Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ସମସ୍ତ ଦେଶବାସୀଙ୍କୁ ନବ ସମ୍ବତ୍ସରର ହାର୍ଦ୍ଦିକ ଶୁଭକାମନା । ମୁଁ ଆଶା କରୁଛି କି ନବବର୍ଷ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ଆରୋଗ୍ୟରେ ଭରିଦେଉ । ଆମ ଦେଶ ଉନ୍ନତିର ମାର୍ଗରେ ଆହୁରି ଦ୍ରୂତଗତିରେ ଅଗ୍ରସର ହେଉ ।

ସମସ୍ତଙ୍କୁ ଉଗାଦୀର ଶୁଭକାମନା ! ମୁଁ ପ୍ରାର୍ଥନା କରୁଛି କି ଏହି ପବିତ୍ର ଅବସର ଆମର ସମସ୍ତ ଅଭିଳାଷା ପୁରଣ କରୁ । ସମସ୍ତେ ଆନନ୍ଦ ଏବଂ ଉନ୍ନତ ସ୍ୱାସ୍ଥ୍ୟ ଲାଭ କରନ୍ତୁ ।

ସାଜିବୁ ନୋନଗମା ପାନବା ଚେଇରାଓବା ଅବସରରେ ମଣିପୁରର ଉତ୍ତମ ଜନସାଧାରଣଙ୍କୁ ଶୁଭେଚ୍ଛା । ଏହି ସ୍ୱତନ୍ତ୍ର ପର୍ବ ଆମ ସମାଜରେ ଆନନ୍ଦ ଏବଂ ଏକତାର ଭାବକୁ ଆହୁରି ସୁଦୃଢ଼ କରୁ ।

ନବରେହ ମୁବାରକ ! ଏକ ଅତ୍ୟନ୍ତ ସମୃଦ୍ଧିରେ ପରିପୂର୍ଣ୍ଣ ବର୍ଷ ପାଇଁ ପ୍ରାର୍ଥନା କରୁଛି । ଆଗାମୀ ସମୟରେ ସମସ୍ତଙ୍କ ଅଭିଳାଷା ପୁରଣ ହେଉ । କାଶ୍ମୀର ପଣ୍ଡିତମାନଙ୍କ ସଂସ୍କୃତି ବାସ୍ତବିକ ସ୍ୱତନ୍ତ୍ର । ଏହି ସମ୍ପ୍ରଦାୟ ଅସୀମ ସାହସ ଏବଂ ଲଢ଼ୁଆ ଭାବନାରେ ପରିପୂର୍ଣ୍ଣ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

******