Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ବିଭିନ୍ନ ପର୍ବ-ପର୍ବାଣୀ ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


  

ଦେଶବ୍ୟାପୀ ବିଭିନ୍ନ ପର୍ବ-ପର୍ବାଣୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ସମସ୍ତଙ୍କୁ ବୈଶାଖୀର ଅଭିନନ୍ଦନ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣିଦେଉ । ଆମେ ମଧ୍ୟ ଦେଶକୁ ଖାଦ୍ୟ ଯୋଗାଇବା ପାଇଁ ନିୟମିତ ଭାବେ କଠିନ ପରିଶ୍ରମ କରୁଥିବା କୃଷକ ମାନଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଉଛୁ ।

ବିବିଧତା ହେଉଛି ଆମ ଦେଶ ପାଇଁ ଏକ ଆଶୀର୍ବାଦ ଏବଂ ଭାରତ ଏଥିପାଇଁ ଗର୍ବିତ । ଦେଶବ୍ୟାପୀ ଜନସାଧାରଣ ଅନେକ ପର୍ବପର୍ବାଣୀ ପାଳନ କରୁଛନ୍ତି । ଏହି ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ।

தமிழ் புத்தாண்டை முன்னிட்டு தமிழர்கள் அனைவருக்கும் வாழ்த்துகள். வரும் ஆண்டில் தமிழர்கள் விருப்பங்களும் விழைவுகள் அனைத்தும் ஈடேற வேண்டுகிறேன்.

ପୁଥାଣ୍ଡୁର ସ୍ୱତନ୍ତ୍ର ଅବସରରେ ତାମିଲ ଜନସାଧାରଣଙ୍କୁ  ଶୁଭକାମନା । ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ବର୍ଷରେ ଆପଣମାନଙ୍କର ସମସ୍ତ ଆଶା ଓ ଅଭିଳାଷ ପୁରଣ ହେଉ ।

വിഷു ആശംസകള് ! പുതുവര്ഷംപുതിയ പ്രതീക്ഷകളും, കൂടുതല് സമൃദ്ധിയും, നല്ല ആരോഗ്യവും കൊണ്ടുവരട്ടെ.

ଶୁଭ ବିଶୁ! ନୂତନ ବର୍ଷ ଏହା ସହିତ ନୂତନ ଆଶା, ଅଧିକ ସମୃଦ୍ଧି ଏବଂ ସୁନ୍ଦର ସ୍ୱାସ୍ଥ୍ୟ ଆଣିଦେଉ ।

প্রত্যেক বাঙালীকে পয়লা বৈশাখের শুভেচ্ছা। এই নববর্ষ যেন প্রত্যেকের জীবনেশান্তি, সমৃদ্ধি ও সুখ নিয়ে আসে। শুভ নববর্ষ!

ସମସ୍ତ ବଙ୍ଗାଳୀ ଭାଇ, ଭଉଣୀମାନଙ୍କୁ ପୋଇଲା ବୋଇଶାଖର ଅଭିନନ୍ଦନ । ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ । ଶୁଭୋ ନବୋ ବର୍ଷୋ!

মোৰ অসমীয়া ভাই-ভনী সকললৈ বহাগ বিহুৰ শুভেচ্ছা যাঁচিছো।শক্তি আৰু উৎসাহৰ বৈশিষ্টৰে পৰিপূৰ্ণ এই উৎসৱে আমাৰ সমাজলৈ সুখ আৰু সুস্বাস্থ্য কঢ়িয়াই আনক।

ଆସାମର ଭାଇ ଓ ଭଉଣୀମାନଙ୍କୁ ବୋହାଗ ବିହୁର ଶୁଭକାମନା । ଏହି ପର୍ବ ଶକ୍ତି ଓ ଉତ୍ସାହର ପ୍ରତୀକ । ଏହି ପବିତ୍ର ଦିବସ ଆମ ସମାଜ ପାଇଁ ସୁଖ ଓ ସୁନ୍ଦର ସ୍ୱାସ୍ଥ୍ୟ ଆଣିଦେଉ ।

 

ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ ! ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ,”ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

 

**********