ୍ୱପୂର୍ଣ୍ଣ ଥିଲା । ଆପଣମାନେ ସମସ୍ତେ ମୋର ସାଥୀ । ପୂର୍ବ କାଳରେ କୁହାଯାଉଥିଲା ଯେ ଭଗବାନଙ୍କ ହଜାର ହାତ ଅଛି । ଏମିତି କଣ 1 ହଜାର ବାହୁ ଲଗାଯାଇଥିଲା । ଏହାର ଅର୍ଥ ଥିଲା ଯେ ତାଙ୍କର ଦଳରେ ଏପରି 500 ଲୋକ ଥିଲେ ଯେଉଁମାନଙ୍କର ବାହୁ ସମସ୍ତଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସହିତ ରହିଥାଏ । ଆଜି ଦେଶର ପ୍ରଧାନମନ୍ତ୍ରୀ କହିପାରିବେ ଯେ ତାଙ୍କର ସହସ୍ର ବାହୁ ନୁହେଁ ଲକ୍ଷ ଲକ୍ଷ ବାହୁ ରହିଛି । ଏବଂ ଏହି ବାହୁ ଆପଣମାନେ ମୋତେ ଦେଇଛନ୍ତି ।

ସାଥୀଗଣ ସ୍ୱାସ୍ଥ୍ୟର ସିଧା ସମ୍ପର୍କ ପୋଷଣ ସହିତ ରହିଛି ଏବଂ ପୁଷ୍ଟିସାଧନ ମଧ୍ୟ ଆମେ କଣ ଖାଇବା? କିପରି ଖାଇବା? କେବଳ ଏତିକିରେ ସୀମିତ ନାହିଁ । ସ୍ୱଚ୍ଛତା ହେଉ, ଟିକାକରଣ ହେଉ, ଆପଣମାନେ ବୋଧହୁଏ ଆଶ୍ଚର୍ଯ୍ୟ ହେବେ, କମ ବୟସରେ ବିବାହ ମଧ୍ୟ ଏହି ସମସ୍ୟାର ଏକ ବହୁତ ବଡ଼ କାରଣ ଅଟେ । ସବୁ ବୟସରେ ବିବାହ ହେଉ । ମାହେବାର ମଧ୍ୟ ସଠିକ ବୟସ ରହିବା ଉଚିତ ଯଦି ଠିକ ସମୟ ପୂର୍ବରୁ ଗର୍ଭବତୀ ହେବାର ଅର୍ଥ ମାର ସ୍ୱାସ୍ଥ୍ୟ ଏବଂ ଶିଶୁର ସ୍ୱାସ୍ଥ୍ୟ ଉଭୟ ଉପରେ ସଂକଟ ରହିଥାଏ ଏବଂ ସାରା ଜୀବନ ଦୁହେଁ ବଢ଼ିନଥାନ୍ତି ।

ଖାଇବା ପୂର୍ବରୁ ଏବଂ ଖାଇବା ପରେ ହାତ କିପରି ଧୋଇବା? ଏପରି ଅନେକ ଦିଗ ମଧ୍ୟ ପୁଷ୍ଟିସାଧନ ସହିତ ଯୋଡ଼ି ହୋଇ ରହିଛି । ଏହାକୁ ଧ୍ୟାନରେ ରଖି ଚଳିତ ବର୍ଷ ରାଜସ୍ଥାନର ଝୁଝୁନଠାରୁ ସାରା ଦେଶରେ ଜାତୀୟ ପୁଷ୍ଟିସାଧନ ମିଶନର ଆରମ୍ଭ କରାଯାଇଛି । ଏହା ବହୁତ ବଡ଼ ମହତ୍ୱାକାଂକ୍ଷୀ ଅଭିଯାନ ଅଟେ । ଆହ୍ୱାନ ବଡ଼ ଅଟେ କିନ୍ତୁ ଏହି ଆହ୍ୱାନ ମୁଁ ମୋ ବଳରେ ନେଇନାହିଁ । ଏହି ଆହ୍ୱାନ ମୁଁ ଆପଣମାନଙ୍କ ଭରସାରେ ନେଇଛି, ଆପଣମାନେ କରି ଦେଖାଇଛନ୍ତି ଏବଂ ଏବେ ଆପଣମାନେ କରି ଦେଖାଇବେ । ଏହି ବିଶ୍ୱାସ କାରଣୁ ଏତେ ବଡ଼ ଆହ୍ୱାନକୁ ଆମେ ହାତକୁ ନେଇଛୁ । ଯଦି ଆମେ କେବଳ ପୁଷ୍ଟିସାଧନର ଅଭିଯାନକୁ ପ୍ରତ୍ୟେକ ମା’, ପ୍ରତ୍ୟେକ ଶିଶୁ ପର୍ଯ୍ୟନ୍ତ ପହଁଚାଇବାରେ ସଫଳ ହେବା ତଲକ୍ଷ ଲକ୍ଷ ଜୀବନ ବଂଚିଯିବ । ଦେଶର ବିକାଶକୁ ନୂଆ ଗତି ମିଳିବ ।

 

ବେଳେ ବେଳେ ଆମେ ଶୁଣିଥାଉ ଯେ ପାଣିରେ କେହି ବୁଡ଼ିଯାଉଥିଲେ କେହି ବଂଚାଇ ଦେଲେ । ତସେହି ଗ୍ରାମରେ ସାରା ଜୀବନ ତାଙ୍କ ନାମର ଚର୍ଚ୍ଚା କାହିଁକି ହୋଇଥାଏ? ସେ କାହାର ଜୀବନ ବଂଚାଇଛନ୍ତି । ରେଳ ଧାରଣାରେ କେହି ମୃତ୍ୟୁବରଣ କରିବାକୁ ଯାଉଥିଲା କିନ୍ତୁ କେହି ତାକୁ ବଂଚାଇ ଦେଲା ତସାରା ଦୁନିଆର ଟିଭିରେ ଏହାକୁ ଦେଖାଇଥାଏ ଯେ ଦେଖ କେମିତି ସେ ଜୀବନ ରକ୍ଷକା କଲା । କିନ୍ତୁ ଆପଣମାନେ ତସେହି ଲୋକ ଅଟନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ନିଜ ପରିଶ୍ରମରେ, ନିଜ ତ୍ୟାଗ ଏବଂ ତପସ୍ୟାରେ ଅନେକ ଛୋଟ ଛୋଟ କୋମଳ ଶିଶୁଙ୍କ ଜୀବନ ବଂଚାଉଛନ୍ତି । ଜଣେ ଡାକ୍ତର ନିଜ ସାରା ଜୀବନରେ ଯେତିକି ଜୀବନ ବଂଚାଇଥାନ୍ତି । ବେଳେ ବେଳେ ଲାଗେ ଆପଣମାନେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆପଣମାନେ ଛୋଟ ଛୋଟ କାମ ଦ୍ୱାରା ସେମାନଙ୍କ ଠାରୁ ମଧ୍ୟ ଅଧିକ ଜୀବନ ବଂଚାଇଦେଉଛନ୍ତି ।

ଦେଶରେ ଚାଲିଥିବା ପୁଷ୍ଟିସାଧନ ମାସକୁ ସଫଳ କରିବାରେ ଲାଗିଥିବା ଆପଣମାନେ ସମସ୍ତେ 24 ଲକ୍ଷରୁ ଅଧିକ କର୍ମୀମାନଙ୍କୁ ଆପଣମାନଙ୍କ ଏହି ଯୋଗଦାନ ଲାଗି, ଆପଣମାନଙ୍କ ଏହି ଏକନିଷ୍ଠ କାର୍ଯ୍ୟ ଲାଗି ରାତି-ଦିନ ଏହି ଲୋକାମାନଙ୍କ ଜୀବନ ବଂଚାଇବାରେ ଲାଗି ରହିବା ଲାଗି ମୁଁ ଆଜି ଏହି ଅବସରରେ ସାର୍ବଜନୀନ ଭାବେ ଆପଣମାନଙ୍କୁ ଆଦରପୂର୍ବକ ପ୍ରଣାମ ଜଣାଉଛି । ଏବଂ ଆଜି ମୋତେ ଆପଣମାନଙ୍କୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଛି । ଏହି ଅଭିଯାନ କାଳରେ ଆପଣମାନଙ୍କର ସମ୍ମୁଖରେ କଣ ଆହ୍ୱାନ ରହିଛି । କଣ ପରାମର୍ଶ ରହିଛି, ଣ ଅଭିଜ୍ଞତା ରହିଛି, ଏହା ମୁଁ ଜାଣିବା ଲାଗି ଅତ୍ୟନ୍ତ ଉତ୍ସୁକ ଅଟେ କାରଣ ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସଙ୍ଗ ସାମ୍ନାକୁ ଆସିବ । ଯଦି ସମ୍ପୂର୍ଣ୍ଣ ଯୋଜନାରେ କିଛି ଅଭାବ ରହିଛି ତଏଠାରେ ଆମେ ବାତାନୁକୂଳିତ ପରିବେଶରେ ବସିଥିବା ଲୋକମାନେ ତାହାର ସମଧାନ କରିପାରିବୁ ନାହିଁ ଯେତିକି ଆପଣମାନେ ଦୈନନ୍ଦିନର ବ୍ୟବହାରିକ ଜୀବନରେ କରୁଛନ୍ତି । ଆହୁରି ଆପଣମାନଙ୍କ କଥା ଯେତେବେଳେ ଦେଶ ଶୁଣିବ ତଦେଶର ଲକ୍ଷ ଲକ୍ଷ ମୋର ସାଥୀ ଭଉଣୀମାନେ ଅଛନ୍ତି, କର୍ମୀମାନେ ଅଛନ୍ତି । ସେମାନେ ମଧ୍ୟ ଏଥିରୁ ଶିଖିବେ । ଏବଂ ସେଥିପାଇଁ ଆଜି ମୁଁ ଆପଣମାନଙ୍କୁ ଶୁଣିବାକୁ ଚାହୁଁଛି ।

 

**********